ଆଜିର ପରିସ୍ଥିତିରେ ମଣିଷପଣିଆ ହରାନ୍ତୁ ନାହିଁ, ବିଦେଶୀଙ୍କ ପ୍ରତି ଖରାପ ବ୍ୟବହାର କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଓଡ଼ିଶାରେ ୨ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ପ୍ରଥମରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେହିଭଳି ୧୯ ବର୍ଷୀୟ ୨ୟ କରୋନା ଆକ୍ରାନ୍ତଙ୍କ ଏବେ ଚିକିତ୍ସା ଜାରି ରହିଛି। ତେବେ ସଂକ୍ରମଣରୁ ରକ୍ଷା ପାଇବା ଲାଗି ଭଲଭାବେ ହାତ ଧୁଅନ୍ତୁ। ଯଥାସମ୍ଭବ ଘରେ ରୁହନ୍ତୁ। ଅତ୍ୟନ୍ତ ଆବଶ୍ୟକ ନ ଥିଲେ ବାହାରକୁ ବାହାରନ୍ତୁ ନାହିଁ। ଛିଙ୍କ, କାଶ, ଜ୍ୱର, ମୁଣ୍ଡବିନ୍ଧା, ଶ୍ୱାସକଷ୍ଟ ଆଦି ହେଲେ ୧୪ ଦିନ ଘରେ ରୁହନ୍ତୁ। ଅତ୍ୟନ୍ତ ଅପରିହାର୍ଯ୍ୟ ନ ହେଲେ ଡାକ୍ତରଖାନାକୁ ଯାଆନ୍ତୁ ନାହିଁ ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ଏହାଛଡ଼ା ରାଜ୍ୟରେ କରୋନା ଭୟକୁ ନେଇ ଭିନ୍ନ ଭିନ୍ନ ଘଟଣା ସାମ୍ନାକୁ ଆସିପାରିବେନି। ଜଣେ ବ୍ୟକ୍ତି ଆଇସୋଲେଶନରେ ଅଛନ୍ତି। ତାଙ୍କୁ ଘରକୁ ନ ଆଣିବାକୁ ପରିବାରଲୋକଙ୍କ ଉପରେ ଚାପ ପକାଯାଉଛି। ସେହିଭଳି ବିଦେଶରୁ ଆସିଥିବା କେତେକ ପର୍ଯ୍ୟଟକଙ୍କ ପ୍ରତି ଖରାପ ବ୍ୟବହାର କରାଯାଉଥିବା ନଜରକୁ ଆସିଛି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହି ସମସ୍ୟା ଭିତରେ ଆମକୁ ନିଜ ସ୍ବାର୍ଥ କଥା କେବଳ ଚିନ୍ତା କରିବା ଆବଶ୍ୟକ ନୁହେଁ। କାରଣ ରାଜ୍ୟ ବାହାରେ ମଧ୍ୟ ଓଡ଼ିଶାବାସୀ ରହୁଛନ୍ତି। ଆମେ ଯଦି ବାହାରୁ ଆସିଥିବା ଲୋକଙ୍କ ସହ ଏଭଳି ବ୍ୟବହାର କରିବା ତେବେ ବାହାରେ ଥିବା ଓଡ଼ିଆଙ୍କ କଥା କଣ ହେବ। ଭାରତରେ ସେମାନଙ୍କୁ ଖରାପ ବ୍ୟବହାର କରାଗଲା ବୋଲି ପ୍ରଚାରିତ ହେବ। ଦେଖିବାକୁ ଗଲେ ବିଦେଶରେ ଭାରତର ଅଧିକ ଲୋକେ ରହୁଛନ୍ତି। ଏଭଳି ପରିସ୍ଥିତିରେ କେବଳ ହୋ-ହଲ୍ଲାରେ ମାତି ଏଭଳି କରାଯାଉଛି। ହେଲେ ଏହି ସମୟରେ କେବଳ ସମସ୍ତଙ୍କୁ ଶାନ୍ତ୍ୱନା ଦିଅନ୍ତୁ। ସାହାଯ୍ୟ କରନ୍ତୁ। ନିଜର ମଣିଷପଣିଆ ହରାନ୍ତୁ ନାହିଁ। କାରଣ ଆମେ ଉତ୍କଳମଣି ଗୋପବନ୍ଧୁଙ୍କ ଦାୟାଦ। ଏକଦା ସେ ମୃତ୍ୟୁଶର୍ଯ୍ୟାରେ ପଡ଼ିଥିବା ପୁଅକୁ ନଚାହିଁ ଦେଶର ମଙ୍ଗଳପାଇଁ କାମ କରିବାକୁ ଯାଇଥିଲେ। ସନ୍ଥକବି ଭୀମଭୋଇ ମଧ୍ୟ ଅନ୍ୟର ସେବା କରିବା ନେଇ କହିଛନ୍ତି। ମନେ ରଖିବା ଉଚିତ୍‌ ଆଗକୁ କ’ଣ ହେବ କେହି କହିପାରବେ ନାହିଁ। ଏଣୁ ଧୌର୍ଯ୍ୟ ରଖିବା। ଏହାଦ୍ୱାରା ଓଡ଼ିଆ ସଭ୍ୟତାର ନିଦର୍ଶନ ଦିଆଯାଇପାରିବ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri