ଆନ୍ଧ୍ରରେ ଫଶି ରହିଛନ୍ତି ଓଡ଼ିଆ ଯୁବକ : ସହାୟତା ପାଇଁ ଉପଜିଲାପାଳଙ୍କୁ ଗୁହାରି କଲେ ବାପା

ସଜନାଗଡ଼, ୨୪।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ଔପଦା ବ୍ଲକ ଢ଼ୋଲପୁର ଗ୍ରାମର କେଶବ ଚନ୍ଦ୍ର ନାୟକଙ୍କ ପୁଅ କମଳାକାନ୍ତ ପରିବାର ପ୍ରତିପୋଷଣ ପାଇଁ ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲାର ଏକ ଗ୍ରାନାଇଟ୍‌ କମ୍ପାନୀରେ କାମ କରିବାକୁ ଯାଇ ସେଠାରେ ଫଶି ରହିଛନ୍ତି। ‘କରୋନା’ ଭୟ ଯୋଗୁ କମ୍ପାନୀ ବନ୍ଦ ହୋଇଯାଇଛି। ସେଠାରେ ଶ୍ରମିକଙ୍କୁ ଚଳିବା ପାଇଁ କମ୍ପାନୀ ଟଙ୍କା ପ୍ରଦାନ କରିନାହିଁ କିମ୍ବା ପ୍ରାପ୍ୟ ଦେଇନାହଁ। ଫଳରେ କମଳାକାନ୍ତଙ୍କ ସମେତ ଅନ୍ୟମାନେ ଭୋକ ଉପାସରେ ରହି ଜୀବନ ବିକଳରେ ଟେଲିଫୋନ୍‌ କରି ନିଜ ପରିବାରକୁ ଏ ବିଷୟରେ ଜଣାଇଥିଲେ। କମଳାକାନ୍ତଙ୍କ ବୃଦ୍ଧ ପିତା, ଗ୍ରାମବାସୀ ନିରଞ୍ଜନ ବାରିକ, ନିର୍ମାଲ୍ୟ ପ୍ରଧାନ, ରବୀନ୍ଦ୍ର ନାୟକ ପ୍ରମୁଖ ସୋମବାର ମିଳିତଭାବେ ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କୁ ଭେଟି କମଳାକାନ୍ତଙ୍କୁ ଫେରାଇ ଆଣିବା ପାଇଁ ଗୁହାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri