ଆଜି ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳ ପରିଦର୍ଶନରେ ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର, ୩୦ା୧(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁକ୍କୁଟ ପ୍ରଜନନ ଓ ଗବେଷଣା କେନ୍ଦ୍ର ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବାପରଠାରୁ ଆତଙ୍କ ଜାରି ରହିଛି। ବାର୍ଡ ଫ୍ଲୁ ଭୂତାଣୁ ଯେପରି ମଣିଷ ଓ ଅନ୍ୟ ଅଞ୍ଚଳକୁ ନ ବ୍ୟାପିବ ସେଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ଇତିମଧ୍ୟରେ ୭ ରାପିଡ୍‌ ରେସ୍‌ପନ୍ସ ଟିମ୍‌ କୁକୁଡ଼ା ମରା ଅଭିଯାନ ଚଳାଇଥିବାବେଳେ ଗୁରୁବାର ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ଉଚ୍ଚସ୍ତରୀୟ ଟିମ୍‌। ଏହି ଟିମ୍‌ ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳକୁ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିବେ। ତେବେ ଏହା ପୂର୍ବରୁ ବୁଧବାର ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡ. ଅଜିତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ବାର୍ଡ ଫ୍ଲୁ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ଏବେ ଓୟୁଏଟି ଫାର୍ମ ଓ ଏହାର ୧ କିମି ପରିଧି ମଧ୍ୟରେ କୁକୁଡ଼ା ମରା ଅଭିଯାନ ଚାଲିଛି। ଏହି ଅଭିଯାନରେ ନିୟୋଜିତ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ସେମାନଙ୍କୁ ଟାମି ଫ୍ଲୁ ବଟିକା ନିୟମିତ ଖାଇବାକୁ ଦିଆଯାଉଛି। ବାର୍ଡ ଫ୍ଳୁ ସଂକ୍ରମଣ ରୋକିବାକୁ ଓୟୁଏଟିର ୧୦ କିମି ପରିଧି ମଧ୍ୟରେ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଅନୁଧ୍ୟାନ ଓ ପରୀକ୍ଷା କରାଯାଉଛି। ଏଥିସହ କ’ଣ କରିବା ଉଚିତ ଏବଂ ଅନୁଚିତ ସେ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଉଛି। ସେହିଭଳି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, କ୍ୟାପିଟାଲ୍‌ ହସ୍‌ପିଟାଲ୍‌ର ନିର୍ଦ୍ଦେଶକ ଓ ଏମ୍‌ସ ସମେତ ସମସ୍ତ ମେଡିକାଲ୍‌ କଲେଜ କର୍ତ୍ତୃପକ୍ଷଙ୍କୁ ସତର୍କତାର ସହ ପ୍ରସ୍ତୁତ ରହିବା ଏବଂ ଆଇସୋଲେଶନ ୱାର୍ଡର ସୁବିଧା ଉପଲବ୍ଧ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବୈଠକରୁ ଜଣାପଡ଼ିଛି।
ଅନ୍ୟପକ୍ଷରେ ବାର୍ଡ ଫ୍ଲୁ ନିୟନ୍ତ୍ରଣ ନିମନ୍ତେ ସଂକ୍ରମିତ ସ୍ଥାନ ଓୟୁଏଟି କୁକୁଡା ଫାର୍ମର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ବୁଧବାର ଦ୍ୱିତୀୟ ଦିନରେ ମଧ୍ୟ କୁକୁଡ଼ା ମରା ଓ ବିଶୋଧନ କାର୍ଯ୍ୟ କରାଯାଇଥିଲା। ୨ଟି ରାପିଡ୍‌ ରେସପନ୍ସ ଟିମ୍‌ ଓୟୁଏଟି କୁକୁଡ଼ା ଫାର୍ମ ଭିତରେ ୨% ସୋଡ଼ଇମ୍‌ ହାଇପୋକ୍ଲୋରାଇଟ ଓ ୪% ଫରମାଲିନ୍‌ ଦ୍ରବଣ ସିଞ୍ଚନ କରି ସଂକ୍ରମିତ ସ୍ଥାନକୁ ବିଶୋଧନ କରିଥିଲା। ଏଥିସହ କାର୍ଯ୍ୟରତ ଅନ୍ୟ ୫ ରାପିଡ୍‌ ରେସ୍‌ପନ୍ସ ଟିମ୍‌ ଦୋକାନୀ ଓ ଚାଷୀଙ୍କ ୮୦ କୁକୁଡ଼ା ଏବଂ ବତକଙ୍କୁ ମାରି ଗଭୀର ଗାତରେ ପୋତିଥିବା ଜଣାପଡ଼ିଛି। ଏଥିମଧ୍ୟରେ ୩୮ ଲେୟାର ଚିଅଁା, ୩୮ ଲେୟର କୁକୁଡ଼ା, ୪ ବତକ ରହିଛି। ଏଥିସହ ୧୦୫୯ ଅଣ୍ଡା ଓ ୧୦ କିଗ୍ରା କୁକୁଡ଼ା ଖାଦ୍ୟ ଗଭୀର ଗାତରେ ପୋତାଯାଇଛି। ପୋତିବା ସମୟରେ ଗାତରେ ବିଶୋଧକ ଭାବେ ବ୍ଲିଚିଂ ପାଉଡର ପ୍ରୟୋଗ କରାଯାଇଥିଲା। ସେହିପରି କ୍ଷତିପୂରଣ ବାବଦକୁ ଲେୟର ଚିଆଁ ପ୍ରତି ୨୦ ଟଙ୍କା, ଲେୟର କୁକୁଡ଼ା ବାବଦକୁ ୯୦ଟଙ୍କା, ବତକ ଗୋଟାପ୍ରତି ୧୩୫ ଟଙ୍କା, ଅଣ୍ଡା ପ୍ରତି ୩ଟଙ୍କା ଓ କୁକୁଡ଼ା ଦାନା କି.ଗ୍ରା. ପ୍ରତି ୧୨ଟଙ୍କା ହିସାବରେ ମୋଟ ୮୦୧୭ଟଙ୍କା ଚାଷୀ ଓ ଦୋକାନୀଙ୍କୁ ପ୍ରଦାନ କରାଯାଇଛି। ଗୁରୁବାର ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ଓୟୁଏଟି ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri