ଆଜି ସରିବ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଯୁକ୍ତ୨ ପ୍ରଥମ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ବୁଧବାର ଶେଷ ହେବ। ସନ୍ଧ୍ୟାରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍‌ରେ ପ୍ରକାଶ ପାଇବ। ସିଟ୍‌ ବଳକା ରହିଲେ ଆସନ୍ତା ୨୦ ତାରିଖରେ ସ୍ପଟ୍‌ ସିଲେକ୍ସନ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ ଓ ୨୫ରୁ ୨୭ ତାରିଖ ମଧ୍ୟରେ ନାମଲେଖା ହେବ। ୨୯ ତାରିଖରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହେବ। ସୂଚନାଯୋଗ୍ୟ, ଚଳିତ ଶିକ୍ଷାବର୍ଷ ପାଇଁ ୩ ଲକ୍ଷ ୭୫ ହଜାର ୯୫୮ ଛାତ୍ରୀଛାତ୍ର ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୩୩ ହଜାର ୫୭୩ ଛାତ୍ରୀଛାତ୍ରଙ୍କୁ ନାମଲେଖା ଲାଗି ଚୟନ କରାଯାଇଥିଲା। ରାଜ୍ୟର ୧୯୮୪ କଲେଜର ୫ଟି ବିଭାଗରେ ମୋଟ ୪ ଲକ୍ଷ ୪୮ ହଜାର ୧୯୫ ସିଟ୍‌ ରହିଛି। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟ ନାମଲେଖାରେ ୨ଲକ୍ଷ ୯୮ ହଜାର ୨୯୩ ସିଟ୍‌ ପୂରଣ ହୋଇଛି। ଆହୁରି ୧ ଲକ୍ଷ ୪୯ ହଜାର ୯୦୨ ସିଟ୍‌ ଖାଲି ରହିଥିଲା। ଗତ ଶନିବାର ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ କେତେ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି ତାହା ବୁଧବାର ସନ୍ଧ୍ୟାରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଭିଜିବ ଓଡ଼ିଶା

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): ନୂଆବର୍ଷରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତା ୧ରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ।...

ଭୁଜାଲି ଚୋଟରେ ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଗୁରୁତର

ଭୁବନେଶ୍ୱର,୧୧।୨(ବ୍ୟୁରୋ) : ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଝରଣାସାହି ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିପାରିବେ ପ୍ରବାସୀ ଗର୍ଭବତୀ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୬।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାକୁ ସୁରଟ, କେରଳରୁ ପ୍ରବାସୀମାନେ ଆସିବାରେ ଲାଗିଛନ୍ତି। ଏହି ପ୍ରବାସୀମାନଙ୍କ ମଧ୍ୟରେ କେତେକ ଗର୍ଭବତୀ ରହିଥିବା ଦେଖାଯାଇଛି। ଆବଶ୍ୟକ ହେଲେ କ୍ୱାରାଣ୍ଟାଇନ...

ପୂଜା ଛୁଟି ପର୍ଯ୍ୟନ୍ତ ରାଜ୍ୟରେ ବନ୍ଦ ରହିବ ସ୍କୁଲ, କଲେଜ

ଭୁବନେଶ୍ୱର, ୨୬।୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ୍‌ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବର୍ତ୍ତମାନ କରୋନା ମହାମାରୀ ପରିସ୍ଥିତିରେ...

CORONAVIRUS UPDATE: କରୋନା ନେଲା ଆଉ ୨ ଜୀବନ; ମୃତକ ଦ୍ୱୟ ଗଞ୍ଜାମ ଜିଲାର

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ରାଜ୍ୟରେ ସୋମବାର ୨୪୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଗଞ୍ଜାମ ଜିଲାର ବୋଲି...

ସମିଆଁ ପଞ୍ଚାୟତର ନାବାଳିକା ଅପହରଣ ଘଟଣା: ଅପହରଣକାରୀଙ୍କୁ ଗିରଫ ଦାବିରେ ଧାରଣା

ଛତିଆ,୪ା୬(ଡି.ଏନ.ଏ.)- ବୈରୀ ଥାନା ଅନ୍ତର୍ଗତ ସମିଆଁ ପଞ୍ଚାୟତର ନାବାଳିକା ଅପହରଣ ଘଟଣାକୁ ଦୁଇ ମାସ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ପୋଲିସ ଅପହରଣକାରୀଙ୍କୁ ଗିରଫ କରିବାରେ ସଫଳ...

ରେକର୍ଡ ନିଶାରେ ଦିବ୍ୟଜ୍ୟୋତି

କଟକ ଅଫିସ, ୧୦ା୬: କଟକ ଜିଲା ବିରିବାଟୀସ୍ଥିତ ଡିହସାହି ଗ୍ରାମର ଦିବ୍ୟଜ୍ୟୋତି ଜେନା(୨୦)। ରେକର୍ଡ ସୃଷ୍ଟି କରିବା ତାଙ୍କର ନିଶା। ପୂର୍ବରୁ ୬୦ ଦେଶର ୪୫୦ଟି...

ତଦନ୍ତ ନିର୍ଦ୍ଦେଶ ଦେଲେ ମାନବାଧିକାର କମିଶନ

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ବାରିପଦାରେ ଏକ ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ କୋଭିଡ୍‌ ହସ୍ପିଟାଲ୍‌ରେ ରୋଗୀଙ୍କୁ ଅବହେଳା ନେଇ ଅଭିଯୋଗ ଆସିଥିଲା। ଏ ସଂକ୍ରାନ୍ତ ମାମଲାର ଶୁଣାଣି କରି...

Advertisement


Archives

Model This Week