Posted inଫୁରସତ

ଆନ୍ତର୍ଜାତିକ ଓଜୋନ ସ୍ତର ସଂରକ୍ଷଣ ଦିବସ : ସୁସ୍ଥ ପୃଥିବୀ ପାଇଁ ସଂକଳ୍ପ

ଓଜୋନ୍‌ ଆମ ବାୟୁମଣ୍ଡଳରେ ପୃଥିବୀ ପୃଷ୍ଠରୁ ୧୦ ରୁ ୪୦ କିଲୋମିଟର (ଷ୍ଟ୍ରାଟୋସ୍ଫିୟର)ମଧ୍ୟରେ ରହିଛି। ପୃଥିବୀ ପୃଷ୍ଠରେ ଏହାର ପରମାଣ ଖୁବ୍‌ କମ୍‌। କିନ୍ତୁ ବାୟୁମଣ୍ଡଳର ୯୦ ପ୍ରତିଶତ ଓଜୋନ୍‌ ଷ୍ଟ୍ରଟୋସ୍ଫିୟରରେ ହିଁ ରହିଛି। ଏହା ଆମ ଜୀବନ ପାଇଁ ଅତି ଦରକାରୀ। ଷ୍ଟ୍ରଟୋସ୍ଫିୟରରେ ଥିବା ଓଜୋନ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମିର ପ୍ରଭାବରୁ ଆମକୁ ରକ୍ଷା କରେ।ଏହା ବି ବାୟୁମଣ୍ଡଳର ନିମ୍ନସ୍ତରରେ ରହି ବାୟୁମଣ୍ଡଳରୁ ବିଷାକ୍ତ କଣିକା ଦୂର କରିବାରେ ସାହାଯ୍ୟ କରେ । ୧୯୮୫ରେ ପ୍ରଥମେ ଆଣ୍ଟାର୍କଟିକା ଉପରେ ଏକ ଓଜୋନ ହୋଲ୍‌ ବା ଗର୍ତ୍ତ ହୋଇଥିବା ବ୍ରିଟିଶ ଆଣ୍ଟାର୍କାଟିକା ସର୍ଭେରେ ପ୍ରକାଶ ପାଇଥିଲା। ଓଜୋନ୍‌ ହୋଲ୍‌ ପ୍ରଥମେ ନୋବେଲ ପୁରସ୍କାର ବିଜେତା ଶେର୍‌ଉଡ ରୋଲ୍ୟାଣ୍ଡ ଠାବ କରିଥିଲେ। ପରେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇବା ସହ ଏହାର ସୁରକ୍ଷା ଉପରେ ଜାତିସଂଘ ଗୁରୁତ୍ୱ ଦେଇଥିଲା।
ଆମେ ଅତ୍ୟଧିକ ରାସାୟନିକ ପଦାର୍ଥ ବ୍ୟବହାର ତଥା କାର୍ବନ୍‌ଡାଇଅକ୍ସାଇଡ ନିର୍ଗମନ କରାଇବା ଦ୍ୱାରା ବାୟୁମଣ୍ଡଳର ଉପର ଓ ନିମ୍ନ ସ୍ତରରେ ଥିବା ଓଜୋନ ସ୍ତରରେ କ୍ଷତି ହେଉଛି। ଆମେ ବ୍ୟବହାର କରୁଥିବା ବହୁ ରାସାୟନିକ ପଦାର୍ଥ ମୁଖ୍ୟତଃ କ୍ଲୋରିନ ଓ ବ୍ରୋମିନ ଥିବା ମିଥାଇଲ ବ୍ରୋମାଇଡ , ମିଥାଇଲ କ୍ଲେରୋଫର୍ମ, କାର୍ବନ ଟେଟ୍ରାକୋଲରାଇଡ ଦ୍ୱାରା ଓଜୋନ ସ୍ତର ବେଶି କ୍ଷତି ହେଉଛି। କ୍ଲୋରୋଫ୍ଲୁରୋକାର୍ବନ୍‌ସ ଓ ହାଇଡ୍ରୋକ୍ଲୋରୋଫ୍ଲୁରୋକାର୍ବନ୍‌ସ ବି ଓଜୋନ ପରସ୍ତକୁ ଦୁର୍ବଳ କରୁଛି। ବିଶ୍ୱର ଅନେକ ଦେଶ ଓଜୋନ ସ୍ତରକୁ ଦୁର୍ବଳ କରୁଥିବା ପଦାର୍ଥ ଉପରେ ନିୟନ୍ତ୍ରଣ ଅଣିବା ପାଇଁ ମଣ୍ଟ୍ରିଲ ପ୍ରୋଟୋକଲରେ ୧୯୮୭ ସେପ୍ଟେମ୍ବର ୧୬ରେ ହସ୍ତାକ୍ଷର କରିଥିଲେ। ଏହାକୁ ସ୍ମରଣ କରିବା ପାଇଁ ୧୯୯୪ରେ ଜାତିସଂଘ ପକ୍ଷରୁ ସେପ୍ଟେମ୍ବର ୧୬କୁ ଆନ୍ତର୍ଜାତିକ ଓଜୋନ ସ୍ତର ସଂରକ୍ଷଣ ଦିବସ ଭାବେ ଘୋଷଣା କରାଯାଇଥିଲା। ଓଜୋନ ସ୍ତରକୁ କ୍ଷତି କରୁଥିବା ରାସାୟନିକ ପଦାର୍ଥର ଉପତ୍ାଦନ ଓ ବ୍ୟବହାରକୁ ନିୟନ୍ତ୍ରଣ କରିବା ମଣ୍ଟ୍ରିଲ ପ୍ରୋଟୋକଲର ମୁଖ୍ୟ ଲକ୍ଷ୍ୟ। ପ୍ରାୟ ୧୦୦ଟି ରାସାୟନିକ ପଦାର୍ଥକୁ ନିୟନ୍ତ୍ରଣ କରିବା ଉପରେ ଏହା ଜୋର୍‌ ଦିଏ। ଏହାପରେ ତିନି ଦଶନ୍ଧି ଧରି ଓଜୋନ ପରସ୍ତ ଓ ଜଳବାୟୁକୁ ସୁରକ୍ଷା ଦେବାରେ ଆନ୍ତର୍ଜତିକ ସ୍ତରରେ ମିଳିଥିବା ସହଯୋଗକୁ ସମୀକ୍ଷା ହେଉଛି ଚଳିତବର୍ଷ (୨୦୧୯)ର ଏହି ଦିବସ ପାଳନର ଲକ୍ଷ୍ୟ। ଜୀବନ ଓ ପୃଥିବୀକୁ କେମିତି ସୁସ୍ଥ ରଖିହେବ ତାହା ପାଇଁ ଏହା ଆମକୁ ସ୍ମରଣ କରିପାରିଛି। ରେଫ୍ରିଜେରେଟର ,ଏୟାର କଣ୍ଡିସନର ଏବଂ ଅନ୍ୟ ଉପତ୍ାଦ ଯାହା ଓଜୋନକୁ କ୍ଷତି କରୁଛି ତାହାକୁ କମାଇବା ଲାଗି ମଣ୍ଟ୍ରିଲ ପ୍ରୋଟୋକଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ଫଳସ୍ବରୂପ ୨୦୧୮ରେ ଓଜୋନ ସ୍ତରରେ ଉନ୍ନତି ଆସିଥିବା ଏକ ବୈଜ୍ଞାନିକ ଆକଳନରୁ ଜଣାଯାଇଛି। ୨୦୦୦ରୁ ପ୍ରତି ଦଶନ୍ଧିରେ ଓଜୋନ ପରସ୍ତର ୧.୩ ପ୍ରତିଶତ ଭରଣା ହୋଇପାରିଛି। ଏହା ମଧ୍ୟ ପ୍ରକାଶ କରିଛି ଯେ ୨୦୩୦ ସୁଦ୍ଧା ଉତ୍ତର ଗୋଲାର୍ଦ୍ଧ ଓ ମଧ୍ୟ ଅକ୍ଷାଂଶ ଅଞ୍ଚଳରେ କ୍ଷତି ହୋଇଥିବା ଓଜୋନ ସ୍ତର ପୂରା ପୂରଣ ହୋଇଯିବ। ଦକ୍ଷିଣ ଗୋଲାର୍ଦ୍ଧରେ ୨୦୫୦ ଓ ମେରୁ ଅଞ୍ଚଳରେ ୨୦୬୦ ସୁଦ୍ଧା ଏହା ପୂରଣ ହୋଇଯିବ ବୋଲି କୁହାଯାଇଛି। ଓଜୋନ ସ୍ତରକୁ ସୁରକ୍ଷା କରିବା ପାଇଁ ନିଯାଉଥିବା ପଦକ୍ଷେପ ବି ପରୋକ୍ଷରେ ୧୯୯୦ରୁ ୨୦୧୦ ମଧ୍ୟରେ ଜଳବାୟୁ ପରିବର୍ତ୍ତନକୁ ରୋକିବାରେ କିଛି ସଫଳତା ପାଇଛି। ୧୩୫ ବିଲିୟନ ଟନ୍‌ କାର୍ବନ ଡାଇଅକ୍ସାଇଡ ନିର୍ଗମନ କମ୍‌ କରିବାରେ ସକ୍ଷମ ହୋଇଛି। ୨୦୦୯, ସେ୍ଯଯେମ୍ବର ୧୬ରେ ଭିଏନା କନଭେନଶନ ଏବଂ ମଣ୍ଟ୍ରିଲ ପ୍ରୋଟୋକଲ ମଧ୍ୟରେ ସାର୍ବଭୌମିକ ସମର୍ଥନ ଲାଭ କରିବା ପାଇଁ ଏକ ଚୁକ୍ତି ବି କରାଯାଇଛି।୨୦୧୬ ଅକ୍ଟୋବର ୧୫ରେ ରାଓ୍ବଣ୍ଡାର କିଗାଲିରେ ଓଜୋନ ପରସ୍ତକୁ କ୍ଷତି କରୁଥିବା ପଦାର୍ଥ ଉପରେ ମଣ୍ଟ୍ରିଲ ପ୍ରୋଟୋକଲର ଅଂଶୀଦାର ଦେଶମାନଙ୍କ ମଧ୍ୟରେ ଏକ ବୁଝାମଣା ବି ହୋଇଛି। ଓଜୋନର ସୁରକ୍ଷା ଆମ ସମସ୍ତଙ୍କର। ଏଥିପ୍ରତି ସଜାଗ ରହିଲେ ଏକ ସୁସ୍ଥ ପୃଥିବୀ ଆମକୁ ତଥା ଆମ ପରପିଢିକୁ ସ୍ବାଗତ କରିବ । ୨୦୧୮ରେ ଏହି ଦିବସର ସ୍ଲୋଗାନ ଥିଲା- ‘ମଣ୍ଟ୍ରିଲ ପ୍ରୋଟୋକଲ :ଶାନ୍ତ ରୁହ ଓ ଆଗେଇ ଚାଲ’ । ୨୦୧୯ରେ ଏହିି ଦିବସର ସ୍ଲେଗାନ ରହିଛି -”୩୨ ବର୍ଷ ଏବଂ ଉପଚାର।’ ଏହାର ସମୀକ୍ଷା କରି ସାରା ବିଶ୍ୱ ଏକ ମହତ ଦିଶାରେ ଆଗେଇବାର ସଂକଳ୍ପ ନେବାର ଏହି ଦିବସ ଏକ ଶୁଭ ମୁହୂର୍ତ୍ତ ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?