ଆବୁଧାବୀରେ ଅନ୍ତର୍ଜାତୀୟ ପେଟ୍ରୋଲିୟମ ସମ୍ମିଳନୀ: ‘ତୈଳ, ଗ୍ୟାସ କ୍ଷେତ୍ରରେ ୧୦୦ ବିଲିୟନ ପୁଞ୍ଜି ନିବେଶ କରିବ ଭାରତ’

ଭୁବନେଶ୍ୱର,୧୨।୧୧:(ବ୍ୟୁରୋ): ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଆମର ଲକ୍ଷ୍ୟ। ଏହି ମର୍ମରେ ୨୦୨୪ ସୁଦ୍ଧା ଭାରତ ରିଫାଇନିଂ, ପାଇପ୍‌ଲାଇନ ଏବଂ ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ପୁଞ୍ଜିନିବେଶ କରିବ। ଉର୍ଜା କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଭାରତ ଉତ୍କୃଷ୍ଟ ସ୍ଥାନ ବୋଲି ଦୁଇଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସୋମବାର ଆବୁଧାବୀଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପେଟ୍ରୋଲିୟମ ପ୍ରଦର୍ଶନୀ ସମ୍ମିଳନୀରେ(ଆଡିପେକ-୨୦୧୯)ରେ ଧର୍ମେନ୍ଦ୍ର ଯୋଗଦେଇ ଭାରତ ପ୍ୟାଭିଲିୟନକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ଭାରତକୁ କମ୍‌ କାର୍ବନ ନିର୍ଗମନ ଅର୍ଥ ବ୍ୟବସ୍ଥା କରିବା ପାଇଁ ତଥା ଉର୍ଜାର ନିରନ୍ତର ଆବଶ୍ୟକତା ପୂରଣ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଭାରତକୁ ଗ୍ୟାସ୍‌ ଆଧାରିତ ଅର୍ଥନୀତି କରିବାକୁ ଯୋଜନା କରୁଛନ୍ତି। ୨୦୩୦ ସୁଦ୍ଧା ଗ୍ୟାସର ଶେୟାରକୁ ୧୫ପ୍ରତିଶତ ବୃଦ୍ଧି କରିବାକୁ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ମୁଣ୍ଡ ପିଛା ଉର୍ଜାର ଉପଯୋଗ କ୍ଷେତ୍ରରେ ଦେଖିଲେ ବିଶ୍ୱ ହାରାହାରି ଠାରୁ ଭାରତରେ ଉର୍ଜାର ବ୍ୟବହାର କମ୍‌। ତେଣୁ ୨୦୨୦ ମଧ୍ୟଭାଗ ସୁଦ୍ଧା ଉର୍ଜା କ୍ଷେତ୍ରରେ ଭାରତ ବୃହତ୍‌ ବଜାର ହେବା ନେଇ ଆଶା ରଖିଛି। ଭାରତରେ ସିଟି ଗ୍ୟାସ ନେଟୱର୍କର ସମ୍ପ୍ରସାରଣ ହୋଇଛି, ଯାହା ଭାରତ ଭୌଗୋଳିକର ୫୦ପ୍ରତିଶତ ଆଚ୍ଛାଦିତ କରୁଥିବାବେଳେ ଜନସଂଖ୍ୟାର ୭୦ପ୍ରତିଶତ ଲୋକ ଏହାର ସୁବିଧା ପାଇଛନ୍ତି। ଭାରତକୁ ଗ୍ୟାସ୍‌ ଆଧାରିତ ଅର୍ଥବ୍ୟବସ୍ଥା କରିବା ପାଇଁ ୬୦ନିୟୁତ ଆମେରିକୀୟ ଡଲାର ବ୍ୟୟ ବରାଦରେ ଗ୍ୟାସ୍‌ ଭିତ୍ତିଭୂମି ଯଥା ଗ୍ୟାସ୍‌ ପାଇପ୍‌ ଲାଇନ୍‌, ଟର୍ମିନାଲ, ସିଟି ଗ୍ୟାସ୍‌ ବିତରଣ ବ୍ୟବସ୍ଥା ଆଦି ବିଭିନ୍ନ କାର୍ଯ୍ୟ ଚାଲିଛି। ଭାରତର ତୈଳ ଏବଂ ଗ୍ୟାସ କ୍ଷେତ୍ର ବହୁତ ଭଲ ଉପାୟରେ ସେବେ କାମ କରିପାରିବ, ଯେତେବେଳେ ବିଶ୍ୱ ବିକାଶ ସହିତ ସମନ୍ବୟ ରଖିବ। ଫଳରେ କେବଳ ଭାରତରେ ଉର୍ଜା ପରିବର୍ତ୍ତନ ପ୍ରଭାବିତ ହେବ ନାହିଁ ବରଂ ବିଶ୍ୱ ଉର୍ଜା ଗତିଶୀଳତାକୁ ଦାୟିତ୍ୱପୂର୍ଣ୍ଣ ଭାବେ ପ୍ରଭାବିତ କରିବ। ଆଗାମୀ ଦିନରେ ଭାରତ ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ରବିନ୍ଦୁ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଦାବି: ସପ୍ତାହବ୍ୟାପୀ ଧାରଣାରେ ବସିବ ବରଗଡ଼ ଏକତା ମଞ୍ଚ

ବରଗଡ଼ ଅଫିସ,୧୭।୨: ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇଦେବା ଦାବିରେ ପୁଣି ଅସନ୍ତୋଷ ପରିଲକ୍ଷିତ ହୋଇଛି। ରବିବାର ସନ୍ଧ୍ୟାରେ...

ସ୍ବତନ୍ତ୍ର ଏଡିଜେ କୋର୍ଟରେ ହାଜର ହେଲେ ଜୟନାରାୟଣ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଭୁବନେଶ୍ବର ସ୍ବତନ୍ତ୍ର ଏଡିଜେ କୋର୍ଟରେ ଶୁକ୍ରବାର ହଜାର ହୋଇଛନ୍ତି। ଜୟନାରାୟଣଙ୍କ ସହ ଆଉ ୧୨ ଜଣ ମଧ୍ୟ...

ପର୍ଯ୍ୟଟନ ଶିଳ୍ପ ପାଇଁ ପୋଷ୍ଟ-ଲକ୍‌ଡାଉନ୍‌ ରୋଡ୍‌ମ୍ୟାପ୍‌

ଭୁବନେଶ୍ୱର,୮।୫(ବ୍ୟୁରୋ): ଲକ୍‌ଡାଉନ୍‌ ପରେ ରାଜ୍ୟର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ର ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଉଭୟ ସହର ଓ...

ମହିଳାଙ୍କୁ ଗଣବଳାତ୍କାର

କେନ୍ଦୁଝର,୧୯ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ବୁଧବାର ରାତିରେ ଜଣେ ୩୭ ବର୍ଷୀୟ ମହିଳାଙ୍କୁ ୩ ଯୁବକ ଗଣ ବଳାତ୍କାର କରିଥିବା ନେଇ ଅଭିଯୋଗ...

୧୦ରେ ବର୍ଷର ପ୍ରଥମ, ଶେଷ ବଳୟ ସୂର୍ଯ୍ୟୋପରାଗ

ଭୁବନେଶ୍ୱର, ୬।୬ (ବ୍ୟୁରୋ): ଆସନ୍ତା ୧୦ ତାରିଖରେ ୨୦୨୧ର ପ୍ରଥମ ତଥା ଶେଷ ସୂର୍ଯ୍ୟୋପରାଗ ସଙ୍ଗଠିତ ହେବ। ଏହି ବଳୟ ସୂର୍ଯ୍ୟୋପରାଗ ଉତ୍ତର କାନାଡା, ଗ୍ରୀନ୍‌ଲାଣ୍ଡ...

ମୋ ସରକାର ଟିମ୍‌ର ପ୍ରଥମ ଗସ୍ତ ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କୋରାପୁଟରେ ହେବ କମ୍ପୋଜିଟ୍‌ ହସ୍ପିଟାଲ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲାର ସଦର ମହକୁମା ଚିକିତ୍ସାଳୟ ଏବଂ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୪ଟି ରୋଗୀ କଲ୍ୟାଣ...

ହାଇଓ୍ବା-ଯାତ୍ରୀବାହୀ ବସ୍‌ ମୁହାଁମୁହିଁ: ୧୫ରୁ ଊର୍ଦ୍ଧ୍ୱ ଆହତ, ୫ ଗୁରୁତର

ବାରିପଦା ଅଫିସ,୩ା୨: ମୟୂରଭଞ୍ଜ ଜିଲା କରଞ୍ଜିଆ ସହରର ବାମନାଶାଳ ନିକଟସ୍ଥ ଗ୍ରୀଡ଼ ସବ୍‌ ଷ୍ଟେଶନ ସମ୍ମୁଖରେ ଶୁକ୍ରବାର ବାଲି ବୋଝେଇ ହାଇଓ୍ବା ସହ ‘କଲ୍ୟାଣୀ’ ନାମକ...

ତିର୍ତ୍ତୋଲ ବ୍ଲକ ଲାଗି କଂଗ୍ରେସ ପ୍ରଚାର କମିଟି ଚୂଡ଼ାନ୍ତ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନକୁ ନେଇ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।...

Advertisement
Archives

Model This Week