ଆଗାମୀ ୮ ବର୍ଷରେ ଭାରତର ଜନସଂଖ୍ୟା ଚାଇନାଠାରୁ ଅଧିକ ହେବ

ଓ୍ବାଶିଂଟନ,୧୮।୬: ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଥିବା ଦେଶ ମଧ୍ୟରେ ଚାଇନାର ସ୍ଥାନ ଏକ ନମ୍ବରରେ ଥିବା ବେଳେ ଏହା ପଛକୁ ରହିଛି ଭାରତ। ଚାଇନା ତା’ର ଜନସଂଖ୍ୟା ହ୍ରାସ କରିବାକୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଭାରତ ଏ ଦିଗରେ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବା ପ୍ରକାଶ। ନିକଟରେ ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ଆସନ୍ତା ୮ ବର୍ଷ ମଧ୍ୟରେ ଭାରତ ଯଦି ଏଦିଗରେ ସେମିତି କିଛି ପଦକ୍ଷେପ ନ ନିଏ ତେବେ ଏହା ଚାଇନାର ଜନସଂଖ୍ୟାକୁ ଟପିଯିବ ବୋଲି ଅନୁମାନ କରାଯାଇଛି। ଜାତିସଂଘର ଆର୍ଥିକ ଏବଂ ସାମାଜିକ ମାମଲାର ପପୁଲେଶନ ଡିଭିଜନ ଦି ଓ୍ବାର୍ଲଡ ପପୁଲେଶନ ପ୍ରୋଜେକ୍ଟ ୨୦୧୯ ହାଇଲାଇଟ୍ସ ପ୍ରକାଶିତ କରିଛି। ଏହି ରିପୋର୍ଟ ଅନୁଯାୟୀ, ଆସନ୍ତା ୩୦ ବର୍ଷ ମଧ୍ୟରେ ବିଶ୍ୱ ଜନସଂଖ୍ୟାରେ ଅରବ ସଂଖ୍ୟକ ବୃଦ୍ଧି ହେବ। ତେବେ ବିଶ୍ୱ ଜନସଂଖ୍ୟାରେ ଯେଉଁ ବୃଦ୍ଧି ହେବ ଏହାର ଅଧାରୁ ଅଧିକ ଭାରତ, ନାଇଜେରିଆ, ପାକିସ୍ତାନ, ଡେମୋକ୍ରେଟିକ ରିପବ୍ଲିକ ଅଫ୍‌ କଙ୍ଗୋ, ଇଥିଓପିଆ, ତାଞ୍ଜାନିଆ, ଇଣ୍ଡୋନେସିଆ, ମିଶ୍ର ଓ ଆମେରିକାରେ ହେବ ବୋଲି ଅନୁମାନ କରାଯାଇଛି। ଏମାନଙ୍କ ମଧ୍ୟରୁ ଭାରତରେ ସର୍ବାଧିକ ଜନସଂଖ୍ୟା ରହିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆରେ ଫେସ୍‌ବୁକ୍‌ ସହିତ ଆଉ କିଛି ଓ୍ବେବ୍‌ସାଇଟ୍‌ ଡାଉନ୍‌

ମସ୍କୋ,୪ା୩: ରୁଷିଆ-ୟୁକ୍ରେନ ମଧ୍ୟରେ ଘମାଘଟ ଯୁଦ୍ଧ ଚାଲିଛି। ଏହା ଭିତରେ ରୁଷିଆର ଅନେକ ମିଡିଆ ଓ୍ବେବସାଇଟ ଡାଉନ୍‌ ହୋଇଥିବା ଜଣାପଡ଼ିଛି। ଏଥିରେ ଫେସବୁକ୍‌ ମଧ୍ୟ ଅନ୍ତର୍ଭୁକ୍ତ।...

କରୋନା ସଂକ୍ରମଣରେ ୨୭ ହଜାର ୩୬୫ ମୃତ: ଇଟାଲି-ସ୍ପେନ୍‌-ଫ୍ରାନ୍ସ୍‌ରେ ଗଡ଼ିଲାଣି ୧୬,୨୬୭ ମୁଣ୍ଡ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୩: କରୋନା ସଂକ୍ରମଣ ସାରା ପୃଥିବୀରେ ସୃଷ୍ଟି କରିଛି କୋକୁଆ ଭୟ । ଇତିମଧ୍ୟରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୨୭ ହଜାର ୩୬୫ ମୃତ୍ୟୁ ଘଟିଛି।...

୨୦୦ ଦିନ ପରେ ପୃଥିବୀକୁ ଫେରିଲେ ୪ ମହାକାଶଚାରୀ…

ମେକ୍ସିକୋ,୯।୧୧: ମହାକାଶରେ ୨୦୦ ଦିନ ବିତାଇବା ପରେ ସୋମବାର ରାତିରେ ଚାରିଜଣ ମହାକାଶଚାରୀ ପୃଥିବୀକୁ ଫେରିଛନ୍ତି। ସେମାନେ ସ୍ପେସ ଏକ୍ସ କ୍ୟାପସୁଲରେ ମେକ୍ସିକୋ ଗଲ୍ଫରେ ଅବତରଣ...

ବିଶ୍ୱ ଟେଲିଭିଜନ ଦିବସ

ଜାତିସଂଘ: ୧୯୯୬ର ପ୍ରଥମାର୍ଦ୍ଧରେ ପ୍ରଥମେ ବିଶ୍ୱ ଟେଲିଭିଜନ ମଞ୍ଚ ଗଠନ କରାଯାଇଥିଲା। ପରେ ଜାତିସଂଘ ସାଧାରଣ ପରିଷଦ ସେହି ବର୍ଷ ୨୧ ନଭେମ୍ବରରେ ବିଶ୍ୱ ଟେଲିଭିଜନ...

ଚିଡ଼ିଆଖାନାରେ ୪ ସିଂହଙ୍କୁ କରୋନା

ବାର୍ସିଲୋନା, ୯।୧୨: ସ୍ପେନ୍‌ର ବାର୍ସିଲୋନା ଚିଡ଼ିଆଖାନାରେ ୪ଟି ସିଂହ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସିଂହଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିବା ଏହା ଦ୍ୱିତୀୟ ଘଟଣା।...

ବ୍ରିଟେନରେ ୬ମାସ ପାଇଁ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’

ବ୍ରିଟେନ,୨୩ା୯: କୋଭିଡ୍‌ ସଂକ୍ରମଣ ରୋକିବା ଲାଗି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଦେଶବାସୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ୬ ମାସ...

ପୋଲ ତଳେ ୧୦ ହଜାର ଶରଣାର୍ଥୀ

ଓ୍ବାଶିଂଟନ,୧୮।୯: ଡେଲ୍‌ ରିଓ ଇଣ୍ଟରନ୍ୟାଶନାଲ ବ୍ରିଜ୍‌। ଆମେରିକା ଯିବା ପାଇଁ ୩୭ ଡିଗ୍ରୀ ତାପମାତ୍ରାରେ ତମ୍ବୁ ତଳେ ଜୀବନ ବିତାଉଛନ୍ତି ହଜାର ହଜାର ହାଇତି ଶରଣାର୍ଥୀ।...

ରାଜ୍ୟାଭିଷେକ ଭୋଜି ଆୟୋଜନ କଲେ ଋଷି ସୁନକ

ଲଣ୍ଡନ,୭ା୫: କିଙ୍ଗ ଚାଲର୍‌ସ ୩ୟ ଏବଂ ରାଣୀ କାମିଲାଙ୍କ ରାଜ୍ୟାଭିଷେକ ଅବସରରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ଲଣ୍ଡନର ଡାଉନିଂ...

Advertisement
Archives

Model This Week