ଆଟେଣ୍ଡାଣ୍ଟ ଭରସାରେ କୁଦୋପାଲି ଡାକ୍‌ତରଖାନା

ସୋହେଲା,୨୬ା୬ (ଡି.ଏନ୍‌.ଏ):ବରଗଡ଼ ଜିଲା ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ୧୯୮୯ ସାଲେ କୁଦୋପାଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଥାପନ ହେଇଥିଲା। ରାଏଜ୍‌ ସରକାର ଇ ଡାକ୍‌ତରଖାନାକେ ମାହାଲିଆ ଉଷୋକଷା ସମେତ ଉନିଆ ସାଜୋସାମାନ ଯୁଗେଇ ଦେଇଛନ୍‌। ହେଲେ ଦୁଖକର କଥା ଇ ଡାକ୍‌ତରଖାନାରେ ଡାକ୍‌ତର, ଫାର୍ମାସିଷ୍ଟ, ନର୍ସ ଆର ପାଥୋ ଟେକ୍ନିସିଆନ୍‌ ନଁାଇଁନ। ଝନେ ଆଟେଣ୍ଡାଣ୍ଟ ଆର ସୁଇପର ଇଠାନେ ରୁଗୀସେବା କରୁଥିବାର ଦେଖ୍‌ବାକେ ମିଲୁଛେ।
ସୂଚନା ଅନ୍‌ସାରେ ଇ ଡାକ୍‌ତରଖାନାଟା ସୋହେଲାରୁ ପାଖାପାଖି ୧୬ କି.ମି. ଦୂରେ କନ୍‌କୁଜିଆ ରହିଥିଲାବେଲେ ଅଂଚଲଟା ମାଓବାଦୀ ପରବନ ଆଏ। ଇ ଡାକ୍‌ତରଖାନା ଉପରେ କୁଦୋପାଲି, କାଶୀପାଲି, ନେଗିମୁଣ୍ଡା, ମାଛିମୁରା, ବ୍ରାହ୍ମଣୀଡ଼ିହି, ପଣ୍ଡିକିପାଲି, ଅର୍ଜୁଣ୍ଡା ଆର ଛତିଶଗଡ଼ ରାଏଜର ସୀମାନାରେ ଥିବାର ଯୁବା, ଝାଏ ଜିରାପାଲି, ବୁନ୍ଦାମାଲ ଆଦି ଗଁାବାସୀ ନିରଭର କରୁଛନ୍‌। ଇଠାନେ ଦୁଇଝନ୍‌ ଡାକ୍‌ତର, ଝନେ ଫାର୍ମାସିଷ୍ଟ, ଝନେ ଏଏନ୍‌ଏମ୍‌(ନର୍ସ), ଝନେ ଆଟେଣ୍ଡାଣ୍ଟ ଆର ଝନେ ସୁଇପର ରହିବାର ଲାଗି ସରକାର ବେବସ୍‌ତା କରିଛନ୍‌। ହେଲେ ଇଠାନେ ଥିବାର ଅୟୁଷ ଡାକ୍‌ତରକୁଁ ସୋହେଲା ଡାକ୍‌ତରଖାନାକେ ଡେପୁଟେସନରେ ନିଆଯାଇଛେ। ସେନ୍‌ତା ଗଲା ୩ ମାସ ତଲେ କାମ୍‌ କରୁଥିବାର ଡାକ୍‌ତର ଚିନ୍ମୟ ପଧାନ ଚାକିରୀରୁ ଇସ୍ତଫା ଦେଇଛନ୍‌। କହେବାକେ ଗଲେ ଏହେଦେ ଇଠାନେ ଡାକ୍‌ତର ବଲି କେହି ନାଇଁ। ସେନ୍‌ତା ଇଠାନେ କାମ୍‌ କରୁଥିବାର ଫାର୍ମାସିଷ୍ଟ ସୁଶାନ୍ତ କୁମାର ଭୋଇକୁଁ ୫ ବଛର ହେଲା ପାଣିମୋରା ଡାକ୍‌ତରଖାନାକେ ଡେପୁଟେସନରେ ପଠାଯାଇଛେ। ତାକର ଜାଗାରେ ପଣ୍ଡକିପାଳିରେ କାମ୍‌ କରୁଥିବାର ଝନେ ସୁଆସ୍‌ତିଅ କରମୀକୁଁ ଇଠାନେ ଫାର୍ମାସିଷ୍ଟ କାଯ୍‌ ତୁଲାବାର ଲାଗି ଡେପୁଟେସନରେ ଦିଆଯାଇଛେ। ସେ ବି ଦିନାକେତେ ହେଲା ଦୁରଘଟନାର ଶିକାର ହେଇ କଟକରେ ଚିକିସତ୍ିତ ହେଉଛନ୍‌। ଡାକ୍‌ତରଖାନା ଆରମ୍‌ ଦିନୁ ଇଠାନେ ନର୍ସ ନଁାଇଁନ। ଆଗ୍‌ରୁ ଡାକ୍‌ତର ଥିଲାବେଲେ ଚିକିସତ୍ା ଲାଗି ରୁଗୀମାନେ ଆସୁଥିଲେ। ଏହେଦେ ଡାକ୍‌ତର ଅଭାବୁ ରୁଗୀମାନେ ସୋହେଲା, ବରଗଡ଼ ଚିକିସତ୍ା ଲାଗି ଯିବାର ସଂଗେ ଅଧ୍‌କା ଟଁକା ପଏସା ଖରଚ୍‌ କରି ହଇରାନ ହରକତ୍‌ ହେଉଛନ୍‌। ଗଲା ମାସ ଡାକ୍‌ତରଖାନାର କୁଠାମାନ ମରାମତି କରବାର ସଂଗେ ବାଡ଼ା ତିଆର ହେଇଛେ। ହେଲେ ଇଠାନେ ପାଏନ୍‌ର ବିଲକୁଲ ବେବସ୍‌ତା ନଁାଇଁନ। ବାଡ଼ା ବାହାରେ ଥିବାର ଗୁଟେ ନଲ୍‌ଚୁଅଁାରୁ ପାଏନ୍‌ ଆନି ଡାକ୍‌ତରଖାନାର କାମ୍‌ ଚଲାଯାଉଛେ। ଏନ୍‌ତା କି ଡାକ୍‌ତରଖାନାରେ ପାଇଖାନାର ବେବସ୍‌ତା ବି ନଁାଇଁନ, ମୁଇଁ କୁଟୁମ ଧରି ଇଠାନେ ରହୁଛେଁ, ରାଏତ୍‌ ହେଲେ ଭେଲା ଭେଲା ସଁାପ୍‌ କଁଟିଆ ବାହାରୁଛନ୍‌ ବଲି ଆଟେଣ୍ଡାଣ୍ଟ ଚିତ୍ରସେନ ଭୋଇ କହିଛନ୍‌। ଇ ବାବ୍‌ଦେ ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍‌କାରୀ ଡା.ସମୀର କୁମାର ପଣ୍ଡାକୁଁ ପଚରାଲାରୁ ଇ ସବୁ ସତ୍‌ କଥା, ହେଲେ ସୋହେଲା ଡାକ୍‌ତରଖାନାରେ ଡାକ୍‌ତର ଅଭାବ ରହିଛନ୍‌। ସେଥିଲାଗି ଆମେ କାହାକେ ଡେପୁଟେସନରେ କୁଦୋପାଲି ଡାକ୍‌ତରଖାନାକେ ପଠେଇ ନାଇଁ ପାରବାର ବଲି ସେ କହିଥିଲେ। ହେଲେ ଇ ଦିଗେ ଜିଲା ପରଶାସନ, ସୁଆସ୍‌ତିଅ ବିଭାଗ ଦୁରୁଷ୍‌ଟି ଦେଇ ଯେତେ ଜଲଦି ହେବା ସମସିଆର ସମାଧାନ କରବାକେ ଅଂଚଲବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri