ଆଜି ଦୀପାବଳି: ସିଂହଦ୍ୱାର ସମ୍ମୁଖରେ କାଉଁରିଆ ଜାଳିବେ ଶ୍ରଦ୍ଧାଳୁ

ପୁରୀ ଅଫିସ,୨୭ା୧୦: ରବିବାର ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବ। ମହାପ୍ରଭୁଙ୍କୁ ଦର୍ଶନ କରି ବାଇଶି ପାହାଚରେ ପୟାଶ୍ରାଦ୍ଧ କରିବା ପରେ ସିଂହଦ୍ୱାରରେ କାଉଁରିଆ କାଠି ଜାଳି ବଡ ବଡୁଆଙ୍କୁ ଡାକଦେବେ ଅନେକ ଶ୍ରଦ୍ଧାଳୁ। ଏଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଆସି ଶନିବାରଠାରୁ ପୁରୀରେ ଭିଡ଼ ଜମେଇଲେଣି। ଏଥିଲାଗି ପ୍ରଶାସନ ତରଫରୁ ମଧ୍ୟ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ଏହି ଅବସରରେ ଅନେକ ବାଣ ଫୁଟାଇ ଦୀପାବଳି ମନାଇବେ। ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ସଜାଗ ରହିଥିବାବେଳେ ପୁରୀ ପୋଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତ୍ୟେକ ଥାନାକୁ ନିଜ ନିଜ ଅଞ୍ଚଳରେ ପାଟ୍ରୋଲିଂ ପାଇଁ କୁହାଯାଇଛି। ଶ୍ରୀମନ୍ଦିର ଭିତର ଓ ବାହାର ସମେତ ସହରର ବିଭିନ୍ନ ସ୍ଥାନରେ ମୋଟ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ଦୀପାବଳିରେ ଟ୍ରାଫିକ ନିୟନ୍ତ୍ରଣ ଏବଂ ବାଣ ଦୁର୍ଘଟଣାକୁ ଏଡ଼ାଇବା ଲାଗି ସହରର ବିଭିନ୍ନ ସ୍ଥାନରେ ଫୋର୍ସ ମୁତୟନ ହେବେ। ଅନ୍ୟପକ୍ଷରେ ସିଂହଦ୍ୱାରରେ ଶ୍ରଦ୍ଧାଳୁ କାଉଁରିଆ ଜାଳିବାକୁ ଥିବାରୁ ପ୍ରତି ରବିବାର ସକାଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେଉଥିବା ଶ୍ରୀପୁରୁଷୋତ୍ତମ ପ୍ରାର୍ଥନା କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ଦିନ ହେବ ଘରକୁ ଫେରିପାରୁ ନାହାନ୍ତି ଛାତ୍ରୀଛାତ୍ର

ଟେନ୍‌ସା,୨୨।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ ମାଲଦା ଗ୍ରାମପଞ୍ଚାୟତର ପାରମସାହି ଗ୍ରାମରୁ ବାହାରକୁ ପାଠପଢିବାକୁ ଯାଇଥିବା ଛାତ୍ରୀଛାତ୍ର ୧୦ଦିନ ହେବ ଘରକୁ ଫେରିପାରୁ ନାହାନ୍ତି। ଗ୍ରାମକୁ...

ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

ଯାଜପୁର ଟାଉନ,୨୫ା୧(ଡି.ଏନ.ଏ.): ଆଗାମୀ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଏକ ସର୍ବଦଳୀୟ ବୈଠକ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିରିକ୍ତ...

ବାଣ ଭିଡୁଥବା ବେଳେ ଯୁବକ ଗିରଫ

ଛତ୍ରପୁର,୨୭ା୬(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ନରେନ୍ଦ୍ରପୁର ଗାଁରେ ବେଆଇନ୍‌ ଭାବେ ଦୀର୍ଘ ଦିନ ଧରି ବାଣ ତିଆରି କରାଯାଉଥିବା ଅଭିଯୋଗ ହୋଇଥିଲା। ଏଥିସହ...

କୁମ୍ଭୀର ଆକ୍ରମଣରେ ମହିଳା ମୃତ

ମହାକାଳପଡ଼ା,୧୯।୩ (ଡି.ଏନ୍‌.ଏ.): କୁମ୍ଭୀର ଆକ୍ରମଣରେ ଶନିବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ା ଅନ୍ୟ ୩ ମହିଳା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ହେଲେ କେନ୍ଦ୍ରାପଡ଼ା...

ରିଲିଫ ପାଣ୍ଠିକୁ ପୁରୀ-ନିମାପଡ଼ା ସମବାୟ ବ୍ୟାଙ୍କ ଦେଲା ୫ ଲକ୍ଷ

ପୁରୀ ଅଫିସ,୯ା୪: ବିଶ୍ୱ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ କିପରି ରୋକାଯାଇପାରିବ ସେଥିପାଇଁ ସମଗ୍ର ଦେଶରେ ୨୧ଦିନିଆ ଲକ୍‌ଡାଉନ ଚାଲିଛି। ବୁଧବାର ଲକ୍‌ଡାଉନକୁ ୧୫ଦିନ ବିତିଯାଇଛି।...

ଶାରୀରିକ ଗଠନ ଦେଇଛି ପରିଚୟ, ରୋଜଗାର

ପାରାଦୀପ,୨୧।୩(ସ୍ବ.ପ୍ର.):ସମାଜରେ ସବୁ ମଣିଷଙ୍କ ଚେହେରା ଓ ଭାବନା ଭିନ୍ନ। କେତେଜଣଙ୍କ ଶାରୀରିକ ଗଠନ ଶୈଳୀ ଟିକିଏ ନିଆରା ଥିବା ଦେଖିବାକୁ ମିଳିଥାଏ। ସେମିତି ଜଣେ ଭିନ୍ନ...

ମାର୍କେଟ କମ୍ପ୍ଲେକ୍ସ ଉଦ୍‌ଘାଟନକୁ ୩ବର୍ଷ ବିତିଲାଣି: ଥଇଥାନ ହୋଇ ପାରୁନାହାନ୍ତି ୪୦ ବ୍ୟବସାୟୀ

ତିହିଡ଼ି, ୨୩।୫(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧା ପଞ୍ଚାୟତରେ ମାର୍କେଟ କମ୍ପ୍ଲେକ୍ସ ଉଦ୍‌ଘାଟନକୁ ୩ବର୍ଷ ବିତିଲାଣି। ଏଯାଏ ଏହାକୁ ବ୍ୟବହାର ଉପଯୋଗୀ କରାଯାଇ ନାହିଁ।...

ଲକ୍‌ଡାଉନ୍‌ ଦୁର୍ଦ୍ଦଶାକୁ ମାଇକ୍ରୋଫାଇନାନ୍ସ ଋଣ ଚାପ: ଜିଲାପାଳଙ୍କ ନିକଟରେ ମହିଳାଙ୍କ ଅଭିଯୋଗ

ବାଲେଶ୍ୱର ଅଫିସ, ୩୦।୫-ରାଜ୍ୟରେ ମହିଳାମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ମାଇକ୍ରୋ ଫାଇନାନ୍ସ ସଂସ୍ଥାକୁ ଅର୍ଥ କାରବାର କରିବା...

Advertisement
Archives

Model This Week