
ଆଣ୍ଟିଗୁଆ,୨।୨: ଆଣ୍ଟିଗୁଆର କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ବୁଧବାର ଅଣ୍ଡର -୧୯ ବିଶ୍ୱକପ୍ର ସେମିଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ବାଂଲାଦେଶକୁ ପରାସ୍ତ କରି ଭାରତ ସେମିଫାଇନାଲରେ ପ୍ରବେଶ କରିଥିବାବେଳେ ଅଷ୍ଟ୍ରେଲିଆ ପାକିସ୍ତାନକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଦଶମ ଥର ପାଇଁ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ଟୁର୍ନାମେଣ୍ଟର ୱାର୍ମ ଅପ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଅଣ୍ଡର -୧୯ ବିଶ୍ୱକପ ବିଷୟରେ କହିବାକୁ ଗଲେ ଭାରତ ଏବଂ ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ୭ ଥର ପରସ୍ପରକୁ ଭେଟିଛନ୍ତି। ଭାରତ ୫ଟି ମ୍ୟାଚ ଜିତିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଦଳ ମାତ୍ର ୨ ଟି ମ୍ୟାଚ ଜିତିବାରେ ସକ୍ଷମ ହୋଇଛି।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ କେଉଁ ସମୟରୁ ଆରମ୍ଭ ହେବ?
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଫେବୃୟାରୀ ୨ ବୁଧବାର ଭାରତୀୟ ସମୟ ସନ୍ଧ୍ୟା ୬.୩୦ ରେ ଖେଳାଯିବ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ କେଉଁଠାରେ ହେବ?
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଆଣ୍ଟିଗୁଆରେ ଖେଳାଯିବ।
ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ ର ସିଧା ପ୍ରସାରଣ କେଉଁଠାରେ ଦେଖିବେ?
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ପ୍ରସାରିତ ହେବ।
ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚର ଲାଇଭ ଷ୍ଟ୍ରିମିଂ କେଉଁଠାରେ ଦେଖିବେ?
ହଟଷ୍ଟାରରେ ଭାରତ ଏବଂ ଅଷ୍ଟ୍ରେଲିଆର ଲାଇଭ ଷ୍ଟ୍ରିମିଂ ଦେଖିପାରିବେ।