ଆଞ୍ଚଳିକ ନିଦାନ କେନ୍ଦ୍ରରେ ରୋଗୀଙ୍କୁ ଶୋଷଣ ଅଭିଯୋଗରେ ବିକ୍ଷୋଭ: ଅଧ୍ୟକ୍ଷଙ୍କୁ ଦାବିପତ୍ର

ବ୍ରହ୍ମପୁର ଅଫିସ୍‌,୨୦।୫: ବ୍ରହ୍ମପୁର ବଡ଼ ମେଡ଼ିକାଲ ପରିସରରେ ଥିବା ଆଞ୍ଚଳିକ ନିଦାନ କେନ୍ଦ୍ର(ଆର୍‌ଡିସି)ରେ ରୋଗୀଙ୍କୁ ଶୋଷଣ ଏବଂ ଦୁର୍ବ୍ୟବହାର କରାଯାଉ ଥିବା ନେଇ ସୋମବାର ଅଭିଯୋଗ ହୋଇଛି । ମାନବ ଅଧିକାର ସୁରକ୍ଷା ମଞ୍ଚ ଏଭଳି ଅଭିଯୋଗ ଆଣି ଆର୍‌ଡିସି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ।
ଅଭିଯୋଗ ଅନୁଯାୟୀ, ଆର୍‌ଡିସିରେ ରୋଗୀଙ୍କୁ ଶୋଷଣ କରାଯାଉଛି। କିଛି କର୍ମଚାରୀ ରୋଗୀଙ୍କୁ ଅତି ଖରାପ ଭାଷାରେ ଗାଳିଗୁଲଜ କରୁଛନ୍ତି । ରିପୋର୍ଟ ନେବା ପାଇଁ ରୋଗୀଙ୍କୁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ତଦନୁଯାୟୀ ରକ୍ତ ଓ ମୂତ୍ର ନମୁନା ପରୀକ୍ଷା ଠିକ୍‌ ଭାବେ କରାଯାଉ ନାହିଁ। ଏଣୁ ଆର୍‌ଡିସିକୁ ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ, ତୁରନ୍ତ ରିପୋର୍ଟ ପ୍ରଦାନ, ସିସି କ୍ୟାମେରା ଲଗାଇବା, ମହିଳା ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା, ଠିକ୍‌ ସମୟରେ କେନ୍ଦ୍ର ଖୋଲିବା ଆଦି ଦାବିରେ ବିକ୍ଷୋଭ କରାଯାଇଛି। ଏ ନେଇ ଅଧ୍ୟକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ମଞ୍ଚର ସଂଯୋଜକ ଅବନୀ କୁମାର ଗୟା, ମହେଶ୍ୱର ବାଡ଼ତ୍ୟା, ପ୍ରମୁଖ ଏଥିରେ ସାମିଲହୋଇ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ରାମଲିଙ୍ଗେଶ୍ୱର ଉଦ୍ୟାନ

ବ୍ରହ୍ମପୁର ଅଫିସ୍‌,୨୯ା୮: ବ୍ରହ୍ମପୁର ସହରକୁ ମନ୍ତ୍ରୀ ଓ ବିଧାୟକଙ୍କ ଗସ୍ତ ସମୟରେ ରାମ ଲିଙ୍ଗେଶ୍ୱର ଉଦ୍ୟାନ ବନ୍ଦ ରହୁଥିବା ବେଳେ ଶୁକ୍ରବାର ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯାଇଛି।...

ତହସିଲଦାରଙ୍କ ନାଁରେ ମାମଲା, ଲିଜ୍‌ଧାରୀ ଗିରଫ

ବାରିପଦା ଅଫିସ,୩।୫ ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ଆରପଟା ଓ ଡିଙ୍ଗିରା ବାଲି ସଇରାତରୁ ବେଆଇନ ବାଲି ଉତ୍ତୋଳନ ଘଟଣା ଭିନ୍ନମୋଡ଼ ନେଇଛି। ଜାତୀୟ...

୧୧ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗରି, ରାୟଗଡ଼ା, ପୁରୀ, ଜଗତ୍‌ସିଂହପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲାର କେତେକ...

ବୁଗୁଡ଼ା ପିପୁଲସ୍‌ ହାଇସ୍କୁଲରେ ମାଙ୍କଡ ଉତ୍ପାତ, ଶିକ୍ଷାଦାନ ବାଧାପ୍ରାପ୍ତ

ବୁଗୁଡ଼ା,୨୭ା୮(ଡି.ଏନ.ଏ.)- ବୁଗୁଡ଼ା ପିପୁଲସ୍‌ ହାଇସ୍କୁଲରେ ମଙ୍ଗଳବାର ମାଙ୍କଡ଼ମାନଙ୍କର ଉତ୍ପାତ ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ପୂର୍ବାହ୍ନ ୧୦ଟା ସମୟରେ ପ୍ରାର୍ଥନା ଆରମ୍ଭରେ ମାଙ୍କଡ଼ମାନେ ହଠାତ୍‌ ହତା...

ମୟୂରଭଞ୍ଜରେ କୋଭିଡ଼ ହସ୍ପିିଟାଲ

ବାରିପଦା ଅଫିସ, ୧୫ା୪: କରୋନା ଆକ୍ରାନ୍ତଙ୍କ ପାଇଁ ମୟୂରଭଞ୍ଜ ଜିଲାରେ କୋଭିଡ଼ -୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ବାରିପଦାଠାରୁ ୭ କି.ମି ଦୂର ବାଙ୍କିଶୋଳଠାରେ ଥିବା...

୬ ଦିନ ହେଲା ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ

ମାଲକାନଗିରି,୧୯।୧୨(ଡି.ଏନ୍‌.ଏ): ରାଜ୍ୟରେ ଶିଶୁ ଅପହରଣ ଏବଂ ହତ୍ୟାକୁ ନେଇ ଆଲୋଡନ ସୃଷ୍ଟି କରିଥିବାବେଳେ ମାଲକାନଗିରି ଜିଲାରେ ଜଣେ ଦଶମ ଶ୍ରେଣୀର ଆଦିବାସୀ ଛାତ୍ରୀ ଆଜକୁ ୬...

ସଙ୍କଟରେ ବଜ୍ରକାପ୍ତା

ମନୁଷ୍ୟ ଯୋଗୁ ହିଁ ଆଜି ବିଶ୍ୱର ବନ୍ୟପ୍ରାଣୀ ସଙ୍କଟରେ। କିନ୍ତୁ ଆମେ ମନେରଖିବା ଉଚିତ ଯେ, ବନ୍ୟପ୍ରାଣୀଙ୍କ ଅନୁପସ୍ଥିତି ପୃଥିବୀର ପରିବେଶ ସମ୍ବନ୍ଧୀୟ ସନ୍ତୁଳନକୁ ବିଗାଡ଼ିଦେବ।...

ବିଧାନସଭାର ୟୁଟ୍ୟୁବ୍‌ ଚ୍ୟାନେଲ ଆରମ୍ଭ, ଟିଭି ପାଇଁ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର,୬ା୩(ବ୍ୟୁରୋ): ଓଡିଶା ବିଧାନସଭାର ୟୁଟ୍ୟୁବ୍‌ ଚ୍ୟାନେଲ ଆରମ୍ଭ ହୋଇଛି। ଶନିବାରଠାରୁ ଏହା ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ମଧ୍ୟ ଆରମ୍ଭ ହେବ ବୋଲି...

Advertisement
Archives

Model This Week