ଆଦିମ ଜନଜାତି ମହିଳାଙ୍କ ପାଇଁ ‘ମମତା ଯୋଜନା’ ନିୟମ କୋହଳ: ଅବଧି ୫ ବର୍ଷ ବୃଦ୍ଧି

ଭୁବନେଶ୍ୱର,୨୭।୮(ବ୍ୟୁରୋ)- ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୧ ମସିହାରୁ ଆରମ୍ଭ କରାଯାଇଥିବା ‘ମମତା ଯୋଜନା’ରେ ଆଦିମ ଜନଜାତି ବର୍ଗ(ପିଭିଟିଜି)ର ମହିଳାମାନଙ୍କୁ ସାମିଲ କରାଯାଇଛି। ସେମାନଙ୍କ କ୍ଷେତ୍ରରେ ୨୦୧୪ ରୁ ୨୦୧୯ ଜୁଲାଇ ପର୍ଯ୍ୟନ୍ତ ଲାଗୁ ହୋଇଥିବା ଏହି ଯୋଜନାର ଅବଧିକୁ ଆଗାମୀ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରାଯାଇଛି । ଏଥି ସହିତ ସେମାନଙ୍କ ପାଇଁ ଏହି ନିୟମକୁ କୋହଳ କରାଯାଇ ୨ରୁ ଅଧିକ ସନ୍ତାନ ଜନ୍ମ କ୍ଷେତ୍ରରେ ମଧ୍ୟ ସହାୟତା ରାଶି ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷରୁ ୨୦୨୪ ଯାଏ ମମତା ଯୋଜନା ଅଧୀନରେ ଅଣୁ ପ୍ରକଳ୍ପ ବ୍ୟତୀତ ଯେକୌଣସି ଅଞ୍ଚଳରେ ବସବାସ କରୁଥିବା ସମସ୍ତ ଆଦିମ ଜନଜାତି ମହିଳା ଏହି ଯୋଜନାରେ ଉପକୃତ ହେବେ । ଏହି ପ୍ରକ୍ରିୟା ପାଇଁ ଆବଶ୍ୟକ ସରକାରୀ ଆଦେଶନାମା ଜାରି କରାଯାଇଛି ।

ବିଶେଷ କରି ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବା ସହିତ ଆଗାମୀ ପିଢ଼ି ପାଇଁ ସୁସ୍ଥ ଓ ପୁଷ୍ଟିସମ୍ପନ୍ନ ଶିଶୁ ଜନ୍ମଦେବା ଏବଂ ନିରାପଦ ମାତୃତ୍ୱକୁ ଆଖି ଆଗରେ ରଖି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ମମତା ଯୋଜନାରେ ୨ଟି କିସ୍ତିରେ ୫୦୦୦ ଟଙ୍କାର ଆର୍ଥିକ ସହାୟତା ଦୁଇଟି ଜନ୍ମ ହୋଇଥିବା ସନ୍ତାନଙ୍କ ପାଇଁ ସିଧାସଳଖ ପ୍ରସୂତି ମହିଳାଙ୍କ ଜମାଖାତାକୁ ହସ୍ତାନ୍ତର କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ପ୍ରାୟ ୩୮.୮୯ ଲକ୍ଷ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ୧୮୧୦.୭୬ କୋଟି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସିଧାସଳଖ ହସ୍ତାନ୍ତର କରାଯାଇଛି ।
ମମତା ଯୋଜନାରେ ଉପକୃତ ହେଉଥିବା ଆଦିମ ଜନଜାତି ମହିଳାମାନଙ୍କ ପାଇଁ ଏକ ଶ୍ରେଷ୍ଠ ଉଦାହରଣ ହେଉଛନ୍ତି ବୁଦାଇ ଧାଙ୍ଗଡ଼ାମାଝି । ମାଲକାନଗିରି ଜିଲାର ଖଇରିପୁଟ ବ୍ଲକ୍‌ର ବନ୍ଧଗୁଡ଼ା ଆଦିବାସୀ ଗ୍ରାମର ଆଦିମ ଜନଜାତି ମହିଳା (ପିଭିଟିଜି) ବୁଦାଇ ୨୦୧୧ ମସିହାରେ ଏହି ଯୋଜନା ପାଇଁ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ମାଧ୍ୟମରେ ନାମ ପଞ୍ଜୀକରଣ କରିଥିଲେ । ତାଙ୍କ ଗ୍ରାମରୁ ୫୨ କିମି ଦୂରରେ ବ୍ୟାଙ୍କ ଥିବାରୁ ତାଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମସ୍ୟା ହୋଇଥିଲେ ମଧ୍ୟ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସହାୟତାରେ ସମ୍ଭବ ହୋଇପାରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ମିଳିଥିବା ଅର୍ଥରାଶିରେ ସେ ସୁଷମ ଖାଦ୍ୟ ଏବଂ ଚିକିତ୍ସା ଖର୍ଚ୍ଚ ତୁଲାଇ ପାରିଥିଲେ । ୨୦୧୪ରେ ୩ ବର୍ଷ ପରେ ତାଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ସମୟରେ ପୁଣିଥରେ ସେ ଏହି ଅର୍ଥରାଶି ସହାୟତା ଆକାରରେ ପାଇଥିଲେ । ସେହିପରି ୨୦୧୭ରେ ବୁଦାଇଙ୍କ ତୃତୀୟ ସନ୍ତାନ ଜନ୍ମ ହୋଇଥିଲା । ଜଣେ ଆଦିମ ଜନଜାତି ମା’ ହିସାବରେ ସରକାରଙ୍କ ମମତା ଯୋଜନାର ସୁଫଳ ପାଇ ସେ ଡାକ୍ତରଖାନାରେ ସନ୍ତାନ ପ୍ରସବ କରାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଆଖି ସାମ୍ନାରେ ବୋରୱେଲରେ ପଡ଼ିଗଲା ଶିଶୁ, ୭୦ ଫୁଟ ଗଭୀରରେ….

ଭୋପାଳ,୧୦।୪: ଉଜ୍ଜୈନଠୁ ପ୍ରାୟ ୭୫ କିଲୋମିଟର ଦୂରରେ ଥିବା ବଡ଼ନଗର ନିକଟବର୍ତ୍ତୀ ଝଲାରିଆ ଗାଁରେ ଅଘଟଣ । ତିନି ବର୍ଷର ନିର୍ଦ୍ଦୋଷ ଶିଶୁ ଏକ ବୋରୱେଲରେ ପଡ଼ିଯାଇଛି…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ନାଁ ଘୋଷଣା କଲା ଭାଜପା: ମୁଖ୍ୟମନ୍ତ୍ରୀଙ୍କ ସହ ଲିଷ୍ଟରେ ଅଛନ୍ତି…

ଭୁବନେଶ୍ୱର,୧୦।୪: ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା। ୭୨ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ,…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ତୈଳ ଦର ପୁଣି ବଢ଼ିଲା, ବଜାରରେ ଅନିଶ୍ଚିତତା

ନ୍ୟୁୟର୍କ/ମୁମ୍ବାଇ,୧୦।୪(ଏ.ପି./ପି.ଟି.): ଲେବାନନ୍‌ରେ ଇସ୍ରାଏଲ୍‌ର ଧ୍ୱଂସଲୀଳା ଦେଖି ଇରାନ୍‌ ପ୍ରତିକ୍ରିୟାଶୀଳ ହୋଇଉଠିଛି । ଫେବୃଆରୀ ୨୮ରେ ଆମେରିକା-ଇସ୍ରାଏଲ୍‌ର ଜଏଣ୍ଟ ଷ୍ଟ୍ରାଇକ୍‌ ପରେ ଯେଉଁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଅଶୋଧିତ…

ଅନ୍ତ୍ୟୋଦୟ ଆଧାରିତ ସାମାଜିକ ସୁରକ୍ଷା

ନ୍ତ୍ୟୋଦୟର ମୂଳ ଅର୍ଥ ହେଉଛି ସମାଜର ସବୁଠାରୁ ଶେଷଧାଡ଼ିରେ ଥିବା ନାଗରିକଙ୍କ ସାମଗ୍ରିକ ବିକାଶ। ଯେତେବେଳେ ସେହି ଶେଷ ମଣିଷଟି ମଧ୍ୟ ସମାନ ସୁଯୋଗ, ସମ୍ମାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri