ଆବଦ୍ଧ ଅଞ୍ଚଳର ଦୈନିକ ୫୦ ପ୍ରତିଶତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେଉଛି

ଭୁବନେଶ୍ୱର, ୯ା୪(ବ୍ୟୁରୋ): ଭୁବନେଶ୍ୱରରେ ୩୪ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୂର୍ଯ୍ୟନଗର, ବମିଖାଲ, ସତ୍ୟନଗର, ସୁନ୍ଦରପଦା ଓ ଯଦୁପୁର ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ଘୋଷଣା ସହ ସିଲ୍‌ କରାଯାଇଛି। ଏଥିସହ କେନ୍ଦ୍ରିୟ ଗୋଇନ୍ଦା ବ୍ୟୁରୋ ଓ କର୍ମଚାରୀ କଲୋନୀକୁ ମଧ୍ୟ ସିଲ୍‌ କରିଦିଆଯାଇଛି। ଏସବୁ ସିଲ୍‌ ଅଞ୍ଚଳରେ ବିଏମ୍‌ସି ଦ୍ୱାରା ନିୟୋଜିତ ମେଡିକାଲ ଟିମ୍‌ ଦୈନିକ ସର୍ବନିମ୍ନ ୫୦% ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛି। ଯାହାର ସ୍ବାସ୍ଥ୍ୟାବସ୍ଥା ଖରାପ ରହୁଛି ସଙ୍ଗେ ସଙ୍ଗେ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ଏସବୁ ଅଞ୍ଚଳରେ ମୋଟ ୯୦୫୫ ପରିବାର ବସବାସ କରୁଥିବାବେଳେ ବର୍ତ୍ତମାନ ସୁଦ୍ଧା ସୂର୍ଯ୍ୟନଗର, ବମିଖାଲ, ଆଇବି କଲୋନୀ, ସୁନ୍ଦରପଦା ଓ ଯଦୁପୁରର ପାଖାପାଖି ସମସ୍ତ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସରିଛି। ପୁର୍ନବାର ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏଥିସହ ସତ୍ୟନଗରରେ ବୁଧବାରଠାରୁ ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ୨୫ଶହ ନମୁନା ସଂଗ୍ରହ କରାଯାଇଥିବା କମିଶନର ଚୌଧାରୀ କହିଛନ୍ତି। ବୁଧବାର ୪ହଜାରରୁ ଊର୍ଦ୍ଧ୍ୱ ନମୁନା ସଂଗ୍ରହ କରାଯାଇଥିବାବେଳେ ଏଥିମଧ୍ୟରେ ଆଜାଦନଗରରୁ ୪୩୦, ବମିଖାଲରୁ ୨୭୭୭ ଓ ଆଇବି କଲୋନୀରୁ ୧୦୭ ନମୁନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ରଙ୍ଗ ପଡ଼ିଲା ଫିକା: ଯୋଗୀ ସରକାର ଜାରି କଲେ କଟକଣା

ଲକ୍ଷ୍ନୌ,୨୩।୩: ଉତ୍ତରପ୍ରଦେଶରେ ଚଳିତ ବର୍ଷ ହୋଲି ରଙ୍ଗ ଫିକା ପଡ଼ିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ସାର୍ବଜନୀକ ହୋଲି ପାଳନ,...

ଓଭରହେଡ୍‌ ଟାଙ୍କି ଅଛି, ମିଳୁନି ପାଣି

ଭଦ୍ରକ ଅଫିସ,୨୯।୪-ଭଦ୍ରକ ଜିଲାରେ ପାନୀୟ ଜଳ ଯୋଗାଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲାରେ ମୋଟ ୧୮୬ଟି ଓଭରହେଡ୍‌ ଟାଙ୍କି କାର୍ଯ୍ୟକ୍ଷମ ଥିବା...

ଧନୀ ଦେଶଙ୍କ ଅର୍ଥ ଲୋଭ ଯୋଗୁ କରୋନା ସମୟରେ ୧୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଛି…

ନୂଆଦିଲ୍ଲୀ/ଲଣ୍ଡନ,୯।୧୧ : ଦୁନିଆ କେତେ ନିଷ୍ଠୁର ଏବଂ ସ୍ବାର୍ଥପର ହୋଇପାରିଛି ତାହା କରୋନା ମହାମାରୀ ସମୟରେ ହୋଇଥିବା ମୃତ୍ୟୁରୁ ଅନୁମାନ କରାଯାଇପାରେ। ଏହି ସମୟରେ ଥିବା...

ଯୁକ୍ତ୨ ପ୍ରାକ୍ଟିକାଲ: ୨୯ ସୁଦ୍ଧା କେନ୍ଦ୍ରରେ ପହଞ୍ଚତ୍ବ ପରୀକ୍ଷା ଉପକରଣ

ଭୁବନେଶ୍ୱର, ୨୨।୧(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧ରୁ ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହେବ।...

ମୌସୁମୀ ଛୁଇଁଲାଣି, ସରିନି ପଙ୍କୋଦ୍ଧାର

କଟକ ଅଫିସ,୧୨ା୬: ମୌସୁମୀ ଛୁଇଁବା ପରେ ପାଗ ପରିବର୍ତ୍ତନ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ମଧ୍ୟ ହେଉଛି। ମୌସୁମୀ ବର୍ଷାରେ କଟକ ସହର ଜଳବନ୍ଦୀ...

ଶ୍ରୀଜଗନ୍ନାଥ, ସାହିଯାତକୁ ନେଇ ରାପ୍‌ ଭିଡିଓ ‘ପୁରୀ ଟୋକା’

ପୁରୀ ଅଫିସ, ୨୯ା୧: ଆଧୁନିକ ରାପ୍‌ ସଙ୍ଗୀତରେ ଶ୍ରୀଜଗନ୍ନାଥ ସଂସ୍କୃତିର ଛାପ ଦେଖିବାକୁ ମିଳିଛି। ଏଭଳି ଆକର୍ଷଣୀୟ ରାପ୍‌ ସଙ୍ଗୀତ ଗାଇ ଚର୍ଚ୍ଚାକୁ ଆସିଛନ୍ତି ରାପର...

ଆର୍‌ଟିଓ ଘେରିଲା ମୋଟର ସଂଘ

ବାଲେଶ୍ୱର ଅଫିସ, ୧।୪ ବାଲେଶ୍ୱର ଜିଲା ଆଞ୍ଚଳିକ ପରିବହନ ଅଫିସ୍‌ (ଆର୍‌ଟିଓ)କୁ ଗୁରୁବାର ବାଲେଶ୍ୱର ମୋଟର ସଂଘ ପକ୍ଷରୁ ବେଆଇନ ଜରିମାନା ଆଦାୟ ଓ ଅଡିଟ୍‌...

ଭାରତ- ସିଙ୍ଗାପୁର ଅନ୍ତର୍ଜାତୀୟ ହାକାଥନ୍‌: ସି.ଭି. ରମଣ କଲେଜ ଛାତ୍ର ପ୍ରଥମ

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ଆଇଆଇଟି, ମାଡ୍ରାସଠାରେ ଭାରତ-ସିଙ୍ଗାପୁର ଅନ୍ତର୍ଜାତୀୟ ହାକାଥନ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସି.ଭି. ରମଣ କଲେଜର ଇଲୋକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେଶନ ବିଭାଗର ୪ର୍ଥ ବର୍ଷର...

Advertisement
Archives

Model This Week