ଆବଦ୍ଧାଞ୍ଚଳ ହେଲା ନୋଡାଲ ଉଚ୍ଚ ବିଦ୍ୟାଳୟ

ପାଟଣା,୨୭।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା କ୍ୱାରାଣ୍ଟାଇନ୍‌ କେନ୍ଦ୍ରକୁ ବୁଧବାର କେନ୍ଦୁଝର ଜିଲାପାଳ ଆଶୀଷ ଠାକ୍‌ରେ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରିଛନ୍ତି। ଏହା ଶୁକ୍ରବାର ପର୍ଯ୍ୟନ୍ତ ବଳବତ୍ତର ରହିବ। ଜଣେ ୧୮ ବର୍ଷୀୟ ଗୁଜରାଟ ଫେରନ୍ତା ଉକ୍ତ କ୍ୱାରାଣ୍ଟାଇନ କେନ୍ଦ୍ରରେ ଅବସ୍ଥାନ କରୁଥିବା ବେଳେ ସୋମବାର ତାଙ୍କ ସ୍ବାବ୍‌ ଟେଷ୍ଟରୁ ପଜିଟିଭ୍‌ ଜଣାପଡ଼ିଥିଲା। ତେଣୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ରର ୧୦୦ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ଅଞ୍ଚଳ ୱାର୍ଡ ନମ୍ବର-୨ ଗ୍ରାମ ଚେମେଣାକୁ ଜିଲାପାଳ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଥିଲେ। ଏହି ଅଞ୍ଚଳରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବା ସହ ଯାନବାହନ, ଗମନା ଗମନ ଓ ଦୋକାନ ବଜାରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଉପଜିଲାପାଳ ରାମଚନ୍ଦ୍ର କିସ୍କୁ ସମ୍ପୂର୍ଣ୍ଣ ଦାୟିତ୍ୱରେ ରହିଥିବା ବେଳେ ତହସିଲଦାର ଶିବପ୍ରସାଦ ମୁର୍ମୁଙ୍କୁ କଣ୍ଟ୍ରୋଲରୁମ୍‌ ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ବାମୀଙ୍କ ଆତ୍ମହତ୍ୟା

ଚନ୍ଦ୍ରଗିରି,୧୫ା୮(ଡି.ଏନ.ଏ.):ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରିର ଚନ୍ଦନପୁର ବସ୍ତିରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ବାମୀ...

କୋଭିଡ୍‌-୧୯: ଆଫ୍ରିକାନ୍‌ କ୍ଲବ ଫାଇନାଲ୍ସ ସ୍ଥଗିତ

କାଏରୋ,୧୯।୪(ଏଏଫ୍‌ପି): ଆଫ୍ରିକାନ୍‌ ଚାମ୍ପିୟନ୍ସ ଲିଗ୍‌ ଓ ଆଫ୍ରିକାନ କନ୍‌ଫେଡେରେଶନ କପ୍‌ ଫାଇନାଲ୍ସକୁ ସ୍ଥଗିତ ରଖାଯାଇଛି। କୋଭିଡ୍‌-୧୯ ମହାମାରୀ ରୂପ ନେଇଥିବା ବେଳେ ଏହି ଦୁଇଟି ଟୁର୍ନାମେଣ୍ଟକୁ...

ଚାଷରୁ ବିମୁଖ ହେଉଛନ୍ତି ଚାଷୀ : କୃଷି, ସମବାୟ ବିଭାଗ ଦାୟୀ ବୋଲି ଅଭିଯୋଗ ଆଣିଲେ ଚାଷୀ

ଧର୍ମଶାଳା,୨୪ା୬(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଞ୍ଚଳର ବହୁ ଚାଷୀ ଏବେ ଚାଷ ପ୍ରତି ବିମୁଖ ହେଉଛନ୍ତି। ଏହି ଅଞ୍ଚଳରେ ୭୦ ପ୍ରତିଶତ ଲୋକେ ଚାଷ...

କରୋନା ବଢ଼ାଇବ ଦାରିଦ୍ର୍ୟ

ଭୁବନେଶ୍ୱର,୧୪। ୬(ବ୍ୟୁରୋ): କରୋନା (କୋଭିଡ୍‌-୧୯) ଭୂତାଣୁ ସ୍ବାସ୍ଥ୍ୟ ପାଇଁ ଘାତକ ସାଜିବା ସହ ଜୀବନ ଜୀବିକାକୁ ମଧ୍ୟ ବହୁଳ ଭାବେ ପ୍ରଭାବିତ କରିଛି। ସ୍ବାସ୍ଥ୍ୟଗତ ବିପତ୍ତିଠାରୁ...

ରାସ୍ତାରେ ଗଦାହୋଇଛି ବାଲି, ମେଟାଲ : ଠିକାଦାରଙ୍କ ଦେଖାନାହିଁ

ନାଉଗାଁ,୧।୭(ସ୍ବ.ପ୍ର.): ନାଉଗାଁ ବ୍ଲକର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ମରାମତି ଅଭାବରୁ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅବସ୍ଥା ଏଭଳି ହୋଇ ଯେ,...

ଦିଗପହଣ୍ଡିରେ ପ୍ରଶାସନ ପକ୍ଷରୁ ମାନବ ଶୃଙ୍ଖଳ

ଦିଗପହଣ୍ଡି,୨୭ା୩(ଡି.ଏନ.ଏ.)-ଗଞ୍ଜାମ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ତହସିଲ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ପୁଞ୍ଜିକଁୟା ଛକରେ କରୋନା ସଚେତନତା ପାଇଁ ମାନବ ଶୃଙ୍ଖଳ କରାଯାଇଥିଲା। ତହସିଲଦାର ଅଦ୍ୱୈତ...

ଜଲିଲା ୫ଟି ଜୁଇ, ଲୁହରେ ଭାସିଲା ଖୁର୍ସେଲଗୁଡା

ଜୁନାଗଡ,୨୨।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଜାରିଙ୍ଗ ଛକ ୨୬ ନଂ. ଜାତୀୟ ରାଜପଥରେ ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।...

ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ,ସ୍ବାସ୍ଥ୍ୟପରୀକ୍ଷା ଉପରେ ଗୁରୁତ୍ୱ

ମାଲକାନଗିରି,୧୦ା୫(ଡି.ଏନ୍‌.ଏ.)-ରାଜ୍ୟ ସରକାର ପ୍ରବାସୀ ଶ୍ରମିଙ୍କୁ ନିଜ ରାଜ୍ୟ ଓ ଜିଲାକୁ ଆଣିବା ପାଇଁ ଘୋଷଣା କଲା ପରେ ମାଲକାନଗିରି ଜିଲାକୁ ଆନ୍ଧ୍ର, ତେଲଙ୍ଗାନା, ମହାରଷ୍ଟ୍ର, କେରଳ,...

Coronavirus Update

Archives

Model This Week

Why Dharitri