Posted inଫୁରସତ

ଆନ୍ତର୍ଜାତିକ ଓଜୋନ ସ୍ତର ସଂରକ୍ଷଣ ଦିବସ : ସୁସ୍ଥ ପୃଥିବୀ ପାଇଁ ସଂକଳ୍ପ

ଓଜୋନ୍‌ ଆମ ବାୟୁମଣ୍ଡଳରେ ପୃଥିବୀ ପୃଷ୍ଠରୁ ୧୦ ରୁ ୪୦ କିଲୋମିଟର (ଷ୍ଟ୍ରାଟୋସ୍ଫିୟର)ମଧ୍ୟରେ ରହିଛି। ପୃଥିବୀ ପୃଷ୍ଠରେ ଏହାର ପରମାଣ ଖୁବ୍‌ କମ୍‌। କିନ୍ତୁ ବାୟୁମଣ୍ଡଳର ୯୦ ପ୍ରତିଶତ ଓଜୋନ୍‌ ଷ୍ଟ୍ରଟୋସ୍ଫିୟରରେ ହିଁ ରହିଛି। ଏହା ଆମ ଜୀବନ ପାଇଁ ଅତି ଦରକାରୀ। ଷ୍ଟ୍ରଟୋସ୍ଫିୟରରେ ଥିବା ଓଜୋନ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମିର ପ୍ରଭାବରୁ ଆମକୁ ରକ୍ଷା କରେ।ଏହା ବି ବାୟୁମଣ୍ଡଳର ନିମ୍ନସ୍ତରରେ ରହି ବାୟୁମଣ୍ଡଳରୁ ବିଷାକ୍ତ କଣିକା ଦୂର କରିବାରେ ସାହାଯ୍ୟ କରେ । ୧୯୮୫ରେ ପ୍ରଥମେ ଆଣ୍ଟାର୍କଟିକା ଉପରେ ଏକ ଓଜୋନ ହୋଲ୍‌ ବା ଗର୍ତ୍ତ ହୋଇଥିବା ବ୍ରିଟିଶ ଆଣ୍ଟାର୍କାଟିକା ସର୍ଭେରେ ପ୍ରକାଶ ପାଇଥିଲା। ଓଜୋନ୍‌ ହୋଲ୍‌ ପ୍ରଥମେ ନୋବେଲ ପୁରସ୍କାର ବିଜେତା ଶେର୍‌ଉଡ ରୋଲ୍ୟାଣ୍ଡ ଠାବ କରିଥିଲେ। ପରେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇବା ସହ ଏହାର ସୁରକ୍ଷା ଉପରେ ଜାତିସଂଘ ଗୁରୁତ୍ୱ ଦେଇଥିଲା।
ଆମେ ଅତ୍ୟଧିକ ରାସାୟନିକ ପଦାର୍ଥ ବ୍ୟବହାର ତଥା କାର୍ବନ୍‌ଡାଇଅକ୍ସାଇଡ ନିର୍ଗମନ କରାଇବା ଦ୍ୱାରା ବାୟୁମଣ୍ଡଳର ଉପର ଓ ନିମ୍ନ ସ୍ତରରେ ଥିବା ଓଜୋନ ସ୍ତରରେ କ୍ଷତି ହେଉଛି। ଆମେ ବ୍ୟବହାର କରୁଥିବା ବହୁ ରାସାୟନିକ ପଦାର୍ଥ ମୁଖ୍ୟତଃ କ୍ଲୋରିନ ଓ ବ୍ରୋମିନ ଥିବା ମିଥାଇଲ ବ୍ରୋମାଇଡ , ମିଥାଇଲ କ୍ଲେରୋଫର୍ମ, କାର୍ବନ ଟେଟ୍ରାକୋଲରାଇଡ ଦ୍ୱାରା ଓଜୋନ ସ୍ତର ବେଶି କ୍ଷତି ହେଉଛି। କ୍ଲୋରୋଫ୍ଲୁରୋକାର୍ବନ୍‌ସ ଓ ହାଇଡ୍ରୋକ୍ଲୋରୋଫ୍ଲୁରୋକାର୍ବନ୍‌ସ ବି ଓଜୋନ ପରସ୍ତକୁ ଦୁର୍ବଳ କରୁଛି। ବିଶ୍ୱର ଅନେକ ଦେଶ ଓଜୋନ ସ୍ତରକୁ ଦୁର୍ବଳ କରୁଥିବା ପଦାର୍ଥ ଉପରେ ନିୟନ୍ତ୍ରଣ ଅଣିବା ପାଇଁ ମଣ୍ଟ୍ରିଲ ପ୍ରୋଟୋକଲରେ ୧୯୮୭ ସେପ୍ଟେମ୍ବର ୧୬ରେ ହସ୍ତାକ୍ଷର କରିଥିଲେ। ଏହାକୁ ସ୍ମରଣ କରିବା ପାଇଁ ୧୯୯୪ରେ ଜାତିସଂଘ ପକ୍ଷରୁ ସେପ୍ଟେମ୍ବର ୧୬କୁ ଆନ୍ତର୍ଜାତିକ ଓଜୋନ ସ୍ତର ସଂରକ୍ଷଣ ଦିବସ ଭାବେ ଘୋଷଣା କରାଯାଇଥିଲା। ଓଜୋନ ସ୍ତରକୁ କ୍ଷତି କରୁଥିବା ରାସାୟନିକ ପଦାର୍ଥର ଉପତ୍ାଦନ ଓ ବ୍ୟବହାରକୁ ନିୟନ୍ତ୍ରଣ କରିବା ମଣ୍ଟ୍ରିଲ ପ୍ରୋଟୋକଲର ମୁଖ୍ୟ ଲକ୍ଷ୍ୟ। ପ୍ରାୟ ୧୦୦ଟି ରାସାୟନିକ ପଦାର୍ଥକୁ ନିୟନ୍ତ୍ରଣ କରିବା ଉପରେ ଏହା ଜୋର୍‌ ଦିଏ। ଏହାପରେ ତିନି ଦଶନ୍ଧି ଧରି ଓଜୋନ ପରସ୍ତ ଓ ଜଳବାୟୁକୁ ସୁରକ୍ଷା ଦେବାରେ ଆନ୍ତର୍ଜତିକ ସ୍ତରରେ ମିଳିଥିବା ସହଯୋଗକୁ ସମୀକ୍ଷା ହେଉଛି ଚଳିତବର୍ଷ (୨୦୧୯)ର ଏହି ଦିବସ ପାଳନର ଲକ୍ଷ୍ୟ। ଜୀବନ ଓ ପୃଥିବୀକୁ କେମିତି ସୁସ୍ଥ ରଖିହେବ ତାହା ପାଇଁ ଏହା ଆମକୁ ସ୍ମରଣ କରିପାରିଛି। ରେଫ୍ରିଜେରେଟର ,ଏୟାର କଣ୍ଡିସନର ଏବଂ ଅନ୍ୟ ଉପତ୍ାଦ ଯାହା ଓଜୋନକୁ କ୍ଷତି କରୁଛି ତାହାକୁ କମାଇବା ଲାଗି ମଣ୍ଟ୍ରିଲ ପ୍ରୋଟୋକଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ଫଳସ୍ବରୂପ ୨୦୧୮ରେ ଓଜୋନ ସ୍ତରରେ ଉନ୍ନତି ଆସିଥିବା ଏକ ବୈଜ୍ଞାନିକ ଆକଳନରୁ ଜଣାଯାଇଛି। ୨୦୦୦ରୁ ପ୍ରତି ଦଶନ୍ଧିରେ ଓଜୋନ ପରସ୍ତର ୧.୩ ପ୍ରତିଶତ ଭରଣା ହୋଇପାରିଛି। ଏହା ମଧ୍ୟ ପ୍ରକାଶ କରିଛି ଯେ ୨୦୩୦ ସୁଦ୍ଧା ଉତ୍ତର ଗୋଲାର୍ଦ୍ଧ ଓ ମଧ୍ୟ ଅକ୍ଷାଂଶ ଅଞ୍ଚଳରେ କ୍ଷତି ହୋଇଥିବା ଓଜୋନ ସ୍ତର ପୂରା ପୂରଣ ହୋଇଯିବ। ଦକ୍ଷିଣ ଗୋଲାର୍ଦ୍ଧରେ ୨୦୫୦ ଓ ମେରୁ ଅଞ୍ଚଳରେ ୨୦୬୦ ସୁଦ୍ଧା ଏହା ପୂରଣ ହୋଇଯିବ ବୋଲି କୁହାଯାଇଛି। ଓଜୋନ ସ୍ତରକୁ ସୁରକ୍ଷା କରିବା ପାଇଁ ନିଯାଉଥିବା ପଦକ୍ଷେପ ବି ପରୋକ୍ଷରେ ୧୯୯୦ରୁ ୨୦୧୦ ମଧ୍ୟରେ ଜଳବାୟୁ ପରିବର୍ତ୍ତନକୁ ରୋକିବାରେ କିଛି ସଫଳତା ପାଇଛି। ୧୩୫ ବିଲିୟନ ଟନ୍‌ କାର୍ବନ ଡାଇଅକ୍ସାଇଡ ନିର୍ଗମନ କମ୍‌ କରିବାରେ ସକ୍ଷମ ହୋଇଛି। ୨୦୦୯, ସେ୍ଯଯେମ୍ବର ୧୬ରେ ଭିଏନା କନଭେନଶନ ଏବଂ ମଣ୍ଟ୍ରିଲ ପ୍ରୋଟୋକଲ ମଧ୍ୟରେ ସାର୍ବଭୌମିକ ସମର୍ଥନ ଲାଭ କରିବା ପାଇଁ ଏକ ଚୁକ୍ତି ବି କରାଯାଇଛି।୨୦୧୬ ଅକ୍ଟୋବର ୧୫ରେ ରାଓ୍ବଣ୍ଡାର କିଗାଲିରେ ଓଜୋନ ପରସ୍ତକୁ କ୍ଷତି କରୁଥିବା ପଦାର୍ଥ ଉପରେ ମଣ୍ଟ୍ରିଲ ପ୍ରୋଟୋକଲର ଅଂଶୀଦାର ଦେଶମାନଙ୍କ ମଧ୍ୟରେ ଏକ ବୁଝାମଣା ବି ହୋଇଛି। ଓଜୋନର ସୁରକ୍ଷା ଆମ ସମସ୍ତଙ୍କର। ଏଥିପ୍ରତି ସଜାଗ ରହିଲେ ଏକ ସୁସ୍ଥ ପୃଥିବୀ ଆମକୁ ତଥା ଆମ ପରପିଢିକୁ ସ୍ବାଗତ କରିବ । ୨୦୧୮ରେ ଏହି ଦିବସର ସ୍ଲୋଗାନ ଥିଲା- ‘ମଣ୍ଟ୍ରିଲ ପ୍ରୋଟୋକଲ :ଶାନ୍ତ ରୁହ ଓ ଆଗେଇ ଚାଲ’ । ୨୦୧୯ରେ ଏହିି ଦିବସର ସ୍ଲେଗାନ ରହିଛି -”୩୨ ବର୍ଷ ଏବଂ ଉପଚାର।’ ଏହାର ସମୀକ୍ଷା କରି ସାରା ବିଶ୍ୱ ଏକ ମହତ ଦିଶାରେ ଆଗେଇବାର ସଂକଳ୍ପ ନେବାର ଏହି ଦିବସ ଏକ ଶୁଭ ମୁହୂର୍ତ୍ତ ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢ଼ାଇଛି ପରିବର୍ତ୍ତିତ ଜଳବାୟୁ

ଜାତୀୟ କୃଷକ ଦିବସ ବା କିଷାନ ଦିବସକୁ ପ୍ରତିବର୍ଷ ଡିସେମ୍ବର ୨୩ ତାରିଖରେ ପାଳନ କରାଯାଏ। ଏହି ଦିବସଟି ଆମ ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ...

କରୋନା ପଜିଟିଭ୍ ଚିହ୍ନଟ ପାଇଁ ଭାରତୀୟ ବୈଜ୍ଞାନିକ ତିଆରି କଲେ ପେପର ଷ୍ଟ୍ରିପ୍ କିଟ୍‌: ମାତ୍ର ୫୦୦ ଟଙ୍କାରେ ହେବ ପରୀକ୍ଷା

ନୂଆଦିଲ୍ଲୀ,୫।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସଂକ୍ରମିତଙ୍କୁ ଚିହ୍ନଟ କରିବା ଯାଞ୍ଚ୍ ବ୍ୟବସ୍ଥାରେ ଅଧିକ ଲାଗୁଥିବାରୁ...

ସରକାରଙ୍କ ନୀତିକୁ ସୁନିଶ୍ଚିତ କରନ୍ତି ପ୍ରଶାସନିକ ଅଧିକାରୀ

ସରକାର ଲୋକଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ନୀତିର ପ୍ରଣୟନ କରିଥାନ୍ତି। ତେବେ ପ୍ରତିଟି ନୀତିର ସଫଳ ରୂପାୟନ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥାଏ।...

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ବୈଭବରେ ଭରା ଥେନୀ

ତାମିଲନାଡୁର ଜଳବାୟୁ ସବୁ ସମୟରେ ବୁଲାବୁଲି କରିବା ପାଇଁ ବେଶ୍‌ ଅନୁକୂଳ ରହିଥାଏ। ଏଠାରେ ଗୋଟିଏ କି ଦୁଇଟି ନୁହେଁ, ଏମିତି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ...

ହାତରେ ଗୀତା ଧରି ଦେଶ ପାଇଁ ଫାଶୀ ଖୁଣ୍ଟରେ ଝୁଲିଥିଲେ ଏହି ବିପ୍ଲବୀ

ଯେଉଁ ବୟସରେ ଜଣେ ଯୁବକ ତାଙ୍କ କ୍ୟାରିୟର ଏବଂ ଭବିଷ୍ୟତ ବିଷୟରେ ଚିନ୍ତିତ ଥାନ୍ତି ସେହି ବୟସରେ ଜଣେ ବିପ୍ଳବୀ ବାହାରି ଆସିଥିଲେ ଯିଏ ଦେଶ...

ଆସିବ ବର ତୋର

ଥରେ ମନେ ପକାନ୍ତୁ ନା, ସୁପରହିଟ୍‌ ଓଡ଼ିଆ ସିନେମା ‘କାବେରୀ’ର ସେହି ଶ୍ରୋତାଦୃଢ଼ ଗୀତ ‘ଆସିବ ବର ତୋର ହୋଇବ ବାହାଘର, ତା’ପରେ କି ହବ...

ଏମିତି ଲୁୁଚକାଳି ଖେଳୁଛି ବତକ, ଭିଡଓ ଭାଇରାଲ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

ନୂଆ ବାୟୋମେଟ୍ରିକ ଲେନ୍ସ: ପାଖ ଦୂର ଜିନିଷ ଦେଖିହେବ

କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ଗବେଷକମାନେ ଏକ ସ୍ବତନ୍ତ୍ର ଧରଣର ଲେନ୍ସ ପ୍ରସ୍ତୁତ କରିଛନ୍ତି ଯାହା ମାଧ୍ୟମରେ ଦୂର କିମ୍ବା ପାଖ ଜିନିଷ ଭଲ ଭାବରେ ଦେଖିହେବ। ଯେଉଁମାନଙ୍କର...

Advertisement
Archives

Model This Week