ଆନ୍ଧ୍ର ବାସିନ୍ଦା, ଓଡ଼ିଶାରେ ଶିକ୍ଷକ

ବ୍ରହ୍ମପୁର ଅଫିସ୍‌/ ଦିଗପହଣ୍ଡି,୪ା୮(ଡି.ଏନ.ଏ.)-ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା। ହେଲେ ଶିକ୍ଷକତା କରୁଛନ୍ତି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ। ବିଶେଷକରି ଗଞ୍ଜାମ ଜିଲାର ପାତ୍ରପୁର, ଚିକିଟି, ରଙ୍ଗେଇଲୁଣ୍ଡା ଏବଂ ଦିଗପହଣ୍ଡି ବ୍ଲକରେ ମାଳମାଳ ଆନ୍ଧ୍ରନିବାସୀ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ସରକାରୀ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକତା କରୁଥିବା ଆନ୍ଧ୍ରପ୍ରଦେଶର ଏହି ବାସିନ୍ଦାମାନଙ୍କ ବାସିନ୍ଦା ପ୍ରମାଣପତ୍ର ଯାଞ୍ଚ ହେଉନାହିଁ। ଅନେକ ଜାଲ୍‌ ବାସିନ୍ଦା ପ୍ରମାଣପତ୍ର ତିଆରି କରି ସରକାରୀ ନିଯୁକ୍ତି ପାଇଛନ୍ତି। ଏଣୁ ତୁରନ୍ତ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଏଭଳି ଶିକ୍ଷକଙ୍କ ବାସିନ୍ଦା ପ୍ରମାଣପତ୍ର ଯାଞ୍ଚ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
ନିଯୁକ୍ତି ବେଳେ ଶିକ୍ଷାଗତ ଯୋଗ୍ୟତା ସହ ବାସିନ୍ଦା ପ୍ରମାଣପତ୍ର ମଧ୍ୟ ଯାଞ୍ଚ କରିବା କଥା। ହେଲେ ଆନ୍ଧ୍ରପ୍ରଦେଶର ମୂଳବାସୀନ୍ଦାମାନେ ଓଡ଼ିଶାର ବିଭିନ୍ନ ତହସିଲରୁ ଜାଲିଆତି କରି ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ହାସଲ କରିଛନ୍ତି। ନିଯୁକ୍ତି ସମୟରେ ବାସିନ୍ଦା ପ୍ରମାଣପତ୍ର ଦାଖଲ କରୁଛନ୍ତି। ହେଲେ ସେମାନଙ୍କ ପ୍ରମାଣପତ୍ରକୁ ଠିକ୍‌ ଭାବେ ଯାଞ୍ଚ କରାଯାଉନି। ଅନେକ ବର୍ଷ ହେଲା ଆନ୍ଧ୍ରପ୍ରଦେଶର ବହୁ ଯୁବତୀ ଯୁବକ ଗଞ୍ଜାମ ଜିଲାରେ ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି।
କିନ୍ତୁ ସରକାରୀସ୍ତରରେ କାହିଁକି ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି, ତାହା ମଧ୍ୟ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ୨୦୦୬ ରେ ଏଭଳି ଏକ ବଡ଼ ରାକେଟ୍‌ ପଦାକୁ ଆସିଥିଲା। ସେହି ବର୍ଷ ଡିସେମ୍ବର ୧୬ରେ ପାତ୍ରପୁରରେ ବ୍ଲକସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଥିଲା। ଏହି ନିଯୁକ୍ତି ମେଳା ଜରିଆରେ ୩୯ଜଣ ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ପାତ୍ରପୁର ବ୍ଲକରେ ଶିକ୍ଷୟିତ୍ରୀ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ପରବର୍ତ୍ତୀ ସମୟରେ ବାସିନ୍ଦା ପ୍ରମାଣପତ୍ର ଯାଞ୍ଚ ବେଳେ ଜାଲିଆତି ଧରାପଡ଼ିଥିଲା। ଏପରିକି ସେମାନଙ୍କ ନିଯୁକ୍ତିକୁ ରଦ୍ଦ କରାଯାଇଥିଲା। ଏହା ପରେ ବିଭିନ୍ନ ସମୟରେ କେତେକ ବୁଦ୍ଧିଜୀବୀଙ୍କ ପକ୍ଷରୁ ସୂଚନା ଅଧିକାର ଆଇନ୍‌ ବଳରେ ତଥ୍ୟ ମଗାଯାଇଛି। ହେଲେ ବିଭିନ୍ନ ଆଳରେ ତହସିଲ୍‌ କର୍ତ୍ତୃପକ୍ଷ ସୂଚନା ଦେବାକୁ ମନାକରି ଦେଇଛନ୍ତି। ଯାହା ଏହି ବଡ଼ ରାକେଟ୍‌ ପ୍ରତି ସନ୍ଦେହ ସୃଷ୍ଟି କରୁଛି। ପାତ୍ରପୁରର ଘଟଣାକୁ ମଧ୍ୟ ଚାପି ଦିଆଯାଇଛି। କେଉଁ ଅଜଣା ଶକ୍ତିର ନିର୍ଦ୍ଦେଶରେ ଅଧିକ ତଦନ୍ତ କରାଯାଉନି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଯୁବତୀ ଯୁବକମାନେ ବିଚ୍ଛିନ୍ନାଞ୍ଚଳ କୋଟାରେ ଗଞ୍ଜାମ, କୋରାପୁଟ ଏବଂ ଗଜପତି ଜିଲାର ବିଭିନ୍ନ ସିଟି ତାଲିମ ଅନୁଷ୍ଠାନରେ ସିଟି ପାସ୍‌ କରୁଛନ୍ତି। ତା’ପରେ ଜାଲିଆତି କରି ବାସିନ୍ଦା ପ୍ରମାଣପତ୍ର ହାତେଇ ଓଡ଼ିଶାରେ ଶିକ୍ଷୟିତ୍ରୀ ଶିକ୍ଷକ ଭାବେ ନିଯୁକ୍ତି ପାଉଛନ୍ତି। ପାତ୍ରପୁର ବ୍ଲକର ଯେଉଁ ୩୯ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ ହୋଇଥିଲା, ସେମାନେ ମଧ୍ୟ ଏଭଳି ଢଙ୍ଗରେ ନିଯୁକ୍ତି ପାଇଥିଲେ। ଏହି ପ୍ରସଙ୍ଗର ଆଉ ଏକ ଦିଗ ହେଲା, ଏମାନେ ପରବର୍ତ୍ତୀ ସମୟରେ ଯଦି ଆନ୍ଧ୍ରର କୌଣସି ବିଦ୍ୟାଳୟରେ ନିଯୁକ୍ତି ପାଉଛନ୍ତି, ତେବେ ଓଡ଼ିଶାରୁ ଇସ୍ତଫା ଦେଇ ଫେରିଯାଉଛନ୍ତି। ଏମିତି ମଧ୍ୟ ଘଟଣା ଦୃଷ୍ଟିକୁ ଆସିଛି, ସେମାନେ ଓଡ଼ିଶାରୁ ଇସ୍ତଫା ଦେଇ ପୁଣିରେ ଶିକ୍ଷକତା କରୁଛନ୍ତି।
ସେମାନେ ଗଞ୍ଜାମ ଜିଲାର ଚିକିଟି, ପୋଲସରା, ବ୍ରହ୍ମପୁର (କନିଷି) ପ୍ରଭୃତି ସିଟି ତାଲିମ ଅନୁଷ୍ଠାନଗୁଡିକରେ ୨ ବର୍ଷ ତାଲିମ ପାଇବା ପାଇଁ ବିଚ୍ଛନ୍ନାଞ୍ଚଳ କୋଟାରେ ନାମ ଲେଖାଉଥିବା ବେଳେ ଗଞ୍ଜାମ-ଗଜପତି ଜିଲାର ବହୁ ସଂଖ୍ୟକ ମେଧାବୀ ଛାତ୍ରୀଛାତ୍ର ସିଟି ତାଲିମରୁ ବଞ୍ଚିତ ହେଉଛନ୍ତି।
୨୭ତାରିଖରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ୍‌ ଯାଞ୍ଚ ଚାଲିଛି। ଏଣୁ ଏହି କ୍ରମରେ ଯଦି ସରକାରଙ୍କ ପକ୍ଷରୁ ବାସିନ୍ଦା ପ୍ରମାଣପତ୍ର ମଧ୍ୟ ଯାଞ୍ଚ କରାଯାନ୍ତା, ତେବେ ଆନ୍ଧ୍ରପ୍ରଦେଶର ବହୁ ମୂଳନିବାସୀ, ଯେଉଁମାନେ ଗଞ୍ଜାମରେ ଶିକ୍ଷକତା କରୁଛନ୍ତି ସେମାନେ ଧରାପଡ଼ିଯିବେ ବୋଲି ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି।
ସମ୍ପର୍କରେ ପାତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କୁରେଶୁ ସେଠୀ କୁହନ୍ତି, ନିୟମିତ ବ୍ୟବଧାନରେ ଏଭଳି ଅଭିଯୋଗ ହେଉଛି। ଆନ୍ଧ୍ରର ମୂଳନିବାସୀମାନେ ଏଠାରେ ଶିକ୍ଷକତା କରୁଥିବା ଅଭିଯୋଗ ହୋଇଛି। ଗତ କିଛି ଦିନ ପୂର୍ବେ ଦୁଇଜଣଙ୍କ ନାମରେ ଅଭିଯୋଗ ଆସିଥିଲା।
କିନ୍ତୁ ଯାଞ୍ଚ ବେଳେ ଅଭିଯୋଗ ମିଥ୍ୟା ବୋଲି ଜଣାପଡ଼ିଥିଲା।
ଯଦି କୌଣସି ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ନାମରେ ଅଭିଯୋଗ ହୁଏ, ତେବେ ତଦନ୍ତ କରାଯିବ।
ବର୍ତ୍ତମାନ ସରକାର କେବଳ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବାସିନ୍ଦା ପ୍ରମାଣପତ୍ର ପାଇଁ ନୁହଁ। ସରକାର ନିର୍ଦ୍ଦେଶ ଦେଲେ ବାସିନ୍ଦା ପ୍ରମାଣପତ୍ର ମଧ୍ୟ ଯାଞ୍ଚ ହେବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri