ଆଟେଣ୍ଡାଣ୍ଟ ଭରସାରେ କୁଦୋପାଲି ଡାକ୍‌ତରଖାନା

ସୋହେଲା,୨୬ା୬ (ଡି.ଏନ୍‌.ଏ):ବରଗଡ଼ ଜିଲା ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ୧୯୮୯ ସାଲେ କୁଦୋପାଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଥାପନ ହେଇଥିଲା। ରାଏଜ୍‌ ସରକାର ଇ ଡାକ୍‌ତରଖାନାକେ ମାହାଲିଆ ଉଷୋକଷା ସମେତ ଉନିଆ ସାଜୋସାମାନ ଯୁଗେଇ ଦେଇଛନ୍‌। ହେଲେ ଦୁଖକର କଥା ଇ ଡାକ୍‌ତରଖାନାରେ ଡାକ୍‌ତର, ଫାର୍ମାସିଷ୍ଟ, ନର୍ସ ଆର ପାଥୋ ଟେକ୍ନିସିଆନ୍‌ ନଁାଇଁନ। ଝନେ ଆଟେଣ୍ଡାଣ୍ଟ ଆର ସୁଇପର ଇଠାନେ ରୁଗୀସେବା କରୁଥିବାର ଦେଖ୍‌ବାକେ ମିଲୁଛେ।
ସୂଚନା ଅନ୍‌ସାରେ ଇ ଡାକ୍‌ତରଖାନାଟା ସୋହେଲାରୁ ପାଖାପାଖି ୧୬ କି.ମି. ଦୂରେ କନ୍‌କୁଜିଆ ରହିଥିଲାବେଲେ ଅଂଚଲଟା ମାଓବାଦୀ ପରବନ ଆଏ। ଇ ଡାକ୍‌ତରଖାନା ଉପରେ କୁଦୋପାଲି, କାଶୀପାଲି, ନେଗିମୁଣ୍ଡା, ମାଛିମୁରା, ବ୍ରାହ୍ମଣୀଡ଼ିହି, ପଣ୍ଡିକିପାଲି, ଅର୍ଜୁଣ୍ଡା ଆର ଛତିଶଗଡ଼ ରାଏଜର ସୀମାନାରେ ଥିବାର ଯୁବା, ଝାଏ ଜିରାପାଲି, ବୁନ୍ଦାମାଲ ଆଦି ଗଁାବାସୀ ନିରଭର କରୁଛନ୍‌। ଇଠାନେ ଦୁଇଝନ୍‌ ଡାକ୍‌ତର, ଝନେ ଫାର୍ମାସିଷ୍ଟ, ଝନେ ଏଏନ୍‌ଏମ୍‌(ନର୍ସ), ଝନେ ଆଟେଣ୍ଡାଣ୍ଟ ଆର ଝନେ ସୁଇପର ରହିବାର ଲାଗି ସରକାର ବେବସ୍‌ତା କରିଛନ୍‌। ହେଲେ ଇଠାନେ ଥିବାର ଅୟୁଷ ଡାକ୍‌ତରକୁଁ ସୋହେଲା ଡାକ୍‌ତରଖାନାକେ ଡେପୁଟେସନରେ ନିଆଯାଇଛେ। ସେନ୍‌ତା ଗଲା ୩ ମାସ ତଲେ କାମ୍‌ କରୁଥିବାର ଡାକ୍‌ତର ଚିନ୍ମୟ ପଧାନ ଚାକିରୀରୁ ଇସ୍ତଫା ଦେଇଛନ୍‌। କହେବାକେ ଗଲେ ଏହେଦେ ଇଠାନେ ଡାକ୍‌ତର ବଲି କେହି ନାଇଁ। ସେନ୍‌ତା ଇଠାନେ କାମ୍‌ କରୁଥିବାର ଫାର୍ମାସିଷ୍ଟ ସୁଶାନ୍ତ କୁମାର ଭୋଇକୁଁ ୫ ବଛର ହେଲା ପାଣିମୋରା ଡାକ୍‌ତରଖାନାକେ ଡେପୁଟେସନରେ ପଠାଯାଇଛେ। ତାକର ଜାଗାରେ ପଣ୍ଡକିପାଳିରେ କାମ୍‌ କରୁଥିବାର ଝନେ ସୁଆସ୍‌ତିଅ କରମୀକୁଁ ଇଠାନେ ଫାର୍ମାସିଷ୍ଟ କାଯ୍‌ ତୁଲାବାର ଲାଗି ଡେପୁଟେସନରେ ଦିଆଯାଇଛେ। ସେ ବି ଦିନାକେତେ ହେଲା ଦୁରଘଟନାର ଶିକାର ହେଇ କଟକରେ ଚିକିସତ୍ିତ ହେଉଛନ୍‌। ଡାକ୍‌ତରଖାନା ଆରମ୍‌ ଦିନୁ ଇଠାନେ ନର୍ସ ନଁାଇଁନ। ଆଗ୍‌ରୁ ଡାକ୍‌ତର ଥିଲାବେଲେ ଚିକିସତ୍ା ଲାଗି ରୁଗୀମାନେ ଆସୁଥିଲେ। ଏହେଦେ ଡାକ୍‌ତର ଅଭାବୁ ରୁଗୀମାନେ ସୋହେଲା, ବରଗଡ଼ ଚିକିସତ୍ା ଲାଗି ଯିବାର ସଂଗେ ଅଧ୍‌କା ଟଁକା ପଏସା ଖରଚ୍‌ କରି ହଇରାନ ହରକତ୍‌ ହେଉଛନ୍‌। ଗଲା ମାସ ଡାକ୍‌ତରଖାନାର କୁଠାମାନ ମରାମତି କରବାର ସଂଗେ ବାଡ଼ା ତିଆର ହେଇଛେ। ହେଲେ ଇଠାନେ ପାଏନ୍‌ର ବିଲକୁଲ ବେବସ୍‌ତା ନଁାଇଁନ। ବାଡ଼ା ବାହାରେ ଥିବାର ଗୁଟେ ନଲ୍‌ଚୁଅଁାରୁ ପାଏନ୍‌ ଆନି ଡାକ୍‌ତରଖାନାର କାମ୍‌ ଚଲାଯାଉଛେ। ଏନ୍‌ତା କି ଡାକ୍‌ତରଖାନାରେ ପାଇଖାନାର ବେବସ୍‌ତା ବି ନଁାଇଁନ, ମୁଇଁ କୁଟୁମ ଧରି ଇଠାନେ ରହୁଛେଁ, ରାଏତ୍‌ ହେଲେ ଭେଲା ଭେଲା ସଁାପ୍‌ କଁଟିଆ ବାହାରୁଛନ୍‌ ବଲି ଆଟେଣ୍ଡାଣ୍ଟ ଚିତ୍ରସେନ ଭୋଇ କହିଛନ୍‌। ଇ ବାବ୍‌ଦେ ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍‌କାରୀ ଡା.ସମୀର କୁମାର ପଣ୍ଡାକୁଁ ପଚରାଲାରୁ ଇ ସବୁ ସତ୍‌ କଥା, ହେଲେ ସୋହେଲା ଡାକ୍‌ତରଖାନାରେ ଡାକ୍‌ତର ଅଭାବ ରହିଛନ୍‌। ସେଥିଲାଗି ଆମେ କାହାକେ ଡେପୁଟେସନରେ କୁଦୋପାଲି ଡାକ୍‌ତରଖାନାକେ ପଠେଇ ନାଇଁ ପାରବାର ବଲି ସେ କହିଥିଲେ। ହେଲେ ଇ ଦିଗେ ଜିଲା ପରଶାସନ, ସୁଆସ୍‌ତିଅ ବିଭାଗ ଦୁରୁଷ୍‌ଟି ଦେଇ ଯେତେ ଜଲଦି ହେବା ସମସିଆର ସମାଧାନ କରବାକେ ଅଂଚଲବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଲିଚୁ ଲାଇଟ୍‌ ଲଗାଇବା ବେଳେ ଚାଲିଗଲା ଜୀବନ

ବାସୁଦେବପୁର, ୩।୧୧(ଡି.ଏନ.ଏ.): ଦୀପାବଳି ପାଇଁ ଘର ସଜାଉଥିବା ବେଳେ ବିଦ୍ୟୁତ୍‌ ତାର ଲାଗି ବୁଧବାର ସନ୍ଧ୍ୟାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ...

ଆକ୍ସନ୍‌ଏଡ୍‌କୁ ‘ଭୁବନେଶ୍ୱର ଲିଡରଶିପ୍‌ ଆୱାର୍ଡ’

ଭୁବନେଶ୍ୱର, ୩୦।୪ (ବ୍ୟୁରୋ): ଓ୍ବାଲର୍‌ଡ ସିଏସ୍‌ଆର୍‌ ଡେ ପକ୍ଷରୁ ଆନ୍ତର୍ଜାତିକ ସାମାଜିକ ସଂଗଠନ ଆକ୍ସନ୍‌ଏଡ୍‌କୁ ‘ଭୁବନେଶ୍ୱର ଲିଡର୍‌ଶିପ୍‌ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ପ୍ରମୁଖ...

ଭୁବନେଶ୍ୱରରେ ୩୪ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ୱର,୧୧।୩(ବ୍ୟୁରୋ):ଆଜି ସମଗ୍ର ରାଜ୍ୟରେ ଧୁମ୍‌ଧାମରେ ମହାଶିବରାତ୍ରୀ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ଶିବ ମନ୍ଦିରରେ ଭକ୍ତ ଭିଡ ଜମିଛି। କୋଭିଡ କଟକଣା ମଧ୍ୟରେ ସାମାଜିକ...

ମେସେଜ ଆସିଲା, ଧାନ ଉଠିଲା ନାହିଁ

ଖୋର୍ଦ୍ଧା ଅଫିସ/ନିରାକାରପୁର/ବୋଲଗଡ଼, ୧୮ା୧ (ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାରେ ଧାନମଣ୍ଡି ଖୋଲିବାରେ ବିଳମ୍ବ ଘଟୁଥିବାରୁ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ନିର୍ଦ୍ଧାରିତ ତାରିଖରେ ଧାନ ବିକ୍ରି...

ଘରୋଇ ହସ୍ପିଟାଲରେ ଯୁବକ ମୃତ: ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ବାପା

କଟକ ଅଫିସ, ୮ା୬: ଦୁର୍ଘଟଣା ଘଟିବା ପରେ ମୋ ପୁଅକୁ ଏସ୍‌ସିବି ମେଡିକାଲ ନେଇଥିଲି। ସେଠାରେ ଡାକ୍ତର ମୋତେ ଘରୋଇ ହସ୍ପିଟାଲ ନେବାକୁ ପରାମର୍ଶ ଦେଇଥିଲେ।...

ଆବାସ ଯୋଜନାର ବିଲ ଲାଗି ହିତାଧିକାରୀ ହଟହଟା

ସମ୍ବଲପୁର,୨୬।୪ (ବ୍ୟୁରୋ):  ସମ୍ବଲପୁର ମହାନଗର ନିଗମର ଭିନେ ଭିନେ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନେ ଘର ତିଆରି କରୁଛନ୍‌। ହେଲେ ପାଖାପାଖି ମାସେ ହେଲା...

ଏସ୍‌ଟିଏଫ୍‌ ଜାଲରେ ଉଚ୍ଚଶିକ୍ଷିତ ଠକ

ଭୁବନେଶ୍ୱର,୮।୫(ବ୍ୟୁରୋ): କେତେବେଳେ ଚାକିରି ଦେବାକୁ କହି ଫସାଉଥିଲେ ତ ଆଉ କେତେବେଳେ ଭିଜିଲାନ୍ସ ଅଧିକାରୀ ପରିଚୟରେ ବ୍ଲାକ୍‌ମେଲ କରି ଟଙ୍କା ଲୁଟୁଥିଲେ। ଏକାଧିକ ଚାକିରି ଆଶାୟୀ,...

ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ‘୫-ଟି’ ସଚିବ:ଉତ୍ତମ ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ୱ

ଝାରସୁଗୁଡ଼ା ଅଫିସ/ ଲଖନପୁର,୮।୧(ଡି.ଏନ୍‌.ଏ.):‘୫-ଟି’ ସଚିବ ଭି.କେ. ପାଣ୍ଡିଆନ୍‌ ମଙ୍ଗଳବାର ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଉତ୍ତମ...

Advertisement
Archives

Model This Week