ଆଖି ନ ଥାଇ ଜୀବନ ଯୁଦ୍ଧର ବିଜେତା କୀର୍ତ୍ତନ: ୫ ପ୍ରାଣୀଙ୍କ ମୁହଁରେ ଫୁଟାଇଛନ୍ତି ହସ

କାମାକ୍ଷାନଗର, ୧୩।୧: ଆଖି ନାହିଁ। ଦେଖିପାରନ୍ତିନି ଦୁନିଆକୁ। ହେଲେ ଏହି ଦୁଃଖ କେବେ ଆସିନି ତାଙ୍କ ଓଠ ପାଖକୁ। ଖୁସ୍‌ ମିଜାଜ ଆଉ ହସହସ ମୁହଁରେ କେଇ ମିନିଟ ଭିତରେ ଅପରିଚିତ ମଣିଷକୁ ନିଜର କରିପାରୁଥିବା ଜୀବନ ଯୁଦ୍ଧର ଏହି ବିଜେତା ଜଣକ ହେଲେ କୀର୍ତ୍ତନ ସେଠୀ। ଅଙ୍ଗାର ନିଆଁ, ଆଇରନ ବକ୍ସକୁ ସାଥୀ କରି ସେ କାନ୍ଧରେ ବୋହି ଚାଲିଛନ୍ତି ସଂସାରର ବୋଝ। କପଡ଼ାର ଭାଙ୍ଗକୁ କଡ଼ା ଆଇରନ୍‌ କରି ଚକ୍‌ଚକ୍‌ କରି ଦେଉଥିବା ଏହି ମଣିଷଙ୍କ ହାଡ଼ଭଙ୍ଗା ପରିଶ୍ରମ ଏବେ ୫ ପ୍ରାଣୀଙ୍କ ମୁହଁରେ ଫୁଟାଇଛି ହସ।
ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସିର ୧୨ନଂ. ଓ୍ବାର୍ଡରେ ରୁହନ୍ତି କୀର୍ତ୍ତନ। ସ୍ତ୍ରୀ ଖୁଲଣା, ୩ ଝିଅ ଏବଂ ଏକମାତ୍ର ପୁଅ ରୁଦ୍ରଙ୍କୁ ନେଇ ତାଙ୍କ ପରିବାର। ଲୁଗାପଟା ଆଇରନ୍‌ କରି ଯାହା ମିଳେ ସେଥିରେ ବେଶ୍‌ ଖୁସିରେ ଚଳୁଥିଲା ସଂସାର। ହେଲେ ୨୦୦୭ରେ କୀର୍ତ୍ତନଙ୍କ ଜୀବନରେ ଘୋଟି ଆସିଲା କଳାବାଦଲ। ହସଖୁସିରେ ଯେମିତି ଲାଗିଗଲା କାହା ନଜର। ହଠାତ୍‌ ତାଙ୍କ ମୁଣ୍ଡ ଘୂରାଇଲା। କେଇଥର ବାନ୍ତି ହେଲା। ଏହାପରେ ହଠାତ୍‌ ତାଙ୍କୁ ଆଉକିଛି ଦେଖାଗଲାନାହିଁ। ସ୍ବାମୀଙ୍କ ଦୃଷ୍ଟିଶକ୍ତି ଫେରାଇ ଆଣିବାକୁ ଆପ୍ରାଣ ଉଦ୍ୟମ କଲେ ଖୁଲଣା। ଧାରଉଧାର କରି ଦୀର୍ଘ ୫ବର୍ଷ ରାଜ୍ୟ ସମେତ ରାଜ୍ୟ ବାହାରର ନାମୀଦାମୀ ଚକ୍ଷୁ ଚିକିତ୍ସାଳୟରେ ଚିକିତ୍ସା କରାଇଲେ। ଏଥିରେ ଖର୍ଚ୍ଚ ହେଲା ୫ ଲକ୍ଷ ଟଙ୍କା। ହେଲେ ସୁଫଳ ମିଳିଲାନି। ଦୁଇ ଆଖିକୁ ସବୁଦିନ ପାଇଁ ହରାଇଲେ କୀର୍ତ୍ତନ। ଦୁନିଆଯାକର ସୁନ୍ଦରତା ତାଙ୍କ ପାଇଁ ହୋଇଗଲା ପର। ଗୋଟିଏ ପଟେ ଆଖି ହରାଇବାର ଦୁଃଖ, ଆଉ ଗୋଟେ ପଟେ ପରିବାର ଚିନ୍ତା। ପୁଣି ଅଣ୍ଟା ଭିଡ଼ିଲେ କୀର୍ତ୍ତନ। ସବୁ କଷ୍ଟକୁ ପଛରେ ପକାଇ ହାତରେ ଧରିଲେ ଆଇରନ୍‌ ବକ୍ସ। କପଡ଼ାକୁ ନ ଦେଖି କେବଳ ଅନୁମାନ କରି ଆଇରନ କରିବା ବେଶ୍‌ କଷ୍ଟକର ଥିଲା। ଏଥିରେ କିଛିଦିନ ସ୍ତ୍ରୀ ଖୁଲଣା ଏବଂ ପୁଅ ରୁଦ୍ର ସହଯୋଗ କଲେ। ଏହାପରେ ଧୀରେ ଧୀରେ ସବୁକିଛି ସ୍ବାଭାବିକ ହୋଇଯାଇଛି। କାମାକ୍ଷାନଗର ବିଜୁ ପଟ୍ଟନାୟକ ବସ୍‌ଷ୍ଟାଣ୍ଡ ସମ୍ମୁଖରେ ଏବେ ବେଶ୍‌ ଚଳଚଞ୍ଚଳ କୀର୍ତ୍ତନଙ୍କ ଦୋକାନ।
ନିଜର କର୍ମମୟ ଜୀବନ ସମ୍ପର୍କରେ କୀର୍ତ୍ତନ କୁହନ୍ତି, ସକାଳୁ ସଞ୍ଜଯାଏ ଖଟିଲେ ୧୫୦ରୁ ୩୦୦ ଟଙ୍କା ଯାଏ ରୋଜଗାର ହୁଏ। ୩ ଝିଅଙ୍କ ବିବାହ ସରିଛି। ନିଜ ଉଦ୍ୟମରେ ପୁଅକୁ ଯୁକ୍ତ ୩ ଯାଏ ପାଠ ପଢ଼ାଇପାରିଛି। ଈଶ୍ୱର ସିନା ଆଖି ନେଇଗଲେ, ହେଲେ ହାତ ଓ ଜୀବନ ଦେଇଛନ୍ତି। ସେଇଥିରେ ସବୁ ଚାଲିଛି। କେବେ କାହାକୁ ଠକିନାହିଁ। ଦୟାର ପାତ୍ର ହୋଇ ବଞ୍ଚତ୍ବାର ଆଶା ନାହିଁ। ଆଖି ହରାଇବା ପରେ ଯଦିଓ ବେପାର ଆଗଭଳି ହେଉନାହିଁ। ତଥାପି ସେ ବେଶ୍‌ ଖୁସି। ହାତ ଥିଲେ ଭାତର ଅଭାବ ରହିବ ନାହିଁ ବୋଲି କୀର୍ତ୍ତନ ଦୃଢ଼ତାର ସହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମରେ ଲାଗୁନି ୭ କୋଟିର ବସ୍‌ଷ୍ଟାଣ୍ଡ

କେନ୍ଦୁଝର,୧୦ା୩(ଡି.ଏନ୍‌.ଏ): କେନ୍ଦୁଝର ଜିଲା ସଦର ମହକୁମାରେ ନିର୍ମିତ ନୂତନ ବସ୍‌ଷ୍ଟାଣ୍ଡ କାମରେ ଲାଗୁନାହିଁ। ୧୦ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ଷ୍ଟାଣ୍ଡ...

ଏସ୍‌ସିବିରେ ରକ୍ତ କର୍କଟ ରୋଗୀଙ୍କ ଜଟିଳ ପରୀକ୍ଷା ସୁବିଧା ନାହିଁ

କଟକ ଅଫିସ,୧୮ା୪: ଜଣେ ଗରିବ ରକ୍ତ କର୍କଟ ରୋଗୀଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ସରକାର ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବାବେଳେ ବିଶ୍ୱସ୍ତରୀୟ ପଥରେ...

ସବ୍‌ଜେଲ ସମ୍ମୁଖରୁ କଫ୍‌ସିରପ୍‌ ବୋଝେଇ ଅଟୋ ଜବତ: ୨ ଗିରଫ

ବରଗଡ଼ ଅଫିସ,୧୦ା୯: ବରଗଡ଼ ଟାଉନ ଥାନା ପୋଲିସ ଶନିବାର ବିପୁଳ ପରିମାଣରେ କଫ୍‌ସିରପ୍‌ ଜବତ କରିଛି। ବରଗଡ଼ ସହରକୁ ଏକ ଅଟୋ ଯୋଗେ ଚାଲାଣ ହେଉଥିବା...

ବଲାଙ୍ଗୀର ବନ୍ୟା ପୀଡ଼ିତଙ୍କ ଲାଗି ହଜାରେ କୋଟିର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଦାବି: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗୀର ଅଫିସ,୨୨।୧୦: ବଲାଙ୍ଗୀର ଜିଲା ବନ୍ୟା ପୀଡ଼ିତଙ୍କ ଲାଗି ହଜାରେ କୋଟିର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ମଙ୍ଗଳବାର...

ମଦ ଦୋକାନ ଉଚ୍ଛେଦ ଦାବିରେ ଆନ୍ଦୋଳନ

ରାଜନଗର,୮।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର-ଭିତରକନିକା ମୁଖ୍ୟରାସ୍ତାର ଭିତରଗଡ଼ ପଞ୍ଚାୟତରେ ନୂତନ ଭାବେ ଖୋଲା ଯାଇଥିବା ବିଦେଶୀ ମଦ ଦୋକାନ ଉଚ୍ଛେଦ ଦାବିରେ ଭିତରଗଡ଼ ପଞ୍ଚାୟତର ମହିଳାମାନେ...

ଡିଇଓ ପଦବୀର ସ୍ଥାୟିତ୍ୱକୁ ନେଇ ପଦକ୍ଷେପ

ଯାଜପୁର ଅଫିସ,୧୧।୧୨: ଯାଜପୁର ଜିଲାର ବିଭିନ୍ନ ପ୍ରାଥମିକ କୃଷି ସେବା ସମବାୟ ସମିତି(ପ୍ୟାକ୍ସ)ରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର(ଡିଇଓ) ପଦବୀର ସ୍ଥାୟିତ୍ୱ ନେଇ ବିଭାଗୀୟ ପଦକ୍ଷେପ...

କଟକରେ ନକଲି ମୃଦୁ ପାନୀୟ କାରଖାନା

କଟକ ଅଫିସ, ୭ା୫: କଟକ ନକଲି ଓ ଅପମିଶ୍ରିତ କାରବାରର ପେଣ୍ଠସ୍ଥଳ ପାଲଟିଛି। ପୂର୍ବରୁ ବେଆଇନ କାରଖାନାରେ ପୋଲିସ ଚଢ଼ାଉ କରି ନକଲି ସିମେଣ୍ଟ, ଚା,...

ଆର୍ଥିକ ଅନଟନରେ ଯୁଝୁଛନ୍ତି ୪୦ ପରିବାର

କେନ୍ଦୁଝର,୯ା୫(ସ୍ବ.ପ୍ର.): ପ୍ରଥମେ କଂସା ଓ ଆଲୁମିନିୟମରେ ନିର୍ମିତ ବାସନର ଚାହିଦା ବହୁଳ ମାତ୍ରାରେ ଥିଲା। ଏବେ ପ୍ଲାଷ୍ଟିକ୍‌ ଓ ଷ୍ଟିଲ୍‌ ନିର୍ମିତ ସାମଗ୍ରୀ ପ୍ରତି ଲୋକେ...

Advertisement
Archives

Model This Week