ଆଜିଠୁ ଦୋକାନ ଉପରେ କଟକଣା

ପୁରୀ ଅଫିସ,୨୧ା୩: କରୋନା ଭାଇରସକୁ ନେଇ ଏବେ ସବୁଠି ଆଲୋଚନା। ଏହି ପ୍ରାଣଘାତୀ ଭାଇରସ୍‌କୁ କିପରି ମୁକାବିଲା କରାଯାଇପାରିବ ସେ ନେଇ ରାଜ୍ୟ ସରକାର ବିଭିନ୍ନ ସମୟରେ ନିର୍ଦ୍ଦେଶନାମା ଜାରି କରୁଛନ୍ତି। ପୁରୀ ଜିଲା ପ୍ରଶାସନ ଏହିସବୁ ନିର୍ଦ୍ଦେଶ କିପରି ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ତାହା ଉପରେ ଗୁରୁତ୍ୱ ଦେଉଛି। ଶନିବାରଠାରୁ ଦୋକାନ ଖୋଲିବା ଉପରେ କିଛି କଟକଣା ରହିବ। ସେହିପରି ଅଟୋ, ଟ୍ୟାକ୍ସି ଚଳାଚଳ ଉପରେ ନିୟନ୍ତ୍ରଣ ଆଣିବାକୁ ଇଭିନ, ଅଡ୍‌ ଫର୍ମୁଲା ଲାଗୁ ହେବ ବୋଲି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି।
ଏକ ଭିଡିିଓ ମାଧ୍ୟମରେ ଜିଲାପାଳ କହିଛନ୍ତି, କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶମତେ ଆହୁରି କିଛି ନୂଆ ପଦକ୍ଷେପ ନେବାକୁ ଯାଉଛୁ। ଶନିବାରଠାରୁ ଦୋକାନ ଉପରେ କଟକଣା କରାଯିବ। ବିଶେଷକରି ଅତ୍ୟାବଶ୍ୟକ ସାମଗ୍ରୀ (ଗ୍ରସେରି, ପନିପରିବା ଆଦି) ବିକ୍ରି ହେଉଥିବା ଦୋକାନକୁ ବାଦ୍‌ ଦେଇ ଆଉ ସମସ୍ତ ଦୋକାନ ବନ୍ଦ ରହିବ। ରାସ୍ତାକଡ଼ରେ ଯେଉଁ ଦୋକାନରେ ଲୋକଙ୍କ ଗହଳି ହେଉଛି ତାକୁ ବନ୍ଦ କରାଯିବ। କୌଣସି ଜାଗାରେ ୭ଜଣରୁ ଅଧିକ ଲୋକଙ୍କ ସମାଗମ ହେବ ନାହିଁ। ଏହାକୁ କଡ଼ାକଡି କରାଯିବ। ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ସହରରେ ଅଟୋ ଓ ଟ୍ୟାକ୍ସି ଚଳାଚଳକୁ ନିୟନ୍ତ୍ରଣ କରାଯିବ। ଏଥିପାଇଁ ଯୁଗ୍ମ ଏବଂ ଅଯୁଗ୍ମ ନିୟମ ଲାଗୁ ହେବ। ଯୁଗ୍ମ (ଇଭିନ) ତାରିଖରେ ଯୁଗ୍ମ ନମ୍ବର ଥିବା ଗାଡ଼ିି ଚଳାଚଳ କରିବ। ସେହିଭଳି ଅଯୁଗ୍ମ (ଅଡ୍‌) ତାରିଖରେ ଅଯୁଗ୍ମ ନମ୍ବର ଗାଡ଼ି ଗଡ଼ିବ। ଏଥିପାଇଁ ଟ୍ୟାକ୍ସି ଏବଂ ଅଟୋ ଆସୋସିଏଶନ ସହ ଆର୍‌ଟିଓ ଏବଂ ପୋଲିସ ଆଲୋଚନା କରିବେ। ସେହିପରି କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ଅନେକ ଲୋକ ବ୍ୟକ୍ତିଗତ ଭାବେ ପ୍ରଚାରପତ୍ର (ଲିଫ୍‌ଲେଟ) ବଣ୍ଟନ କରୁଛନ୍ତି। କିନ୍ତୁ ଜିଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି। ତେଣୁ ବ୍ୟକ୍ତିଗତ ଭାବେ କେହି ଲିଫ୍‌ଲେଟ୍‌ ବାଣ୍ଟିବାର ଆବଶ୍ୟକତା ନାହିଁ। ବିଶେଷକରି ବିନା ଅନୁମତିରେ ଯଦି କେହି ପ୍ରଚାରପତ୍ର ବାଣ୍ଟନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏତଦ୍‌ବ୍ୟତୀତ କେତେକ ସଙ୍ଗଠନ ମାସ୍କ ଆଦି ବାଣ୍ଟୁଛନ୍ତି। ଏଥିରୁ ସେମାନେ ନିବୃତ୍ତ ରୁହନ୍ତୁ। ଯଦି କାହାର ବାଣ୍ଟିବା ପାଇଁ ଇଚ୍ଛା ଅଛି ତେବେ ସେମାନେ ଜିଲା ମନିଟରିଂ ସେଲ୍‌ରେ ଆସି ଜଣାନ୍ତୁ। ଏହିସବୁ ସାମଗ୍ରୀ କେଉଁଠି ବଣ୍ଟାଯିବ ତାହା ଜିଲାସ୍ତରରେ ହିଁ ନିଷ୍ପତ୍ତି ନିଆଯିବ। ବିଶେଷକରି ସଚେତନତା କ୍ଷେତ୍ରରେ ସାମିଲ ହେଉଥିବା କର୍ମଚାରୀ, ପୋଲିସ, ସଫେଇ କର୍ମଚାରୀଙ୍କ ପାଇଁ ଏହାର ଯଥେଷ୍ଟ ଆବଶ୍ୟକତା ରହିଛି। ତେଣୁ ପ୍ରଶାସନ ମାଧ୍ୟମରେ ସେମାନଙ୍କୁ ଏହା ବଣ୍ଟା ଯାଇପାରିବ। ଏହିସବୁ କଟକଣା ଶନିବାର ଠାରୁ କଡ଼ାକଡ଼ି ହେବ। ତେବେ କରୋନା ପାଇଁ ଯେତେ ପ୍ରକାର କଟକଣା ଲାଗୁ ହେଉଛି ସବୁଥିରେ ଜିଲାବାସୀ ପ୍ରଶାସନକୁ ସହଯୋଗ କରୁଛନ୍ତି। ଏହିଭଳି ସହଯୋଗ ଆଗକୁ ରହିଲେ କରୋନା ଭୂତାଣୁରୁ ସମସ୍ତେ ରକ୍ଷା ପାଇପାରିବା ବୋଲି ଜିଲାପାଳ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶା ସେବନ କରି ଗାଡ଼ି ଚଲାଉଥିଲେ ଫରେଷ୍ଟର, ପୋଲିସ ଅଟକ ରଖି…

ବଲାଙ୍ଗୀର,୩୦ା୫(ସୁନିଲ କୁମାର ମହାନ୍ତି): ନିଶାସେବନ କରି ଗାଡ଼ି ଚଲାଇବା ଜଣେ ସରକାରୀ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ବଙ୍ଗୋମୁଣ୍ଡା ଫରେଷ୍ଟର ଦିବସ ମାଝୀ ନିଶାସେବନ କରି ଗାଡ଼ି ଚଲାଉଥିବା…

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ବିଜୁ ସ୍ବାଭିମାନ ମଞ୍ଚ କୋଲନରାରେ ଭାସ୍କର ରାଓଙ୍କ ଶକ୍ତି ପ୍ରଦର୍ଶନ

ଗୁଣପୁର,୩୦॥୫(ସୁଜାତା ପାଢ଼ୀ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟ ସଭା ସଭ୍ୟ ଏନ୍‌.ଭାସ୍କର ରାଓ। ରାୟଗଡା…

ଘରେ ଏକାକୀ ଥିଲେ ମହିଳା, ଛୁରି ଦେଖାଇ ବଳାତ୍କାର କଲେ ଯୁବକ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୩୦ା୫(ଦ୍ୱିତୀକୃଷ୍ଣ ପଣ୍ଡା): ଘରେ ଏକାକୀ ଥିବା ଜଣେ ବିବାହିତା ମହିଳାଙ୍କୁ ଛୁରି ଦେଖାଇ ହତ୍ୟା ଧମକ ଦେଇ ବଳାତ୍କାର କରିଥିବା ଅଭିଯୋଗରେ ହିଞ୍ଜିଳି ପୋଲିସ ଜଣେ ଯୁବକଙ୍କୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ କାର ଚାଳକ ଗୁରୁତର

ନନ୍ଦପୁର/ପାଡୁଆ,୩୦ା୫ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର-ହାଣ୍ଡିପୁଟ ସଂଯୋଗୀ ଏମ୍‌ଡିଆର ୫୫ ରାସ୍ତାର ଭେଜା ରେଳ ଷ୍ଟେଶନ ନିକଟ ରାସ୍ତାରେ ଏକ ବିଦ୍ୟୁତ୍‌ ଖୁଣ୍ଟକୁ…

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ହଟାଇବା ପାଇଁ ଦୃଢ଼ ପଦକ୍ଷେପ: ସମୁଦ୍ର ପଥ ଦେଇ ମହାକାଳପଡ଼ା ବ୍ଲକ୍‌କୁ…

ମହାକାଳପଡ଼ା,୩୦ା୫ (ପ୍ରତାପ ଚନ୍ଦ୍ର ସ୍ବାଇଁ): ପଶ୍ଚିମବଙ୍ଗର ନୂତନ ସରକାର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ହଟାଇବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଫଳରେ ଦୀର୍ଘ…

ବିରଳ ଅସ୍ତ୍ରୋପଚାର: ୭ ମାସ ଶିଶୁ ଗିଳିଥିଲା କ୍ଲଚର, ତଣ୍ଟିରୁ ବାହାରକଲେ…

କୋରାପୁଟ,୩୦ା୫(ଅମିତାଭ ବେହେରା):କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଜଣେ ୭ ମାସର ଶିଶୁଙ୍କ ଅସ୍ତ୍ରୋପଚାର କରାଯାଇ ତାଙ୍କ ତଣ୍ଟିରୁ ଏକ ମୁଣ୍ଡ କ୍ଲିପ୍‌…

ବରଗଡ଼ରେ ଆରମ୍ଭ ହେଲା SIR କାର୍ଯ୍ୟକ୍ରମ, ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ…

ବରଗଡ଼,୩୦ା୫(ପ୍ରେମାନନ୍ଦ ଖମାରୀ): ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଓଡ଼ିଶାର ସମସ୍ତ ଯୋଗ୍ୟ ଭୋଟରଙ୍କ ନାମକୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri