ଆଜିଠୁ ବିଶ୍ୱସ୍ତରୀୟ ଧର୍ମ ସମ୍ମିଳନୀ ‘ଇଜ୍‌ତମା’

ରସୁଲପୁର,୨୯।୨(ଡିଏନଏ): ବରୀ ନିର୍ବାଚନ ମଣ୍ଡଳୀରେ ରସୁଲପୁର ବ୍ଲକରୁ ସାମିଲ ହୋଇଥିବା ଅଭିବକ୍ତ ବ୍ରହ୍ମବରଦା ଅଞ୍ଚଳରେ ବିଶ୍ୱସ୍ତରୀୟ ଧର୍ମ ସମ୍ମିଳନୀ ଆୟୋଜନକୁ ନେଇ ସମସ୍ତଙ୍କ ମଧ୍ୟରେ ବ୍ୟସ୍ତତା ଦେଖାଦେଇଛି। ଏହି ସମ୍ମିଳନୀ ପାଇଁ ୪ମାସ ଧରି ଭିତ୍ତିଭୂମିର ବିକାଶ କାର୍ଯ୍ୟ ଚାଲିଛି। ଖୋଦ୍‌ ବରୀ ବିଧାୟିକା ସୁନନ୍ଦା ଦାସ ଓ ବରୀର ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର ଦାସ ଓ ତାଙ୍କ ସହକର୍ମୀଗଣଙ୍କ ଅକ୍ଳାନ୍ତ ପରିଶ୍ରମ, ଘନଘନ ବୈଠକ ଯୋଗୁ ଏହି ସମ୍ମିଳନୀ ସଫଳ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଠିକ୍‌ଭାବେ ପରିଚାଳନା କରିବାରେ ମୁସଲିମ୍‌ ସମ୍ପ୍ରଦାୟର ଯେତିକି ଅବଦାନ ରହିଛି, ସମପରିମାଣର ଅବଦାନ ରହିଛି ହିନ୍ଦୁ ସଂପ୍ରଦାୟର ଲୋକଙ୍କର। ଏହି ମହାପର୍ବକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ସୁରକ୍ଷାକର୍ମୀ ସଜାଗ ହୋଇ ରହିଛନ୍ତି। କମାଣ୍ଡୋ ବାହିନୀ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଉଛି। ସୁରକ୍ଷା ଅଧିକାରୀମାନେ ସମ୍ମିଳନୀ ପଡିଆର ବିଭିନ୍ନ ପାର୍ଶ୍ୱକୁ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି। ଏହିକ୍ରମରେ ଶୁକ୍ରବାର ସଂଖ୍ୟାଲଘୁ ସେଲ୍‌ ଅଧ୍ୟକ୍ଷ ମୁନ୍ନା ଖାଁ ଇଜ୍‌ତମା ସ୍ଥଳ ପରିଦର୍ଶନ କରି ଫେରି ଯାଇଛନ୍ତି। ସେ ସମ୍ମିଳନୀକୁ ନେଇ ହୋଇଥିବା ଆୟୋଜନକୁ ପ୍ରସଂଶା କରିଛନ୍ତି।

ଚଳଚଞ୍ଚଳ ଇଜ୍‌ତମା ପଡ଼ିଆ

ଇଜ୍‌ତମା ପଡିଆରେ ଯାତ୍ରୀବାହୀ ବସ୍‌ ଲାଗିଲାଣି। ଶ୍ରଦ୍ଧାଳୁଙ୍କ ଭିଡ କ୍ରମଶଃ ବଢିବାରେ ଲାଗିଛି। ରିପୋର୍ଟ ଲେଖାହେଲା ବେଳକୁ ଧର୍ମ ସମ୍ମିଳନୀ ସ୍ଥଳରେ ପ୍ରାୟତଃ ୩୦ହଜାରରୁ ଊର୍ଦ୍ଧ୍ୱ ଭକ୍ତ ସମାଗମ ହଲେଣି। ପଡିଆରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଯୋଗୁ ରାତି ଦିନର ଭ୍ରମ ସୃଷ୍ଟି କରୁଛି। ସମ୍ମିଳନୀ ସ୍ଥଳରେ ଲକ୍ଷାଧିକ ଭକ୍ତଙ୍କ ରାତ୍ରୀ ଯାପନ କରିବାର ବନ୍ଦୋବସ୍ତ କରାଯାଇଛି। ସେମାନଙ୍କ ପାଇଁ ରହିବା, ଖାଇବା, ଗାଧୋଇବା, ଶୌଚ ହେବା ପାଇଁ ବ୍ୟବସ୍ଥା କରାଯାଇଛି। ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରିବା ପାଇଁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ସରିଛି। ଆଶୁ ଚିକିତ୍ସା ପାଇଁ ଔଷଧ ଓ ଫଷ୍ଟେଡ ବକ୍ସ ପ୍ରସ୍ତୁତ ରହିଛି।

ଅତିଥି ଅପେକ୍ଷାରେ ମଞ୍ଚ

ମଞ୍ଚ ନିର୍ମାଣ କାର୍ଯ୍ୟ ସରିଯାଇଛି। ମଞ୍ଚ ତଳେ ଭକ୍ତମାନେ ଧର୍ମବାଣୀ ଶୁଣିବା ପାଇଁ କ୍ଷେତ୍ର ବି ପ୍ରସ୍ତୁତି ସରିଛି। ତେବେ ମଞ୍ଚ ଉପରକୁ କେତେବେଳେ ଅତିଥିମାନେ ଆସିବେ ଓ ସେମାନଙ୍କ ମୁଖ ନିସୃତ ଧର୍ମବାଣୀ ଶୁଣିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଏବେସୁଦ୍ଧା ଓଡିଶାର ବିଭିନ୍ନ ଜିଲାରୁ ଭକ୍ତ ଆସି ସମ୍ମିଳନୀସ୍ଥଳରେ ପହଞ୍ଚିବା ଆରମ୍ଭ କଲେଣି। ଏପରିକି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରୁ ଭକ୍ତମାନେ ଆସିବା ଆରମ୍ଭ କଲେଣି।

ସୁରକ୍ଷା ବ୍ୟବସ୍ଥା କଡାକଡ଼ି
ଧର୍ମ ସମ୍ମିଳନୀ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ୍ଡାକଡ୍ଡି କରାଯାଇଛି। ଏଥିପାଇଁ ୪୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷାକୁ ନିୟନ୍ତ୍ରଣ କରିବା ସକାଶେ ୨ଜଣ ଅତିରିକ୍ତ ଏସପି ୬ଜଣ ଏସଡିପିଓ ଓ ଡିଏସ୍‌ପି, ୫ଜଣ ଇନ୍‌ସପେକ୍ଟର, ୧୫ଜଣ ସବଇନ୍ସପେକ୍ଟରଙ୍କୁ ମୁତୟନ କରାଯାଇଛି। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ୭୦୦ରୁ ଊର୍ଦ୍ଧ୍ୱ ସ୍ବେଚ୍ଚାସେବୀଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।

ଆଲ୍‌ମି ଇଜ୍‌ତମା କ’ଣ

ଏହି ଧର୍ମ ସମ୍ମିଳନୀ ଅର୍ଥ କାହିଁକି ଆଲ୍‌ମି ଇଜ୍‌ତମା ରଖାଯାଇଛି, ସେ ନେଇ ଶୁକ୍ରବାର ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାର ଅର୍ଥ ହେଉଛ ସମଗ୍ର ମାନବାଜାତି ଜଣେ ମାଲିକର ସନ୍ତାନ। ଏହି ବାର୍ତ୍ତାକୁ ସାରା ବିଶ୍ୱରେ ପ୍ରଚାର କରିବା ପାଇଁ ଏହି ଧର୍ମ ସମ୍ମିଳନୀର ନାମ ଆଲ୍‌ମି ଅର୍ଥାତ ବିଶ୍ୱ ଇଜ୍‌ତେମା ରଖାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri