ଆକାଶରେ ଯାତ୍ରୀ ଅସୁସ୍ଥ: ଭୁବନେଶ୍ୱରରେ ବିମାନର ଜରୁରୀ ଅବତରଣ, ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ

ଭୁବନେଶ୍ୱର,୨୬।୫(ବ୍ୟୁରୋ)- ଏମିତି ବି ଆସିପାରେ ମୃତ୍ୟୁ। ଘରକୁ ଫେରିବା ସମୟରେ ଆକାଶରେ ଅସୁସ୍ଥତା ଓ ପରେ ମୃତ୍ୟୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଶନିବାର ଭୁବନେଶ୍ୱରରେ। ଚେନ୍ନାଇରୁ କୋଲକାତା ଯାତ୍ରା କରୁଥିବା ବେଳେ ବାଂଲାଦେଶର ନୁର୍‌ ଶେଖ୍‌ଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଚେନ୍ନାଇ-କୋଲକାତା ଇଣ୍ଡିଗୋ ବିମାନ ଶନିବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା। ୬ଇ୨୯୨ ବିମାନ ଚେନ୍ନାଇରୁ ଅପରାହ୍ନ ୧ଟା ୩୬ରେ କୋଲକାତା ଅଭିମୁଖେ ଉଡ଼ାଣ କରିଥିଲା। ତେବେ ବିମାନରେ ନୁର୍‌ ଶେଖ୍‌ ହଠାତ୍‌ ଅସୁସ୍ଥତା ଅନୁଭବ କରିଥିଲେ। ଛାତିରେ ଯନ୍ତ୍ରଣା ହେବାରୁ ବିମାନକୁ ଜରୁରୀ ଅବତରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଭୁବନେଶ୍ୱର ନିକଟ ବିମାନବନ୍ଦର ହୋଇଥିବାରୁ ଏଠାରେ ଅବତରଣ କରିବା ପାଇଁ ପାଇଲଟ୍‌ ଏଟିସିକୁ ଅନୁମତି ମାଗିଥିଲେ। ଏଟିସିଙ୍କଠାରୁ ଅନୁମତି ପାଇବା ପରେ ବିମାନ ଅପରାହ୍ନ ୩ଟା ୧୭ରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଥିଲା। ଏହାପରେ ବିମାନବନ୍ଦରରେ ପୂର୍ବରୁ ଏୟାରପୋର୍ଟ ଅଥରିଟୀ ଅଫ୍‌ ଇଣ୍ଡିଆ(ଏଏଆଇ) ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇ ରହିଥିଲା। ସଙ୍ଗେ ସଙ୍ଗେ ଉକ୍ତ ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରବିବାର ତାଙ୍କ ମୃତଦେହ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି। ନୁର୍‌ ଶେଖ୍‌ଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ସେପଟେ ଶନିବାର ସନ୍ଧ୍ୟାରେ କୋଲକାତାରେ ଖରାପ ପାଗ ଯୋଗୁ ଭୁବନେଶ୍ୱର ବିମାନବନ୍ଦରରେ ଦୁଇଟି ବିମାନ ଜରୁରୀ ଅବତରଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri