Posted inଜାତୀୟ

ମେଡିକାଲ ବଣ୍ଡ୍‌କୁ ସୁପ୍ରିମକୋର୍ଟଙ୍କ ସମର୍ଥନ

ନୂଆଦିଲ୍ଲୀ,୨୨ା୮ : ପୋଷ୍ଟ-ଗ୍ରାଜୁଏଟ୍‌ ମେଡିକାଲ ପାଠ୍ୟକ୍ରମ ଏବଂ ସୁପର ସ୍ପେଶିଆଲିଟି ପାଠ୍ୟକ୍ରମରେ ନାମଲେଖା ପାଇଁ ବାଧ୍ୟତାମୂଳକ ବଣ୍ଡ୍‌ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ରିଟ୍‌ ପିଟିଶନ୍‌କୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଓଡିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, କର୍ନାଟକ, ପଶ୍ଚିମବଙ୍ଗ, ଗୋଆ ଆଦି ରାଜ୍ୟ ସରକାରଙ୍କ ପକ୍ଷରୁ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ବଣ୍ଡ୍‌ ବ୍ୟବସ୍ଥା ଲାଗୁ କରାଯାଇଛି। ସମାଜର ଅବହେଳିତ ବର୍ଗଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଇପାରିବେ। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ରେ ଏହି କ୍ଷମତା ପ୍ରଦାନ କରାଯାଇଥିବା ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓ ଏବଂ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠ କହିଛନ୍ତି।
ଓଡିଶାରେ ଥିବା ସମସ୍ତ ୪୫ଟି ସୁପର ସ୍ପେଶିଆଲିଟି ପାଠ୍ୟକ୍ରମ ସିଟ୍‌ ସର୍ବଭାରତୀୟ କାଉନ୍‌ସେଲିଂରେ ମେଧା ଭିତ୍ତିରେ ପୂରଣ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶିବାଶିଷ ମିଶ୍ର ଖଣ୍ଡପୀଠଙ୍କୁ ଜଣାଇଥିଲେ। ଏଥିପାଇଁ ସରକାରୀ କଲେଜରେ ବର୍ଷକୁ ୪୫ ହଜାର ଟଙ୍କା ଦେୟ ନିଆଯାଉଛି ଏବଂ ସୁପର ସ୍ପେଶିଆଲିଟି ପାଠ୍ୟକ୍ରମରେ ଯୋଗଦେଉଥିବା ଡାକ୍ତରମାନଙ୍କୁ ଷ୍ଟାଇପେଣ୍ଡ ବାବଦରେ ୫୬, ୮୨୪ ଟଙ୍କା ଦିଆଯାଉଛି। ରାଜ୍ୟରେ ସୁପର ସ୍ପେଶିଆଲିଟି ଡାକ୍ତରଙ୍କର ଗୁରୁତର ସଙ୍କଟ ରହିଥିବାରୁ ଜନସ୍ବାର୍ଥ ଲାଗି ସରକାର ବଣ୍ଡ୍‌ ବ୍ୟବସ୍ଥା ପ୍ରଚଳନ କରିଥିବା ସେ କୋର୍ଟଙ୍କୁ କହିଥିଲେ। ତେବେ କେତେକ ରାଜ୍ୟ ବାଧ୍ୟତାମୂଳକ ବଣ୍ଡ୍‌ ବ୍ୟବସ୍ଥାରେ କଠୋର ସର୍ତ୍ତ ରଖିଥିବା ଜାଣିବା ପରେ ଏହା ସମସ୍ତଙ୍କ ପାଇଁ ସମାନ ହେବା ଆବଶ୍ୟକ ବୋଲି ଖଣ୍ଡପୀଠ ଅନୁଭବ କରିଥିଲେ। ସରକାରୀ ମେଡିକାଲ କଲେଜରେ ଶିକ୍ଷାଲାଭ କରୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ବାଧ୍ୟତାମୂଳକ ସେବା ବଣ୍ଡ୍‌ କ୍ଷେତ୍ରରେ ସମାନ ନୀତି ଆପଣାଇବାକୁ ଖଣ୍ଡପୀଠ କେନ୍ଦ୍ର ସରକାର ଓ ଭାରତର ମେଡିକାଲ କାଉନସିଲ୍‌ (ଏମ୍‌ସିଆଇ)କୁ ପ୍ରସ୍ତାବ ଦେଇଛନ୍ତି।
ମେଡିକାଲ ସୁପର ସ୍ପେଶିଆଲିଟି ପାଇଁ ଆଶାୟୀ ଏବଂ ହସ୍ପିଟାଲ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେଉଥିବା ମେଡିକାଲ ଗ୍ରାଜୁଏଟ ସଂଘ ପକ୍ଷରୁ ଏହି ରିଟ୍‌ ପିଟିଶନ୍‌ ଦାଏର ହୋଇଥିଲା। ବାଧ୍ୟତାମୂଳକ ବଣ୍ଡ ବ୍ୟବସ୍ଥାରେ ଥିବା ସର୍ତ୍ତକୁ ରଦ୍ଦ କରିବା ପାଇଁ ସଂଘ ପକ୍ଷରୁ ଆବେଦନ କରାଯାଇଥିଲା। ସୂଚନାଯୋଗ୍ୟ, ଓଡିଶା ସରକାରଙ୍କ ସଂଶୋଧିତ ସେବା ବଣ୍ଡ୍‌ ନୀତି ଅନୁଯାୟୀ ସରକାରୀ କଲେଜରେ ଏମ୍‌ବିବିଏସ୍‌, ପୋଷ୍ଟ ଗ୍ରାଜୁଏଟ (ପିଜି) ଏବଂ ସୁପର ସ୍ପେଶିଆଲାଇଜେଶନ ମେଡିକାଲ ପାଠ୍ୟକ୍ରମ କରୁଥିତ୍ବା ଛାତ୍ରୀଛାତ୍ରଙ୍କୁ ରାଜ୍ୟରେ ଅନୂ୍ୟନ ୨ ବର୍ଷ କାର୍ଯ୍ୟ କରିବାକୁ ପଡ଼ିବ। ଏମ୍‌ବିବିଏସ୍‌ ପରେ ରାଜ୍ୟରେ ଚାକିରି ନ କଲେ ସମ୍ପୃକ୍ତ ଛାତ୍ରଙ୍କୁ ୫୦ ଲକ୍ଷ ଟଙ୍କା ଗଣିବାକୁ ହେବ। ସେହିପରି ପିଜି ଛାତ୍ରୀଛାତ୍ରଙ୍କୁ ୧.୫ କୋଟି ଏବଂ ସୁପର ସ୍ପେଶିଆଲିଟି ପାଠ୍ୟକ୍ରମ କରିଥିବା ଛାତ୍ରୀଛାତ୍ରଙ୍କୁ ୨ କୋଟି ଟଙ୍କା ସରକାରଙ୍କ ପାଖରେ ଦାଖଲ କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri