ଆକ୍ରମଣ ଲାଗି ଚାଇନା ଦେଇଥିଲା ନିର୍ଦ୍ଦେଶ

ଓ୍ବାଶିଂଟନ, ୨୪ା୬: ଗଲଓ୍ବାନ୍‌ ଉପତ୍ୟକାରେ ଭାରତ-ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପଛର କାରଣ ଏବେ ଜଣାପଡ଼ିଛି। ଚାଇନା ସେନାର ନେତୃତ୍ୱ ନେଉଥିବା ଜଣେ ବରିଷ୍ଠ ଜେନେରାଲ ଭାରତୀୟ ସେନା ଉପରେ ଆକ୍ରମଣ ଲାଗି ନିର୍ଦ୍ଦେଶ ଦେଇଥିଲେ ବୋଲି ଆମେରିକା ଗୋଇନ୍ଦା ସୂତ୍ରରୁ ଜଣାପଡ଼ିଛି।
ଓ୍ବେଷ୍ଟର୍ନ ଥିଏଟର କମାଣ୍ଡ ମୁଖ୍ୟ ଜେନେରାଲ ଝାଓ ଜୋଙ୍ଗକିଙ୍କ ସହ କେତେଜଣ ବରିଷ୍ଠ ଅଧିକାରୀ ଏବେ ବି ପିଏଲ୍‌ଏରେ କାର୍ଯ୍ୟରତ ଅଛନ୍ତି। ଏମାନେ ଦକ୍ଷିଣ-ପଶ୍ଚିମ ଚାଇନା ଓ ଉତ୍ତର ଭାରତୀୟ ସୀମାଞ୍ଚଳର ନେତୃତ୍ୱ ନେଇଥାନ୍ତି। ଝାଓ ପୂର୍ବରୁ ଆମେରିକା ଓ ଭାରତର ଷଡ଼ଯନ୍ତ୍ରରେ ଚାଇନା ଦୁର୍ବଳ ହେବାରେ ଲାଗିଛି ବୋଲି ମତ ଦେଇଥିଲେ। ଭାରତ ବିରୋଧରେ ସେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ, ଯାହାର ପ୍ରତିଫଳନ ଜୁନ୍‌ ୧୫ ରାତିରେ ଦେଖିବାକୁ ମିଳିଲା ବୋଲି ଆମେରିକା ପକ୍ଷରୁ ଦର୍ଶାଯାଇଛି। ଗଲଓ୍ବାନ୍‌ରେ ଦୁଇସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଭାରତର ୨୦ ଯବାନ ଶହୀଦ ହୋଇଥିଲେ। ଏହି ସଂଘର୍ଷ ନେଇ ନିଷ୍ପତ୍ତି ପଛରେ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ହାତ ଥିଲା କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତିମି ମାଛ ପେଟରୁ ବାହାରିଲା ୧୦୦ କିଲୋ ପ୍ଲାଷ୍ଟିକ୍‌

ସ୍କଟଲାଣ୍ଡ,୪।୧୨: ଏକ ତିମି ମାଛ ପେଟରୁ ୧୦୦ କିଲୋ ପ୍ଲାଷ୍ଟିକ ବାହାରିଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସ୍କଟଲାଣ୍ଡରେ ଏଭଳି ଘଟଣା ଘଟିଛି। ଲୁସକେନଟାୟାର...

ଆବେଙ୍କୁ ଭେଟିଲେ ମୋଦି

ଓସାକା,୨୮।୬ (ପି.ଟି.):ଜି-୨୦ ସମ୍ମିଳନୀରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜାପାନ ପ୍ରତିପକ୍ଷ ଶିିଞ୍ଜୋ ଆବେଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବିଶ୍ୱ ଅର୍ଥନୀତି,...

କରୋନା ପାଇଁ ବୋନସ୍‌

ନ୍ୟୁୟର୍କ: କରୋନାରୁ ରକ୍ଷାପାଇବା ପାଇଁ ଘରେ କାମ କଲେ ମିଳିବ ବୋନସ୍‌ । ବିଭିନ୍ନ ଦେଶରେ ଏବେ କେତେକ କମ୍ପାନୀ ଏପରି ଅଫର ଦେଉଛନ୍ତି। ଏବେ...

ସର୍ଜରୀ ସମୟରେ ହାତରେ ଲାଗିଥିଲା ଟାଇଟେନିୟମ ପ୍ଲେଟ୍‌, ବିଜୁଳି ମାରିବାରୁ ଘଟିଲା ଏମିତି

ଲଣ୍ଡନ,୧୭ା୭: ଝଡ଼ ତୋଫାନ ସମୟରେ ସେଲ୍‌ଫି ନେବା ବାରମ୍ବାର ମନା କରାଯାଉଥିଲେ ମଧ୍ୟ ୩ ଭାଇ ଭଉଣୀଙ୍କୁ ମହଙ୍ଗା ପଡ଼ିଛି। ଗଛ ତଳେ ଠିଆ ହୋଇ...

ବିମାନରେ ଜିନିଷ ରଖିବା ସ୍ଥାନରେ ଏୟାର ହୋଷ୍ଟେସ୍‌ଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯାତ୍ରୀ

ନାଶଭିଲେ: ବିମାନରେ ଜିନିଷ ରଖୁଥିବା ସ୍ଥାନରେ ଯଦି ଆପଣ ମଣିଷ ଶୋଇଥିବା ଦେଖିବେ ତାହାଲେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ। ଠିକ୍‌ ସେହିଭଳି ଘଟଣା ଦେଖିବାକୁ...

କାଲିଫର୍ନିଆ ଜଙ୍ଗଲରେ ନିଆଁ: ଅନ୍ଧାରରେ ୨ ଲକ୍ଷ ପରିବାର

କଲିଫର୍ନିଆ,୨୫।୧୦: ଆମେରିକାର କାଲିଫର୍ନିଆରେ ଥିବା ଜଙ୍ଗଲରେ ଗତ ବୁଧବାର ଲାଗିଥିବା ନିଆଁ ବେଳକୁ ବେଳ ବଢିବାରେ ଲାଗିଛି। ଏହା ଏବେ ଏତେ ଭୟଙ୍କର ହୋଇଯାଇଛି ଯେ...

ମାଉଥ୍‌ ଓ୍ବାଶ୍‌ରେ ଗର୍ଗଲିଂ କଲେ ଦୂର ହେବ କରୋନା ସଂକ୍ରମଣ!

ବଜାରରେ ମିଳୁଥିବା ମାଉଥ୍‌ ଓ୍ବାଶ୍‌ ଦ୍ୱାରା ଗର୍ଗଲିଂ କଲେ ମୁହଁ ଓ ଗଳାରେ ଥିବା କରୋନା ଭାଇରସ୍‌ ସଂକ୍ରମଣ କିଛି ମାତ୍ରାରେ ଦୂର ହୋଇଯିବ ବୋଲି...

ଆମେରିକାରେ ଅବୈଧ ଭାବେ ପ୍ରବେଶ କରିଥିବା ୧୪୫ ଜଣ ଭାରତୀୟ ସ୍ବଦେଶ ଫେରିଲେ

ଓ୍ବାଶିଂଟନ,୨୦।୧୧: ଆମେରିକାରେ ଅବୈଧ ଭାବେ ପ୍ରବେଶ କରିଥିବା ୧୪୫ ଜଣ ଭାରତୀୟ ବୁଧବାର ସ୍ବଦେଶ ଫେରିଛନ୍ତି। ବାଂଲାଦେଶ  ଦେଇ ସେମାନେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ...

Advertisement


Archives

Model This Week