ଆଣ୍ଡାମାନ ଛୁଇଁଲା ମୌସୁମୀ, ଜୁନ୍‌ରେ ଓଡ଼ିଶା ଆସିବ; ଜଳୁଛି ସାରା ଓଡ଼ିଶା, ୪୫.୮ ଡିଗ୍ରୀରେ ଟିଟିଲାଗଡ଼

ଭୁବନେଶ୍ୱର, ୧୯।୫(ବ୍ୟୁରୋ)/ରଣପୁର (ସ୍ବ.ପ୍ର.)- ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାତିରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ। ରାଜ୍ୟର ଅଧିକାଂଶ ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ପ୍ରବଳ ଗରମକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ପୂର୍ବାହ୍ନ ୧୦ଟାପରେ ଲୋକେ ବାହାରକୁ ବାହାରିବା ପାଇଁ ବି ଡରୁଛନ୍ତି। ଏପରିସ୍ଥିତିରେ ଶନିବାର ଆଣ୍ଡାମାନକୁ ଛୁଇଁଛି ମୌସୁମୀ ବାୟୁ। ମୌସୁମୀ ପହଞ୍ଚତ୍ବା ପରେ ସେଠାରେ ବର୍ଷା ଆରମ୍ଭ ହୋଇଛି। ଆସନ୍ତା ୨ରୁ ୩ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଆଣ୍ଡାମାନରେ ଏହାର ପ୍ରଭାବ ଅନୁଭୂତ ହେବ ଓ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିିଜ୍ଞାନ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ର ସୂଚନା ଦେଇଛନ୍ତି। ତେବେ ଜୁନ୍‌ ଦ୍ୱିତୀୟରୁ ତୃତୀୟ ସପ୍ତାହ ମଧ୍ୟରେ ମୌସୁମୀ ଓଡ଼ିଶା ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ସେପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନେଇ ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ବିଶେଷକରି ଆଗକୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଆଭ୍ୟନ୍ତରୀଣ ଓଡ଼ିଶାରେ ୩ଦିନ ଧରି ହିଟ୍‌ ୱେଭ୍‌ ଜାରି ରହିବ। ଉପକୂଳ ଜିଲାରେ ସାଧାରଣଠାରୁ ୧ ଡିଗ୍ରୀ ଅଧିକ ତାପମାତ୍ରା ରହିବ। ଏପରିକି ୨୪ ଓ ୨୫ତାରିଖ ବେଳକୁ ସର୍ବୋଚ୍ଚ ତାପମାତ୍ରା ୪୭ ଡିଗ୍ରୀରେ ପହଞ୍ଚତ୍ବ। କେତେକ ସ୍ଥାନରେ ପାରଦ ୪୮ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଏବେ ଅସହ୍ୟ ତାତିରେ ଓଡ଼ିଶା ସିଝୁଛି। ବିଶେଷକରି ପଶ୍ଚିମ ଓଡ଼ିଶାର ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଶୁକ୍ରବାର ଅପେକ୍ଷା ଶନିବାର ଅଧିକାଂଶ ଜିଲାରେ ପାରଦ ବୃଦ୍ଧି ପାଇଛି। ଶନିବାର ରାଜ୍ୟର ୧୫ ଜିଲାରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ଟିଟିଲାଗଡ଼ ୪୫.୮ ଡିଗ୍ରୀ ତାପମାତ୍ରାରେ ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବାବେଳେ ବଲାଙ୍ଗୀର ୪୫.୫, ସମ୍ବଲପୁର ୪୪.୬, ସୋନପୁର ୪୪.୨, ହୀରାକୁଦ ୪୪.୧, ଝାରସୁଗୁଡ଼ା ୪୩.୬, ତାଳଚେର ୪୩.୨, ଭବାନିପାଟଣା ୪୨.୮, ଅନୁଗୋଳ ୪୨.୭, ସୁନ୍ଦରଗଡ଼ ୪୨ ଓ ମାଲକାନଗିରି ୪୨, ଫୁଲବାଣୀ ୪୧.୮, ଚାନ୍ଦବାଲି ୪୦.୫, ଭୁବନେଶ୍ୱର ୪୦.୨, କଟକର ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ରେକର୍ଡ କରାଯାଇଛି। ତେବେ ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ହୋଇଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ ରାଜ୍ୟରେ ଅଂଶୁଘାତ ବିପଦ ବଢ଼ି ଚାଲିଛି। ଶନିବାର ଅଂଶୁଘାତରେ ନୟାଗଡ଼ ଜିଲା ରଣପୁର ବ୍ଲକ ଅନ୍ଧାରୁଆ ଗ୍ରାମର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସେ ହେଲେ ପର୍ଶୁରାମ ମାନସିଂ (୬୫)। ଏ ନେଇ ପରିବାର ପକ୍ଷରୁ ରଣପୁର ଥାନାରେ ଅଭିଯୋଗ ପରେ ପୋଲିସ ୪/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ରଣପୁର ସରକାରୀ ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପର୍ଶୁରାମ ସକାଳ ୭ଟାରେ ଗ୍ରାମଠାରୁ କିଛି ଦୂରରେ ଥିବା ତାଙ୍କ ଜମି ବୁଲିବାକୁ ଯାଇଥିଲେ। ସେଠାରେ ଥିବା ପୋଖରୀରେ ଗାଧୋଇ ସେ ଘରକୁ ଫେରିବାର ଥିଲା। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପୁଅ ଆଲୋକ ଖୋଜାଖୋଜି କରି ବାପା ପର୍ଶୁରାମ ନିଜ ଜମିର ହିଡ଼ ଉପରେ ପଡ଼ିଥିବା ଦେଖିଥିଲେ। ତୁରନ୍ତ ସେ ତାଙ୍କୁ ଉଦ୍ଧାର କରି ରଣପୁର ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନୟାଗଡ଼ ଜିଲାରେ ଏହା ପ୍ରଥମ ଅଂଶୁଘାତ ମୃତ୍ୟୁ ବୋଲି କୁହାଯାଉଛି। ଅନୁରୂପ ଭାବେ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ରାଇପାଳ ଗ୍ରାମର ଅର୍ଜୁନ ବିଶ୍ୱାଳ (୬୫) ଅଂଶୁଘାତରେ ପ୍ରାଣ ହରାଇଛନ୍ତି। ସେହିପରି କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ୍‌ ଜାଗୁଗୁଡ଼ା ଗ୍ରାମର ମଣ୍ଡ ଟୁଣୁକାଙ୍କ ଗୁରୁବାର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ଭାଜପାରେ ମିଶିଲେ କର୍ଲାମୁଣ୍ଡା ବ୍ଲକର ୩ ମହିଳା ସରପଞ୍ଚ

କର୍ଲାମୁଣ୍ଡା,୬ା୭ (ପ୍ରଦୀପ କୁମାର ସାହୁ): ଭବାନୀପାଟଣାଠାରେ ଭାଜପା ପକ୍ଷରୁ ଆୟୋଜିତ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ ସମାରୋହ ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ…

କ୍ରିଷ୍ଣ ମୋହନଙ୍କୁ ମିଳିଲା ଗୁରୁଦାୟିତ୍ୱ: ଜାଣନ୍ତୁ ସେ କିଏ

ନୂଆଦିଲ୍ଲୀ,୬।୭: ଅଯୋଧ୍ୟା ରାମମନ୍ଦିର ଦାନ ଅର୍ଥ ଆତ୍ମସାତ ଅଭିଯୋଗ ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ସଦସ୍ୟ ଅନିଲ ମିଶ୍ରା…

ବିବାହିତାଙ୍କୁ କଲେ ଦ୍ଵିତୀୟ ବିବାହ: ସ୍ବାମୀଙ୍କ ଫୋନରୁ ଅନ୍ତରଙ୍ଗ ଭିଡିଓ ଭାଇରାଲ କଲେ ପ୍ରଥମ ସ୍ତ୍ରୀ , ଡରିକି ଏମିତି …

ଦିଗପହଣ୍ଡି,୬|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ରହୁଥିବା ଜଣେ ବିବାହିତା(୩୦)ଙ୍କୁ ପ୍ରେମ କରି ଦ୍ଵିତୀୟ ବିବାହ କରିବା ପରେ କୁକୁଡ଼ାଖଣ୍ଡି…

କଲ୍ୟାଣସିଂହପୁର ଭିଡ଼ ହିଂସା, ୨୪ ଅଭିଯୁକ୍ତଙ୍କ ହେଲା ଟିଆଇ ପରେଡ୍‌

ରାୟଗଡ଼ା/ବିଷମ କଟକ, ୬।୭ (କୈଳାସ ଚନ୍ଦ୍ର ପୃଷ୍ଟି/ ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁରରେ ଘଟିଥିବା ବହୁଚର୍ଚ୍ଚିତ ଭିଡ଼ ହିଂସା ମାମଲାରେ ସୋମବାର ବିଷମକଟକ ଉପକାରାଗାରରେ…

ଜିମ୍ବାଓ୍ବେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ସଞ୍ଜୁ ସାମସନ ବାଦ୍‌

ନୂଆଦିଲ୍ଲୀ, ୬ା୭: ଚଳିତମାସ ପରବର୍ତ୍ତୀ ଭାଗରେ ଖେଳାଯିବାକୁ ଥିବା ଜିମ୍ବାଓ୍ବେ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ…

କାଲି  ଖୋର୍ଦ୍ଧା ରୋଡ୍ ଡିଭିଜନ୍‌ରେ ୮ ମେମୁ ଟ୍ରେନ୍‌ ବାତିଲ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୬।୭: ଯାତ୍ରୀମାନଙ୍କ ପାଇଁ ଜରୁରୀ ସୂଚନା। ମାଳତୀପାଟପୁର ଓ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ଆଧୁନିକୀକରଣ ଓ ରେଳ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ଆସନ୍ତାକାଲି…

Puri Koraput Expressର ଶୁଭାରମ୍ଭ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀ କଲେ ଉଦ୍‌ଘାଟନ

ପୁରୀ,୬।୭: ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସ ଏବଂ ବ୍ରହ୍ମପୁର-ଉଧନା(ସୁରଟ) ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାର ସୋମବାର ଶୁଭାରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri