ଆଜି ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳ ପରିଦର୍ଶନରେ ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର, ୩୦ା୧(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁକ୍କୁଟ ପ୍ରଜନନ ଓ ଗବେଷଣା କେନ୍ଦ୍ର ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବାପରଠାରୁ ଆତଙ୍କ ଜାରି ରହିଛି। ବାର୍ଡ ଫ୍ଲୁ ଭୂତାଣୁ ଯେପରି ମଣିଷ ଓ ଅନ୍ୟ ଅଞ୍ଚଳକୁ ନ ବ୍ୟାପିବ ସେଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ଇତିମଧ୍ୟରେ ୭ ରାପିଡ୍‌ ରେସ୍‌ପନ୍ସ ଟିମ୍‌ କୁକୁଡ଼ା ମରା ଅଭିଯାନ ଚଳାଇଥିବାବେଳେ ଗୁରୁବାର ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ଉଚ୍ଚସ୍ତରୀୟ ଟିମ୍‌। ଏହି ଟିମ୍‌ ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳକୁ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିବେ। ତେବେ ଏହା ପୂର୍ବରୁ ବୁଧବାର ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡ. ଅଜିତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ବାର୍ଡ ଫ୍ଲୁ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ଏବେ ଓୟୁଏଟି ଫାର୍ମ ଓ ଏହାର ୧ କିମି ପରିଧି ମଧ୍ୟରେ କୁକୁଡ଼ା ମରା ଅଭିଯାନ ଚାଲିଛି। ଏହି ଅଭିଯାନରେ ନିୟୋଜିତ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ସେମାନଙ୍କୁ ଟାମି ଫ୍ଲୁ ବଟିକା ନିୟମିତ ଖାଇବାକୁ ଦିଆଯାଉଛି। ବାର୍ଡ ଫ୍ଳୁ ସଂକ୍ରମଣ ରୋକିବାକୁ ଓୟୁଏଟିର ୧୦ କିମି ପରିଧି ମଧ୍ୟରେ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଅନୁଧ୍ୟାନ ଓ ପରୀକ୍ଷା କରାଯାଉଛି। ଏଥିସହ କ’ଣ କରିବା ଉଚିତ ଏବଂ ଅନୁଚିତ ସେ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଉଛି। ସେହିଭଳି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, କ୍ୟାପିଟାଲ୍‌ ହସ୍‌ପିଟାଲ୍‌ର ନିର୍ଦ୍ଦେଶକ ଓ ଏମ୍‌ସ ସମେତ ସମସ୍ତ ମେଡିକାଲ୍‌ କଲେଜ କର୍ତ୍ତୃପକ୍ଷଙ୍କୁ ସତର୍କତାର ସହ ପ୍ରସ୍ତୁତ ରହିବା ଏବଂ ଆଇସୋଲେଶନ ୱାର୍ଡର ସୁବିଧା ଉପଲବ୍ଧ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବୈଠକରୁ ଜଣାପଡ଼ିଛି।
ଅନ୍ୟପକ୍ଷରେ ବାର୍ଡ ଫ୍ଲୁ ନିୟନ୍ତ୍ରଣ ନିମନ୍ତେ ସଂକ୍ରମିତ ସ୍ଥାନ ଓୟୁଏଟି କୁକୁଡା ଫାର୍ମର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ବୁଧବାର ଦ୍ୱିତୀୟ ଦିନରେ ମଧ୍ୟ କୁକୁଡ଼ା ମରା ଓ ବିଶୋଧନ କାର୍ଯ୍ୟ କରାଯାଇଥିଲା। ୨ଟି ରାପିଡ୍‌ ରେସପନ୍ସ ଟିମ୍‌ ଓୟୁଏଟି କୁକୁଡ଼ା ଫାର୍ମ ଭିତରେ ୨% ସୋଡ଼ଇମ୍‌ ହାଇପୋକ୍ଲୋରାଇଟ ଓ ୪% ଫରମାଲିନ୍‌ ଦ୍ରବଣ ସିଞ୍ଚନ କରି ସଂକ୍ରମିତ ସ୍ଥାନକୁ ବିଶୋଧନ କରିଥିଲା। ଏଥିସହ କାର୍ଯ୍ୟରତ ଅନ୍ୟ ୫ ରାପିଡ୍‌ ରେସ୍‌ପନ୍ସ ଟିମ୍‌ ଦୋକାନୀ ଓ ଚାଷୀଙ୍କ ୮୦ କୁକୁଡ଼ା ଏବଂ ବତକଙ୍କୁ ମାରି ଗଭୀର ଗାତରେ ପୋତିଥିବା ଜଣାପଡ଼ିଛି। ଏଥିମଧ୍ୟରେ ୩୮ ଲେୟାର ଚିଅଁା, ୩୮ ଲେୟର କୁକୁଡ଼ା, ୪ ବତକ ରହିଛି। ଏଥିସହ ୧୦୫୯ ଅଣ୍ଡା ଓ ୧୦ କିଗ୍ରା କୁକୁଡ଼ା ଖାଦ୍ୟ ଗଭୀର ଗାତରେ ପୋତାଯାଇଛି। ପୋତିବା ସମୟରେ ଗାତରେ ବିଶୋଧକ ଭାବେ ବ୍ଲିଚିଂ ପାଉଡର ପ୍ରୟୋଗ କରାଯାଇଥିଲା। ସେହିପରି କ୍ଷତିପୂରଣ ବାବଦକୁ ଲେୟର ଚିଆଁ ପ୍ରତି ୨୦ ଟଙ୍କା, ଲେୟର କୁକୁଡ଼ା ବାବଦକୁ ୯୦ଟଙ୍କା, ବତକ ଗୋଟାପ୍ରତି ୧୩୫ ଟଙ୍କା, ଅଣ୍ଡା ପ୍ରତି ୩ଟଙ୍କା ଓ କୁକୁଡ଼ା ଦାନା କି.ଗ୍ରା. ପ୍ରତି ୧୨ଟଙ୍କା ହିସାବରେ ମୋଟ ୮୦୧୭ଟଙ୍କା ଚାଷୀ ଓ ଦୋକାନୀଙ୍କୁ ପ୍ରଦାନ କରାଯାଇଛି। ଗୁରୁବାର ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ଓୟୁଏଟି ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସରିଲା ଯୁକ୍ତ ୩ ପରୀକ୍ଷା: ଫଳାଫଳକୁ ଅପେକ୍ଷା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ସୋମବାର ସରିଛି। ଖୁବଶୀଘ୍ର ପରୀକ୍ଷା…

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri