ଆଜିଠୁ ନୟାଗଡ଼ ସହରରେ ପଲିଥିନ ନିଷେଧ:୫ରୁ ୨୫ ହଜାର ପର୍ଯ୍ୟନ୍ତ ଜରିମାନା, ୩ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ

ନୟାଗଡ଼ ଅଫିସ,୨ା୧୦: ନୟାଗଡ଼ ସହରରେ ବୁଧବାରଠାରୁ ପଲିଥିନ ନିଷେଧ କରାଯିବ। କୌଣସି ବ୍ୟବସାୟୀ ପଲିଥିନ ବ୍ୟବହାର କଲେ ତାଙ୍କଠାରୁ ୫ରୁ ୨୫ ହଜାର ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ମଙ୍ଗଳବାର ଏ ନେଇ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇ ବ୍ୟବସାୟୀ ଓ ଲୋକମାନଙ୍କୁ ସୂଚନା ଦିଆଯାଇଛି। ଯଦି କୌଣସି ବ୍ୟବସାୟୀ ଦୋକାନରେ ପଲିଥିନ ରଖିଥିବେ ତା’ହେଲେ ତାଙ୍କଠାରୁ ପ୍ରଥମଥର ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ସେହିପରି ଦ୍ୱିତୀୟ ଥର ଧରାପଡ଼ିଲେ ୧୦ ହଜାର ଓ ତୃତୀୟ ଥର ପଲିଥିନ ଜବତ ହେଲେ ସମ୍ପୃକ୍ତ ବ୍ୟବସାୟୀଙ୍କଠାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ଅନୁରୂପ ଭାବେ ତୃତୀୟ ଥର ଧରାପଡ଼ିଥିବା ବ୍ୟବସାୟୀଙ୍କୁ ୩ମାସ ପାଇଁ ଜେଲଦଣ୍ଡ ଭୋଗ କରିବାକୁ ପଡ଼ିବ। ଅନ୍ୟପଟେ ଯଦି କୌଣସି ଗ୍ରାହକ ପଲିଥିନ ନେଇ ଯାଉଥିବା ଦେଖିବାକୁ ମିଳେ ତେବେ ତାଙ୍କଠାରୁ ୧୦୦ରୁ ୨୦୦ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ପୌର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ସୂଚନା ଦେଇଛନ୍ତି। ଏହାକୁ ନେଇ ବ୍ୟବସାୟୀଠାରୁ ଆରମ୍ଭ କରି ଗ୍ରାହକମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ଅଧିକାଂଶ ବେପାରୀ ଗ୍ରାହକମାନଙ୍କୁ ବ୍ୟାଗ୍‌ ଆଣିବା ପାଇଁ କହୁଥିବା ଦେଖାଯାଇଛି।
ପ୍ରକାଶ ଯେ, ପଲିଥିନ ଓ ପ୍ଲାଷ୍ଟିକ ତିଆରି ଜିନିଷ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଏହି କାରଣରୁ ରାଜ୍ୟ ସରକାର ଏହାକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାରଠାରୁ ରାଜ୍ୟର ୧୦୯ ଏନ୍‌ଏସି ଓ ମ୍ୟୁନିସିପାଲିଟିରେ ପ୍ଲାଷ୍ଟିକ ଉପରେ କଟକଣା ଜାରି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ନୟାଗଡ଼ ସହରର ବିଭିନ୍ନ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇ ୮୭ କିଲୋ ୨୦୦ ଗ୍ରାମ୍‌ ପଲିଥିନ ଜବତ କରାଯାଇଛି। ସେହିପରି ଜରିମାନା ବାବଦକୁ ୫୪ ହଜାର ୭୦୦ ଟଙ୍କା ଆଦାୟ କରାଯାଇଛି। ହେଲେ କୌଣସି ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇ ନାହିଁ। ୩ ତାରିଖଠାରୁ ଏହାକୁ କଡ଼ାକଡ଼ି କରାଯାଇ ସମସ୍ତ ସ୍ଥାନରେ ଚଢ଼ାଉ କରାଯିବ ବୋଲି ପୌର ପରିଷଦ ପକ୍ଷରୁ ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ଗ୍ରାହକ ଓ ବ୍ୟବସାୟୀ ସଚେତନ ହୋଇ ପଲିଥିନକୁ ନା କହିବା ପାଇଁ ପରାମର୍ଶ ଦିଆଯାଇଛି। ଏହାର ବ୍ୟତିକ୍ରମ ହେଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୌର ପରିଦଦ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଯାଇଛି। ପ୍ରଶାସନର ଏହି କଟକଣା କେତେଦୂର କାର୍ଯ୍ୟକାରୀ ହେଉଛି ବା ଲୋକଙ୍କ ଉପରେ ଏହାର ପ୍ରଭାବ କିପରି ପଡୁଛି ତାହା ଦେଖିବାକୁ ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ଆଇସିଏମ୍‌ଆର୍‌, ଡବ୍ଲ୍ୟୁଏଚ୍‌ଓ ପ୍ରତିନିଧି ଦଳ

ଗୋପାଳପୁର,୧୧ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଦ୍ରୁତ ଗତିରେ କରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି। ରବିବାର ଡବ୍ଲ୍ୟୁଏଚ୍‌ଓ, ଆଇସିଏମ୍‌ଆର ପ୍ରତିନିଧି ଦଳ ରବିବାର ଦୁଇଟି ସଙ୍ଗରୋଧ କେନ୍ଦ୍ର...

