ଆନ୍ଧ୍ରପ୍ରଦେଶରେ ଫସିଥିବା ୭୦ ଓଡ଼ିଆ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଲା ‘ଓଡ଼ିଶା-ମୋ ପରିବାର’

ଭୁବନେଶ୍ୱର,୨୫।୩(ବ୍ୟୁରୋ):ଘାତକ କରୋନା ଭୂତାଣୁ ମୁକାବିଲାକୁ ନେଇ ଉପୁଜିଥିବା ଜଟିଳ ପରିସ୍ଥିତିରେ ଓଡ଼ିଶାର ୭୦ ଶ୍ରମିକ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ଅନ୍ତର୍ଗତ ପେଡ଼ାତଡ଼େପଲ୍ଲୀ ସ୍ଥାନରେ ଫସି ରହିଥିଲେ। ସେମାନଙ୍କୁ ସହାୟତାର ହାତ ବଢ଼ାଇଛି ‘ଓଡ଼ିଶା ମୋ ପରିବାର’।

ସୂଚନାନୁଯାୟୀ, ଭଦ୍ରକର ୧୫ଜଣ ଓ ଗଞ୍ଜାମର ୫୫ଜଣ ମୋଟ ୭୦ଜଣ ଓଡ଼ିଆ ଶ୍ରମିକ ଏକ ସୂତାକଳରେ କାର୍ଯ୍ୟ କରୁଥିଲେ। ଏବେ ସମଗ୍ର ଦେଶରେ ଲକ୍‌ଡାଉନ୍‌ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସେମାନଙ୍କୁ ମାଲିକ ଦୁଇମାସରୁ ଊର୍ଦ୍ଧ୍ୱ ଦରମା ନ ଦେଇ ବାସସ୍ଥାନ ଛାଡ଼ି ନିଜ ଗୃହକୁ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ପରିସ୍ଥିତିରେ ଅସହାୟ ହୋଇପଡ଼ିଥିବା ଶ୍ରମିକଙ୍କ ବିଷୟରେ ‘ଓଡ଼ିଶା ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ ଜାଣିବାକୁ ପାଇଥିଲେ। ପରେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏ ବିଷୟରେ ଅବଗତ କରାଇଥିଲେ। ସେଠାରୁ ଆନ୍ଧ୍ରପ୍ରଦେଶର ଲେବର କମିଶନରଙ୍କ ସହ ଯୋଗାଯୋଗ କରାଯାଇଥିଲା। ପରେ ସୂତାକଳର ମାଲିକ ସେଠାରେ ଥିବା ୬ଶହ ଶ୍ରମିକଙ୍କୁ ବାସସ୍ଥାନ ସହ ଖାଦ୍ୟ ଯୋଗାଇ ଦେଇଛନ୍ତି। ଏହାକୁ ନେଇ ଓଡ଼ିଆ ଶ୍ରମିକମାନେ ମୁଖ୍ୟମନ୍ତ୍ରୀ, ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଲେବର କମିଶନର ଏବଂ ଓଡ଼ିଶା ମୋ ପରିବାରର ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏବର୍ଷ ହେବନି ନାଗାର୍ଜୁନ ବେଶ

ପୁରୀ ଅଫିସ, ୧୦।୨: ଚଳିତ ବର୍ଷ ମହାପ୍ରଭୁଙ୍କର ଦୁର୍ଲ୍ଲଭ ନାଗାର୍ଜୁନ ବେଶ ହେବ ନାହିଁ। କାରଣ ଚଳିତବର୍ଷର ପଞ୍ଜିକାରେ ଏହା ପଡୁନାହିଁ। ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ...

ପଦ୍ମ ଧରିଲେ ଅଞ୍ଜଳି

ଭୁବନେଶ୍ବର,୧୮।୧୦(ବ୍ୟୁରୋ) : ଭାଜପାରେ ମିଶିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତ୍ରୀ ଅଞ୍ଜଳି ବେହେରା । ସୋମବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

ହାଇକୋର୍ଟରେ ପରୀ ମାମଲା : ୭ରେ ପରବର୍ତ୍ତୀ ଶୁଣାଣି

ନୟାଗଡ଼ ଅଫିସ, ୫।୫: ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ବୁଧବାର ନାବାଳକ କଲେଜ ଛାତ୍ରଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି ହୋଇଛି ।...

ପ୍ରେମିକାଙ୍କୁ ଅପହରଣ ପରେ ହତ୍ୟା: ମାଟିତଳୁ ମିଳିଲା ମୃତଦେହ

ବ୍ରହ୍ମଗିରି,୨୬।୭(ଡି.ଏନ.ଏ): ପ୍ରଥମେ ପ୍ରେମ। ତା’ପରେ ପ୍ରତାରଣା କରି ଶେଷରେ ପ୍ରେମିକାକୁ ଅପହରଣ କରି ହତ୍ୟା କରିଛି ପ୍ରେମିକ। ସମସ୍ତ ପ୍ରମାଣକୁ ଲୁଚାଇବାକୁ ଯାଇ ଗାଁଠାରୁ ୫...

ଆଇପିଏସ୍‌ ଅଫିସର ପରିଚୟ ଦେଇ ୭୧ ହଜାର ଠକିନେଲେ

ଭୁବନେଶ୍ବର,୭ା୧୦(ବ୍ୟୁରୋ):ଆଇପିଏସ୍‌ ଅଫିସର ପରିଚୟ ଦେଇ ଅଶ୍ଳୀଳ ଭିଡିଓ ଭାଇରାଲ କରିବାର ଧମକ ଦେଇ ସାଇବର ଠକ ଜଣେ ଯୁବକଙ୍କଠାରୁ ୭୧ହଜାର ଟଙ୍କା ଠକି ନେଇଛନ୍ତି। ଠକାମିରେ...

ପୁରୀରେ ମୁଖ୍ୟମନ୍ତ୍ରୀ ରୋଡ୍‌ ଶୋ କରି ଭୋଟ ମାଗିଲେ

ପୁରୀ ଅଫିସ, ବ୍ରହ୍ମଗିରି, ୨୦ା୪ (ଡି.ଏନ୍‌.ଏ.): ଆସନ୍ତା ୨୩ ତାରିଖରେ ପୁରୀ ଲୋକ ସଭା ଏବଂ ଏହା ଅଧୀନରେ ଥିବା ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ହେବ। ତେଣୁ ଦଳୀୟ...

ଆରମ୍ଭ ହେଲା ‘ସର୍‌ଗି ଫୁଲ’

ଭୁବନେଶ୍ୱର,୨୯।୧୦ (ବ୍ୟୁରୋ): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଗୁରୁବାର ‘ସର୍‌ଗି ଫୁଲ’ ଉଦ୍‌ଘାଟିତ ହୋଇଯାଇଛି। ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ଏହି...

ନିଯୁକ୍ତି ଦାବିରେ କାରଖାନା ଆଗରେ ଧାରଣା

ଖୁଣ୍ଟୁଣୀ,୧୮ା୧( ଡି.ଏନ.ଏ .): ଖୁଣ୍ଟୁଣୀ ଥାନା ଅଧୀନ ରାଧାଶ୍ୟାମପୁରଠାରେ ପ୍ରତିଷ୍ଠିତ ଏକ ସିମେଣ୍ଟ କାରଖାନାକୁ ଜମି ଦେଇ ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ପାଇ ନ...

Advertisement
Archives

Model This Week