ଭୁବନେଶ୍ୱର, ୨୨ା୪(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅନ୍ତର୍ଗତ ଓ୍ବାର୍ଡ଼ ନଂ.୬୭ର ସୁନ୍ଦରପଦା ଏବଂ ୱାର୍ଡ ନଂ.୬୪ର ଯଦୁପୁର ଅଞ୍ଚଳକୁ ଗତ ୫ ତାରିଖରେ ଆବଦ୍ଧାଞ୍ଚଳ ଘୋଷଣା ସହ ସିଲ୍ କରାଯାଥିଲା। ୧୩ ତାରିଖରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥଲେ ମଧ୍ୟ ୭ ଦିନ ଯାଏ ଆକ୍ଟିଭ୍ ସର୍ଭେଲାନ୍ସ ବଳବତ୍ତର ରହିବ ବୋଲିି ବିଏମ୍ସି ପକ୍ଷରୁ କୁହାଯାଇଥିଲା। ଏବେ ଏହାର କଣ୍ଟ ପୂରିଛି। ୱାର୍ଡ ନଂ ୪୬ର ସୂର୍ଯ୍ୟନଗରକୁ ଏପ୍ରିଲ ୧ରେ ସିଲ୍ କରି ୧୫ରେ ସିଲ୍ ଅଞ୍ଚଳକୁ ହ୍ରାସ କରାଯାଇଥିଲା। ସେବେଠାରୁ ଉକ୍ତ ଅଞ୍ଚଳରେ ଆଉ ନୂଆ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି। ପୂର୍ବରୁ ସିଲ୍ ହୋଇଥିବା ଅଞ୍ଚଳରେ ମଧ୍ୟ ୭ ଦିନିଆ ଆକ୍ଟିଭ୍ ସେର୍ଭଲାନ୍ସ କଣ୍ଟ ପୂରଣ ହୋଇଛି। କ୍ୱାରେଣ୍ଟାଇନ୍ ସମୟ ସାଧାରଣତଃ ୧୪ ଦିନ ହୋଇଥିବା ବେଳେ ସୂର୍ଯ୍ୟନଗରରେ ଏହା ୨୧ ଦିନରେ ପହଞ୍ଚିିଲାଣି। ଆଉ ନୂଆ କରୋନା ରୋଗୀ ଚିହ୍ନଟ ହୋଇ ନ ଥିବାରୁ ସୂର୍ଯ୍ୟନଗରରୁ ସିଲ୍ ପ୍ରତ୍ୟାହାର ପାଇଁ ଆସନ୍ତା ଦିନେ ଦୁଇଦିନ ଭିତରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ବିଏମ୍ସିର ଜନୈକ ଅଧିକାରୀ କହିଛନ୍ତି।
ସତ୍ୟନଗର ସିଲ୍ ହେବାର ୧୪ ଦିନ ବିତିଗଲାଣି। ଉକ୍ତ ଅଞ୍ଚଳରେ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିଛି। ଏହା ଭିତରେ ଆଉ ନୂଆ କରୋନା ରୋଗୀ ଚିହ୍ନଟ ହୋଇ ନାହାନ୍ତି। ତେଣୁ ଉକ୍ତ ଅଞ୍ଚଳକୁ ମଧ୍ୟ ସିଲ୍ ମୁକ୍ତ କରିବା ପାଇଁ ବିଏମ୍ସି ବିଚାର କରିବ। ବିଦ୍ୟୁତ୍ ମାର୍ଗ ଅଞ୍ଚଳର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଅଧିକାରୀ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ସମ୍ପୃକ୍ତ କାର୍ଯ୍ୟାଳୟ ସିଲ୍ କରାଯିବା ସହ ଆଇବି କଲୋନୀର ୧୦୦ରୁ ଊର୍ଦ୍ଧ୍ୱ ପରିବାରୁ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ ଏପ୍ରିଲ୍ ୭ ତାରିଖରେ ନିର୍ଦ୍ଦେଶ ଦିଆଯାଇଥିଲା। ସେବେଠାରୁ ୧୪ ଦିନରୁ ଊର୍ଦ୍ଧ୍ୱ ହୋଇଯାଇଥିଲେ ମଧ୍ୟ କୌଣସିି ଅଧିକାରୀ ଓ କର୍ମଚାରୀ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇ ନାହଁାନ୍ତି। ବୁଧବାର କିମ୍ବା ଗୁରୁବାର ଆଇବି କଲୋନୀକୁ କଟକଣା ମୁକ୍ତ କରିବା ପାଇଁ ବିଏମ୍ସି କର୍ତ୍ତୃପକ୍ଷ ସ୍ଥିର କରିବେ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି। ଦକ୍ଷିଣ-ପୂର୍ବ ମଣ୍ଡଳର ୱାର୍ଡ ନଂ ୩୧ ସ୍ଥିତ ବମିଖାଲ ଅଞ୍ଚଳରେ ୧୪ ଜଣ କୋଭିଡ୍-୧୯ ପଜିଟିଭ୍ ଆସିବା ପରେ ଏଠାରେ ନିୟମିତ ଭାବେ ଲୋକଙ୍କ ରାପିଡ୍ ଟେଷ୍ଟ କରାଯାଉଛି। ଉକ୍ତ ଅଞ୍ଚଳରେ ଆବଦ୍ଧାଞ୍ଚଳ କଟକଣା କୋହଳ ନେଇ ବିଏମ୍ସିି ଏବେ କିଛି ପଦକ୍ଷେପ ନେବ ନାହିଁ। ରାପିଡ୍ ଟେଷ୍ଟ ଏବଂ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନ ସରିବା ଯାଏ ବିଏମ୍ସି ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରି ରଖିବ ବୋଲି ଆଲୋଚନା ହୋଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ସାରା ରାଜ୍ୟରେ ଏବେ ୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କେବଳ ଭୁବନେଶ୍ୱରରେ ୪୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବମିଖାଲରେ ସର୍ବାଧିକ ୧୪, ସୂର୍ଯ୍ୟନଗରରେ ୮, ଝାରପଡ଼ାରେ ୬, ସତ୍ୟନଗରରେ ୪ ଓ ଅନ୍ୟ ସ୍ଥାନମାନଙ୍କରେ ଆଶାତୀତ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କାର୍କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…
ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଭାରସାମ୍ୟ ହରାଇ ଏକ କାର୍କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…
ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ
ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…
ନାବାଳକଙ୍କ ବାର୍ହା ସହ ଦୁଇ ଘଣ୍ଟା ଧରି ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…
ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ
ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…
ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ
ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…
୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…
କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…
ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….
ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…
ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ
ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…
Archives

