ଆତଙ୍କବାଦୀ ଶିବିର ଧ୍ୱଂସ ଘଟଣା: ଭାରତର ଦାବିକୁ ପାକ୍‌ର ଖଣ୍ଡନ

ଇସ୍‌ଲାମାବାଦ,୨୨ା୧୦(ପି.ଟି.)- ପିଓକେରେ ପଶି ଭାରତ ୩ ଆତଙ୍କବାଦୀ ଶିବିର ଧ୍ୱଂସ କରିବା ସହ ଅନେକ ପାକ୍‌ ସୈନ୍ୟ ଓ ଆତଙ୍କବାଦୀଙ୍କୁ ମାରିଥିବା ଦାବି କରୁଥିବାବେଳେ ପାକିସ୍ତାନ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଭାରତ ଚାହିଁଲେ ବିଦେଶୀ ମିଡିଆ ଓ କୂଟନୈତିଜ୍ଞଙ୍କୁ ଡ଼ାକି ଉକ୍ତ ଅଞ୍ଚଳର ପ୍ରମାଣ ଦେଇପାରିବ ବୋଲି କୁହାଯାଇଛି। ରବିବାର ଭାରତୀୟ ସେନା ମୁଖ୍ୟ ବିପିନ ରାଓ୍ବତ ପିଓକେରେ ୩ ଆତଙ୍କବାଦୀ ଶିବିର ଧ୍ୱଂସ କରାଯିବା ସହ ପ୍ରାୟ ୧୦ ପାକ୍‌ସୈନ୍ୟ ଓ ଆତଙ୍କବାଦୀଙ୍କୁ ନିପାତ କରିଥିବା କହିଥିଲେ। ଏହାକୁ ନେଇ ପାକ୍‌ ସେନା ମୁଖପାତ୍ର ମେଜର ଜେନେରାଲ ଆସିଫ୍‌ ଗଫୁର ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେଠାରେ କୌଣସି କ୍ୟାମ୍ପ ନ ଥିବା ସେ କହିଛନ୍ତି। ପୁଲଓ୍ବାମା ଆକ୍ରମଣ ପରେ ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ମିଛ ଦାବିକରି ଅଞ୍ଚଳରେ ଶାନ୍ତିଭଙ୍ଗ କରୁଛନ୍ତି। ଭାରତୀୟ ସେନାର ଏଭଳି କଥା ଘରୋଇ ଫାଇଦା ଲାଗି ହୋଇପାରିଥାଏ, କିନ୍ତୁ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ଙ୍କ ଜୀବନରେ ଷ୍ଟର୍ମି ଝଡ଼

ଓ୍ବାଶିଂଟନ,୨୩ା୩: ୨୦୨୪ରେ ହ୍ବାଇଟ୍‌ ହାଉସ୍‌କୁ ପୁଣି ପ୍ରବେଶ ପାଇଁ ଉଦ୍ୟମ ଜାରି ରଖିଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜୀବନରେ ଉଠିଛି ଷ୍ଟର୍ମି ଝଡ଼।...

ମହାରାଣୀଙ୍କୁ କ୍ଷମା ମାଗିଲେ ବୋରିସ୍‌

ଲଣ୍ଡନ,୩୦ା୯(ପି.ଟି.): ବ୍ରିଟେନ ପାର୍ଲାମେଣ୍ଟକୁ ୫ ସପ୍ତାହ ପାଇଁ ନିଲମ୍ବନ କରିବା ଅବୈଧ ବୋଲି ମଙ୍ଗଳବାର ସେଠାକାର ସୁପ୍ରିମକୋର୍ଟ ରାୟ ଦେବା ପରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ...

ଉତ୍କଟ ହେବ ଖାଦ୍ୟ ସଙ୍କଟ

ନୂଆଦିଲ୍ଲୀ/ନ୍ୟୁୟର୍କ,୨୦ା୫:ଗତବର୍ଷ ଅଗଷ୍ଟରେ ଆତଙ୍କବାଦୀ ସଙ୍ଗଠନ ତାଲିବାନ୍‌ କାବୁଲ ଦଖଲ କରିବା ପରଠାରୁ ଆଫଗାନିସ୍ତାନରେ ଖାଦ୍ୟ ସଙ୍କଟ ବଢ଼ିବାରେ ଲାଗିଛି। ପଡ଼ୋଶୀ ଶ୍ରୀଲଙ୍କାରେ ଖାଦ୍ୟ ସଙ୍କଟ ଗୃହଯୁଦ୍ଧର...

ଆମେରିକା ଫୁଡ କୋଟରେ ଫୁଟିଲା ଗୁଳି, ୩ ଆହତ

ଓ୍ବାଶିଂଟନ,୯।୪: ଆମେରିକାର ଡେଲାଭେୟର ସ୍ଥିତ ମଲରେ ଶନିବାର ଗୁଳିକାଣ୍ଡ ହୋଇଛି। ଏହି ଘଟଣାରେ ୩ ଜଣଙ୍କୁ ଗୁଳି କରାଯାଇଥିବା ବେଳେ ଏମାନେ ଆହତ ହୋଇଥିବା ଜଣାପଡିଛି।...

ପୁଟିନଙ୍କ ନ୍ୟୁକ୍ଲିୟ ଫୋର୍ସ ଆଲର୍ଟ ରଖିବା ନିର୍ଦ୍ଦେଶକୁ ଅଯୌକ୍ତିକ କହିଲା ନାଟୋ

ନୂଆଦିଲ୍ଲୀ,୨୮ ।୨: ରୁଷିଆ ଦ୍ୱାରା ୟୁକ୍ରେନ୍ ଉପରେ ହୋଇଥିବା ଆକ୍ରମଣରେ ଏବେ ଶହ ଶହ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏବେ ଏହି...

ଗୋଟିଏ ପରିବାରର ୬୦ତମ ସନ୍ତାନ ଜନ୍ମ

ଇସ୍‌ଲାମାବାଦ,୩।୧: ଗୋଟିଏ ପରିବାରରେ ୬୦ତମ ସନ୍ତାନ ଜନ୍ମ ନେଇଛି। କଥାଟି ଶୁଣିବାକୁ ଟିକେ ଅଡୁଆ ଲାଗିପାରେ। ହେଲେ କଥାଟି ସତ। କିଛି ଏଭଳି ଘଟଣା ଘଟିଛି...

ଜୀବନ ବଞ୍ଚାଇବ ପିଏଲ୍‌ଏକ୍ସ-ଆର୍‌୧୮

ଜେରୁଜେଲମ/ମସ୍କୋ/ଓ୍ବାଶିଂଟନ୍‌, ୧୨।୧୦: ୬୦ ବର୍ଷ ପୂର୍ବେ ଆଣବିକ ଯୁଦ୍ଧର ଦ୍ୱାରଦେଶରେ ପହଞ୍ଚିଯାଇଥିଲା ବିଶ୍ୱ। ପାରମ୍ପରିକ ଶତ୍ରୁ ତଥା ଦୁଇ ଶକ୍ତିଶାଳୀ ରାଷ୍ଟ୍ର ରୁଷିଆ ଏବଂ ଆମେରିକା...

ସୁ ଚୀଙ୍କୁ ୧୦୦ ବର୍ଷରୁ ଅଧିକ ଜେଲ୍‌ ଦଣ୍ଡାଦେଶ ଆଶଙ୍କା…

ନାପିଦ୍ୱ,୮।୧୨: ନୋବେଲ ବିଜେତା ତଥା ମ୍ୟାନ୍‌ମାର ନେତା ଅଙ୍ଗ ସାନ ସୁ ଚୀଙ୍କୁ କରୋନା ନିୟମ ଉଲ୍ଲଂଘନ କରିଥିବା ଅପରାଧରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ...

Advertisement
Archives

Model This Week