ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ୧୫ ପ୍ରତିଶତ କମିଛି: ଗ୍ଲୋବାଲ୍‌ ଟେରୋରିଜିମ୍‌ ଇଣ୍ଡେକ୍ସ୍‌

ଓ୍ବାଶିଂଟନ,୨୩।୧୧: ପୃଥିବୀରେ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ୨୦୧୭ ତୁଳନାରେ ୨୦୧୮ରେ ୧୫ ପ୍ରତିଶତ କମିଛି। ଏନେଇ ଗ୍ଲୋବାଲ୍‌ ଟେରୋରିଜିମ୍‌ ଇଣ୍ଡେକ୍ସ୍‌-୨୦୧୯ରେ ରିପୋର୍ଟ ପ୍ରକାଶ ପାଇଛି। ତେବେ ଗୋଟିଏ ବର୍ଷ ମଧ୍ୟରେ ଆତଙ୍କବାଦ ପ୍ରଭାବିତ ଦେଶଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି। ୨୦୦୨ ପରେ ଦକ୍ଷିଣ ଏସିଆ ଆତଙ୍କବାଦ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଏଥିରେ ପ୍ରକାଶ ପାଇଛି। ଅପରପକ୍ଷରେ ଏହି ସମୟରେ ମଧ୍ୟ ଆମେରିକା ଅଞ୍ଚଳ କମ୍‌ ପ୍ରଭାବିତ ହୋଇଛି। ସେହିପରି ୟୁରୋପରେ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ୭୦ ପ୍ରତିଶତ କମିଛି। ଏଥିରେ ଆଫଗାନୀସ୍ତାନରେ ଆତଙ୍କବାଦୀଙ୍କ ଯୋଗୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଏଥି ଲାଗି ତାଲିବାନ୍‌ ସଂଗଠନକୁ ଦାୟୀ କରାଯାଇଛି। ଅନ୍ୟ ଆତଙ୍କବାଦୀ ସଂଗଠନ ତୁଳାନରେ ୨୦୧୮ରେ ତାଲିବାନ୍‌ ଅଧିକ ଲୋକଙ୍କ ଜୀବନ ନେଇଛି। ତାଲିବାନ୍‌ ଦ୍ୱାରା ଏହି ବର୍ଷ ୬ ହଜାର ଶହେ ୩ ଜଣ ଲୋକଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୮ରେ ଆତଙ୍କବାଦୀ ଆକ୍ରମଣରେ ୭ ହଜାର ୩ଶହ ୭୯ ଲୋକଙ୍କ ଜୀବନ ଯାଇଛି। ୨୦୧୭ ତୁଳନାରେ ସାଧାରଣ ଲୋକଙ୍କ ମୃତ୍ୟୁ ସଂଖ୍ୟା ୪୬ ପ୍ରତିଶତ ବଢ଼ିଛି। ଏହି ସମୟରେ ପଶ୍ଚିମ ଆଫ୍ରିକା ନାଇଜେରିଆରେ ମୌଳବାଦୀ ଅଧିକ ସକ୍ରିୟ ହୋଇଛନ୍ତି। ଅପରପକ୍ଷରେ ସୋମାଲିଆରେ ଆତଙ୍କବାଦୀ ଆକ୍ରମଣ ଘଟଣା କମିଛି। ଆତଙ୍କବାଦୀ ଆକ୍ରମଣ ଯୋଗୁ ୨୦୧୭ରେ ୫୪ ଶହ କୋଟି ଡଲାରର କ୍ଷତି ହୋଇଥିବାବେଳେ ୨୦୧୮ରେ ଏହା କମି ୩୩ ଶହ କୋଟି ଡଲାର ହୋଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧମକ ଦେଲା ରୁଷିଆ: ତୃତୀୟ ବିଶ୍ୱଯୁଦ୍ଧ ହେଲେ ପଡ଼ିବ ପରମାଣୁ ବୋମା

ମସ୍କୋ,୨।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ୭ ଦିନ ବିତିଛି। ରୁଷିଆ ସେନାର ଆକ୍ରମଣ କ୍ରମାଗତ ଭାବେ ୟୁକ୍ରେନ ଉପରେ ବଢ଼ି ଚାଲିଛି। ଏଭଳି ସ୍ଥିତିରେ...

ଆରୋଗ୍ୟ ସେତୁ ଆପ୍‌କୁ ପ୍ରଶଂସା କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଜେନେଭା, ୧୩।୧୦: କରୋନା ମହାମାରୀ ସଙ୍କଟ ପୃଥିବୀରେ ଥମିବାର ନାଁ ଧରୁନି। ଏପରିସ୍ଥଳେ ଭାରତର ଯୋଜନାବଦ୍ଧ କରୋନା ଲଢ଼େଇକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରଶଂସା...

ଶ୍ରୀଲଙ୍କାକୁ ୩୭ ହଜାର କୋଟି ଋଣ ଦେଲା ଭାରତ

ନୂଆଦିଲ୍ଲୀ,୨ା୨: ଆର୍ଥିକ ସଙ୍କଟରେ ପଡ଼ିଥିବା ଶ୍ରୀଲଙ୍କାରେ ତୈଳ ଏବଂ ଶକ୍ତି ଅଭାବ ମଧ୍ୟ ଲାଗି ରହିଛି। ଜରୁରିକାଳୀନ ସ୍ଥିତିରେ ତୈଳ କ୍ରୟ ପାଇଁ ଭାରତ ଶ୍ରୀଲଙ୍କାକୁ...

ଆମେରିକା-ଦକ୍ଷିଣ କୋରିଆକୁ କିମ୍‌ଙ୍କ ଖୋଲା ଚ୍ୟାଲେଞ୍ଜ୍‌, ପୁଣି ଜାପାନ ଉପର ଦେଇ ୨ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ…

ପ୍ୟୋଙ୍ଗୟାଙ୍ଗ,୯।୧୦ : ଉତ୍ତର କୋରିଆ ଦୁଇ ସପ୍ତାହ ମଧ୍ୟରେ ସପ୍ତମ ଥର ପାଇଁ ଜାପାନ ଆଡକୁ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିଛି। ଉତ୍ତର କୋରିଆର ଏହି...

ଭାରତ-ପାକିସ୍ତାନ ସମ୍ପର୍କରେ କୌଣସି ଉନ୍ନତି ସମ୍ଭାବନା ନାହିଁ: ବିଲାଓ୍ବାଲା ଭୁଟ୍ଟୋ

ନ୍ୟୁୟର୍କ,୨୩।୯: ବନ୍ୟା ଯୋଗୁ ପାକିସ୍ତାନ ସ୍ଥିତି ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି। ଦେଶ ଆର୍ଥିକ ଭାବେ ଦୁର୍ବଳ ମଧ୍ୟ ହୋଇପଡିଛି। କିନ୍ତୁ ପାକିସ୍ତାନର ନେତାମାନେ ନିଜ ଦେଶର...

ଆମେରିକାରେ ଟ୍ରେନ୍ ଦୁର୍ଘଟଣା: ୨ ମୃତ, ୫୦ରୁ ଅଧିକ ଆହତ

ୱାଶିଂଟନ,୨୮ ।୬: ଆମେରିକାର ମିସୌରିରେ ଏକ ବଡ ଧରଣର ଟ୍ରେନ୍ ଦୁର୍ଘଟଣା ହୋଇଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, ମିସୌରିରେ ଏକ ଟ୍ରେନ୍ ଲାଇନଚ୍ୟୁତ ହେବାରୁ...

ବହୁ ବିବାଦ ପରେ ଏକାଠି ହେବେ ଜାପାନ ପ୍ରିନ୍ସେସ୍‌

ଟୋକିଓ,୧।୧୦: ଜାପାନ ପ୍ରିନ୍ସେସ୍‌ ମାକୋ ଓ ତାଙ୍କ ପୂର୍ବତନ କ୍ଲାସ୍‌ମେଟ କେଇ କୋମୁରୋ ଆସନ୍ତା ୨୬ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଇମ୍ପେରିଆଲ...

ରୁଷିଆ ତା’ର ହାଇପରସୋନିକ ଜିରକନ ମିଶାଇଲର କଲା ସଫଳ ପରୀକ୍ଷଣ, ଶବ୍ଦଠାରୁ ୯ ଗୁଣା ଅଧିକ ବେଗରେ ଗତି କରିବ

ମସ୍କୋ,୨୯ ।୫: ୟୁକ୍ରେନ ସହ ଲାଗି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ନୌସେନା ଶନିବାର ନିଜର ହାଇପରସୋନିକ ମିଶାଇଲର ଆଉ ଏକ ସଫଳ ପରୀକ୍ଷଣ କରିଛି...

Advertisement
Archives

Model This Week