ଆଜିଠୁ ସ୍ବାଭାବିକ ହେବ ପାର୍କ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ବାତ୍ୟା ‘ଫନୀ’ ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଭୁବନେଶ୍ୱରର ପାର୍କଗୁଡ଼ିକ ସ୍ବାଭାବିକ ହେବ। ବିଡିଏ ଦ୍ୱାରା ରକ୍ଷଣାବେକ୍ଷଣା କରାଯାଉଥିବା ପାର୍କଗୁଡ଼ିକ ବୁଧବାରଠାରୁ ସକାଳେ ଏବଂ ସନ୍ଧ୍ୟାରେ ଜନସାଧାରଣଙ୍କ ଲାଗି ଖୋଲା ରହିବ। ପୂର୍ବରୁ ବିଡିଏ ଦ୍ୱାରା ପରିଚାଳିତ ମୁଖ୍ୟ ପାର୍କଗୁଡ଼ିକ ସର୍ବସାଧାରଣଙ୍କ ଲାଗି ସକାଳେ ଏବଂ ସନ୍ଧ୍ୟାରେ ଖୋଲିଥିବା ବେଳେ ଏବେ ଛୋଟ ପାର୍କଗୁଡ଼ିକ ବୁଧବାରଠାରୁ ଖୋଲା ରହିବ ବୋଲି ଜଣାପଡ଼ିଛି। ବିଡିଏର ଉଦ୍ୟାନକୃଷିବିଦ୍‌ ଅଶୋକାନନ୍ଦ ଧିର କହିଛନ୍ତି, ପାର୍କର ଚାଲିବା ଟ୍ରାକଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ପୂର୍ବରୁ ସରିଥିବାରୁ ଚଲାବୁଲା ଲାଗି ପାର୍କକୁ ଖୋଲାଯାଇଥିଲା। କିନ୍ତୁ ଅନ୍ୟ କାର୍ଯ୍ୟ ସରିପାରି ନ ଥିଲା। ହେଲେ ଏବେ ପାଖାପାଖି ସମସ୍ତ ପୁନରୁଦ୍ଧାର କାର୍ଯ୍ୟ ସରିଯାଇଛି। ୧୦ ମୁଖ୍ୟ ପାର୍କକୁ ଛାଡ଼ି ୫୦ ଛୋଟ ପାର୍କର ମଧ୍ୟ ଦାୟିତ୍ୱ ବିଡିଏ ନେଇଛି। ସେଥିମଧ୍ୟରୁ ୨୫ ପାର୍କ ଏବେ ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇଥିବା ବେଳେ ଆଉ ୨୫ଟିରେ କାମ ସରିଆସିଛି। ଏଥିରେ ୨୦୦ରୁ ଅଧିକ କର୍ମଚାରୀଙ୍କ ସହ ଯାନବାହାନ କାର୍ଯ୍ୟରତ ରହିଛି। ଖୁବ୍‌ଶୀଘ୍ର ପୂର୍ବପରି ଲୋକେ ପାର୍କରେ ସମୟ କାଟିବାକୁ ଆସିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକର୍ଷିତ କରିପାରିଲାନି ବଡ଼ ବଡ଼ ଇଭେଣ୍ଟ: ବିଦେଶୀ ପର୍ଯ୍ୟଟକ ଆଗମନ ହାର କମିଲା

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଭାରତ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ଏକ ବିଶେଷ ସ୍ଥାନ ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ବିସ୍ତୀର୍ଣ୍ଣ ବେଳାଭୂମି ଦେଶ ତଥା ବିଦେଶୀ ପର୍ଯ୍ୟଟକଙ୍କୁ...

ଉପ ନିର୍ବାଚନ: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଆସନ ଲାଗି ଉପ ନିର୍ବାଚନ ହେବ। ଏ ନେଇ ପ୍ରଚାର ପ୍ରସାର ଜୋରଦାର...

ଟାଟାଷ୍ଟିଲ୍‌ ବିଏସ୍‌ଏଲ୍‌ର ଅଭିନବ ପ୍ରୟାସ: ଆରମ୍ଭ ହେଲା ସବୁଜ ବିଦ୍ୟାଳୟ ପରିଯୋଜନା

ଢେଙ୍କାନାଳ ଅଫିସ, ୨୫।୧୦- ଛାତ୍ରୀଛାତ୍ରଙ୍କୁ ପରିବେଶ ସହ ଯୋଡ଼ିବା ଭଳି ମହତ୍‌ ଉଦ୍ଦେଶ୍ୟ ରଖି ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ବିଏସ୍‌ଏଲ୍‌ ପକ୍ଷରୁ ଗୁରୁବାରଠାରୁ ଆରମ୍ଭ...

ନାହିଁ ନାହିଁରେ ଯୁଗପୁରା ପାସେଞ୍ଜର୍‌ ହଲ୍ଟ

ବୈଶିିଙ୍ଗା,୧୦।୮(ଡି.ଏନ.ଏ.)-ପୂର୍ବତଟ ରେଳପଥ ଅଧୀନ ରୂପ୍‌ସା- ବାଙ୍ଗିରିପୋଷୀ ରେଳପଥର ବୈଶିଙ୍ଗା ନିକଟସ୍ଥ ସର୍ବ ପୁରାତନ ଯୁଗପୁରା ପାସେଞ୍ଜର୍‌ ହଲ୍ଟ ଅଦ୍ୟାବଧି ଷ୍ଟେଶନର ମାନ୍ୟତା ପାଇପାରିନାହିଁ। ଏଠାରେ ପ୍ଲାଟ୍‌ଫର୍ମ...

ଭୂମିହୀନଙ୍କୁ ଘରଡିହ ଯୋଗାଅ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଗ୍ରାମାଞ୍ଚଳରେ ସମସ୍ତ ପରିବାରଙ୍କ କଚ୍ଚାଘରକୁ ପକ୍କାଘରରେ ପରିଣତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ଗତ ୫ ବର୍ଷ ମଧ୍ୟରେ ୨୫ଲକ୍ଷ ୧୮ହଜାର...

ଏକତ୍ର ହେବେ ନାହିଁ ୭ରୁ ଅଧିକ ଲୋକ

ଭୁବନେଶ୍ୱର, ୨୧ା୩ (ବ୍ୟୁରୋ): କରୋନା ଭୂତାଣୁ (କୋଭିଡ୍‌-୧୯) ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। ପ୍ରତିଦିନ ବିଭିନ୍ନ ଆଡ଼ଭାଇଜରି ଜାରି ସହ ସଚେତନତା ଓ...

ବିଜେପୁର ଉପନିର୍ବାଚନ:ଆଜି ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ

ଭୁବନେଶ୍ୱର,୨୫-୯(ବ୍ୟୁରୋ):ବିଜେପୁର ଉପନିର୍ବାଚନ ନେଇ ସବୁ ଦଳ ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର ଆରମ୍ଭ କରାଯାଇଛି। ନାମାଙ୍କନ ଦାଖଲ ପାଇଁ ଆସନ୍ତା ୩୦ ଶେଷ ତାରିଖ ଥିବାବେଳେ ଏହା...

CORONAVIRUS UPDATE: ୨୦ ଜିଲାକୁ ଡେଇଁଲା କରୋନା; ଏକାଥରେ ୫୮ ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୩୫୨

ଭୁବନେଶ୍ୱର,୧୦।୫:(ବ୍ୟୁରୋ)- ରାଜ୍ୟରେ ଏକାଥରେ ୫୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୯ଜଣ ଗଞ୍ଜାମ,ବାଲେଶ୍ଵର...

Advertisement


Archives

Model This Week