ବରଗଡ଼ ଆସିବେ ମୁଖ୍ୟମନ୍ତ୍ରୀ, ରହିଛି ଏମିତି ସବୁ କାର୍ଯ୍ୟସୂଚୀ…

ବରଗଡ଼,୧୧ା୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଗସ୍ତ କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମ ଅନୁଯାୟୀ, ହେଲିକପ୍ଟର ଯୋଗେ ଆସି ମୁଖ୍ୟମନ୍ତ୍ରୀ ଅପରାହ୍ନ ୪ଟାରେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆର ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚିବେ। ପରେ ସେଠାରେ ହେବାକୁ ଥିବା ଜନସଭାରେ ଉଦ୍‌ବୋଧନ ଦେବେ। କାର୍ଯ୍ୟକ୍ରମ ସରିବା ପରେ ଅପରାହ୍ନ ୪ଟା ୪୦ରେ ମୁଖ୍ୟମନ୍ତ୍ରୀ ଅସ୍ଥାୟୀ ହେଲିପ୍ୟାଡ୍‌କୁ ଯିବେ ଏବଂ ଅପରାହ୍ନ ୪ଟା ୫୦ରେ ସେଠାରୁ ହେଲିକପ୍ଟର ଯୋଗେ ପଦ୍ମପୁର ସତୀଭଟା ଏୟାରଷ୍ଟ୍ରିପ୍‌କୁ ଯିବେ। ସେଠାରେ ଅପରାହ୍ନ ୫ଟା ୧୦ରେ ପହଞ୍ଚିବେ ଏବଂ ଅପରାହ୍ନ ୫ଟା୧୫ରେ ସେଠାରେ ପୂର୍ବରୁ ରହିଥିବା ଅନ୍ୟ ଏକ ହେଲିକପ୍ଟର ଯୋଗେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଇଣ୍ଟର ନ୍ୟାଶନାଲ ଏୟାରପୋର୍ଟ ଅଭିମୁଖେ ଯିବେ। ସନ୍ଧ୍ୟା ୬ଟା ୦୫ରେ ଏୟାରପୋର୍ଟରୁ ଓହ୍ଲାଇ ମୁଖ୍ୟମନ୍ତ୍ରୀ ନବୀନ ନିବାସକୁ ଗାଡ଼ିରେ ଯିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂସ୍କାର ଆଣି ଲୋକଙ୍କ ଜୀବନକୁ ସହଜ କର, ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ, ୨୨।୫(ପି.ଟି.): ଜନସାଧାରଣଙ୍କ ଜୀବନକୁ ଆରାମଦାୟକ କରିବା ପାଇଁ ପରବର୍ତ୍ତୀ ପିଢ଼ିର ସଂସ୍କାରମୂଳକ ପଦକ୍ଷେପ ନେବାକୁ ଗୁରୁବାର ମନ୍ତ୍ରୀ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି…

କସ୍‌ମେଟିକ ଇଞ୍ଜେକ୍ସନ ଉପରେ ରୋକ୍‌, ଉଲ୍ଲଂଘନ କଲେ….

ନୂଆଦିଲ୍ଲୀ, ୨୨।୫ (ପି.ଟି.): ସାମାଜିକ ଗଣମାଧ୍ୟମ ଓ ସହରାଞ୍ଚଳରେ ଚେହେରାକୁ ଅଧିକ ସୁନ୍ଦର ଓ ଚମକଦାର କରିବା ପାଇଁ ବିଉଟି ପାର୍ଲର ଏବଂ ୱେଲନେସ୍‌ ସେଣ୍ଟରଗୁଡ଼ିକରେ ବ୍ୟାପକ…

ତୈଳ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ୮ ସୂତ୍ରୀ ନିର୍ଦ୍ଦେଶ, ଜୁନ୍ ପହିଲାରୁ ସରକାର…

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା): ସରକାରୀ ଅଧିକାରୀମାନେ ଏଣିକି ବିଭିନ୍ନ ସ୍ଥାନକୁ ପରିଦର୍ଶନରେ ଗଲାବେଳେ ବସ୍‌ କିମ୍ବା ରେଳରେ ଯିବେ। ଏହାସହିତ ଜୁନ୍‌ ପହିଲାରୁ ସରକାର କେବଳ ବୈଦ୍ୟୁତିକ ଯାନ(ଇଭି)…

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri