ଆଖିତଳେ କଳା ପଡ଼ିଯାଇଛି କି ତା’ହେଲେ ଆପଣାନ୍ତୁ ଏହି ତେଲ

ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ନିମନ୍ତେ ଭିଟାମିନ୍‌-ଇ ତେଲ ଖୁବ୍‌ ହିତକାରୀ ହୋଇଥାଏ। ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ ରୂପଚର୍ଯ୍ୟାରେ ପ୍ରତ୍ୟହ ଭିଟାମିନ୍‌-ଇ ତେଲର ବ୍ୟବହାର କଲେ ଏହାର ଭଲ ପ୍ରଭାବ ପଡ଼େ। କାରଣ ଏଥିରେ ଆଣ୍ଟି-ଅକ୍ସିଡାଣ୍ଟର ମାତ୍ରା ଭରପୂର ରହିଥାଏ। ଏହି ତେଲ ତ୍ୱଚାର ରଙ୍ଗ ସଫା କରିବା ଏବଂ କେଶକୁ ଘନ କରିବାରେ ମଧ୍ୟ ସହାୟକ ହୋଇଥାଏ। ଏହା ସହଜରେ ମେଡିକାଲ ଷ୍ଟୋରରେ ମଧ୍ୟ ଉପଲବ୍ଧ ହୋଇଥାଏ।
ନାଇଟ୍‌ କ୍ରିମ୍‌: ତ୍ୱଚା କୋମଳ ଓ ଚିକ୍କଣ ପାଇଁ ଭିଟାମିନ୍‌ ଇ-ତେଲ ଅତ୍ୟନ୍ତ ଉପକାରୀ ହୋଇଥାଏ। ଗୋଟିଏ ଭିଟାମିନ୍‌-ଇ କ୍ୟାପସୁଲ ସହ ଅଧା ଚାମଚ ଆଲୋଭେରା ଜେଲ୍‌ ଲଗାଇ ୨ ମିନିଟ୍‌ ପର୍ଯ୍ୟନ୍ତ ମାଲିସ୍‌ କରନ୍ତୁ। ଏହାପରେ ଏହାକୁ ନଖ ଉଷୁମ ପାଣିରେ ଧୋଇ ମଶ୍ଚରାଇଜର୍‌ ପ୍ରୟୋଗ କରନ୍ତୁ। ଏହାକୁ ରାତିରେ ଶୋଇବା ପୂର୍ବରୁ ଲଗାଇ ଛାଡିଦିଅନ୍ତୁ ନଚେତ୍‌ ଯଦି ଏହା ଆପଣଙ୍କୁ ତେଲିଆ ଲାଗୁଛି ତେବେ ଏହାକୁ ଦିନରେ ମଧ୍ୟ ଲଗାଇପାରିବେ।
ଘନ କେଶ ପାଇଁ: କେଶରେ ଘନ ଓ ଚମକ ଆଣିବା ପାଇଁ ମଧ୍ୟ ଏହି ତେଲକୁ ବ୍ୟବହାର କରିପାରିବେ। କେଶର ଘନତ୍ୱ ବଢ଼ାଇବା ନିମନ୍ତେ ସପ୍ତାହରେ ଥରେ ଦୁଇଟି ଭିଟାମିନ୍‌-ଇ କ୍ୟାପସୁଲରେ ୩ଚାମଚ ଦହିକୁ ଭଲଭାବେ ମିଶାଇ ଦିଅନ୍ତୁ। ଏହାକୁ ଭଲଭାବେ କେଶମୂଳରେ ଲଗାଇବାର ୨୦ ମିନିଟ୍‌ ପରେ ଶାମ୍ପୁ କରିନିଅନ୍ତୁ। ଦହି ବଦଳରେ ନଡିଆ ତେଲ ମଧ୍ୟ ବ୍ୟବହାର କରିପାରିବେ।
ଆଖିର କଳାଦାଗ: ଏକ ଚାମଚ ବାଦାମ ତେଲରେ ଗୋଟିଏ ଭିଟାମିନ୍‌-ଇ କ୍ୟାପସୁଲକୁ ମିଶାଇ ଆଖିର ଚାରିପାଖେ ମାଲିସ୍‌ କରନ୍ତୁ। ଦେଖିବେ ଗୋଟିଏ ସପ୍ତାହ ମଧ୍ୟରେ ଏହି କଳାଦାଗ ଦୂର ହୋଇଯିବ।
ସ୍କ୍ରବ: ସପ୍ତାହକୁ ୨ଥର ୨ଟି ଭିଟାମିନ୍‌-ଇ କ୍ୟାପ୍‌ସୁଲରେ କଫି ପାଉଡରକୁ ମିଶାନ୍ତୁ। ଏହି ମିଶ୍ରଣକୁ ତ୍ୱଚାରେ ଲଗାଇ ସ୍କ୍ରବ କରନ୍ତୁ। ଏହା ତ୍ୱଚାରେ ଥିବା ସମସ୍ତ ମଇଳା ଓ ଡେଡ୍‌ ସେଲ୍‌କୁ ବାହାର କରିଦେବ। ଏହାଦ୍ୱାରା ସଫା ଓ ଚମକପ୍ରଦ ତ୍ୱଚା ପାଇପାରିବେ।
ଘନ ଆଇବ୍ରୋ ପାଇଁ: ଭିଟାମିନ୍‌-ଇରେ ଏଭଳି ଗୁଣ ରହିଛି ଯାହା କେଶକୁ ଘନତ୍ୱ କରିବାରେ ସହାୟକ ହୋଇଥାଏ। ତେଣୁ ଏହି ତେଲ ଆଇାବ୍ରୋକୁ ବି ଘନ କରିଥାଏ। ରାତିରେ ଶୋଇବା ପୂର୍ବରୁ ଏହାକୁ ଆଇବ୍ରୋରେ ଲଗାଇ ମାଲିସ୍‌ କରନ୍ତୁ। ଦେଖିବେ କିଛି ଦିନ ପରେ ଆଇବ୍ରୋ ଘନ ଓ କଳା ଦେଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡିପ୍‌ଥେରିଆ: କାରଣ, ପ୍ରତିକାର

ଏବେ ଶିଶୁମାନଙ୍କର ଏକ ବିରଳ ରୋଗ ହେଲା ‘ଡିପ୍‌ଥେରିଆ’ ବା କଣ୍ଠ ଆଳତି। ସାର୍ବଜନୀନ ଟିକା ପ୍ରଦାନ ଦ୍ୱାରା ଏହା ବହୁମାତ୍ରାରେ କମିଯାଇଛି। ସମଗ୍ର ଦେଶରେ...

ବିଶାଳ ସୌର ଶିଖା ଓ ଚମତ୍କାର ମେରୁ ଆଲୋକ

ଏହି ବର୍ଷ ମେ ମାସ ଦ୍ୱିତୀୟ ସପ୍ତାହରେ ମହାକାଶରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଥିଲା। ଏହା ଥିଲା ବିଶାଳ ସୌର ଶିଖା ଏବଂ ଚମତ୍କାର...

୧୦୦ ବର୍ଷ ପରେ ଅଦ୍ଭୁତ ସଂଯୋଗ: ୩ ରାଶିର ବ୍ୟକ୍ତି ହେବେ ମାଲାମାଲ

ବିଶ୍ୱାସ କରାଯାଏ ଯେ, ମାତା ଗଙ୍ଗା ଜ୍ୟେଷ୍ଠ ଶୁକ୍ଲ ପକ୍ଷର ଦଶମୀ ତିଥିରେ ପୃଥିବୀକୁ ଅପତରଣ କରିଥିଲେ। ତେଣୁ ଏହି ଦିନ ଗଙ୍ଗା ଦଶହରା ବା...

ଟାଇଲ୍ସ ସଫା କରିବେ କିପରି

ଘର ହେଉ କି ବାଥ୍‌ରୁମ୍‌ର ଚଟାଣକୁ ଆକର୍ଷଣୀୟ କରିବା ପାଇଁ ଆଜିକାଲି ଟାଇଲ୍ସ ବ୍ୟବହାର କରାଯାଉଛି। ତେବେ ଏହାକୁ କିପରି ସଫାକରିବେ କେତୋଟି ଟିପ୍ସ… ଭିନେଗାର...

ଜମିଲାଣି ରଜ ଉତ୍ସାହ

ପାଖେଇ ଆସୁଛି ରଜ। ପିଠାପଣାରେ ମହକିବ ଗାଁଠୁ ସହର। ଝିଅ, ବୋହୂମାନେ ନୂଆ ନୂଆ ପୋଷାକ ପିନ୍ଧି ହାତରେ ମେହେନ୍ଦି, ଗୋଡ଼ରେ ଅଳତା ଲଗାଇ ସଜେଇ...

ଷ୍ଟ୍ରୋକ୍‌ ଆଶଙ୍କା ଦୂର କରେ ମହୁ

ମହୁର ସ୍ବାଦ କାହାକୁ ବା ଭଲ ନ ଲାଗେ। ପିଲାଠୁ ବୁଢ଼ା ସମସ୍ତଙ୍କର ଏହା ପ୍ରିୟ। ଏହାର ସ୍ବାଦ ଯେମିତି, ଗୁଣ ବି ସେମିତି। ଏହାର...

ଶୀତଳତାର ପାରମ୍ପରିକ ଉପାୟ

ରୁତୁଚକ୍ରର ପଟ ପରିବର୍ତ୍ତନରେ ଗ୍ରୀଷ୍ମ ରୁତୁ ଆମ ପୁରପଲ୍ଲୀରେ ଏକ ଅନନ୍ୟ ଆଗମନୀ। ଧୂସର ଧରଣୀ, ଥୁଣ୍ଟା ବରଗଛ, ମଧ୍ୟାହ୍ନର ଅହେତୁକ ନୀରବତା, ଝିଙ୍କାରୀ କଣ୍ଠର...

ଘଣ୍ଟାକୁ ନେଇ ବାସ୍ତୁ; ସଠିକ୍‌ ଦିଗରେ ନ ଲଗାଇଲେ ହେବ ଅଶୁଭ, ଜାଣି ରଖନ୍ତୁ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଥିବା ପ୍ରତ୍ୟେକଟି ବସ୍ତୁର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ। ସେମିତି ଏକ ବସ୍ତୁ ହେଉଛି ଘଡ଼ି ବା ଘଣ୍ଟା। ସମୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri