ଆଗରପଡ଼ା ବିଦ୍ୟୁତ୍‌ ଉପକେନ୍ଦ୍ର ପରିଦର୍ଶନ କଲା ବିଧାନସଭା ଷ୍ଟାଣ୍ଡିଂ କମିଟି

ବନ୍ତ,୨୮।୧୨(ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ାଠାରେ ନିର୍ମାଣାଧୀନ ଥିବା ୧୩୨/୩୩ କେଭି ବିଦ୍ୟୁତ୍‌ ଉପକେନ୍ଦ୍ରକୁ ଶନିବାର ବିଧାନସଭା ଷ୍ଟାଣ୍ଡିଂ କମିଟି ପରିଦର୍ଶନ କରିଛି। ଷ୍ଟାଣ୍ଡିଂ କମିଟିର ଏହି ଟିମ୍‌ ବିଦ୍ୟୁତ୍‌ ଉପକେନ୍ଦ୍ରରେ ପହଞ୍ଚି କାର୍ଯ୍ୟର ସମୀକ୍ଷା କରିବା ସହିତ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୨କୋଟି ଟଙ୍କାର ଉକ୍ତ ପ୍ରକଳ୍ପ କାର୍ଯ୍ୟ ୨୦୧୬ରୁ ଆରମ୍ଭ ହୋଇଥିବାବେଳେ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୋଟିଏ ସବଗ୍ରୀଡ୍‌କୁ ଚାର୍ଜ ସରିଥିବାବେଳେ ବାକି ୩ଟିକୁ ଆସନ୍ତା ଜାନୁୟାରୀ ଶେଷ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଚାର୍ଜ ଦିଆଯିବ ବୋଲି ବିଭାଗୀୟ ଅଧିକାରୀମାନେ ଷ୍ଟାଣ୍ଡିଂ କମିଟି ଆଗରେ ପ୍ରକାଶ କରିଥିଲେ। ଏହି ଉପକେନ୍ଦ୍ର କାର୍ଯ୍ୟକ୍ଷମ ହେଲେ ସମ୍ପୃକ୍ତ ଅଞ୍ଚଳର ଲୋଭୋଲଟେଜ ଓ ବିଦ୍ୟୁତ୍‌ କାଟ୍‌ ସମସ୍ୟା ଦୂର ହୋଇପାରିବ ବୋଲି କୁହାଯାଇଛି। ନେସ୍କୋର ଏସ୍‌ଇ ସୁରେଶ ସାହୁ, ନିର୍ବାହୀ ଯନ୍ତ୍ରୀ ରଶ୍ମିରଞ୍ଜନ ବେହେରା, ସିନିୟର ଜିଏମ୍‌ ସୁଦର୍ଶନ ସାହୁ, କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ସାହୁ, ଜିଲାପରିଷଦ ପ୍ରଶାନ୍ତ କୁମାର ଦାଶ, ଏମ୍‌ପିଙ୍କ ପ୍ରତିନିଧି ଶ୍ରୀନାଥ ମହାନ୍ତି, ସମିତିସଭ୍ୟ ଦିଲୀପ ପୁହାଣଙ୍କ ସମେତ ସ୍ଥାନୀୟ ନେତୃମଣ୍ଡଳୀ ଉପସ୍ଥିତ ରହି ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀପଲଙ୍କ ଉପଦ୍ରବ, ଧାନଫସଲ ନଷ୍ଟ

ଦଶପଲ୍ଲା,୨୫।୧୧(ଡି.ଏନ୍‌.ଏ.): ଦଶପଲ୍ଲା ବନାଞ୍ଚଳର ଚଡ଼େୟାପଲ୍ଲୀ ଓ ପୋଖରୀଗୋଚ୍ଛା ସଂରକ୍ଷିତ ଜଙ୍ଗଲରେ ୧୩ଟି ହାତୀ ଡେରା ପକାଇଛନ୍ତି। ହାତୀପଲ ସନ୍ଧ୍ୟା ହେଲେ ନିକଟସ୍ଥ ଧାନକ୍ଷେତକୁ ଆସି ଫସଲ...

ରାତି ପାହିଲେ ବାହୁଡ଼ା ଯାତ୍ରା, ରତ୍ନବେଦୀକୁ ବାହୁଡିବେ ମହାପ୍ରଭୁ

ପୁରୀ ଅଫିସ,୮।୭: ରାତି ପାହିଲେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ମହାପ୍ରଭୁ ଜନ୍ମବେଦୀ ଛାଡି ରତ୍ନବେଦୀକୁ ବାହୁଡିବେ। ଶୁକ୍ରବାର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଶେଷ...

ଜଜାଙ୍ଗ ରଶ୍ମିରଞ୍ଜନ ହତ୍ୟା ମାମଲା : ମାଷ୍ଟର ମାଇଣ୍ଡଙ୍କୁ ମୁମ୍ବାଇରେ ଖୋଜୁଛି ପୋଲିସ

ଜଗତ୍‌ସିଂହପୁର ଅଫିସ,୪ା୧୧: ତିର୍ତ୍ତୋଲ ଥାନା ଅଧୀନ ବେଗୁଡିଆ ଜଜାଙ୍ଗ ଗ୍ରାମର ଦୀପା ଓରଫ ରଶ୍ମିରଞ୍ଜନ ସ୍ବାଇଁ ହତ୍ୟା ମାମଲାର ମାଷ୍ଟର ମାଇଣ୍ଡଙ୍କୁ ମୁମ୍ବାଇରେ ଖୋଜୁଛି ପୋଲିସ।...

ବାଲି ବୋଝେଇ ଟ୍ରକ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପୁରୁଷୋତ୍ତମପୁର, ୧୨ା୧୧(ଡି.ଏନ୍‌.ଏ.) -ବ୍ରହ୍ମପୁର ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ରଣଝାଲି ନିକଟସ୍ଥ ଋଷିକୁଲ୍ୟା ନଦୀ ବ୍ରିଜ ଉପରେ ସୋମବାର ବାଲିବୋଝେଇ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ...

ଚାଷୀଙ୍କ କାମରେ ଲାଗୁନି ପାଣି ପଞ୍ଚାୟତ ଯୋଜନା

ଖଣ୍ଡପଡ଼ା,୮ା୫(ସ୍ବ.ପ୍ର.): କୃଷକମାନଙ୍କ ଆର୍ଥତ୍କ ଏବଂ ସାମାଜିକ ସ୍ଥିତିର ଉନ୍ନତି ସହ କୃଷି ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ବିଭିନ୍ନ ଅଞ୍ଚଳରେ ଥିବା ଉଠା ଜଳସେଚନ ପଏଣ୍ଟଗୁଡ଼ିକୁ ପାଣି...

ଦାଦାବଟି ମାଗିବା ସହ ବୋମାମାଡ଼ ମାମଲା : ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୨।୯: ଗଞ୍ଜାମ ଜିଲା ବଡ଼ବଜାର ଥାନା ଅଞ୍ଚଳରେ ଦାଦାବଟି ମାଗିବା ସହ ଜଣେ ବ୍ୟବସାୟୀଙ୍କ ଉପରକୁ ବୋମାମାଡ଼ କରିଥିବା ମାମଲାର ଶୁଣାଣି କରି ଅତିରିକ୍ତ...

ମହିଳା ଶ୍ରମିକଙ୍କୁ ଅଣଦେଖା: ମିଳୁନି ନିର୍ମାଣ ଶ୍ରମିକର ପରିଚୟ

ନୟାଗଡ଼ ଅଫିସ,୯ା୩: ନୟାଗଡ଼ ଜିଲାରେ ମହିଳା ଶ୍ରମିକମାନଙ୍କୁ ନିର୍ମାଣ ଶ୍ରମିକର ପରିଚୟ ମିଳୁନି। ଏଥିରେ ବାଧକ ସାଜୁଛି ଜିଲା ଶ୍ରମ କାର୍ଯ୍ୟାଳୟ। କୃଷି ଶ୍ରମିକ କହି...

ଆନ୍ଦୋଳନକାରୀ ପରିବା ବ୍ୟବସାୟୀଙ୍କ ପ୍ରତି ତହସିଲଦାରଙ୍କ ଦବଙ୍ଗଗିରି : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ପୁରୁଷୋତ୍ତମପୁର, ୨୩ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପରିବା ମାର୍କେଟ ଭାଙ୍ଗିବା ନେଇ ବ୍ୟବସାୟୀମାନେ ବୁଧବାରଠାରୁ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନେ ଆନ୍ଦୋଳନ ସମୟରେ ମାର୍କେଟ...

Advertisement
Archives

Model This Week