ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକଙ୍କ ବନାଞ୍ଚଳ ପରିଦର୍ଶନ

ବୁଗୁଡ଼ା,୫ା୬(ଡି.ଏନ.ଏ.)- ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ) ପ୍ରଶାନ୍ତ କୁମାର ମିଶ୍ର ଶୁକ୍ରବାର ବୁଗୁଡ଼ା ବନାଞ୍ଚଳ ପରିଦର୍ଶନ କରିଛନ୍ତି। ବାଲିପଦର ଏବଂ ଠଣାପଲ୍ଲୀ ବନରକ୍ଷୀଙ୍କ ସରକାରୀ କାର୍ଯ୍ୟାଳୟ ତଥା କ୍ବାର୍ଟରକୁ ନୂତନ ଭାବେ ଉଦ୍‌ଘାଟନ କରିଥିଲେ। ଏଥିସହ ବନ ସଂରକ୍ଷକ ଠଣାପଲ୍ଲୀ, କୁମୁଣ୍ଡା, ବୁଦ୍ଧଖୋଲ ଆଦି ବିଭିନ୍ନ ନର୍ସରୀ ପରିଦର୍ଶନ କରି ଆଗାମୀ ଦିନରେ କିପରି ଚାରାଗୁଡ଼ିକ ରୋପଣ କରାଯାଇପାରିବ ସେ ସମ୍ପର୍କରେ ବିଶେଷ ଦୃଷ୍ଟି ଦେବାକୁ ବନ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବର୍ତ୍ତମାନ ସମୟରେ ଜଙ୍ଗଲ ସୁରକ୍ଷା ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ଯଥେଷ୍ଟ ଧ୍ୟାନ ଦେବା ସହ ଏ ଦିଗରେ ବନ ସୁରକ୍ଷା ସମିତିର କର୍ମକର୍ତ୍ତାଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେହୁରା, ଏସିଏଫ ଶଙ୍କର୍ଷଣ ବେହେରା ଓ ପ୍ରଭାକର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବୁଗୁଡ଼ା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ସମେତ ସମସ୍ତ ବନପାଳ, ବନରକ୍ଷୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ପାଇଁ ସ୍ତ୍ରୀ ଙ୍କୁ ହତ୍ୟା ଉଦ୍ୟମ, ମୁହଁରେ ତକିଆ ଚାପିଥିବା ଅଭିଯୋଗ : ସ୍ବାମୀ ଗଲେ ଜେଲ                                        

ଦିଗପହଣ୍ଡି,୨୫|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଖଜୁରୀପଲ୍ଲୀ ଗ୍ରାମର ପୁଷ୍ପା ସେଠୀ(୨୭) ଙ୍କୁ ଅଧିକା ଯୌତୁକ ପାଇଁ ଶାରୀରିକ ଓ ମାନସିକ…

ଆଧ୍ୟାତ୍ମିକ ପରିବେଶରେ ଥୁଆମୂଳ ରାମପୁର ବ୍ଲକରେ ବାହୁଡ଼ା ଯାତ୍ରା ସମ୍ପନ୍ନ: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ…

ଥୁଆମୂଳ ରାମପୁର,୨୫।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସଦର ମହକୁମା ସମେତ ଗୋପୀନାଥପୁର, ମହୁଲପାଟଣା, କର୍ଲାପାଟ ଓ ଗୁଣୁପୁର ଆଦି ସ୍ଥାନରେ ମହାପ୍ରଭୁ…

ଧାନ ବିଲରେ ପଶିଲା କାର :୩୨୬ ନମ୍ବର ଜାତୀୟ ରାଜପଥରେ…

ମୋହନା,୨୫।୭(ମନ୍ମଥ ମିଶ୍ର): ଦୁଇ ଦିନର ଛୁଟି କାଟି ରାୟଗଡ଼ା ଜିଲାର ପଦ୍ମପୁରରୁ ଏକ କାର୍‌ (ଓଡି–୦୭–ଏଏଫ୍–୭୯୯୬) ଯୋଗେ ବ୍ରହ୍ମପୁର ଫେରୁଥିବା ବେଳେ ଗଜପତି ଜିଲା ଅଡବା ଥାନା…

କୁଆଁରମୁଣ୍ଡା-ପଦମପୁର ରାସ୍ତା ଶୋଚନୀୟ: କାଦୁଅରେ ଗଡ଼ି ଆନ୍ଦୋଳନକାରୀଙ୍କ ପ୍ରତିବାଦ

କୁଆଁରମୁଣ୍ଡା,୨୫।୭(ମହେନ୍ଦ୍ର କୁମାର ସାହୁ): କୁଆଁରମୁଣ୍ଡା-ପଦମପୁର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମାରେ ବର୍ଷା ପାଣି ଜମି ଯାତାୟାତରେ ବାଧାସୃଷ୍ଟି ହୋଇଛି। ଏପରି କି…

ଗଞ୍ଜାମ ପେଲିସର ‘ଅପରେଶନ ଅନ୍ୱେଷଣ–୩’: ନିଖୋଜ ବ୍ୟକ୍ତିମାନଙ୍କୁ ବିଭିନ୍ନ ରାଜ୍ୟରୁ ….

ଛତ୍ରପୁର୨୫।୭(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ପୋଲିସ ଜିଲାରେ ‘ଅପରେଶନ ଅନ୍ୱେଷଣ–୧’ ଓ ‘ଅପରେଶନ ଅନ୍ୱେଷଣ–୨’ର ବିପୁଳ ସଫଳତା ପରେ ଚଳିତ ମାସ ୧୮ ତାରିଖରୁ ୨୨ ତାରିଖ…

ହୃଦ୍‌ଘାତରେ ପ୍ରାଣ ହରାଇଲେ ବରିଷ୍ଠ ଶିକ୍ଷକ

କଲ୍ୟାଣସିଂହପୁର,୨୫ା୭(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତର ଶିରିପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଶିକ୍ଷକ ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ପରଲୋକରେ…

ସ୍ୱାଭିମାନ ଅଞ୍ଚଳ ଜଙ୍ଗଲରୁ ମାଓବାଦୀ ଡମ୍ପ ଜବତ

ମାଲକାନଗିରି,୨୫।୭ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଘନବେଡାରେ ବିଏସ୍‌ଏଫ୍‌ ବାହିନୀ ଏକ ମାଓବାଦୀ ଡମ୍ପ ଜବତ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବିଶେଷ…

ଦିଲ୍ଲୀ ଛାତ୍ର୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ଗଣଧାରଣା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି…

ବଲାଙ୍ଗୀର,୨୫ା୭(ସୁନିଲ କୁମାର ମହାନ୍ତି): ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନ ସମର୍ଥନରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri