ସୋମବାର ପହଞ୍ଚିବ ୩ ଶ୍ରମିକ ସ୍ପେଶାଲ ଟ୍ରେନ: ଅଧା ଅଞ୍ଚଳରେ ଲାଗୁ ହେବ ୧୮ ଘଣ୍ଟାର କର୍ଫ୍ୟୁ

ବଲାଙ୍ଗୀର ଅଫିସ, ୧୭ା୫- ବଲାଙ୍ଗୀର ରେଲୱେ ଷ୍ଟେଶନକୁ ସୋମବାର ୩ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଆସିବ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ସୋମବାର ଭୋର ୫ଟାରେ ପହଞ୍ଚିବ । ଏହାପରେ ଦିନ ସାଢ଼େ ୧ଟାରେ ଗୁଜରାଟର ରାଜକୋଟରୁ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ପହଞ୍ଚିବ। ଅପରାହ୍ଣ ୫ଟା ୧୦ରେ ତାମିଲନାଡୁର ଥିରୁଭାଲ୍ଲୁରଠାରୁ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ବଲାଙ୍ଗୀର ପହଞ୍ଚିବ । ଏହି ତିନି ଟ୍ରେନ୍‌ରେ ପ୍ରାୟ ୪ ହଜାର ପ୍ରବାସୀ ବଲାଙ୍ଗୀର ଆସି ପହଞ୍ଚିବେ ବୋଲି ଜଣାପଡିଛି । ସୋମବାର ତିନୋଟି ସ୍ପେଶାଲ ଟ୍ରେନ୍‌ ଆସୁଥିବାରୁ ଏବଂ ୪ ହଜାର ପ୍ରବାସୀ ଆସୁଥିବାରୁ ସମସ୍ତଙ୍କ ଆଗମନ ଓ ପ୍ରତ୍ୟାଗମନକୁ ସୁଗମ କରିବା ପାଇଁ ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି । ଏଥି ସକାଶେ ସହରର ବିଭିନ୍ନ ରାସ୍ତା ଓ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୋମବାର ଭୋର ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସମୁଦାୟ ୧୮ ଘଣ୍ଟା କର୍ଫ୍ୟୁ ଘୋଷଣା କରାଯାଇଛି । ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ଏନେଇ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟସ୍ତ ଆମ୍ବୁଲାନ୍ସ ସେବା, ରୋଗୀ ହଟହଟା

ଲୋଇସିଂହା,୨୧।୫(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆମ୍ବୁଲାନ୍ସ ଦୀର୍ଘବର୍ଷ ହେଲା ଅଚଳ ହୋଇ ପଡିରହିଛି। ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜିଲା ସ୍ବାସ୍ଥ୍ୟ ବିଭାଗ...

ନାମୀ ବ୍ରାଣ୍ଡ୍‌ରେ ନକଲି ପୋଷାକ

ବଲାଙ୍ଗୀର ଅଫିସ,୩୧ା୮(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଟାଉନ୍‌ ଥାନା ପୋଲିସ ବୁଧବାର ସହରର ଲଖାନୀ ନ୍ୟୁ ଗାର୍ମେଣ୍ଟସ୍‌ରେ ଚଢ଼ାଉକରି ପ୍ରାୟ ୪୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ନକଲି ବ୍ରାଣ୍ଡେଡ୍‌...

ରକ୍ତ ଅଭାବ ଦୂର କରିବାକୁ ରକ୍ତଦାନ କାର୍ଯ୍ୟକ୍ରମ

ବଲାଙ୍ଗୀର ଅଫିସ,୧୮ା୪- ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ରକ୍ତଦାନ କାର୍ଯ୍ୟକ୍ରମ। ନଗର କଂଗ୍ରେସ ସଭାପତି ବୁଲୁ ଦାନିଙ୍କ ନେତୃତ୍ୱ ତଥା ଜିଲା କଂଗ୍ରେସ...

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ

ଟିଟିଲାଗଡ଼,୨୭।୩: ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି...

ଫେବୃୟାରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ

ବଲାଙ୍ଗୀର ଅଫିସ, ୨୪ା୧: ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଓକିଲ ସଂଘ ପକ୍ଷରୁ ଦୀର୍ଘବର୍ଷ ଧରି ଚାଲିଥିବା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ଏବେ ଏକ...

ବଲାଙ୍ଗୀରରେ ନୂଆଁଖାଇ ଫିକା: ବାଉଁଶ କାରିଗର ଗ୍ରାହକ ଅପେକ୍ଷାରେ

ବଲାଙ୍ଗୀର ଅଫିସ,୨୦।୮: କରୋନା ଯୋଗୁ ଅନେକ କଟକଣା ଲାଗିଛି । କେତେବେଳେ ଶଟ୍‌ଡାଉନ ତ ଆଉ କେତେବେଳେ ଲକ୍‌ଡାଉନ। ତେବେ ଆଉ ୨ ଦିନ ପରେ...

ଭୋଟ ଗଣତି କେନ୍ଦ୍ର ସମ୍ମୁଖରେ ଉତ୍ତେଜନା

ଗୁଡ଼ଭେଲା,୨୭ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ କାର୍ଯ୍ୟାଳୟ ପରିସରରେ ରବିବାର ୬ ନମ୍ବର ଜିଲା ପରିଷଦ ଜୋନର ଭୋଟ ଗଣତି ହେଉଥିବା ବେଳେ ସନ୍ଧ୍ୟାରେ ଉତ୍ତେଜନା...

ସାନିଟାଇଜ ହେଲା ବୁର୍ଡା ପଞ୍ଚାୟତ ଅଞ୍ଚଳ

ଲୋଇସିଂହା,୧୪ା୪(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁର୍ଡା ପଞ୍ଚାୟତର ସଦର ଗଁା ଓ ବାଞ୍ଜିପାଲି ଗ୍ରାମ ମଙ୍ଗଳବାର ସାନିଟାଇଜ ହୋଇଛି। ବିଡିଓ ରାମଚନ୍ଦ୍ର ଖାଡିଆଙ୍କ ନିର୍ଦ୍ଦେଶ ଓ...

Advertisement
Archives

Model This Week