ଆଡ଼ିବନ୍ଧ ପାଇଁ ତାଳଦଣ୍ଡା କେନାଲରେ ଜଳ ପ୍ରବାହ ବାଧାପ୍ରାପ୍ତ

ପାରାଦୀପ,୧୩।୮(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପର ଜୀବନରେଖା କୁହାଯାଉଥିବା ତାଳଦଣ୍ଡା କେନାଲ ଏବେ ବିଭିନ୍ନ କାରଣରୁ ସଙ୍କୁଚିତ ଓ ପ୍ରଦୂଷିତ ହେବାରେ ଲାଗିଛି। ଏଥିପାଇଁ କେନାଲର ଜଳଧାରଣ କ୍ଷମତା ୧୧ କ୍ୟୁସେକରୁ ହ୍ରାସପାଇ ୩ କ୍ୟୁସେକରେ ପହଞ୍ଚତ୍ଲାଣି। ଏବେ କେନାଲର ଏକାଧିକ ସ୍ଥାନରେ ଆଡିବନ୍ଧ ନିର୍ମାଣ କରାଯାଇ ଜଳ ପ୍ରବାହ ବନ୍ଦ କରାଯାଇଥିବା ଦେଖିବାକୁ ମିଳୁଛି। ୧୬ ନଂ. ଜୋନ୍‌ ଭୂତମୁଣ୍ଡାଇ ପାଖରେ ଏପରି ଏକ ଆଡ଼ିବନ୍ଧ ରହିଛି। ଏକ ଠିକାସଂସ୍ଥାର ନିର୍ମାଣ କାମ କେନାଲର ମହାନଦୀ ପାର୍ଶ୍ୱରେ ଚାଲିଥିବାରୁ ସେହି ସଂସ୍ଥା ଆଡିବନ୍ଧ କରି ସେଥିରେ ଗାଡ଼ି ଚଳାଚଳ କରୁଛି। ପାଣି ଯିବା ପାଇଁ ଆଡିବନ୍ଧ ମଝିରେ ଏକ ସିମେଣ୍ଟ ପାଇପ ବସାଯାଇଛି। ୮୦କିମି କେନାଲର ଏକାଧିକ ସ୍ଥାନରେ ଏଭଳି ଆଡିବନ୍ଧ ରହିଥିବା ଦେଖିବାକୁ ମିଳୁଛି। ଯେଉଁ ସ୍ଥାନରେ ଆଡିବନ୍ଧ ହେଉଛି କାମ ପରେ ତାହାକୁ ତଡ଼ା ନ ଯାଇ କେନାଲ ମଧ୍ୟରେ ମାଟିବାଲି ଖେଳାଇ ଦିଆଯାଉଛି। ଫଳରେ କେନାଲଟି ପୋତି ହୋଇଯାଉଛି। ଆଡିବନ୍ଧ ଯୋଗୁ ପାଣିରେ ଦଳ ଜମିରହି ପଚି ଦୁର୍ଗନ୍ଧ ହେଉଛି। ଏହାବାଦ କେନାଲ ପାର୍ଶ୍ୱବର୍ତ୍ତୀ ଗ୍ରାମରେ ବୁଲା ପଶୁ ଓ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ଘଟିଲେ ଲୋକେ କେନାଲରେ ଆଣି ପକାଇ ଦେଉଛନ୍ତି। ତେଣୁ ତାଳଦଣ୍ଡା କେନାଲ ପାଣି ଗାଧୋଇବା ଓ ପିଇବା ଅନୁପଯୋଗୀ ହୋଇଗଲାଣି ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏକାଧିକଥର ପରୀକ୍ଷା ପରେ ଘୋଷଣା କରାଯାଇଛି। ଆଡିବନ୍ଧ ପ୍ରସଙ୍ଗରେ ତାଳଦଣ୍ଡା କେନାଲ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଦେବାଶିଷ ମହାନ୍ତିଙ୍କୁ ପଚାରିବାରେ ସେ କହିଲେ ଯେ ଯେଉଁ ସ୍ଥାନରେ ଆଡିବନ୍ଧ କରାଯାଇଛି ତାହା ସାମୟିକ। ଠିକାସଂସ୍ଥା କାମ ସରିବା ପରେ ତାହା ଭଙ୍ଗାଯିବ। ସେହିପରି ପ୍ରଦୂଷଣ ସମ୍ପର୍କରେ ସେ କହିଛନ୍ତି ଯେ, ଲୋକାମାନେ ହିଁ ଏଭଳି ପ୍ରଦୂଷଣ କରୁଛନ୍ତି। ଏହାର ଯାଞ୍ଚ କରିବାକୁ ଆମ ପାଖରେ କର୍ମଚାରୀ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ ସଂସ୍କୃତି ପରମ୍ପରା ଏବଂ କ୍ରୀଡା ସାମଗ୍ରୀ ବଣ୍ଟନ

ଲେଫ୍ରିପଡା,୨୯।୧୧(ଡି.ଏନ.ଏ) -ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଲେଫ୍ରିପଡା ବ୍ଲକ୍‌ କାର୍ଯ୍ୟାଳୟଠାରେ ଆଦିବାସୀ ସଂସ୍କୃତି ପରମ୍ପରା ଏବଂ କ୍ରୀଡା ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ...

ତିରିଶ ଘଣ୍ଟା ପରେ ମିଳିଲା ମୃତଦେହ

କେନ୍ଦୁଝର,୨।୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ସ୍ଥାନୀୟ ଶିରିପୁର ସ୍ଥିତ ପୋଖରୀରେ ବୁଡି ଯାଇଥିବା ବ୍ୟକ୍ତିଙ୍କ ମୃତଦେହ ତିରିଶ ଘଣ୍ଟା ପରେ ମିଳିଲା। ପୋଖରୀରେ ଭାସୁଥିବା ଅବସ୍ଥାରେ...

ଗରିବ, ଅସହାୟଙ୍କୁ ମାସ୍କ

ବରଗଡ଼ ଅଫିସ୍‌,୨।୫: ଭାରତ ସ୍କାଉଟ୍‌ ଆଣ୍ଡ୍‌ ଗାଇଡ୍‌ର ବରଗଡ଼ ଶାଖା ଗରିବ, ଅସହାୟଙ୍କୁ ମାସ୍କ ବାଣ୍ଟିଛି । ଭାଗୀରଥି ମହାରଣାଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ଗାନ୍ଧୀଛକ, କଚେରୀ...

ଡାକ୍ତରଖାନା ଛାତରୁ ପ୍ଲାଷ୍ଟର ଖସି ମୃତ୍ୟୁ ଘଟଣା: ମୃତଦେହ ରଖି ରାସ୍ତାରୋକୋ

ବାରିପଦା ଅଫିସ,୯।୧୦: ମୟୂରଭଞ୍ଜ ଜିଲା ବାରିପଦା ପିଆରଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲ ଛାତରୁ ପ୍ଲାଷ୍ଟର ଖସି ଶାମାଖୁଣ୍ଟା ବ୍ଲକ ଅଧୀନ ପୋଡାରଅସ୍ତିଆ ଗ୍ରାମର ଚକ୍ରଧର...

ବିକାଶଠାରୁ ବହୁ ପଛରେ ଗଞ୍ଜାମ ଏନ୍‌ଏସି: ସହରର ଉନ୍ନତି ପାଇଁ ଭାଜପା ପକ୍ଷରୁ ଦାବିପତ୍ର

ଗଞ୍ଜାମ,୨୮।୯(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଦୀର୍ଘ ୧୦ ବର୍ଷଧରି ବିକାଶ ହେଉ ନ ଥିବା ଭାଜପା ବ୍ଲକ ପକ୍ଷରୁ ପ୍ରତିବାଦ କରାଯାଇଛି। ସହରର ବିଭିନ୍ନ ସମସ୍ୟା ସମାଧାନ...

ଆଶାୟୀଙ୍କ ମଧ୍ୟରେ ହେଲାଣି ହଲ୍‌ଚଲ

କେନ୍ଦ୍ରାପଡ଼ା ଅଫିସ,୯।୧୦: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷିତ ସ୍ଥାନ ତାଲିକା ଶୁକ୍ରବାର ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା ଜିଲାପାଳ...

ଖୁଦୁରୁକୁଣୀ ପୂଜାରେ ଅଘଟଣ: ଋଷିକୂଲ୍ୟାକୁ ପାଣି ଆଣିବାକୁ ଯାଇ ଭାସିଗଲେ ୫ ବାଳିକା; ୪ ଉଦ୍ଧାର, ଜଣେ ନିଖୋଜ

ଶେରଗଡ଼,୨୫।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ କାଞ୍ଜିଆମା ଗ୍ରାମ ଦେଇ ବହିଯାଇଥିବା ଋଷିକୂଲ୍ୟା ନଦୀରେ ରବିବାର ସକାଳେ ୫ ବାଳିକା ଭାସି ଯାଇଥିଲେ। ସେମାନଙ୍କ...

୫ରୁ ଊର୍ଦ୍ଧ୍ୱ ଲୋକଙ୍କ ଘର ଭାଙ୍ଗିଲା ହାତୀ

ପାଟଣା,୧୦।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ଗୋଟିକିଆ ଦନ୍ତାହାତୀର ଆତଙ୍କରାଜ ଯୋଗୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଏହି ଦନ୍ତାହାତୀଟି ପାଟଣା...

Advertisement
Archives

Model This Week