ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଣିକପାଟଣା ଗ୍ରାମ: ୯ମାସ ହେଲା ଅନ୍ଧାରରେ ଗ୍ରାମବାସୀ

ରାୟଗଡ଼(ଗଜପତି),୧୬।୧(ଡି.ଏନ୍‌.ଏ.) ତିତ୍‌ଲି ବାତ୍ୟାକୁ ବର୍ଷେ ପୁରିଥିଲେ ମଧ୍ୟ ଗଜପତି ଜିଲାର ଅନେକ ଅଞ୍ଚଳକୁ ଏ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ଫଳରେ ଗ୍ରାମବାସୀ ଅନ୍ଧାରରେ ରହୁଛନ୍ତି। ଆନ୍ଧ୍ର-ଓଡିଶା ସୀମାନ୍ତ ଏହି ଗ୍ରାମ ପାଇଁ ଆନ୍ଧ୍ର ପ୍ରଦେଶର ବିଦ୍ୟୁତ ସେବା ହିଁ ସାହାଭରସା ବୋଲି ଗ୍ରାମବାସୀ କହିଛନ୍ତି। ଏପରି ସ୍ଥିତି ଦେଖିବାକୁ ମିଳିଛି ଗଜପତି ଜିଲା ରାୟଗଡ଼ ବ୍ଲକ୍‌ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗ୍ରାମରେ।
ପ୍ରକାଶ ଯେ, ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ଏହି ଗ୍ରାମରେ ପ୍ରାୟ ୪୫ ପରିବାରର ୧୫୦ ସଦସ୍ୟ ବସବାସ କରିଆସୁଛନ୍ତି। ଗ୍ରାମର କିଛି ଜମି ଓଡ଼ିଶାରେ ରହିଥିବାବେଳେ ଆଉ କିଛି ଜମି ଆନ୍ଧ୍ରରେ ରହିଛି। ଫଳରେ କେତେକ ପରିବାର ଆନ୍ଧ୍ର ଜମିରେ ଘର କରିଥିବାରୁ ସେମାନେ ଆନ୍ଧ୍ର ସରକାରଙ୍କ ଠାରୁ ସୁବିଧା ସୁଯୋଗ ଯୋଗାଉଥିବା ଗ୍ରାମବାସୀ କହିଛନ୍ତି। ତିତ୍‌ଲି ମହାବାତ୍ୟାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ଆନ୍ଧ୍ର ସରକାର ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ଗ୍ରାମର କେତେକ ଲୋକଙ୍କୁ ବିଦ୍ୟୁତ୍‌ ସେବା ଯୋଗାଇଥିଲେ। ଓଡ଼ିଶା ସରକାରଙ୍କ ତରଫରୁ ମଧ୍ୟ ୨୦୧୯ ମାର୍ଚ୍ଚରେ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା। ତେବେ ମାତ୍ର କିଛି ଦିନ ଗ୍ରାମବାସୀ ଆଲୁଅ ପାଇଥିବାବେଳେ ଟ୍ରାନ୍ସଫର୍ମର ନଷ୍ଟ ହୋଇଥିଲା। ଇତିମଧ୍ୟରେ ୯ମାସ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇନାହିଁ। ୨୦୧୯ ସେପ୍ଟେମ୍ବର ୧୬ରେ ଗଙ୍ଗାବାଡ଼ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଗ୍ରାମବାସୀ ଅଭିଯୋଗ କରିବା ପରେ ଶୀଘ୍ର ନୂଆ ଟ୍ରାନ୍ସଫର୍ମର ବସାଇ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି ସାଉଥ୍‌କୋ ନିର୍ବାହୀ ଯନ୍ତ୍ରୀ ଗଙ୍ଗାଗୌରୀ ପ୍ରସାଦ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ। ତେବେ ପ୍ରତିଶ୍ରୁତିର ୪ମାସ ବିତିଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ। ଫଳରେ ଆନ୍ଧ୍ର ଜମିରେ ଘର କରିଥିବା ଗ୍ରାମର କେତେକ ପରିବାର ଆଲୁଅ ପାଇଥିବାବେଳେ ଓଡ଼ିଶାରେ ଥିବା ପରିବାର ଅନ୍ଧାରରେ ରହୁଛନ୍ତି। ଏପରିକି ଓଡ଼ିଶାରେ ଥିବା ବିଦ୍ୟୁତ ଖୁଣ୍ଟରେ ଆନ୍ଧ୍ର ରାଜ୍ୟର ବିଦ୍ୟୁତରେ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁଥିବା ଦେଖିବାକୁ ମିଳୁଛି। ଗ୍ରାମରେ ହିନ୍ଦୁ ଓ ଖ୍ରୀଷ୍ଟିୟାନ ଉଭୟ ସମ୍ପ୍ରଦାୟର ଲୋକେ ବସବାସ କରୁଥିବାବେଳେ ବଡ଼ଦିନ ପର୍ବ ଏମାନେ ଅନ୍ଧାରରେ ପାଳିଥିଲେ। ଏବେ ପୋଙ୍ଗଲ୍‌କୁ ମଧ୍ୟ ଅନ୍ଧାରରେ ପାଳିଥିବା ଦେଖିବାକୁ ମିଳିଛି। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ତୁରନ୍ତ ଟ୍ରାନ୍ସଫର୍ମର ମରାମତି କିମ୍ବା ନୂତନ ଟ୍ରାନ୍ସଫର୍ମର ବସାଇ ବିଦ୍ୟୁତ୍‌ ସଂଯୋଗ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଅସନ୍ତୋଷ ଆନ୍ଦୋଳନର ରୂପ ନେବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅଳସ ଶବର, କନ୍ତାରୁ ଶବର, ବାଳାୟା ଶବର, ମଧୁସୂଦନ ଶବର, ସୁଦନ ଶବର, ପ୍ରଧାନ ଶବର, ମଧୁ ଶବର, ସୁମିତ୍ରା ଶବର, ଚନ୍ଦ୍ରମଣି ଶବର ଓ ଶାନ୍ତି ଶବର ଚେତାବନୀ ଦେଇଛନ୍ତି। ଏ ବିଷୟରେ ସାଉଥକୋ କନିଷ୍ଠ ଯନ୍ତ୍ରୀ ଦେବବ୍ରତ ସାହୁଙ୍କ ସହ ଯୋଗାଯୋଗ କରିବାରୁ ମାଣିକପାଟଣାର ଟ୍ରାନ୍ସଫର୍ମର ବ୍ରେକ୍‌ଡାଉନ୍‌ ରିପୋର୍ଟ ମୁଁ ଜିଲା କାର୍ଯ୍ୟାଳୟକୁ ପଠାଇ ଦେଇଛି। ଗ୍ରାମବାସୀ ୨୫କେଭି କ୍ଷମତାର ଏକ ଟ୍ରାନ୍ସଫର୍ମର ରଖିଛନ୍ତି। କିନ୍ତୁ ଉକ୍ତ ଗ୍ରାମରେ ୧୬କେଭି କ୍ଷମତା ବିଶିଷ୍ଟ ଖୁଣ୍ଟ ଓ ତାରର ବ୍ୟବସ୍ଥା ଥିବାରୁ ସଂଯୋଗ ହୋଇପାରୁନାହିଁ, ଶୀଘ୍ରଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଦେଇ ଦିଲ୍ଲୀ ଟ୍ରେନ ଚଳାଚଳ ଦାବି: ଦାବି ପୂରଣ ନ ହେଲେ ରେଳରୋକୋ

କେନ୍ଦୁଝର,୫।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ରେଳବାଇ ରାଜସ୍ବ ଆଦାୟ କ୍ଷେତ୍ରରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ହେଲେ ରେଳ ବିଭାଗ କେନ୍ଦୁଝର ଜିଲାକୁ...

ଗୋଟିଏ ପୋଲ: ୨ ଥର ଶିଳାନ୍ୟାସ

ଲଙ୍ଗଳେଶ୍ୱର,୫।୧୨(କମଳାକାନ୍ତ ଦାସ): ଗୋଟିଏ ପୋଲକୁ ଦୁଇଥର ଶିଳାନ୍ୟାସ। ସକାଳେ ବିଧାୟକ ଏବଂ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହି ଗୋଟିଏ ଜାଗାରେ ଫଳକ ଶିଳାନ୍ୟାସ କରିଥିବା ବେଳେ...

ଜାଲ୍‌ ତଥ୍ୟ ଦେଇ ଆବାସ ହାତେଇଥିଲେ ନାଏବ ସରପଞ୍ଚ

ରସୁଲପୁର,୫ା୧୨(ରଞ୍ଜତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ବାହାଦଲାପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତର ନାଏବ ସରପଞ୍ଚ ତିଳୋତ୍ତମା ନାୟକ...

ବାତ୍ୟା ‘ମିଗ୍‌ଜୋମ’: ପ୍ରବଳ ବର୍ଷା ନେଇ ଚିନ୍ତାରେ ଚାଷୀ

ଛତ୍ରପୁର,୫।୧୨(ଦିଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

କୋରେଇରେ ଛପି ରହିଛନ୍ତି ନକଲି ଶିକ୍ଷକ

କୋରେଇ,୫ା୧୨(ଚନ୍ଦ୍ରକାନ୍ତ ପତି) : ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଚାକିରିକୁ ନେଇ ତୁମ୍ବିତୋଫାନ ଚାଲିଛି। ରାଜ୍ୟର ବିଭିନ୍ନ ଜିଲାର ଅନେକ ଯୁବତୀଯୁବକ ନକଲି ପ୍ରମାଣପତ୍ର ଦେଇ...

ବାତ୍ୟା ‘ମିଗଜୋମ’ର ପ୍ରଭାବ: ଆସନ୍ତାକାଲି ଗଜପତିରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତର

ଟିଟିଲାଗଡ଼,୫।୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ କତରକେଲା ରେଲ ଫାଟକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ୍‌ ଯାଉଥିବା ଏକ ପିକଅପ୍‌...

ଖୁବଶୀଘ୍ର ଗଠନ ହେବ ପଦ୍ମପୁର ଜିଲା, ଜିଲାପାଳ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ

ପଦ୍ମପୁର, ୪ା୧୨(ପ୍ରଦୀପ୍ତ ଦାଶ ) ପଦ୍ମପୁରରେ ନୂତନ ଜିଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୂପଣ ପାଇଁ ଉତ୍ତରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଲାଇଙ୍କ ନେତୃତ୍ୱରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri