ଆଠମଲ୍ଲିକ ସହର, ୩ ପଞ୍ଚାୟତରେ ବନ୍ୟା

ଆଠମଲ୍ଲିକ,୧୫ା୮(ଡି.ଏନ.ଏ.) ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଅନୁଗୋଳ ଜିଲାର ଆଠମଲ୍ଲିକ ସହର ସମେତ ବ୍ଲକରେ ବୁଧବାର ବନ୍ୟା ଜଳ ପ୍ରବେଶ କରିଛି। ଏଥିଯୋଗୁ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ତିନୋଟି ପଞ୍ଚାୟତ ଓ ଗୋଟିଏ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ବୁଧବାର ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଓ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି।
ଆଠମଲ୍ଲିକ ଏନଏସି ସମେତ ବ୍ଲକର କିଆକଟା, ବାସୁଦେବପୁର, ଲୁଣହାଣ୍ଡି, କନ୍ଧପଡା, କମ୍ପଲା, କୁଦଗାଁ, ପୁରୁଣାମାଣତ୍ରୀ, ନଅଗାଁ, ଅଏଡା, ଜାମୁଡୋଲି, ଲୁହାସିଙ୍ଗା ଆଦି ପଞ୍ଚାୟତର ୪୦୦ ହେକ୍ଟରରୁ ଊର୍ଦ୍ଧ୍ୱ ଚାଷ ଜମି ଜଳମଗ୍ନ ହୋଇଛି। ଏହାଛଡା ଆଠମଲ୍ଲିକ ବିନିକେୟୀ ରାସ୍ତାର କଣ୍ଟିଆଣି ଓ ଚଣାଗଡି ନାଳ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଲୁହାସିଙ୍ଗା, ଜାମୁଡୋଲି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଅଏଡା ପଞ୍ଚାୟତର ଓଳଥ ଗ୍ରାମ, କୁଦଗାଁ ପଞ୍ଚାୟତର କୁଦଗାଁ ବିଛିନ୍ନ ହୋଇଛି। ଆଠମଲ୍ଲିକ-ମାଧପୁର ରାସ୍ତାରେ ଥିବା ପ୍ରଶିଦ୍ଧ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ଦେଉଳଝରୀ ମନ୍ଦିର ପରିସରରେ ବନ୍ୟାଜଳ ପ୍ରବେଶ କରିଥିବା ଜଣାପଡିଛି। କୁଦଗାଁ ଗ୍ରାମବାସୀ ଜଳବନ୍ଦୀ ଥିବାରୁ ୪୦୦ ଲୋକଙ୍କ ପାଇଁ ଚୁଡା, ଗୁଡ, ବିସ୍କୁଟ, ପିଇବା ପାଣି ବ୍ୟବସ୍ଥା କରାଯାଇଛି। ସେହିଭଳି ଚଣାଗଡି ନାଳ ଓ ଓଳଥରେ ବେସରକାରୀ ଡଙ୍ଗା, ଅଗ୍ନିଶମ ବିଭାଗ ଯନ୍ତ୍ର ଚାଳିତ ବୋଟ୍‌ର ବ୍ୟବସ୍ଥା କରାଯାଇଛି। ବିଧାୟକ ସାଏ ହେଲେଇ, କୁଦଗାଁର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ପୂର୍ବତନ ବିଧାୟକ

ପାରଳାଖେମୁଣ୍ଡି,୧୨ା୧(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ବିଜୟ କୁମାର ଜେନାଙ୍କ ୯୦ ବର୍ଷ ବୟସରେ ପରଲୋକ ହୋଇଛି। କିଛିଦିନ ହେଲା ସେ ଅସୁସ୍ଥ ଥିଲେ।...

ସିପିଏମ୍‌ ପକ୍ଷରୁ ପ୍ରତିବାଦ ସଭା

ଖଇରା,୨୨।୪(ଡି.ଏନ.ଏ.)-ସିପିଏମ ଆଞ୍ଚଳିକ କମିଟି ଖଇରା ଶାଖା ପକ୍ଷରୁ ବାଲେଶ୍ୱର ଜିଲା ଖଇରା ବଜାରରେ ମଙ୍ଗଳବାର ପଥପ୍ରାନ୍ତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସନ୍ତୋଷ କୁମାର ସାହୁଙ୍କ...

ରେଳଧାରଣାରୁ ମିଳିଲା ମହିଳା, ଯୁବକଙ୍କ ମୃତଦେହ

ବ୍ରହ୍ମପୁର ଅଫିସ,୧୪ା୭: ରେଳବାଇ ପୋଲିସ (ଜିଆରପି) ପୃଥକ୍‌ ରେଳଧାରଣାରୁ ଜଣେ ମହିଳାଙ୍କ ସମେତ ଅନ୍ୟଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ଏନେଇ ଜିଆର୍‌ପି ପୋଲିସ ୨ଟି...

ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର

ବାଲେଶ୍ୱର ଅଫିସ,୨୭।୬:  ବାଲେଶ୍ୱର ସହର ଜିଲା ସ୍କୁଲ୍‌ରେ ଶିକ୍ଷକଙ୍କ ମାଡ଼ରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି...

ବଡ଼ଗୁଡ଼ା ସାହିକୁ ଭରସା କାଠପୋଲ

ବିଶୋଇ,୨୦।୮(ଡି.ଏନ.ଏ.): ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶରେ ଥିବା ଆଦିବାସୀ ଅଧ୍ୟୁଷିତ ବିଶୋଇ ବ୍ଲକର ବିଭିନ୍ନ ଉପାନ୍ତ ଅଞ୍ଚଳର ଲୋକେ...

ବାରିକେଡ୍‌ ଡେଉଁଛନ୍ତି ଅମାନିଆ, ଶଟ୍‌ଡାଉନ୍‌ କଲେ ସରପଞ୍ଚ

ଆର.ଉଦୟଗିରି,୧୫ା୭(ଡି.ଏନ.ଏ)- ଗଜପତି ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆର୍‌.ଉଦୟଗିରି ପଞ୍ଚାୟତର ଜଣେ ଆୟୁଷ ଡ଼ାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ହୋମ୍‌ଗାର୍ଡ କରୋନା...

ହାତୀ ଉପଦ୍ରବ, ଘଉଡ଼ାଇବା ପରେ ଅସୁସ୍ଥ ଥିବା ସନ୍ଦେହ

ରୂପ୍‌ସା,୧।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗୁରୁବାର ରାତିରେ ମୟୂରଭଞ୍ଜ ପଟୁ...

କେନ୍ଦୁଝର ଜିଲାର ୩ ହାଇସ୍କୁଲକୁ ଅପ୍‌ଗ୍ରେଡ୍‌

କେନ୍ଦୁଝର,୨୫ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାର ୩ଟି ହାଇସ୍କୁଲକୁ ଅପ୍‌ଗ୍ରେଡ୍‌ କରି ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ୨ କଳା)ରେ ପରିଣତ କରାଯାଇଛି। ଓଡ଼ିଶା ସ୍କୁଲ ଏଜୁକେଶନ...

Advertisement
Archives

Model This Week