ଆଦିବାସୀଙ୍କ ସମସ୍ୟା ନେଇ ଦାବିପତ୍ର

ଉଦଳା,୧୫ା୧୦(ଡି.ଏନ୍‌.ଏ.)- ଆଦିବାସୀ ଅଧ୍ୟୁଷିତ କପ୍ତିପଦା ଉପଖଣ୍ଡରେ ଥିବା ଆଦିବାସୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ନେଇ ଦାବିପତ୍ର ପ୍ରଦାନ କରାଯାଇଛି। ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା କପ୍ତିପଦା ଉପଖଣ୍ଡ କମିଟି ପକ୍ଷରୁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଆଦିବାସୀଙ୍କ ବିକାଶ ନିମନ୍ତେ ସରକାରୀ ଯୋଜନାରେ ଜମିରେ ରବର ଚାଷ କରାଯାଇଥିବା ବେଳେ ବ୍ୟାପକ ହରିଲୁଟ୍‌ ହୋଇଥିବା, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଆଦିବାସୀ ଯୁବକଙ୍କୁ ନିୟୋଜିତ କରାଯିବା, ଆଦିବାସୀ ଛାତ୍ରଛାତ୍ରୀଙ୍କ କଲ୍ୟାଣ ତଥା ବିକାଶ ନିମନ୍ତେ ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରତିଷ୍ଠିତ ଆବାସିକ ବିଦ୍ୟାଳୟ ଏବଂ ହଷ୍ଟେଲରେ ମୌଳିକ ସୁବିଧା ଯୋଗାଇ ଦିଆଯିବା ଆଦି ଏହି ଦାବିପତ୍ରରେ ଉଲ୍ଲେଖ ରହିଛି। ତୁରନ୍ତ ଦାବିଗୁଡିକ ପୂରଣ କରା ନ ଗଲେ ଆଗାମୀ ଦିନରେ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି ମୋର୍ଚ୍ଚାର କପ୍ତିପଦା ଉପଖଣ୍ଡ ସଭାପତି ବୁଧୁରାମ ମୁର୍ମୁ, ଉଦଳା ବ୍ଲକ ଉପସଭାପତି ସୁଶାନ୍ତ ମାରାଣ୍ଡି, ହରିଶଚନ୍ଦ୍ର ମାରାଣ୍ଡି, ବିକାଶ ସିଂ ପ୍ରମୁଖ ଚେତାବନୀ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୩ ଶହ ଫୁଟର ତ୍ରିରଙ୍ଗା ଧରି କର୍ମୀଙ୍କ ସହ ବୁଲିଲେ ମନ୍ତ୍ରୀ

ମୋରଡା,୧୪।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅନ୍ତର୍ଗତ ଚିତ୍ରଡାରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭାଜପା ପକ୍ଷରୁ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ...

ଏମ୍‌କେସିଜିରେ ଅଘଟଣ: ଲେବର୍‌ ରୁମ୍‌କୁ ଛାଡ଼ିବାକୁ ମନା କରିବାରୁ ଡାକ୍ତରଙ୍କ କାନ କାମୁଡ଼ି ଛିଡାଇଲେ ରୋଗୀଙ୍କ ସମ୍ପର୍କୀୟ

ବ୍ରହ୍ମପୁର ଅଫିସ, ୧୦।୫- ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲରେ ରବିବାର ଏକ ଅଘଟଣ ଘଟିଛି। ଜଣେ ରୋଗୀ ସମ୍ପର୍କୀୟ କାର୍ଯ୍ୟରତ ଡାକ୍ତରଙ୍କ କାନ କାମୁଡି...

 ସୀମାନ୍ତ ପରିଦର୍ଶନ କଲେ ପୂର୍ବାଞ୍ଚଳ ଆଇଜି

ବାରିପଦା ଅଫିସ, ୩୧ା୩- ଆସନ୍ତା ଏପ୍ରିଲ ୧୪ ପର୍ଯ୍ୟନ୍ତ ଲକଡାଉନକୁ କଡ଼ାକଡ଼ି ପାଳନ କରାଯିବା ସହିତ ସମସ୍ତ ରାଜ୍ୟ ଓ ଜିଲାର ସୀମାନ୍ତବର୍ତ୍ତୀ ସ୍ଥାନଗୁଡ଼ିକ ସିଲ୍‌...

ବ୍ରଜରାଜନଗର ଉପନିର୍ବାଚନ: ନିର୍ବାଚନ ମଇଦାନରେ ହେଭିଓ୍ବେଟ୍‌

ଝାରସୁଗୁଡା ଅଫିସ,୨୦।୫: ଆସନ୍ତା ୩୧ରେ ବ୍ରଜରାଜନଗରରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ରାଜନୀତି ସରଗରମ ରହିଛି। ବିଜୟ ପାଇଁ କସରତ କରୁଛନ୍ତି ସବୁ ଦଳ। ଘରକୁ...

୧ଲକ୍ଷ ପରିବାରକୁ ମିଳିବ ଭୂମି ଅଧିକାର ପ୍ରମାଣପତ୍ର

ଭୁବନେଶ୍ୱର, ୧୫।୧୧ (ବ୍ୟୁରୋ):ଓଡ଼ିଶା ସରକାରଙ୍କର ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମ ଜାଗା ମିଶନ୍‌ ଅଧୀନରେ ହିତାଧିକାରୀଙ୍କୁ ରାଜ୍ୟର ବିଭିନ୍ନ ମହାନଗର ନିଗମ ତଥା ସହରାଞ୍ଚଳରେ ଭୂମି ଅଧିକାର ପ୍ରମାଣପତ୍ର...

ଶପିଂମଲ୍‌ରେ ବୁଷ୍ଟର ଡୋଜ୍‌

ଭୁବନେଶ୍ୱର,୨୧ା୭(ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ କରୋନା ମାଡ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ଟିକାକରଣକୁ ବ୍ୟାପକ କରିଛି। ରାଜଧାନୀର ବିଭିନ୍ନ ମଲ୍‌ରେ ବୁଷ୍ଟର ଡୋଜ୍‌...

ରଥଯାତ୍ରା ଦାୟିତ୍ୱରେ ୮୧ ମାଜିଷ୍ଟ୍ରେଟ୍‌

ପୁରୀ ଅଫିସ,୧୯।୬: ରଥଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶାନ୍ତିଶୃଙ୍ଖଳା ରକ୍ଷା ସହ ସୁଚାରୁରୂପେ ରଥଯାତ୍ରା ସମ୍ପନ୍ନ କରାଇବାକୁ ୮୧ଜଣ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ରହିବେ। ଏମାନେ...

୬ ଦାଦନ ପ୍ରବଣ ବ୍ଳକରେ ଫୋକସ୍‌

ବଲାଙ୍ଗୀର ଅଫିସ, ୩ା୧୧ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଶନିବାର ବଲାଙ୍ଗୀର ଟାଉନ୍‌ ହଲଠାରେ ଦାଦନ ସମସ୍ୟା ରୋକିବା ନେଇ...

Advertisement
Archives

Model This Week