ଆପୋଲୋ-୧୧ ମିଶନ୍‌ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଦର୍ଶନୀ

ଓ୍ବାଶିଂଟନ୍‌: ଆପୋଲୋ-୧୧ ଚନ୍ଦ୍ରପୃଷ୍ଠକୁ ଜୁଲାଇ ୧୬,୧୯୬୯ ମସିହାରେ ତିନି ଜଣ ମହାକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ, ଏଡ୍‌ଓ୍ବିନ୍‌ ଆଲ୍‌ଡ୍ରିନ୍‌ ଓ ମାଇକେଲ୍‌ କୋଲିନ୍‌ଙ୍କୁ ନେଇ ଯାଇଥିଲା। ଏହା ଜୁଲାଇ ୨୦ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା। ମିଶନର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ୩୬୩ ଫୁଟ୍‌ର ସାଟର୍ଣ୍ଣ ଭି ରକେଟ୍‌କୁ ଓ୍ବାଶିଂଟନ ମନୁମେଣ୍ଟ୍‌ର ପୂର୍ବ ପାଖରେ ଏକ ବିରାଟ ସ୍କ୍ରିନରେ ପ୍ରଦର୍ଶନ କରାଯାଇଛି। ଏହାର ଶେଷ ଭାଗରେ ୧୭ ମିନିଟ୍‌ର ସ୍ବତନ୍ତ୍ର ଶୋ’ଆପୋଲୋ ଫିଫ୍ଟି ଗୋ ଫର୍‌ ଦ ମୁନ୍‌’ ରହିଛି, ଯାହା ଆପୋଲୋ -୧୧ର ଉତ୍‌କ୍ଷେପଣକୁ ସ୍ମରଣ କରାଇଦେଉଛି। ଏହି ଶୋ’ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ପୂରା କାହାଣୀ ସ୍ଥାନ ପାଇଛି। ପ୍ରୋଜେକ୍ଟର ନିର୍ଦ୍ଦେଶକ ହେଉଛନ୍ତି ରିଚାର୍ଡ ସ୍ଲାନେ ଓ ମ୍ୟୁଜିକ ଦେଇଛନ୍ତି ଏମି ଆଓ୍ବାର୍ଡ। ଏହାକୁ ନ୍ୟାଶନାଲ ଏୟାର ଆଣ୍ଡ୍‌ ସ୍ପେସ୍‌ ମ୍ୟୁଜିୟମ୍‌ ଏବଂ ଦି ୟୁସ୍‌ ଡିପାର୍ଟମେଣ୍ଟ ଅଫ୍‌ ଇଣ୍ଟେରିୟର୍‌ ଆଣ୍ଡ୍‌ ୫୯ ପ୍ରଡକ୍‌ସନ୍‌ ଦ୍ୱାରା ପୂରା ଫ୍ରିରେ ପ୍ରଦର୍ଶନ କରାଯାଉଛି । ସିଏଟଲସ୍ଥିତ ଫ୍ଲାଇଟ୍‌ ମ୍ୟୁଜିୟମରେ ବି ’ଡେଷ୍ଟିନେସନ ମୁନ’୍‌ ଶୀର୍ଷକ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଆସନ୍ତା ବର୍ଷ ଜାନୁୟାରୀ ପର୍ଯ୍ୟନ୍ତ ଏହାକୁ ପ୍ରଦର୍ଶନ କରାଯିବ। ଆପୋଲୋ ମିଶନ୍‌ କଣ୍ଟ୍ରୋଲ୍‌ ରୁମ୍‌ ମଧ୍ୟ ସର୍ବସାଧାରଣଙ୍କ ଲାଗି ଖୋଲାଯାଇଛି।୧୯ ଜୁଲାଇରେ ନାସାର ଫ୍ଲାଇଟ୍‌ ଡାଇରେକ୍ଟର ଜିନ୍‌ କ୍ରେଂଜ୍‌ଙ୍କ ସହ କଥା ହେବାର ସୁଯୋଗ ବି ମିଳିବ। ଚନ୍ଦ୍ରପୃଷ୍ଠରେ ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ ରଖିଥିବା ପ୍ରଥମ ପାଦର ଭିଡିଓ ପ୍ରଦର୍ଶନ କରାଯିବ। ନାସାର ପ୍ରମୁଖ ଉତ୍‌କ୍ଷେପଣ ସମ୍ବନ୍ଧରେ ବୈଜ୍ଞାନିକମାନଙ୍କର ଅନୁଭବ ଓ ଆପୋଲୋର ଇଞ୍ଜିନିୟରଙ୍କ ଦ୍ୱାରା ପ୍ରସ୍ତୁତ ଏକ କାର୍ଯ୍ୟକ୍ରମ ବି ଏଥିରେ ସ୍ଥାନୀତ କରାଯାଇଛି। ସ୍ମିଥସନ ମ୍ୟୁଜିୟମରେ ନିଲ୍‌ ଆର୍ମଷ୍ଟ୍ରଙ୍ଗଙ୍କ ପୋଷାକକୁ ବି ସୁରକ୍ଷିତ ରଖାଯାଇଛି। ଫ୍ଲାଇଟ୍‌ ମ୍ୟୁଜିୟମରେ ମହାକାଶଚାରୀ ଏଡ୍‌ଓ୍ବିନ ଆଲ୍‌ଡ୍ରିନ ପିନ୍ଧିଥିବା ଗ୍ଲୋବ୍ସକୁ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିରିଆରେ ପେଟ୍ରୋଲ ଦାମ୍‌ରେ ୧୩୦ ପ୍ରତିଶତ ବୃଦ୍ଧି, ଲୋକେ ହସ୍ତସନ୍ତ…

ଦାମାସକସ୍‌, ୮।୮ : ଗତ ୧୧ ବର୍ଷଧରି ଯୁଦ୍ଧ ସଙ୍କଟ ଗ୍ରସ୍ତ ହୋଇଥିବା ସିରିଆରେ ଏବେ ଲୋକଙ୍କ ଉପରେ ସରକାର ପୁଣି ଏକ ବୋଝ ଲଦି...

ବିବାହ ଉତ୍ସବକୁ ସେନା ନିମନ୍ତ୍ରିତ

ଥିରୁଭାନନ୍ତପୁରମ୍‌: ବିବାହ ସମସ୍ତଙ୍କ ଜୀବନରେ ବହୁତ ଖାସ ମୁହୂର୍ତ୍ତ ହୋଇଥାଏ। ଏଥିସହ ବିବାହକୁ ସ୍ମରଣୀୟ କରିବାକୁ ମଧ୍ୟ ସମସ୍ତେ ଚାହିଁଥାନ୍ତି। ତେବେ ଏପରି ଘଟଣା ସାମ୍‌ନାକୁ...

ଶ୍ରୀଲଙ୍କାରେ ପୁଣି ଜରୁରୀକାଳୀନ ପରିସ୍ଥିତି ଜାରି

କଲମ୍ବୋ,୧୩।୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ଦେଶ ଛାଡି ପଳାଇବା ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଛି। କାର୍ଯ୍ୟକାରୀ ରାଷ୍ଟ୍ରପତି...

୧୦ ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରିବା ପାଇଁ କୂଅକୁ ଡେଇଁଲେ ଯୁବତୀ, ଆଉ ତା’ ପରେ…

ମହାରାଷ୍ଟ୍ରରୁ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଭୟରେ ଦେହ ଥରି ଉଠିବ। ଭିଡିଓରେ ଜଣେ ଯୁବତୀ ଏକ ବିରାଟକାୟ ଅଜଗରକୁ ପାଣିକୁ...

ଇରାକ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ

ବାଗଦାଦ, ୮ା୧୧: ଇରାକ ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ୍‌-କାଦିମିଙ୍କ ବାସଭବନକୁ ଟାର୍ଗେଟ କରି ରବିବାର ରକେଟ୍‌ ଓ ଡ୍ରୋନ ଯୋଗେ ବିସ୍ଫୋରଣ କରାଯାଇଛି। ତାଙ୍କୁ ହତ୍ୟା କରିବାକୁ...

ଫ୍ରାନ୍ସର ପରାଜୟ ପରେ ପ୍ୟାରିସରେ ଦଙ୍ଗା…

ପ୍ୟାରିସ,୧୯।୧୨ : କତାରରେ ଫିଫା ବିଶ୍ୱକପ ୨୦୨୨ ର ଫାଇନାଲରେ ଆର୍ଜେଣ୍ଟିନାଠାରୁ ଫ୍ରାନ୍ସର ଲଢ଼ୁଆ ପରାଜୟ ପରେ ଫୁଟବଲ ପ୍ରଶଂସକମାନେ ଦଙ୍ଗା କରିଛନ୍ତି। ଫୁଟବଲ ପ୍ରଶଂସକମାନେ...

ବ୍ରିଟେନକୁ ବ୍ୟାପିଲା ବର୍ଣ୍ଣବୈଷମ୍ୟ ବିକ୍ଷୋଭ: ଆମେରିକାର ୪୦ ସହରରେ କର୍ଫ୍ୟୁ,ବଙ୍କରରେ ଲୁଚିଲେ ଟ୍ରମ୍ପ୍‌

ଲଣ୍ଡନ,୨ା୬: ଆମେରିକାରେ ଜର୍ଜ ଫ୍ଲୋୟଡ୍‌ ନାମକ ଜଣେ କୃଷ୍ଣକାୟଙ୍କର ପୋଲିସ ନିର୍ଯାତନାରେ ମୃତ୍ୟୁ ପରେ ଦେଶରେ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ପୋଲିସ ବର୍ବରତା...

ଭୟଙ୍କର ଏରିଆ-୫୧, ଜାଣନ୍ତୁ ଏ ସମ୍ପର୍କରେ…

ଦୁନିଆରେ ଏପରି ଅନେକ ଅଜବ ସ୍ଥାନ ଅଛି, ଯାହା ବିଷୟରେ ଅନେକ ଦୀର୍ଘଦିନ ଧରି ଅନେକ କଥା ଚର୍ଚ୍ଚା ହେଉଛି। ଏଗୁଡ଼ିକ ମଧ୍ୟରୁ କିଛି ସତ...

Advertisement
Archives

Model This Week