ଆଜି ମହାପ୍ରଭୁଙ୍କ ସୁନାବେଶ

ପୁରୀ ଅଫିସ,୧୦ା୧: ଶୁକ୍ରବାର ପବିତ୍ର ପୌଷ ପୂର୍ଣ୍ଣମୀ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ହେବ। ରତ୍ନସିଂହାସନରେ ବିରାଜିତ ଦାରୁବିଗ୍ରହ ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ପୌରାଣିକ ତଥ୍ୟ ଅନୁଯାୟୀ, ପ୍ରଭୁ ଶ୍ରୀରାମଚନ୍ଦ୍ର ୧୪ବର୍ଷ ବନବାସ ପରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ପୌଷ ପୂର୍ଣ୍ଣିମା ତିଥିରେ ସିଂହାସନରେ ଅଭିଷିକ୍ତ ହୋଇଥିଲେ। ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପ୍ରତିବର୍ଷ ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କର ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ। ପୌଷ ପୂର୍ଣ୍ଣିମା ଦିନ ସକାଳ ଧୂପ ପରେ ୧୦୮ ଗରା ଘିଅ ମିଶ୍ରିତ ଜଳରେ କେବଳ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଏ। ଏହାପରେ ଠାକୁରମାନଙ୍କ ସୁନାବେଶ ହୋଇଥାଏ। ବର୍ଷକ ମଧ୍ୟରେ ହେଉଥିବା ୫ଥର ସୁନାବେଶ ମଧ୍ୟରୁ ଏହା ଅନ୍ୟତମ।
ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ରାତି ୨ଟାରେ ଦ୍ୱାରଫିଟା, ୩ଟାରେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ଚାଲିବ। ଭୋର ୫ଟାରୁ ୬ଟା ମଧ୍ୟରେ ପହିଲି ଭୋଗ ହେବ। ସକାଳ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ସକାଳ ଧୂପ (କେବଳ କୋଠ ଭୋଗ), ପୂର୍ବାହ୍ନ ୧୧ଟା ୧୫ରେ ମହାଲକ୍ଷ୍ମୀ ବିଜେ, ଅପରାହ୍ନ ୪ଟା ୩୫ରେ ରଘୁନାଥଦେବ ଲକ୍ଷ୍ମୀମନ୍ଦିରକୁ ବିଜେ, ୫ଟାରେ ଭୋଗମଣ୍ଡପ ପୂଜା ଶେଷ, ରାତି ୭ଟା ୩୦ରେ ସନ୍ଧ୍ୟା ଆଳତି, ୧୦ଟାରେ ଅଭିଷେକ ନୀତି ଶେଷ, ୧୧ଟାରେ ବଡ଼ସିଂହାର ବେଶ, ସାଢେ ୧୧ଟାରେ ବଡ଼ସିଂହାର ଭୋଗ, ୧୧ଟା ୪୫ରେ ଟୋପର ଲାଗି ସରି ରାତି ୧୨ଟାରେ ରାତ୍ର ପହୁଡ଼ ହେବାକୁ ନୀତି ନିର୍ଘଣ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ଜିଲାରୁ ୧୪୧ ପଜିଟିଭ୍‌: ୧୧୦ କ୍ୱାରାଣ୍ଟାଇନ ସେଣ୍ଟରରୁ, ୩୧ ଲୋକାଲ କେସ୍‌; ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର,୨।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଚିହ୍ନଟ ହୋଇଥିବା ୧୪୧ ନୂଆ କରୋନା ପଜିଟିଭ୍‌ ୧୮ ଜିଲାର। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାର ସର୍ବାଧିକ ୨୭ ଆକ୍ରାନ୍ତ ରହିଛନ୍ତି।...

ପୁରୀରେ ପୁଣି ୪ ନୂଆ ଆକ୍ରାନ୍ତ ଚିହ୍ନଟ: ସମସ୍ତେ ଅସ୍ତରଙ୍ଗ, କାକଟପୁର ବ୍ଲକର; କ୍ୱାରାଣ୍ଟାଇନ୍‌ରେ ଥିଲେ

ପୁରୀ ଅଫିସ,୧୬।୫: ପୁରୀ ଜିଲାରେ ପୁଣି ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଛୁଇଁଛି। ମୋଟ...

ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ପୁଣି ଜଣେ ଗିରଫ, ଚିହ୍ନଟ ହେଲା ପୋଲିସ କ୍ୱାର୍ଟର୍ସ

ପୁରୀ ଅଫିସ,୨।୧୨: ପୋଲିସ କ୍ୱାର୍ଟର୍ସରେ ଜନୈକା ନାବାଳିକାଙ୍କୁ ଗଣବଳତ୍କାର ମାମଲାରେ ସୋମବାର ବିଳମ୍ବିତ ରାତିରେ କୁମ୍ଭାରପଡା ପୋଲିସ ଆଉ ଜଣକଙ୍କୁ ଗିରଫ କରିଛି। ଗିରଫଙ୍କ ସମ୍ପର୍କରେ...

ଆଜି ପୁରୀ ଆସିବେ ରାଷ୍ଟ୍ରପତି

ପୁରୀ ଅଫିସ, ୧୯।୨: ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶନିବାର ରାଷ୍ଟ୍ରପତି ଦିଲ୍ଲୀରୁ ସ୍ବତନ୍ତ୍ର ବିମାନରେ ଆସି ଅପରହ୍ନ ୨ଟା ୪୫ରେ...

ଭଦ୍ରକର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ

ଭଦ୍ରକ ଅଫିସ,୧୫।୯-ଲଘୁଚାପ ଜନିତ ଲଗାଣ ବର୍ଷାରେ ଭଦ୍ରକ ଜିଲାର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇଯାଇଛି। ସୋମବାର ରାତିଠାରୁ ଅବିଶ୍ରାନ୍ତ ବର୍ଷା ଯୋଗୁ ବିଭିନ୍ନ ବ୍ଲକର ତଳିଆ...

ଥମୁନି ପ୍ରବାସୀଙ୍କ ଅସୁରକ୍ଷିତ ଯାତ୍ରା: ମାଲ୍‌ ବୋଝେଇ ଟ୍ରକ୍‌ରେ ଯାଉଛନ୍ତି ଶ୍ରମିକ

କଟକ ଅଫିସ,୧୭ା୫-ଲକ୍‌ଡାଉନ ସମୟରେ ଓଡ଼ିଶାକୁ ଫେରୁଥିବା ପ୍ରବାସୀ ତଥା ଅତିଥି ଶ୍ରମିକଙ୍କ ନିରାପଦ ଯାତ୍ରା ପାଇଁ ରାଜ୍ୟ ସରକାର ନିରବଚ୍ଛିନ୍ନ ବସ୍‌ ସେବା ଯୋଗାଇବା ପାଇଁ...

ଗଞ୍ଜାମରେ ଟ୍ରେନ ରହଣି ପ୍ରସଙ୍ଗ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ଛତ୍ରପୁର,୯ା୯(ଡି.ଏନ୍‌.ଏ.): ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏଥିରେ ଦର୍ଶାଯାଇଛି ଯେ, କେନ୍ଦ୍ର ସରକାରଙ୍କ ଅନଲକ୍‌ ୪ ଗାଇଡ୍‌ଲାଇନ ଅବମାନନା କରି ରାଜ୍ୟ ସରକାରଙ୍କ...

ବାତ୍ୟାରେ ଉଜୁଡ଼ିଲା କାଜୁ ବଗିଚା

ଢେଙ୍କାନାଳ ଅଫିସ, ୧୫।୫- ଢେଙ୍କାନାଳ ଜିଲାର କାଜୁ ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଛି ସାମୁଦ୍ରିକ ବାତ୍ୟା ‘ଫନୀ’। ଫସଲ ହରାଇ ଚାଷୀମାନେ ଏବେ ମୁଣ୍ଡରେ ହାତଦେଇ ବସିଥିବାବେଳେ...

Advertisement
Archives

Model This Week