ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର: ମୁକୁଳା ପଡ଼ିିଛି ସମୁଦ୍ର ତଟ

ପୁରୀ ଅଫିସ, ୪ା୮: ଦେଶର ଅନ୍ୟତମ ପ୍ରମୁଖ ତୀର୍ଥସ୍ଥଳ ହେଉଛି ଶ୍ରୀକ୍ଷେତ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ସମୁଦ୍ର ସ୍ନାନ ଓ ବେଳାଭୂମି ବୁଲିବା ଲାଗି ଏଠାକୁ ଦୈନିକ ଲକ୍ଷାଧିକ ଭକ୍ତ ଏବଂ ପର୍ଯ୍ୟଟକ ଦେଶ ବିଦେଶରୁ ଛୁଟି ଆସନ୍ତି। ଏଥିପାଇଁ ବିଭିନ୍ନ ସମୟରେ ପୁରୀ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିବା ନେଇ ଗୋଇନ୍ଦା ରିପୋର୍ଟ ପ୍ରକାଶ ପାଇଛି। ଆସନ୍ତା ସ୍ବାଧୀନତା ଦିବସ ଅର୍ଥାତ ଅଗଷ୍ଟ ୧୫ ତାରିଖରେ ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣର ଯୋଜନା ରଖିଛି ଆତଙ୍କବାଦୀ ସଙ୍ଗଠନ ଲଶ୍କର- ଇ- ତୋଇବା। ଏଥିମଧ୍ୟରେ ପୁରୀ ଶ୍ରୀମନ୍ଦିର ରହିଛି ବୋଲି ସୂଚନା ପାଇଛି ଭାରତୀୟ ଗୋଇନ୍ଦା ବିଭାଗ (ଆଇଆଇବି)। ତେଣୁ ସଜାଗ ଓ ସତର୍କ ରହିବାକୁ ଓଡ଼ିଶା ପୋଲିସକୁ ପରାମର୍ଶ ଦେଇଛି। ଏହାପରେ ଓଡ଼ିଶା ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶନିବାର ପୋଲିସ ଓ ଗୋଇନ୍ଦା ବିଭାଗ ପକ୍ଷରୁ ପୁରୀ ସହରସ୍ଥ ଶତାଧିକ ହୋଟେଲରେ ଯାଞ୍ଚ କରାଯାଇଛି। ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଓ ଠିକଣା ଆଦି ବିଭିନ୍ନ ତଥ୍ୟ ସଂଗ୍ରହ ହୋଇଛି। ସେହିପରି ବଡ଼ଦାଣ୍ଡରେ ଡଗ୍‌ ସ୍କ୍ବାଡ୍‌ ଏବଂ ବୋମା ନିଷ୍କ୍ର୍ରିୟକାରୀ ଟିମ୍‌ ପକ୍ଷରୁ ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ତଥା ତଲାସି ଅଭିଯାନ ଜାରି ରହିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ପୁରୀ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ମୁକୁଳା ପଡ଼ିଛି। ଜିଲାର ୪ଟି ସାମୁଦ୍ରିକ ଥାନାରେ କର୍ମଚାରୀ ଅଭାବ ସାଙ୍ଗକୁ ଆବଶ୍ୟକ ଭିତ୍ତିଭୂମି ନାହିଁ। ତେଣୁ ପୁରୀ ପୋଲିସ ଓ ପ୍ରଶାସନର ଚିନ୍ତା ବଢିଛି।
ଗୋଇନ୍ଦା ରିପୋର୍ଟରେ ଦର୍ଶାଯାଇଛି, ଲଶ୍କର-ଇ-ତୋଇବା ଆତଙ୍କବାଦୀ ସଙ୍ଗଠନର ୮ଜଣ ସଦସ୍ୟ ଦୁଇଟି ଟିମ୍‌ରେ ଭାରତରେ ପ୍ରବେଶ କରିଛନ୍ତି। ଅଗଷ୍ଟ ୧୫ରେ ଦେଶର ପୁରୀ ସମେତ ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟାଇବା ଲାଗି ସେମାନେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏହି ଆଧାରରେ ଭାରତ ସରକାର ସମସ୍ତ ରାଜ୍ୟ ସରକାରଙ୍କ ଗୃହ ବିଭାଗକୁ ନୋଟିସ କରିଥିବା ଜଣାପଡ଼ିଛି। ଗତ ୩୧ତାରିଖରେ ଗୋଇନ୍ଦା ରିପୋର୍ଟ ପରେ ରାଜ୍ୟ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଶ୍ରୀମନ୍ଦିର ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ଜିଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନକୁ କହିଥିଲା ନ୍ୟାଶନାଲ ସିକ୍ୟୁରିଟି ଗାର୍ଡସ୍‌ (ଏନ୍‌ଏସ୍‌ଜି)। ଏହାସତ୍ତ୍ବେ ସରକାରଙ୍କ ପକ୍ଷରୁ କୌଣସି ଦୃଢ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ସାଧାରଣରେ ଅଭିଯୋଗ ହେଉଛି।
ଅନ୍ୟପଟେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟଠାରୁ ଷ୍ଟଲିନ ପର୍ଯ୍ୟନ୍ତ ୮କିମି ବ୍ୟାପ୍ତ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ମୁକୁଳା ପଡ଼ିଛି। ପୁରୀ ଜିଲାର ପେଣ୍ଠକଟା, ଚନ୍ଦ୍ରଭାଗା, ଅରଖକୁଦା ଏବଂ ଅସ୍ତରଙ୍ଗରେ ଥିବା ସାମୁଦ୍ରିକ ଥାନାରେ କର୍ମଚାରୀ ଅଭାବ ସାଙ୍ଗକୁ ଅତ୍ୟାଧୁନିକ ବ୍ୟବସ୍ଥା ନାହିଁ। ଏଭଳି ସ୍ଥିତିରେ ଯଦି ସମୁଦ୍ରତଟ ଦେଇ ଆତଙ୍କବାଦୀ ପୁରୀରେ ପ୍ରବେଶ କରନ୍ତି ତେବେ ମୁକାବିଲା କରିବା ପୋଲିସ ପାଇଁ କଷ୍ଟକର ହୋଇପଡ଼ିବ।
ଏ ସମ୍ପର୍କରେ ପୁରୀ ଏସ୍‌ପି ଡା. ଉମାଶଙ୍କର ଦାଶଙ୍କୁ ପଚାରିବାରୁ କହିଛନ୍ତି, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ିି କରାଯାଇଛି। ରାତ୍ର ପାଟ୍ରୋଲିଂ, ପ୍ରବେଶ ପଥରେ ଯାନବାହନ ଯାଞ୍ଚ ଚାଲିଛି। ସମସ୍ତ ଥାନା ଅଧିକାରୀଙ୍କୁ ମଧ୍ୟ ଆଲର୍ଟ କରାଯାଇଛି।ଶ୍ରୀମନ୍ଦିର ଭିତର ଓ ବାହାର ଏବଂ ସହରର ଜନଗହଳି ଅଞ୍ଚଳରେ ସିସିଟିଭି ବ୍ୟବସ୍ଥା ରହିଛି। ଏହାକୁ ଯାଞ୍ଚ କରାଯାଉଛି। ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିଶେଷ ଗୁୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri