ଆଜି ଦେବଦମ୍ପତିଙ୍କ ବିବାହ:ବୈଦିକ ରୀତିରେ ସରିଲା ମଙ୍ଗଳକୃତ୍ୟ

ଆରଡ଼ି, ୭।୬ (ଡି.ଏନ.ଏ.)- ଶୁକ୍ରବାର ଦେବଦମ୍ପତିଙ୍କ ବିବାହ। ଦେବ ଦେବ ମହାଦେବ ସାଜିବେ ବର ଆଉ ମାତା ପାର୍ବତୀ କନିଆ। ବାଣ ରୋଶଣି ସାଙ୍ଗକୁ ଯୋଡ଼ି ମହୁରି, ମାଦଳ ବାଜା, ଶଙ୍ଖଧ୍ୱନି, ଖୋଳ କରତାଳ, ଢୋଲ, ମୃଦଙ୍ଗ ଆଦି ବାଦ୍ୟରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହେବ ଉତ୍ସବମୁଖର। ଏହି ଉପଲକ୍ଷେ ଗୁରୁବାର ବୈଦିକ ରୀତିରେ ଦେବଦମ୍ପତିଙ୍କ ମଙ୍ଗଳକୃତ୍ୟ ସମ୍ପନ୍ନ ହୋଇଛି।
ଭୋର ୪ଟାରେ ମନ୍ଦିର ପହଡ଼ ଖୋଲାଯାଇ ସାଢ଼େ ୪ଟାରେ ମଙ୍ଗଳ ଆଳତି ପରେ ବାବାଙ୍କୁ ବିଧିପୂର୍ବକ ହଳଦୀ ଲେପନ କରି ସ୍ନାନ କରାଯାଇଥିଲା। ପୂର୍ବାହ୍ନରେ ଦେବଦମ୍ପତିଙ୍କ ମଙ୍ଗଳକୃତ୍ୟ ସମ୍ପନ୍ନ ପାଇଁ ଉଭୟ ବରପିତା ସୁଶାନ୍ତ ପାଢ଼ୀ ଓ କନ୍ୟାପିତା ଚନ୍ଦ୍ରମଣି ପାଢ଼ୀଙ୍କ ଘରେ ଭିଡ଼ ଜମିଥିଲା। ବେଦଜ୍ଞ ବ୍ରହ୍ମଶ୍ରୀଙ୍କ ମଙ୍ଗଳାଷ୍ଟକ ପାଠ ପରେ ସେବାୟତ ପରିବାରର ଧର୍ମପ୍ରାଣା ସଧବା ମହିଳାମାନେ ପ୍ରଥମେ ବାବା ଆଖଣ୍ଡଳମଣିଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଚନ୍ଦ୍ରଶେଖରଙ୍କୁ ହଳଦୀ ଲେପନ କରି ସୁବାସିତ ଜଳରେ ସ୍ନାନ କରାଇଥିଲେ। ପରେ ପରେ ମାତା ପାର୍ବତୀଙ୍କୁ ସୁବାସିତ ଜଳରେ ସ୍ନାନ ପରେ ହଳଦିଆ ବସ୍ତ୍ର ପରିଧାନ କରାଇ କନ୍ୟାବେଶରେ ସଜ୍ଜିତ କରାଇଥିଲେ। ମଙ୍ଗଳକୃତ୍ୟ ବେଳେ ସେବାୟତମାନଙ୍କ ପରିବାର ଉପସ୍ଥିତ ରହି ବିଧି ମୁତାବକ ସମସ୍ତ କାର୍ଯ୍ୟ ସମାପନ କରିଥିଲେ।
ପରମ୍ପରା ଅନୁସାରେ, ଆରଡ଼ିରେ ବସବାସ କରୁଥିବା ସେବାୟତମାନେ ହିଁ ଦେବଦମ୍ପତିଙ୍କ ପିତା ସାଜିବେ। ସେବାୟତ ଚନ୍ଦ୍ରମଣି ପାଢ଼ୀ କନ୍ୟାପିତା ହୋଇଥିଲେ ହେଁ ତାଙ୍କ ଯଜମାନ(ଯାତ୍ରୀ) ସୁଦୂର ବ୍ରହ୍ମପୁରର ଚନ୍ଦ୍ରଶେଖର ଦାଶ କନ୍ୟାପିତା ଦାୟିତ୍ୱ ତୁଲାଇବେ। ସେ ଓ ତାଙ୍କ ପରିବାର ସଦସ୍ୟ ଆରଡ଼ିରେ ପଦାର୍ପଣ କରିସାରିଲେଣି। ମାତା ପାର୍ବତୀଙ୍କ ମଙ୍ଗଳକୃତ୍ୟ ସମ୍ପନ୍ନ ପରେ ଚନ୍ଦ୍ରଶେଖର, ତାଙ୍କ ପତ୍ନୀ ମଞ୍ଜୁଶ୍ରୀ ଦାଶ, ୨ ପୁତ୍ର ଶିବପ୍ରସାଦ ଓ ସନ୍ତୋଷ ପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କୁ ବିମାନରେ ବସାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଉଭୟ ପରିବାର ବରଧରା ସମ୍ପର୍କରେ ଆଲୋଚନା କରିଥିଲେ। ଶୁକ୍ରବାର ପୂର୍ବାହ୍ନ ୧୦ଟାରେ କନ୍ୟାଘରୁ ହନୁମାନଙ୍କୁ ବରଧରା ବେଶରେ ସଜ୍ଜିତ କରି ବରପିତାଙ୍କ ଗୃହକୁ ପଠାଇବେ ବୋଲି କନ୍ୟାପିତା ପ୍ରକାଶ କରିଥିଲେ। ବରଘର ପରିବାର ଲୋକେ ଏଥିରେ ସମ୍ମତି ପ୍ରଦାନ କରିଥିଲେ। ମଙ୍ଗଳକୃତ୍ୟ ସରିବା ପରେ ସମସ୍ତ ସେବାୟତଙ୍କ ପରିବାର କାନ୍ଥରେ ବିଧି ମୁତାବକ ବାହାଚିତା ପଡ଼ିଥିଲା। ଦେବଦମ୍ପତିଙ୍କର ଏହି ମଙ୍ଗଳକୃତ୍ୟ ମହୋତ୍ସବ ଦେଖିବା ପାଇଁ ଆରଡ଼ିରେ ନାହିଁ ନ ଥିବା ଭିଡ଼ ହୋଇଥିଲା। ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ପୀଠରେ ଉପସ୍ଥିତ ରହି ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ଏପଟେ ବିବାହ ମହୋତ୍ସବ ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପୋଲିସ ପ୍ରଶାସନ ପକ୍ଷରୁ ଶିବ ବିବାହକୁ ସୁରୁଖୁରୁରେ ସମାପନ କରିବାକୁ ପ୍ରଚେଷ୍ଟା ଅବ୍ୟାହତ ରହିଛି ବୋଲି କହିଛନ୍ତି ଧୂଷୁରୀ ଥାନାଧିକାରୀ ପ୍ରଫୁଲ୍ଲ କୁମାର ସିଂ ଓ ଆରଡ଼ି ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସ। ଶୁକ୍ରବାର ପୂର୍ବାହ୍ନ ୧୦ଟାଠାରୁ କୌଣସି ଯାନକୁ ପୀଠ ମଧ୍ୟକୁ ପ୍ରବେଶ କରିବାର ସୁଯୋଗ ଦିଆଯିବ ନାହିଁ ଓ ପାନ୍ଥଶାଳା ନିକଟରେ ଅସ୍ଥାୟୀ ଷ୍ଟାଣ୍ଡରେ ରଖିବାର ବନ୍ଦୋବସ୍ତ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

କଫସିରପ ଚାଲାଣର ପର୍ଦ୍ଦାଫାଶ କଲା ଦୁର୍ଘଟଣା, ତଳେ ପଡି ଗୋଟାଉଥିବା ବେଳେ ମାଡିବସିଲେ ଲୋକେ

ବଲାଙ୍ଗୀର,୧୩।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ କଫସିରଫ ବେପାର ବଢିବାରେ ଲାଗିଛି l କଫସିରପ ମାଫିଆମାନେ ବିଭିନ୍ନ ସମୟରେ ବଡ଼ ବଡ଼ ଚାରିଚକିଆ…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri