ଆଜିଠାରୁ ‘ଇକୋ ରିଟ୍ରିଟ୍‌’:ଗ୍ଲାମରସ୍‌ କ୍ୟାମ୍ପିଂ- ଫୁଡ୍‌-ଫନ୍‌

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ): ଲକ୍‌ଜ୍ୟୁରି କଟେଜ୍‌, ଆଡ୍‌ଭେଞ୍ଚର ସ୍ପୋର୍ଟସ, ଓ୍ବାଟର୍‌ ସ୍ପୋର୍ଟସ, ବିଚ୍‌ ଭଲିବଲ୍‌, ଥେରାପ୍ୟୁଟିକ୍‌ ଓ୍ବାକ, ବିଚ୍‌ ସ୍ପା, ସେଲିବ୍ରିଟି ଡିଜେ, ଖ୍ୟାତନାମା ବ୍ୟାଣ୍ଡ୍‌ ଓ ମନପସନ୍ଦର ଖାଦ୍ୟ। ଗୋଟିଏ ସ୍ଥାନରେ ସବୁକିଛିର ଅନୁଭବ ନେଇପାରିବେ ପର୍ଯ୍ୟଟକ। ଏଥିପାଇଁ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ‘ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌’। ବିଶ୍ୱ ଦରବାରରେ ଓଡ଼ିଶା ପର୍ଯ୍ୟଟନର ସ୍ବତନ୍ତ୍ରତାକୁ ଦର୍ଶାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଆକର୍ଷଣୀୟ ପଦକ୍ଷେପ ନିଆଯାଇଛି। ଏଥିରେ ଦେଶ ବିଦେଶର ପର୍ଯ୍ୟଟକ ପ୍ରଥମଥର ପାଇଁ ଓଡ଼ିଶାରେ ‘ଗ୍ଲାମରସ୍‌ କ୍ୟାମ୍ପିଂ’ ବା ଗ୍ଲାମ୍ପିଂର ମଜା ନେଇପାରିବେ। ବିଶ୍ୱପ୍ରସିଦ୍ଧ କୋଣାର୍କକୁ ଦିନିକିଆ ପର୍ଯ୍ୟଟନସ୍ଥଳୀରୁ ରହଣି ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ଆୟୋଜିତ ହେବାକୁ ଥିବା ଏହି ବହୁ ପ୍ରତୀକ୍ଷିତ ଉତ୍ସବକୁ ଶନିବାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଗୁଜରାଟର କଚ୍ଛ ରାନ୍‌୍‌ ଉତ୍ସବ ଢାଞ୍ଚାରେ କରାଯାଉଥିବା ଏହି ଉତ୍ସବ ଡିସେମ୍ବର ୧୪ରୁ ଆରମ୍ଭ ହୋଇ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଚାଲିବ। ସ୍ବତନ୍ତ୍ରଭାବେ ପ୍ରସ୍ତୁତ ୫୦ଟି ଲକ୍‌ଜ୍ୟୁରି କଟେଜ୍‌ରେ ପର୍ଯ୍ୟଟକମାନେ ରହିବା ସହ ସୁସ୍ବାଦୁ ଖାଦ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇପାରିବେ। ଏଥିସହ ଓଡ଼ିଶାର କଳା, ସଂସ୍କୃତି, ନୃତ୍ୟ, ସଙ୍ଗୀତ ଓ ଖାଦ୍ୟାଭ୍ୟାସକୁ ନିକଟକୁ ଜାଣିବାର ସୁଯୋଗ ପାଇପାରିବେ ବୋଲି ଶୁକ୍ରବାର ପାନ୍ଥନିବାସ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଲ ଦେବ କହିଥିଲେ। ୪.୮୨ କୋଟି ଟଙ୍କା ବଜେଟରେ ହେଉଥିବା ଏହି ୪୯ ଦିନିଆ ଉତ୍ସବ ଉଭୟ ସାଧାରଣ ଲୋକ ଏବଂ ଇନ୍‌ହାଉସ୍‌ ପର୍ଯ୍ୟଟକଙ୍କ ପାଇଁ ଖୋଲାରହିବ। ଉତ୍ସବକୁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇଥିବାବେଳେ କେବଳ ପବ୍ଲିକ୍‌ ଏରିଆକୁ ସାଧାରଣ ଲୋକଙ୍କୁ ଛଡାଯିବ। ସେହିଭଳି ଇନ୍‌ହାଉସ୍‌ ଏରିଆରେ କଟେଜ୍‌ ବୁକିଂ କରିଥିବା ପର୍ଯ୍ୟଟକମାନେ ରହିପାରିବେ। ସ୍ବତନ୍ତ୍ର ଷ୍ଟେଜ୍‌ ଏରିଆରେ ପ୍ରତି ସନ୍ଧ୍ୟାରେ ଓଡ଼ିଶାର ଲୋକକଳା, ନୃତ୍ୟ, ସଙ୍ଗୀତ ପରିବେଷଣ କରାଯିବ। ପ୍ରତି ଶନିବାର ସନ୍ଧ୍ୟାରେ ‘ୟୁଫୋରିଆ’, ଇଣ୍ଡିଆନ୍‌ ଓସେନ୍‌’ ଭଳି ବ୍ୟାଣ୍ଡ୍‌ ସହ ହର୍ଷଦୀପ କୌର, ବେନି ଦୟାଲ, ମାମେ ଖାନ୍‌, ସଲିମ ସୁଲେମାନ୍‌ ଓ କ୍ରିଷ୍ଣା ବେଉରାଙ୍କ ଭଳି ଖ୍ୟାତନାମା କଣ୍ଠଶିଳ୍ପୀମାନେ ଲାଇଭ୍‌ ମ୍ୟୁଜିକ୍‌ ପରିବେଷଣ କରିବେ। ଏଥିପାଇଁ ପ୍ରବେଶ ଶୁକ୍ଳ ଅତିକମ୍‌ରେ ୫୦ଟଙ୍କା ରହିବ। ଅସ୍ଥାୟୀଭାବେ ନିର୍ମିତ ୪ଟି ରେଷ୍ଟୁରାଣ୍ଟ୍‌ ପାରମ୍ପରିକ ଓଡ଼ିଆ ଖାଦ୍ୟରୁ ଆରମ୍ଭକରି ସମସ୍ତ ପ୍ରକାର ଦେଶୀ ବିଦେଶୀ ଖାଦ୍ୟ ପରିବେଷଣ କରିବେ।
ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ସ୍ବତନ୍ତ୍ର ଷ୍ଟଲ୍‌ ଖୋଲିବାକୁ ଥିବାବେଳେ ବାଲୁଖଣ୍ଡ ଅଭୟାରଣ୍ୟରେ ନେଚର ଟ୍ରେଲ୍‌ ସହ ଟେମ୍ପୁଲ୍‌ ଟୁର୍‌ ଏବଂ ଇକୋଲୋଜିକାଲ ଟୁର୍‌ ହେବ। ସେହିଭଳି ଆଡ୍‌ଭେଞ୍ଚର ସ୍ପୋର୍ଟସରେ ‘ଜେଟ୍‌-ସ୍କି’, ‘ସ୍ପିଡ୍‌ ବୋଟିଂ, ‘ପାରାସେଲିଂ’, ‘ଏଟିଭି’, ‘ଆର୍ଚେରୀ’, ‘ରାଇଫଲ୍‌ ଶୁଟିଂ’, ‘ବିଚ୍‌ ଭଲିବଲ୍‌’, ‘ଓ୍ବାଟର୍‌ ରୋଲର୍‌’ ଆଦି ରହିବ। ‘ମାଇସ୍‌ ଟୁରିଜିମ୍‌’କୁ ନଜରରେ ରଖି ଏଠାରେ ସ୍ବତନ୍ତ୍ର କନ୍‌ଫରେନ୍ସ ହଲ୍‌ କରାଯାଇଥିବା ବେଳେ ଏଥିପାଇଁ ସ୍ବତନ୍ତ୍ର କର୍ପୋରେଟ୍‌ ପ୍ୟାକେଜ୍‌ ରହିଛି। ଏହାବ୍ୟତୀତ ସ୍ବତନ୍ତ୍ର ଫୁଡ୍‌ ଫେଷ୍ଟିଭାଲ ଓ ବିଚ୍‌ ମାର୍କେଟ୍‌ର ମଜା ସାଧାରଣ ଲୋକ ନେଇପାରିବେ। ପର୍ଯ୍ୟଟକମାନେ https://ecoretreat.odishatourism.gov.in/ ଏବଂ ecoretreat@panthanivas.com ଜରିଆରେ ବୁକିଂ କରିପାରିବେ ବୋଲି ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର୍‌. ଯାଦବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri