ଆଫଗାନିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା: ୩୦୦ ରୁ ଅଧିକ ମୃତ, ହଜାର ହଜାର ଘର ନଷ୍ଟ

ନୂଆଦିଲ୍ଲୀ,୧୧ା୫: ଆଫଗାନିସ୍ତାନରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ୩୦୦ ରୁ ଉର୍ଦ୍ଧ ଲୋକେ ପ୍ରାଣ ହରାଇଥିଲା ବେଳେ ହଜାର ହଜାର ଘର ନଷ୍ଟ ହୋଇଥିବା ମିଳିତ ଜାତିସଂଘ ଫୁଡ୍ ଏଜେନ୍ସି ଶନିବାର କହିଛି। ଗତ କିଛି ସପ୍ତାହ ମଧ୍ୟରେ ଆଫଗାନିସ୍ତାନରେ ଆସିଥିବା ଅନେକ ବନ୍ୟା ମଧ୍ୟରୁ ବଞ୍ଚିଥିବା ଲୋକଙ୍କୁ ବିଶ୍ୱ ଫୁଡ୍ ଏଜେନ୍ସି ପକ୍ଷରୁ ବିସ୍କୁଟ ବଣ୍ଟନ କରାଯାଇଛି। ମୁଖ୍ୟତ ଉତ୍ତର ବାଗଲାନ ପ୍ରଦେଶରେ ଶୁକ୍ରବାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ସେହିପରି ପଡୋଶୀ ତାଖର ପ୍ରଦେଶରେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବନ୍ୟାରେ ଅତି କମରେ 20 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ତାଲିବାନ ସରକାରଙ୍କ ମୁଖ୍ୟ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ପୋଷ୍ଟ କରିଛନ୍ତି ଯେ “ଶହ ଶହ ଲୋକେ… ଏହି ଭୟଙ୍କର ବନ୍ୟାରେ ପ୍ରାଣ ହରାଇଥିବାବେଳେ ବହୁ ସଂଖ୍ୟାରେ ଆହତ ହୋଇଛନ୍ତି।”

ମୁଜାହିଦ୍ ବାଦାଖଶାନ୍, ବାଗଲାନ୍, ଘୋର ଏବଂ ହେରାଟ ପ୍ରଦେଶକୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ବୋଲି ଚିହ୍ନଟ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ “ବ୍ୟାପକ ବିପର୍ଯ୍ୟୟ” ଦ୍ୱାରା ଆର୍ଥିକ କ୍ଷତି ଘଟିଛି।

ଲୋକଙ୍କୁ ଉଦ୍ଧାର କରିବା, ଆହତମାନଙ୍କୁ ପରିବହନ ଏବଂ ମୃତମାନଙ୍କୁ ଉଦ୍ଧାର କରିବା ପାଇଁ ସରକାର ସମସ୍ତ ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଛନ୍ତି।

ସେହିଭଳି ତାଲିବାନ ରକ୍ଷାମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ବାୟୁସେନା ପକ୍ଷରୁ ବାଗଲାନ ପ୍ରଦେଶରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଛି। ଯେଉଁଠି ହଜାର ହଜାର ଲୋକେ ବନ୍ୟାରେ ଫସି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri