Posted inଖେଳ

ଆଜି କ୍ରିକେଟକୁ ଅଲ୍‌ବିଦା କରିଥିଲେ ସଚିନ

ନୂଆଦିଲ୍ଲୀ,୧୬।୧୧- କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଅନ୍ତର୍ଜାତୀୟ କ୍ରିକେଟର କ୍ୟାରିୟରର ଅନ୍ତିମ ଦିନର ବ୍ୟାଟିଂ ଦେଖିବା ପାଇଁ ୨୦୧୩, ନଭେମ୍ବର ୧୬ ତାରିଖ ତଥା ଆଜିର ଦିନରେ ଓ୍ବାଙ୍ଖଡେ ଷ୍ଟାଡିୟମ କ୍ରିକେଟ ପ୍ରଶଂସକଙ୍କ ସାଗର ପାଲଟିଥିଲା। ତେନ୍ଦୁଲକରଙ୍କ ଲମ୍ବା ଫର୍ମାଟ୍‌ରେ ଅନ୍ତିମ ମ୍ୟାଚ୍‌ ହିଁ ୨୦୦ତମ ମ୍ୟାଚ୍‌ ଥିଲା। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଉକ୍ତ ସିରିଜର ଅନ୍ତିମ ଟେଷ୍ଟ ସଚିନଙ୍କ ଘରୋଇ ସହର ମୁମ୍ବାଇରେ ଖେଳାଯାଇଥିଲା। ପ୍ରଥମ ଇନିଂସରେ ଓ୍ବେଷ୍ଟଇଣ୍ଡିଜ ୧୮୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିବାବେଳେ ଭାରତ ୪୯୫ ସ୍କୋର କରିଥିଲା। ଏଣୁ ଦ୍ୱିତୀୟ ଇନିଂସ ବ୍ୟାଟିଂର କୌଣସି ସମ୍ଭାବନା ନ ଥିଲା। ପ୍ରଥମ ଇନିଂସରେ ତେନ୍ଦୁଲକର ଆଉଟ ହେବା ପରେ ପୂରା ଷ୍ଟାଡିୟମ୍‌ ଚୁପ ହୋଇଯାଇଥିଲା। ବ୍ୟାଟିଂ ଆଇକନ ଅନ୍ତିମ ଇନିଂସରେ ୭୪ ରନ୍‌ କରିଥିଲେ। ସେହି ଦିନ ଅନ୍ତିମ ଥର ଷ୍ଟାଡିୟମ ସଚିନ…ସଚିନ ଡାକରେ ଗୁଞ୍ଜରି ଉଠିଥିଲା। ଆଜିର ଦିନରେ ମହମ୍ମଦ ଶାମି ଓ୍ବେଷ୍ଟଇଣ୍ଡିଜର ଅନ୍ତିମ ବ୍ୟାଟ୍ସମ୍ୟାନ ଶାନନ ଗାବ୍ରିଏଲଙ୍କୁ ଆଉଟ୍‌ କରି ମ୍ୟାଚ୍‌ ଶେଷ କରିଥିଲେ। ତେନ୍ଦୁଲକରଙ୍କ ଟେଷ୍ଟ କ୍ୟାରିୟରରେ ୫୧ ଶତକ ସହ ୫୩.୭୮ ହାରରେ ୧୫,୯୨୧ ରନ୍‌ କରିଛନ୍ତି। ତାଙ୍କ ନାମରେ ୪୬୩ ଦିନିକିଆ ୪୪.୮୩ ଆଭରେଜରେ ୪୯ ଶତକ ଓ ୯୬ ଅର୍ଦ୍ଧଶତକ ସହ ୧୮,୪୨୬ ରନ୍‌ ରହିଛି। ସେ ପୂର୍ବରୁ ଦିନିକିଆ ଓ ଆଇପିଏଲରୁ ସନ୍ନ୍ୟାସ ନେଇ ସାରିଥିଲେ। ଏହି ଦିନ ତେନ୍ଦୁଲକର ୨୪ ବର୍ଷର ଲମ୍ବା କ୍ୟାରିୟରର ଅନ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁନିଆଙ୍କ ସମେତ ୩ ରେସ୍‌ଲରଙ୍କୁ କୋଭିଡ୍‌

ନୂଆଦିଲ୍ଲୀ, ୪ା୯ (ପି.ଟି.): କୋଭିଡ୍‌-୧୯ ଟେଷ୍ଟରେ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ବିଜେତା ଦୀପକ ପୁନିଆଙ୍କ ସମେତ ୩ ଜଣ ସିନିୟର ପୁରୁଷ ରେସ୍‌ଲରଙ୍କ ଫଳାଫଳ ପଜିଟିଭ୍‌...

ସନ୍ୟାସ ନେଇଛି ସତ, ହେଲେ ଏତେ ଶୀଘ୍ର କ୍ରିକେଟରୁ ଦୂରେଇ ଯିବି ନାହିଁ: ୟୁସୁଫ

ନୂଆଦିଲ୍ଲୀ,୯।୩: ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଛି। ହେଲେ ଏତେ ଶୀଘ୍ର କ୍ରିକେଟ ପଡ଼ିଆରୁ ଦୂରେଇବାକୁ ଇଚ୍ଛା ନାହିଁ। ଆଗାମୀ ଦିନରେ ମଧ୍ୟ ପ୍ରଶଂସକମାନେ ତାଙ୍କୁ ପଡ଼ିଆରେ...

ବୁମ୍‌ରାଙ୍କ ବୋଲିଂ ଶୈଳୀକୁ ନକଲ କଲେ ବିରାଟ

ମାଞ୍ଚେଷ୍ଟର,୧୦।୭(ପିଟି)- ଶୀର୍ଷ ର଼୍ୟାଙ୍କ୍‌ଧାରୀ ଦିନିକିଆ ବ୍ୟାଟ୍ସମ୍ୟାନ ବିରାଟ କୋହଲି ବୁଧବାର ନଂ.୧ ବୋଲର ଯଶ୍‌ପ୍ରୀତ ବୁମ୍‌ରାଙ୍କ ବୋଲିଂ ଶୈଳୀକୁ ନକଲ କରିବାକୁ ଉଦ୍ୟମ କରିଛନ୍ତି। ନ୍ୟୁଜିଲାଣ୍ଡ...

ପଣ୍ଟିଂଙ୍କ ସମକକ୍ଷ ହୋଇପାରନ୍ତି କୋହଲି

ନର୍ଥ ସାଉଣ୍ଡ,୨୧।୮: ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଆଉ ଏକ ରେକର୍ଡର...

କ୍ରିକେଟ ପଡ଼ିଆ ପରେ ଏବେ ଫିଲ୍ମ ଦୁନିଆରେ ପାଦ ଦେବେ ଧୋନୀ…

ନୂଆଦିଲ୍ଲୀ,୧୬।୧୦ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି! କ୍ରିକେଟ ପଡ଼ିଆରେ ନିଜର...

ଏନ୍‌ସିଏ ୨୩ବର୍ଷରୁ କମ୍‌ ମହିଳା ଶିବିରରେ ସୁଶ୍ରୀ

କଟକ ଅଫିସ,୧୫ା୫- ଆସନ୍ତା ଜୁନ ୨୪ରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ୨୩ବର୍ଷରୁ କମ୍‌ ମହିଳା ଶିବିର ଅନୁଷ୍ଠିତ...

ଦଶନ୍ଧିର ଓ୍ବିସ୍‌ଡେନ ଟି୨୦ ଦଳରେ କୋହଲି, ବୁମ୍‌ରା

ଲଣ୍ଡନ, ୩୦।୧୨(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଦଶନ୍ଧିର ଓ୍ବିସ୍‌ଡେନ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ତେବେ ମହେନ୍ଦ୍ର...

ଭାରତ-ପାକିସ୍ତାନ ମ୍ୟାଚ୍‌ରେ ବର୍ଷା ହେଲେ କ୍ଷତି ହେବ ୧୩୭ କୋଟି ଟଙ୍କା

ନୂଆଦିଲ୍ଲୀ,୧୫।୬: ହଠାତ୍‌ ମାଡ଼ିଆସିଥିବା କଳା ବାଦଲ ଯୋଗୁ ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ର ୪ ମ୍ୟାଚ୍‌ ସମ୍ପୂର୍ଣ୍ଣ ବାତିଲ ହୋଇସାରିଛି। ଏଥିଯୋଗୁ ବିମା କମ୍ପାନୀକୁ କ୍ଷତି...

Advertisement
Archives

Model This Week