ବ୍ରହ୍ମପୁର ଅଫିସ୍/ ଦିଗପହଣ୍ଡି,୪ା୮(ଡି.ଏନ.ଏ.)-ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା। ହେଲେ ଶିକ୍ଷକତା କରୁଛନ୍ତି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ। ବିଶେଷକରି ଗଞ୍ଜାମ ଜିଲାର ପାତ୍ରପୁର, ଚିକିଟି, ରଙ୍ଗେଇଲୁଣ୍ଡା ଏବଂ ଦିଗପହଣ୍ଡି ବ୍ଲକରେ ମାଳମାଳ ଆନ୍ଧ୍ରନିବାସୀ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ସରକାରୀ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକତା କରୁଥିବା ଆନ୍ଧ୍ରପ୍ରଦେଶର ଏହି ବାସିନ୍ଦାମାନଙ୍କ ବାସିନ୍ଦା ପ୍ରମାଣପତ୍ର ଯାଞ୍ଚ ହେଉନାହିଁ। ଅନେକ ଜାଲ୍ ବାସିନ୍ଦା ପ୍ରମାଣପତ୍ର ତିଆରି କରି ସରକାରୀ ନିଯୁକ୍ତି ପାଇଛନ୍ତି। ଏଣୁ ତୁରନ୍ତ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଏଭଳି ଶିକ୍ଷକଙ୍କ ବାସିନ୍ଦା ପ୍ରମାଣପତ୍ର ଯାଞ୍ଚ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
ନିଯୁକ୍ତି ବେଳେ ଶିକ୍ଷାଗତ ଯୋଗ୍ୟତା ସହ ବାସିନ୍ଦା ପ୍ରମାଣପତ୍ର ମଧ୍ୟ ଯାଞ୍ଚ କରିବା କଥା। ହେଲେ ଆନ୍ଧ୍ରପ୍ରଦେଶର ମୂଳବାସୀନ୍ଦାମାନେ ଓଡ଼ିଶାର ବିଭିନ୍ନ ତହସିଲରୁ ଜାଲିଆତି କରି ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ହାସଲ କରିଛନ୍ତି। ନିଯୁକ୍ତି ସମୟରେ ବାସିନ୍ଦା ପ୍ରମାଣପତ୍ର ଦାଖଲ କରୁଛନ୍ତି। ହେଲେ ସେମାନଙ୍କ ପ୍ରମାଣପତ୍ରକୁ ଠିକ୍ ଭାବେ ଯାଞ୍ଚ କରାଯାଉନି। ଅନେକ ବର୍ଷ ହେଲା ଆନ୍ଧ୍ରପ୍ରଦେଶର ବହୁ ଯୁବତୀ ଯୁବକ ଗଞ୍ଜାମ ଜିଲାରେ ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି।
କିନ୍ତୁ ସରକାରୀସ୍ତରରେ କାହିଁକି ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି, ତାହା ମଧ୍ୟ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ୨୦୦୬ ରେ ଏଭଳି ଏକ ବଡ଼ ରାକେଟ୍ ପଦାକୁ ଆସିଥିଲା। ସେହି ବର୍ଷ ଡିସେମ୍ବର ୧୬ରେ ପାତ୍ରପୁରରେ ବ୍ଲକସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଥିଲା। ଏହି ନିଯୁକ୍ତି ମେଳା ଜରିଆରେ ୩୯ଜଣ ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ପାତ୍ରପୁର ବ୍ଲକରେ ଶିକ୍ଷୟିତ୍ରୀ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ପରବର୍ତ୍ତୀ ସମୟରେ ବାସିନ୍ଦା ପ୍ରମାଣପତ୍ର ଯାଞ୍ଚ ବେଳେ ଜାଲିଆତି ଧରାପଡ଼ିଥିଲା। ଏପରିକି ସେମାନଙ୍କ ନିଯୁକ୍ତିକୁ ରଦ୍ଦ କରାଯାଇଥିଲା। ଏହା ପରେ ବିଭିନ୍ନ ସମୟରେ କେତେକ ବୁଦ୍ଧିଜୀବୀଙ୍କ ପକ୍ଷରୁ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମଗାଯାଇଛି। ହେଲେ ବିଭିନ୍ନ ଆଳରେ ତହସିଲ୍ କର୍ତ୍ତୃପକ୍ଷ ସୂଚନା ଦେବାକୁ ମନାକରି ଦେଇଛନ୍ତି। ଯାହା ଏହି ବଡ଼ ରାକେଟ୍ ପ୍ରତି ସନ୍ଦେହ ସୃଷ୍ଟି କରୁଛି। ପାତ୍ରପୁରର ଘଟଣାକୁ ମଧ୍ୟ ଚାପି ଦିଆଯାଇଛି। କେଉଁ ଅଜଣା ଶକ୍ତିର ନିର୍ଦ୍ଦେଶରେ ଅଧିକ ତଦନ୍ତ କରାଯାଉନି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଯୁବତୀ ଯୁବକମାନେ ବିଚ୍ଛିନ୍ନାଞ୍ଚଳ କୋଟାରେ ଗଞ୍ଜାମ, କୋରାପୁଟ ଏବଂ ଗଜପତି ଜିଲାର ବିଭିନ୍ନ ସିଟି ତାଲିମ ଅନୁଷ୍ଠାନରେ ସିଟି ପାସ୍ କରୁଛନ୍ତି। ତା’ପରେ ଜାଲିଆତି କରି ବାସିନ୍ଦା ପ୍ରମାଣପତ୍ର ହାତେଇ ଓଡ଼ିଶାରେ ଶିକ୍ଷୟିତ୍ରୀ ଶିକ୍ଷକ ଭାବେ ନିଯୁକ୍ତି ପାଉଛନ୍ତି। ପାତ୍ରପୁର ବ୍ଲକର ଯେଉଁ ୩୯ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ ହୋଇଥିଲା, ସେମାନେ ମଧ୍ୟ ଏଭଳି ଢଙ୍ଗରେ ନିଯୁକ୍ତି ପାଇଥିଲେ। ଏହି ପ୍ରସଙ୍ଗର ଆଉ ଏକ ଦିଗ ହେଲା, ଏମାନେ ପରବର୍ତ୍ତୀ ସମୟରେ ଯଦି ଆନ୍ଧ୍ରର କୌଣସି ବିଦ୍ୟାଳୟରେ ନିଯୁକ୍ତି ପାଉଛନ୍ତି, ତେବେ ଓଡ଼ିଶାରୁ ଇସ୍ତଫା ଦେଇ ଫେରିଯାଉଛନ୍ତି। ଏମିତି ମଧ୍ୟ ଘଟଣା ଦୃଷ୍ଟିକୁ ଆସିଛି, ସେମାନେ ଓଡ଼ିଶାରୁ ଇସ୍ତଫା ଦେଇ ପୁଣିରେ ଶିକ୍ଷକତା କରୁଛନ୍ତି।
ସେମାନେ ଗଞ୍ଜାମ ଜିଲାର ଚିକିଟି, ପୋଲସରା, ବ୍ରହ୍ମପୁର (କନିଷି) ପ୍ରଭୃତି ସିଟି ତାଲିମ ଅନୁଷ୍ଠାନଗୁଡିକରେ ୨ ବର୍ଷ ତାଲିମ ପାଇବା ପାଇଁ ବିଚ୍ଛନ୍ନାଞ୍ଚଳ କୋଟାରେ ନାମ ଲେଖାଉଥିବା ବେଳେ ଗଞ୍ଜାମ-ଗଜପତି ଜିଲାର ବହୁ ସଂଖ୍ୟକ ମେଧାବୀ ଛାତ୍ରୀଛାତ୍ର ସିଟି ତାଲିମରୁ ବଞ୍ଚିତ ହେଉଛନ୍ତି।
୨୭ତାରିଖରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ୍ ଯାଞ୍ଚ ଚାଲିଛି। ଏଣୁ ଏହି କ୍ରମରେ ଯଦି ସରକାରଙ୍କ ପକ୍ଷରୁ ବାସିନ୍ଦା ପ୍ରମାଣପତ୍ର ମଧ୍ୟ ଯାଞ୍ଚ କରାଯାନ୍ତା, ତେବେ ଆନ୍ଧ୍ରପ୍ରଦେଶର ବହୁ ମୂଳନିବାସୀ, ଯେଉଁମାନେ ଗଞ୍ଜାମରେ ଶିକ୍ଷକତା କରୁଛନ୍ତି ସେମାନେ ଧରାପଡ଼ିଯିବେ ବୋଲି ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି।
ସମ୍ପର୍କରେ ପାତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କୁରେଶୁ ସେଠୀ କୁହନ୍ତି, ନିୟମିତ ବ୍ୟବଧାନରେ ଏଭଳି ଅଭିଯୋଗ ହେଉଛି। ଆନ୍ଧ୍ରର ମୂଳନିବାସୀମାନେ ଏଠାରେ ଶିକ୍ଷକତା କରୁଥିବା ଅଭିଯୋଗ ହୋଇଛି। ଗତ କିଛି ଦିନ ପୂର୍ବେ ଦୁଇଜଣଙ୍କ ନାମରେ ଅଭିଯୋଗ ଆସିଥିଲା।
କିନ୍ତୁ ଯାଞ୍ଚ ବେଳେ ଅଭିଯୋଗ ମିଥ୍ୟା ବୋଲି ଜଣାପଡ଼ିଥିଲା।
ଯଦି କୌଣସି ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ନାମରେ ଅଭିଯୋଗ ହୁଏ, ତେବେ ତଦନ୍ତ କରାଯିବ।
ବର୍ତ୍ତମାନ ସରକାର କେବଳ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବାସିନ୍ଦା ପ୍ରମାଣପତ୍ର ପାଇଁ ନୁହଁ। ସରକାର ନିର୍ଦ୍ଦେଶ ଦେଲେ ବାସିନ୍ଦା ପ୍ରମାଣପତ୍ର ମଧ୍ୟ ଯାଞ୍ଚ ହେବ ବୋଲି ସେ ପ୍ରକାଶ କରିଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ View All
ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ
ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…
ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…
ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…
ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍; ଚାଲିଗଲା…
ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…
ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…
ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…
ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…
ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…
ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍ ପରୀକ୍ଷା, ବାଇକ୍ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ
ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…
ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…
ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…
ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍, ଅର୍ଥ ଅନୁମୋଦନ କେବେ…?
ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…
Archives