ଢେଙ୍କାନାଳରେ ୬,୩୫୫ ପକ୍ଷୀ

ଢେଙ୍କାନାଳ ଅଫିସ, ୧୨।୧ ଢେଙ୍କାନାଳରେ ପକ୍ଷୀଗଣନା ଶେଷ ହୋଇଛି। ଜିଲାର ବିଭିନ୍ନ ବନଖଣ୍ଡ, ସଂରକ୍ଷିତ ଜଙ୍ଗଲ, ଜଳାଶୟରେ ହୋଇଥିବା ଏହି ଗଣନାରୁ ୬,୩୫୫ ପକ୍ଷୀ ରହିଥିବା...

ଟ୍ରାକ୍ଟରକୁ ଧକ୍କା ଦେଲା ବାଇକ୍‌: ଘଟଣା ସ୍ଥଳରେ ୨ ମୃତ

ରାୟଗଡ଼ା ଅଫିସ,୨୭।୨: ରାୟଗଡ଼ା ଜିଲା ରାୟଗଡ଼ା ବ୍ଳକ କାର୍ଲାକଣା ପଞ୍ଚାୟତ ନୂଆ ଅଙ୍ଗୁର ଗ୍ରାମ ନିକଟରେ ବୁଧବାର ରାତିରେ ଟ୍ରାକ୍ଟରକୁ ଏକ ବାଇକ୍‌ ଧକ୍କା ଦେଇଛି।...

ଝରକା ବାଟେ ବାହାରକୁ ଗରମ ପାଣି ଫିଙ୍ଗିଲେ ସହାୟିକା, ଅଙ୍ଗନଓ୍ବାଡି ଶିଶୁ ଗୁରୁତର

ସୋନପୁର/ବୀରମହାରାଜପୁର,୧୪।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଜଟିଆପାଲି ଅଙ୍ଗନୱାଡି କେନ୍ଦ୍ରରେ ମଙ୍ଗଳବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି। କେନ୍ଦ୍ରର ସହାୟିକା ବେଦମତୀ ମହାକୁର ଶିଶୁକନ୍ୟା...

ନାବାଳିକାଙ୍କୁ ଧମକ ଦେଇ ଯୁବକ ଗିରଫ

ଯୋଡ଼ା,୧୧।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ପୋଲିସ ସୂଚନାନୁଯାୟୀ, ଜୁରୁଡି ଅଞ୍ଚଳର...

ପୁଅର ଚାକିରି ପାଇଁ ଅର୍ଥ ହରାଇ ମହିଳାଙ୍କ ଆତ୍ମହତ୍ୟା

ବିଞ୍ଝାରପୁର,୧୨ା୧୨(ଡି.ଏନ.ଏ.): ପୁଅର ଚାକିରି କରାଇ ଦେବା ପାଇଁ ଜଣେ ଯୁବକଙ୍କୁ ଟଙ୍କା ଦେଇଥିଲେ ମା’। ହେଲେ ପୁଅର ଚାକିରି ହେଲାନି, ଟଙ୍କା ବି ଫେରି ପାଇଲେନି।...

ତନ୍ତ୍ର ସାଧନା ପଛର ରହସ୍ୟ ଖୋଲିଲା ପୋଲିସ:ଭଉଣୀର ତଣ୍ଟି କାଟି ବଳି ଦେଇଥିଲେ ଭାଇ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି/ ବଙ୍ଗୋମୁଣ୍ଡା, ୮।୧(ଡି.ଏନ୍‌.ଏ.):ନିଜ ମାମୁପୁଅ ଭାଇକୁ ଅପହରଣ କରି ତଣ୍ଟି କାଟି ବଳି ଦେବାର ୧୪ ମାସ ପରେ ତନ୍ତ୍ରସାଧକ ଶୋଭାବନ ରଣା ଜେଲରୁ...

ଦୁଇ ବାଇକ୍‌ ମୁହାଁମୁହିଁ : ଜଣଙ୍କ ଜୀବନଗଲା

ଯୋଡ଼ା,୧୧।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ୫୨୦ ନଂ. ଜାତୀୟ ରାଜପଥ ଟାଟାସ୍ପଞ୍ଜ ମେଟେରିଆଲ ଗେଟ୍‌ ସମ୍ମୁଖରେ ବୁଧବାର ଅପରାହ୍ନରେ ଦୁଇଟି...

Advertisement
Archives

Model This Week