ଆତଙ୍କ ଖେଳାଇଛନ୍ତି କୁଲଡ଼ିହା ହାତୀ: ଜଣଙ୍କୁ କଚାଡ଼ି ମାରିଲେ

ନୀଳଗିରି/ସଜନାଗଡ଼, ୨୯।୪(ଡି.ଏନ.ଏ.)-କିଛିମାସ ହେଲା ନୀଳଗିରି ବ୍ଲକ ଅଧୀନ କୁଲଡ଼ିହା ଅଭୟାରଣ୍ୟର ହାତୀପଲ ବନାଞ୍ଚଳ ନିକଟସ୍ଥ ଗ୍ରାମରେ ପଶି ବହୁ ଘର, ବିଭିନ୍ନ ପ୍ରକାର ଫସଲ ନଷ୍ଟ କରିଆସୁଛନ୍ତି। ଏଥିପ୍ରତି ବନବିଭାଗର ଚେତା ପଶୁନି। ରବିବାର ଏକ ହାତୀ ଜଣେ ବ୍ୟକ୍ତିଙ୍କୁ କଚାଡ଼ି ମାରି ଦେଇଥିବା ଜଣାପଡ଼ିଛି।

ବରହମପୁର ଥାନା ଜାମୁନା ଗ୍ରାମର ରାମଚନ୍ଦ୍ର ସାମମଲ୍‌ (୫୫) ପୂର୍ବାହ୍ନରେ ଜାଳେଣି କାଠ ସଂଗ୍ରହ ସହିତ ଚାରକୋଳି ତୋଳିବା ପାଇଁ କୁଲଡ଼ିହା ଅଭୟାରଣ୍ୟର କଇମହୁଡ଼ି ଜଙ୍ଗଲକୁ ଯାଇଥିଲେ। ସେଠାରେ ଏକ ହାତୀ ହଠାତ୍‌ ଆକ୍ରମଣ କରି ତାଙ୍କୁ କଚାଡ଼ି ଗୋଡରେ ଦଳି ଚକଟି ମାରି ଦେଇଛି। ରାମଚନ୍ଦ୍ରଙ୍କ ସହିତ ଯାଇଥିବା ଅନ୍ୟ ୨ଜଣ ଭୟଭୀତ ହୋଇ ଘଟଣାସ୍ଥଳରୁ ପଳାଇଆସି ବନବିଭାଗ ଏବଂ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବରପାଇ ଅପରାହ୍ନରେ ବନକ୍ଷେତ୍ରାଧିକାରୀ ଲକ୍ଷ୍ମଣ କୁମାର ପ୍ରଧାନଙ୍କ ସମେତ ବରହମପୁର ଥାନା ଅଧିକାରୀ ଅଜୟ ମୁର୍ମୁ ଟିମ୍‌ ସହ ପହଞ୍ଚିଥିଲେ। ପୋଲିସ୍‌ ପକ୍ଷରୁ ମୃତଦେହକୁ ତନଖି କରାଯାଇ ବ୍ୟବଚ୍ଛେଦ ପାଇଁ ନୀଳଗିରି ମେଡ଼ିକାଲ ଅଣାଯାଇଛି। ତେବେ ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?