ଆଗେଇପାରୁନି ଆଚାର୍ଯ୍ୟ ବିହାର-ବାରଙ୍ଗ ସମାନ୍ତରାଳ ରାସ୍ତା

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ହୁ ହୁ ବଢୁଛି ରାଜଧାନୀର ଜନସଂଖ୍ୟା। ପରିବ୍ୟାପ୍ତ ହୋଇଚାଲିଛି ସହରର ଆକାର। ସ୍ମାର୍ଟସିଟି ହେବାପରଠାରୁ ଭୁବନେଶ୍ୱରରେ ରହିବାକୁ ରାଜ୍ୟ ତଥା ବାହାରୁ ଲୋକଙ୍କ ସୁଅ ଛୁଟୁଛି। ଗାଡ଼ିମୋଟର ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ହେଲେ ସେହି ଅନୁପାତରେ ରାସ୍ତା ପ୍ରଶସ୍ତ ହେଉନି। ଫଳରେ ସହରର ପ୍ରମୁଖ ରାସ୍ତାଠାରୁ ଆରମ୍ଭ କରି କଲୋନୀ ରାସ୍ତାରେ ଭିଡ଼ ବଡ଼ ସମସ୍ୟା ସୃଷ୍ଟି କରୁଛି। ବିଶେଷକରି ଜୟଦେବବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତା ଲୋକଙ୍କୁ ନାକେଦମ୍‌ କରିପକାଉଛି। ସକାଳୁ ରାତି ପର୍ଯ୍ୟନ୍ତ ସବୁବେଳେ ଭିଡ଼ ଲାଗି ରହୁଥିବାବେଳେ ଅଫିସ ସମୟ ଓ ସନ୍ଧ୍ୟାରୁ ରାତି ୧୦ଟା ପର୍ଯ୍ୟନ୍ତ ସ୍ଥିତି ଜଟିଳ ହେଉଛି। ଘଣ୍ଟା ଘଣ୍ଟା ଧରି ଫସି ରହି ଲୋକେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ପୁଣି ଦୁର୍ଘଟଣାକୁ ନେଇ ବହୁ ସମୟରେ ରାସ୍ତାରୋକୋ ହେଉଛି। ସମସ୍ୟା ଦୂର ପାଇଁ ଜୟଦେବବିହାର-ବାରଙ୍ଗ ରାସ୍ତାର ଦୁଇ ପାର୍ଶ୍ୱ ଦେଇ ଦୁଇ ସମାନ୍ତରାଳ ରାସ୍ତା କରାଯାଉଛି। ଗୋଟିଏ ହେଲା ଆଚାର୍ଯ୍ୟ ବିହାରରୁ ବାରଙ୍ଗ ଓ ଅନ୍ୟଟି ଖଣ୍ଡଗିରିରୁ ବାରଙ୍ଗ। ହେଲେ ବର୍ଷ ବର୍ଷ ବିତୁଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ସରୁନି। କେଉଁଠି ରାସ୍ତା ଅଧା ପଡ଼ିଛି ତ ଆଉ କେଉଁଠି ଜମି ଅଧିଗ୍ରହଣ ହୋଇପାରୁନି। ଫଳରେ ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତା ସ୍ବପ୍ନ ହେବାରେ ଲାଗିଛି।

ଅଶୀ ଦଶକରୁ ଭୁବନେଶ୍ୱରର ଉତ୍ତର ପାର୍ଶ୍ୱ ଅଞ୍ଚଳରେ ନୂଆ ଜନବସତି ତଥା ବିଭିନ୍ନ କଲୋନୀ ଆରମ୍ଭ ହୋଇଥିଲା। ନବେ ଦଶକବେଳକୁ ଜୟଦେବ ବିହାର ଓ ଆଚାର୍ଯ୍ୟ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ୱରେ ବଡ଼ ବଡ଼ କଲୋନୀ ଗଢ଼ି ଉଠିଥିଲା। ଅଧିକାଂଶ ସମୟରେ ଚନ୍ଦକା ହାତୀ କଲୋନୀଗୁଡ଼ିକରେ ପଶି ଉତ୍ପାତ କରୁଥିଲେ। ୧୯୯୯ ମହାବାତ୍ୟା ପରେ କ୍ଷତିଗ୍ରସ୍ତ ଭୁବନେଶ୍ୱରର ପୁନର୍ଗଠନ ଓ ବିକାଶ ଧାରା ଆରମ୍ଭ ହୋଇଥିଲା। ୨୦୦୫ ବେଳକୁ ବଦଳି ଯାଇଥିଲା ପୂରା ଚିତ୍ର। ବଡ଼ ବଡ଼ ହସ୍ପିଟାଲ, ଶିକ୍ଷାନୁଷ୍ଠାନ ସହ କମ୍ପାନୀଗୁଡିକ ପାଇଁ ଏହା ସର୍ବାଧିକ ଜନବହୁଳ ତଥା ବିକିଶିତ ଅଞ୍ଚଳରେ ପରିଣତ ହୋଯାଇଥିଲା। ଭୁବନେଶ୍ୱରକୁ ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାର ଲୋକେ ଏହି ଅଞ୍ଚଳକୁ ଅଧିକ ପସନ୍ଦ କରିବାରୁ ଜମି ମୂଲ୍ୟ ଆକାଶଛୁଆଁ ହୋଇଯାଇଥିଲା। ଇତିମଧ୍ୟରେ ଶୂନ୍‌ଶାନ ରାସ୍ତା ପୂରା ବ୍ୟସ୍ତବହୁଳ ପାଲଟିଯାଇଛି। ମୁଖ୍ୟ ରାସ୍ତା ସମେତ ବିଭିନ୍ନ କଲୋନୀ ରାସ୍ତାକୁ ଅଧିକ ଓସାର କରାଯାଇଥିଲେ ମଧ୍ୟ ଜାମ୍‌ ହଟୁ ନାହିଁ। ଏହି ସମସ୍ୟା ଦୂର କରିବା ସହ ଭବିଷ୍ୟତକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଓଭରବ୍ରିଜ୍‌ କରିବାର ଯୋଜନା ରଖାଯାଇଥିଲା। ତେବେ ଓଭରବ୍ରିଜରେ ଅଧିକ ଅର୍ଥ ଖର୍ଚ୍ଚ ହେବ ବୋଲି ସଚିବସ୍ତରୀୟ ବୈଠକରେ ମତ ପ୍ରକାଶ ପାଇଥିଲା। ତତ୍‌କାଳୀନ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଉପାଧ୍ୟକ୍ଷ ଏହାର ବିକଳ୍ପ ବ୍ୟବସ୍ଥା ସ୍ବରୂପ ଦୁଇ ସମାନ୍ତରାଳ ରାସ୍ତା (ପାରାଲେଲ୍‌ ରୋଡ୍‌) ପ୍ରସ୍ତାବ ଦେଇଥିଲେ। ଜୟଦେବବିହାର-ବାରଙ୍ଗ ରାସ୍ତାର ଦୁଇ ପାର୍ଶ୍ୱ ଖଣ୍ଡଗିରି ଓ ଆଚାର୍ଯ୍ୟ ବିହାରରୁ ବାରଙ୍ଗକୁ ଦୁଇ ସମାନ୍ତରାଳ ରାସ୍ତା କଲେ କମ୍‌ ଖର୍ଚ୍ଚ ହେବ ବୋଲି ମତ ରଖିଥିଲେ। ଏନେଇ ବାରମ୍ବାର ବିଚାରବିମର୍ଶ କରାଯାଇ ଶେଷରେ ଏହି ବିକଳ୍ପ ରାସ୍ତା ପାଇଁ ନିଷ୍ପତ୍ତି ହୋଇ ପ୍ରକ୍ରିୟା ଆରମ୍ଭ ଥିଲା।

୧୫ ମିନିଟର ରାସ୍ତା ଘଣ୍ଟାଏ ଲାଗୁଛି
ଜୟଦେବବିହାର-ନନ୍ଦନକାନନ ରାସ୍ତା କଟକ ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବାରୁ ପୂର୍ବାହ୍ନ ୧୦ରୁ ଦିନ ଗୋଟାଏ ଓ ସନ୍ଧ୍ୟା ୫ରୁ ରାତି ୯ଟା ଯାଏ ପ୍ରବଳ ଜାମ୍‌ ରହୁଛି। ୧୫ମିନିଟ୍‌ର ରାସ୍ତାକୁ ଅତିକ୍ରମ କରିବା ପାଇଁ ଏବେ ଘଣ୍ଟାଏ ଲାଗିଯାଉଛି। ଫଳରେ ଲୋକେ ଫୁଟ୍‌ପାଥ୍‌ରେ ବାଇକ୍‌ ଚଳାଇ ଭିଡ଼ରୁ ମୁକୁଳିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି।
ଖାମଖିଆଲରୁ ବିଳମ୍ବ, ସରୁନି ଜମି ଅଧିଗ୍ରହଣ
ଏସବୁ ରାସ୍ତା ପାଇଁ ବଡ଼ ସମସ୍ୟା ପାଲଟିଛି ଜମି ଅଧିଗ୍ରହଣ। ଘରୋଇ ଜମିଗୁଡ଼ିକୁ ଅଧିଗ୍ରହଣ କରିବା ସହ ସରକାରୀ ଜମିରୁ ଜବରଦଖଲ ହଟାଇବା ଲାଗି ନିର୍ଦ୍ଦେଶ ଥିଲା। ତତ୍‌କାଳୀନ ଖୋର୍ଦ୍ଧା ଜିଲାପାଳଙ୍କ ସହ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯାଇଥିଲା। ପ୍ରଥମେ ସୈନିକ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ମୁଖ୍ୟ ଶାସନ ସଚିବ ଆଲୋଚନା କରି ଜମି ଅଧିଗ୍ରହଣ କରାଯାଇଥିଲା। ସେହିଭଳି ଡମଣା ଛକ ମଧ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର କିଛି ଜମିକୁ ମିଶାଇ ପାଖାପାଖି ୧.୮୪୧ ଏକର ଅଧିଗ୍ରହଣ କରାଯିବା ସହ ଘରୋଇ ଜମି ମାଲିକଙ୍କୁ ଏବବାଦ ଅର୍ଥ ପ୍ରଦାନ କରାଯାଇଥିଲା। ବିଡିଏ ପକ୍ଷରୁ ଜବରଦଖଲଗୁଡ଼ିକୁ ହଟାଇଦିଆଯିବା ସହ କେତେକ ବିବାଦ ପାଇଁ ଓଏସ୍‌ଡି ଓ ଓଡିଏ କୋର୍ଟରେ ଜବରଦଖଲକାରୀଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଅନ୍ୟପକ୍ଷରେ ରେଲ୍‌ଓ୍ବେ ଓ ବିଡିଏର ମିଳିତ ଟିମ୍‌ ୨୦୧୮ ମେ ୪ରେ ଏକ ସର୍ଭେ କରି ଜମି ଅଧିଗ୍ରହଣ, ବିଲ୍ଡିଂ ଭଙ୍ଗା ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ନିଷ୍କର୍ଷ ବାହାର କରାଯାଇ କାର୍ଯ୍ୟ ଆଗକୁ ବଢ଼ିଥିଲା। ସେହିପରି ନେତାଜୀ ସୁଭାଷ ଏନ୍‌କ୍ଲେଭ ନିକଟରୁ ପଟିଆ ରେଲଓ୍ବେ ଷ୍ଟେଶନ ଓ ପଟିଆ ରେଲଓ୍ବେ ଷ୍ଟେଶନରୁ ବାରଙ୍ଗ ରୋଡ୍‌ ଯାଏ ନକ୍ସା ପ୍ରସ୍ତୁତ କରାଯିବା ସହିତ କାର୍ଯ୍ୟ ଆରମ୍ଭ ନେଇ ଯୋଜନା ଆରମ୍ଭ କରାଯାଇଥିଲା। କିନ୍ତୁ ଏହା ମଧ୍ୟରେ ଅଧିକ ଘରୋଇ ଜମି ରହିଥିବାରୁ ଅଧିଗ୍ରହଣ ବଡ଼ ସମସ୍ୟା ପାଲଟିଛି। ଠିକ୍‌ ସମୟରେ ଦାୟିତ୍ୱରେ ରହୁଥିବା ଅଧିକାରୀ ତତ୍ପରତା ନ ଦେଖାଇବାରୁ ଦିନକୁ ଦିନ ଜମି ମୂଲ୍ୟ ବଢ଼ି ସମସ୍ୟାକୁ ଆହୁରି ଜଟିଳ କରୁଛି। ଫଳରେ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନି।

ଆଚାର୍ଯ୍ୟବିହାର-ବାରଙ୍ଗ ରାସ୍ତାର ରୂପରେଖ
୧୩.୭୨ କିଲୋମିଟର ହେବାକୁ ଥିବା ଏହି ରାସ୍ତାଟି ଆଚାର୍ଯ୍ୟ ବିହାରରୁ ଆରମ୍ଭ ହୋଇ ସୈନିକ ସ୍କୁଲ୍‌, ରେଲ୍‌ଓ୍ବେ ହସ୍ପିଟାଲ, ରେଲ୍‌ଓ୍ବେ ଷ୍ଟାଡିୟମ, ନେତାଜୀ ସୁଭାଷ ଏନ୍‌କ୍ଲେଭ, ଡମଣା ଗାଁ ପାର୍ଶ୍ୱ, ପଟିଆ ରେଲଓ୍ବେ ଷ୍ଟେଶନ ରୋଡ୍‌ ଦେଇ ସିଧା ବାରଙ୍ଗକୁ ସଂଯୋଗ କରିବ। ପୂର୍ବରୁ ଆଚାର୍ଯ୍ୟବିହାରରୁ ସୈନିକ ସ୍କୁଲ୍‌ ପର୍ଯ୍ୟନ୍ତ ରାସ୍ତା ରହିଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ସୈନିକ ସ୍କୁଲ୍‌ ଛକରୁ ଡମଣା ଗାଁ ପର୍ଯ୍ୟନ୍ତ ରାସ୍ତା ଲାଗି ଟେଣ୍ଡର ହୋଇଥିଲା। ଏଥିପାଇଁ ମୋଟ ୨୫ କୋଟି ୬୩ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ କାର୍ଯ୍ୟାରମ୍ଭ ହୋଇଥିଲା। ଜମି ଅଧିଗ୍ରହଣ ବ୍ୟବସ୍ଥା ହୋଇଥିଲା। ସେସୁ ଓ ଓପିଟିସିଏଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବା ସହ ରାସ୍ତା କଡ଼ରେ ଆବଶ୍ୟକ ଟାଓ୍ବାର ସ୍ଥାପନ, ୩୩ କେଭି ଓ ୧୧କେଭି ତାର ଟାଣିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏସବୁ ସହ ରାସ୍ତା କାମ ୨୦୧୮ ମେ’ ମଧ୍ୟରେ ସାରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଦେଢ଼ବର୍ଷ ଅତିକ୍ରମ କରିଥିଲେ ମଧ୍ୟ କାର୍ଯ୍ୟ ସରିପାରୁ ନ ଥିବାରୁ ଅଧିକ ସମସ୍ୟା ରହିଥିବା ଅବଶିଷ୍ଟ କାମ କେବେ ସରିବ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ଅସ୍ପଷ୍ଟ ଚିତ୍ର, ଅନିଶ୍ଚିତତା
କାର୍ଯ୍ୟର ଅଗ୍ରଗତି ନେଇ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀଙ୍କୁ ପଚାରିବାରୁ ସେ ବିଡିଏ ଇଞ୍ଜିନିୟରିଂ ମେମ୍ବର ଜ୍ଞାନରଞ୍ଜନ ବେହୁରାଙ୍କୁ ଯୋଗାଯୋଗ କରିବାକୁ କହିଥିଲେ। ତେବେ ଇଞ୍ଜିନିୟର ବେହୁରା କୁହନ୍ତି, ପଟିଆ ରେଳ ଷ୍ଟେଶନ ପର୍ଯ୍ୟନ୍ତ କାମ ବିଡିଏ କରୁଛି। ସେଠାରୁ ବାରଙ୍ଗ ପର୍ଯ୍ୟନ୍ତ କାର୍ଯ୍ୟ ପୂର୍ତ୍ତ ବିଭାଗ କରିବ। ବିଭିନ୍ନ କାରଣରୁ ଜମି ଅଧିଗ୍ରହଣ ହେଉପାରୁନି। ଗତବର୍ଷ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ପରେ କାର୍ଯ୍ୟର କ୍ଷେତ୍ର ସ୍ତରୀୟ ଯାଞ୍ଚ କରାଯାଇ ଖୋର୍ଦ୍ଧା ଜିଲାପାଳଙ୍କୁ ଅବଗତ କରାଯାଇଛି। ଜମି ଅଧିଗ୍ରହଣ ହୋଇଗଲେ କାର୍ଯ୍ୟ ଆଗକୁ ବଢିବ ବୋଲି ସେ କହିଛନ୍ତି। ତେବେ ଅଧିଗ୍ରହଣ ସମସ୍ୟାର ସମାଧାନ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଉ ନ ଥିବାରୁ ସାମନ୍ତରାଳ ରାସ୍ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ଭୟରେ ଲୋକେ…

ଶ୍ରୀନଗର,୧୨।୪: ଜମ୍ମୁ ଓ କଶ୍ମୀରର ଡୋଡା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ମାପ କରାଯାଇଛି। ଭୂକମ୍ପ ଅନୁଭୂତ ହେବାମାତ୍ରେ ଲୋକେ…

ଆମେରିକା ସର୍ତ୍ତ ମାନିଲାନି ଇରାନ: ଇସଲାମାବାଦ୍‌ ଆଲୋଚନା ଫେଲ୍‌

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି…

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ଇରାନର ନିଦ ହଜିଲାଣି: ହର୍ମୁଜକୁ ନେଇ ବଢୁଛି ଚିନ୍ତା, ଏବେ ହେବ କ’ଣ

ନ୍ୟୁୟର୍କ,୧୨ା୪(ଏନ୍‌ଓ୍ବାଇଟି):ଇରାନ୍‌ ଏବେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ନିଜସ୍ବ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ରୂପେ ଖୋଲିପାରୁ ନାହିଁ। କାରଣ ଆମେରିକା ଓ ଇସ୍ରାଏଲ୍‌ ସହ ଯୁଦ୍ଧବେଳେ ଏହି ସାମୁଦ୍ରିକ…

ସରିଲା ବାହାର ରତ୍ନଭଣ୍ଡାର ଗଣତି: ଜାଣନ୍ତୁ କେତେ କ’ଣ ଅଛି

ପୁରୀ,୧୨ା୪ (ଅଜିତ୍‌ କୁମାର ମହାନ୍ତି):ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri