ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ରାଜ୍ୟର ୨୦ ସହରରେ ଶନିବାର ଅନୁଷ୍ଠିତ ହେବ। ୫୩ କେନ୍ଦ୍ରରେ ଦୁଇଟି ସିଟିଂରେ ଅଫ୍‌ଲାଇନ୍‌ ପରୀକ୍ଷା ହେବ। ଏଥିଲାଗି ୨୯ହଜାର ୯ଶହ ଛାତ୍ରୀଛାତ୍ର ପଞ୍ଜୀକରଣ କରିଛନ୍ତି। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ବି.ଫାର୍ମ ଏବଂ ସକାଳ ୯ଟାରୁ ପୂର୍ବାହ୍ନ ୧୦ଟା ଯାଏ ଆଇଏମ୍‌ବିଏ, ଲାଟେରାଲ୍‌ ଏଣ୍ଟ୍ରି ଟୁ ବି.ଫାର୍ମ ଓ ଲାଟେରାଲ୍‌ ଏଣ୍ଟ୍ରି ଟୁ ବି.ଟେକ୍‌ ପରୀକ୍ଷା ହେବ। ସେହିପରି ଦ୍ୱିତୀୟ ସିଟିଂ ଅପରାହ୍ନ ୨ଟାରୁ ୪ଟା ଯାଏ ଡିପ୍ଲୋମା ଛାତ୍ରୀଛାତ୍ରଙ୍କ ଲାଗି ଲାଟେରାଲ୍‌ ଏଣ୍ଟ୍ରି ଟୁ ବି.ଟେକ୍‌ ପରୀକ୍ଷା ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ମେ ୧୨ରେ ଅଫ୍‌ଲାଇନ୍‌ ଓ ୧୩ରେ ଅନ୍‌ଲାଇନ୍‌ ଓଜେଇଇ ହେବାର ଥିଲା। କିନ୍ତୁ ବାତ୍ୟା ‘ଫନୀ’ ଯୋଗୁ ପରୀକ୍ଷା ଘୁଞ୍ଚାଯାଇଥିଲା। ତେବେ ଇଣ୍ଟରନେଟ୍‌ ସଂଯୋଗ ଠିକ୍‌ ହେବା ପରେ କେବେ ଅନ୍‌ଲାଇନ୍‌ ପରୀକ୍ଷା ହେବ, ତାହା ପରେ ସୂଚନା ଦିଆଯିବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି। ଶନିବାର ହେବାକୁ ଥିବା ପରୀକ୍ଷା ପାଇଁ ଛାତ୍ରୀଛାତ୍ରଙ୍କ ପୁରୁଣା ଆଡ୍‌ମିଟ୍‌ କାର୍ଡ ବୈଧ ରହିବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ, ଟେଲିକମ୍‌, ବ୍ୟାଙ୍କିଙ୍ଗ ସୁବିଧା ଦିଅ: ନବୀନ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟର ମାଓବାଦୀ ପ୍ରଭାବିତ ଜିଲାଗୁଡିକରେ ପର୍ଯ୍ୟାପ୍ତ ରେଳ, ଟେଲି ଯୋଗାଯୋଗ ଏବଂ ବ୍ୟାଙ୍କ ସୁବିଧା ଯୋଗାଇ ଦିଆଯାଉ। ସୋମବାର ନୂଆଦିଲ୍ଲୀଠାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ...

ଧୂଳି ନ ଉଡ଼ିବାକୁ ୨୧ଲକ୍ଷ ଖର୍ଚ୍ଚ

କଟକ ଅଫିସ,୨୩ା୧୧: ବାଲିଯାତ୍ରାରେ ଅନିୟମିତତା ଅଭିଯୋଗରେ ଜିଲା ପ୍ରଶାସନ ବିବାଦରେ ଥିବା ବେଳେ ଏବେ ଏହା ଭିତରକୁ ଟାଣି ହୋଇଆସିଛି କଟକ ମହାନଗର ନିଗମ(ସିଏମ୍‌ସି) ା...

ରାଜ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ କରୋନାରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ଗୁରୁବାର ମୃତ୍ୟୁ ଘଟିଛି। ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ବୁଧବାର କ୍ୟାପିଟାଲ ହସ୍ପିଟାଲରୁ...

ସବୁ କରୋନା ଆକ୍ରାନ୍ତ ସୁସ୍ଥ ହେବେ: ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ୱର, ୭।୪( ବ୍ୟୁରୋ): କରୋନା ଆକ୍ରାନ୍ତଙ୍କ ପାଇଁ ରାଜ୍ୟ ସରକାର ରାଜ୍ୟରେ ୭ଟି ସ୍ବତନ୍ତ୍ର କୋଭିଡ୍‌ ହସ୍ପିିଟାଲ ପ୍ରସ୍ତୁତ କରିଛନ୍ତି। ଏହି ହସ୍ପିଟାଲଗଡ଼ିକରେ କେବଳ କରୋନା...

ଶ୍ରୀରାମ ଧ୍ୱନିରେ କମ୍ପୁଛି ସହର

ଭଦ୍ରକ ଅଫିସ,୯।୪ କୋଭିଡ୍‌ କଟକଣା ହଟିବା ପରେ ଭଦ୍ରକ ସହରରେ ଗଣପର୍ବ ଭାବେ ପରିଚିତ ଶ୍ରୀରାମ ନବମୀ ମହୋତ୍ସବ ଏଥର ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହେବ। ଏଥିପାଇଁ...

୭ ମାସ ହେବ ଆଉ ଶୁଣାଯାଉନି ଭୁଟୁଭୁଟି ଶବ୍ଦ :ପୁରାତନ ଡଙ୍ଗାଘାଟ ଆଜି ଅଲୋଡ଼ା

ଆନନ୍ଦପୁର, ୨୨।୧୦(ସନ୍ତୋଷ ରାଉତ)-କେନ୍ଦୁଝର ଜିଲା ଆନନ୍ଦପୁର ଦେଇ ପ୍ରବାହିତ ବୈତରଣୀ ନଦୀରେ ବହୁ ପୁରାତନ ଡଙ୍ଗା ଘାଟ ଗତ ମାର୍ଚ୍ଚ ମାସରୁ ବନ୍ଦ ହୋଇଯାଇଛି। ପୂର୍ବରୁ...

ଆଜିଠୁ ମାଟ୍ରିକ ଖାତା ମୂଲ୍ୟାୟନ

କଟକ ଅଫିସ,୧୯।୩ : ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଦ୍ୱାରା ଆୟୋଜିତ ଦଶମ ଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟାୟନ ଗୁରୁବାରଠାରୁ ଆରମ୍ଭ ହେବ। ୬୧ଟି କେନ୍ଦ୍ରରେ...

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ ଅଫିସ,୨୯।୬: ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ସକାଳ ୮ଟାରୁ ଏହି ଦର୍ଶନ ଆରମ୍ଭ ହେବ। ୧୫ ଦିନର ଅନବସର ନୀତି ପରେ ନବଯୌବନ ଦର୍ଶନ...

Advertisement
Archives

Model This Week