Posted inଖେଳ

ଆଜିର ଦିନରେ ଓଡିଆଇ କ୍ରିକେଟରେ ସର୍ବାଧିକ ରନ୍‌ କରିଥିଲେ ରୋହିତ

ନୂଆଦିଲ୍ଲୀ,୧୩।୧୧- ହିଟ୍‌ମ୍ୟାନ ଭାବେ ପରିଚିତ ଭାରତୀୟ ଓପନର ରୋହିତ ଶର୍ମା ଆଜକୁ ଠିକ୍‌ ୫ ବର୍ଷ ତଳେ ଅର୍ଥାତ୍‌ ୨୦୧୪ ନଭେମ୍ବର ୧୩ ତାରିଖରେ ଅନ୍ତର୍ଜାତୀୟ ଦିନିକିଆ (ଓଡିଆଇ) କ୍ରିକେଟର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। କଲିକତାସ୍ଥିତ ଐତିହାସିକ ଇଡେନ୍‌ ଗାର୍ଡେନ୍ସଠାରେ ଶ୍ରୀଲଙ୍କା ବିପକ୍ଷରେ ରୋହିତ ୨୬୪ ରନ୍‌ର ଇନିଂସ ଖେଳିଥିଲେ। ଏହି ରେକର୍ଡ ଏବେ ମଧ୍ୟ ତିଷ୍ଠି ରହିଛି। ମାତ୍ର ୪ ରନ୍‌ କରିଥିବାବେଳେ ଜୀବନଦାନ ପାଇଥିବା ୩୨ ବର୍ଷୀୟ ଓପନର ପରବର୍ତ୍ତୀ ସମୟରେ ଶ୍ରୀଲଙ୍କା ବୋଲରଙ୍କୁ ନିର୍ଧୂମ ଛେଚିଥିଲେ। ତାଙ୍କର ଏହି ବିସ୍ଫୋରକ ଇନିଂସରେ ଥିଲା ୩୩ ଚୌକା ଓ ୯ ଛକା। ଏ ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୁଧବାର ଟୁଇଟ୍‌ କରି ସୂଚନା ଦେଇଛି। ଏଥିଯୋଗୁ ଭାରତୀୟ ଦଳ ଧାର୍ଯ୍ୟ ୫୦ ଓଭରରେ ୫ ଉଇକେଟ ହରାଇ ୪୦୪ ରନ୍‌ କରିଥିଲା। ରୋହିତ ଇନିଂସର ଅନ୍ତିମ ବଲରେ ନୁଆନ କୁଳସେକରାଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଜବାବରେ ଶ୍ରୀଲଙ୍କା ୨୫୧ ରନ୍‌ରେ ସୀମିତ ରହିଥିଲା। ଦିନିକିଆ ଫର୍ମାଟ୍‌ରେ ମାତ୍ର ୧୦ ଥର ଦ୍ୱିଶତକ ଦେଖିବାକୁ ମିଳିଛି। ଏଥିରୁ ୩ଟି (୨୬୪, ୨୦୯ ଓ ୨୦୮) ରୋହିତଙ୍କ ନାମରେ ରହିଛି। କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆରେ ଦ୍ୱିଶତକ ହାସଲ କରିଥିଲେ। ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଏହି ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଡ଼କ ସୁରକ୍ଷାକୁ ବ୍ଲେକ୍‌ଙ୍କ ଗୁରୁତ୍ୱ

ମୁମ୍ବାଇ, ୩।୧୨- ”ଭାରତକୁ ଆସିଥିବାରୁ ମୁଁ ବହୁତ ଖୁସି। ତେବେ ଏଠାରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ୧୫୦,୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଜାଣି ବହୁତ...

ଇଲାଭେନିଲଙ୍କୁ ସ୍ବର୍ଣ୍ଣ, ଶାହୁ ମାନେଙ୍କୁ ରୌପ୍ୟ

ନୂଆଦିଲ୍ଲୀ, ୧୯ା୧୦ (ପି.ଟି.)-ଶେଖ୍‌ ରସେଲ ଇଣ୍ଟରନ୍ୟାଶନାଲ ଏୟାର ରାଇଫଲ ଚାମ୍ପିୟନଶିପ୍‌ ରବିବାର ଭର୍ଚୁଆଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ୱର ନମ୍ବର ଓ୍ବାନ୍‌ ଭାରତୀୟ ଇଲାଭେନିଲ ଭାଲାରିଭାନ୍‌...

ପ୍ରିକ୍ୱାର୍ଟର ଫାଇନାଲରେ କାଶ୍ୟପ, ସୌରଭ

କାଲଗାରୀ,୪।୭(ପି.ଟି.)- ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାରୁପଲ୍ଲୀ କାଶ୍ୟପ ଓ ଜାତୀୟ ଚାମ୍ପିୟନ ସୌରଭ ବର୍ମା ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ କାନାଡା...

ଜାତୀୟ ସିନିୟର ଫୁଟବଲ ସେମିଫାଇନାଲରେ ଓଡ଼ିଶା

ଭୁବନେଶ୍ୱର, ୨୧।୯(କ୍ରୀଡ଼ା ପ୍ରତିନିଧି)- ଅରୁଣାଚଳ ପ୍ରଦେଶର ପାସିଘାଟସ୍ଥିତ ସିଏଚଏଫ ଗ୍ରାଉଣ୍ଡରେ ଚାଲିଥିବା ଜାତୀୟ ସିନିୟର ମହିଳା ଫୁଟବଲ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ଶୁକ୍ରବାର...

ଧୋନୀଙ୍କୁ ମିସ୍‌ କରୁଛନ୍ତି ପାଣ୍ଡ୍ୟା

ନୂଆଦିଲ୍ଲୀ,୩।୧୧:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ କେବଳ ତାଙ୍କ ପ୍ରଶଂସକ ନୁହେଁ, ସାଥୀ ଖେଳାଳିମାନେ ମିସ୍‌ କରୁଛନ୍ତି। ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ...

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌: ତେଜିନ୍ଦର, ଜିନସନ ବିଫଳ

ଦୋହା, ୫।୧୦(ପି.ଟି.)- ଏସିଆନ ଗେମ୍ସ ଗୋଲ୍ଡ ମେଡାଲିଷ୍ଟ ଭାରତୀୟ ଶଟ୍‌ପୁଟର ତେଜିନ୍ଦର ପାଲ୍‌ ସିଂ ତୁର୍‌ ଏବଂ ୧୫୦୦ ମିଟର ରନର ଜିନସନ ଜିନସନ ବିଶ୍ୱ...

ପରିଶ୍ରମର ଫଳ ମିଳିଛି

ଭୁବନେଶ୍ୱର, ୧୯।୮(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ୯ମ ଆଥଲେଟ୍‌ଭାବେ ଅର୍ଜୁନ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାରୁ ସ୍ବାଭାବିକଭାବେ ଖୁସି ଜାହିର କରିଛନ୍ତି ଜାତୀୟ ରେକର୍ଡଧାରିଣୀ ଭାରତୀୟ ସ୍ପ୍ରିଣ୍ଟ...

ଜାତୀୟ ସିନିୟର ୫-ଏ-ସାଇଡ୍‌ ମହିଳା ହକି: ଓଡ଼ିଶା କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୨୫।୯(କ୍ରୀଡ଼ା ପ୍ରତିନିଧି)-କାନପୁରର ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଚାଲିଥିବା ୪ର୍ଥ ହକି ଇଣ୍ଡିଆ ୫-ଏ-ସାଇଡ୍‌ ମହିଳା ହକି ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ଓଡ଼ିଶା ପ୍ରବେଶ କରିଛି।...

Play 250+ Trending Games
Archives

Model This Week

Why Dharitri