ଆକାଉଣ୍ଟ ହ୍ୟାକ୍‌ କରି ଆକାଶ ମୋଟର୍ସର ନିର୍ଦ୍ଦେଶକଙ୍କଠାରୁ ନେଇଗଲେ ୧୮ଲକ୍ଷ

ବରଗଡ଼ ଅଫିସ୍‌,୩।୭: ବରଗଡ଼ସ୍ଥିତ ଆକାଶ ମୋଟର୍ସର ନିର୍ଦ୍ଦେଶକ ଆକାଶ କୁମାର ଅଗ୍ରୱାଲଙ୍କ ୨ଟି ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍‌କରି ଦୁର୍ବୃତ୍ତମାନେ ୧୮ଲକ୍ଷ ଟଙ୍କା ନେଇଯାଇଛନ୍ତି। ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପ୍ରକାଶ ଯେ, ଆକାଶଙ୍କର ବ୍ୟାଙ୍କ ଅଫ୍‌ ବରୋଦାରେ ରହିଥିବା ଆକାଉଣ୍ଟ (ସିସି ଆକାଉଣ୍ଟ ନଂ-୩୨୫୫୦୫୦୦୦୦୧୪୪ ଏବଂ କରେଣ୍ଟ ଆକାଉଣ୍ଟ ନଂ- ୩୨୫୫୦୨୦୦୦୦୦୦୩୧) ରହିଛି । ତେବେ ମଙ୍ଗଳବାର ଏହି ଆକାଉଣ୍ଟକୁ ହ୍ୟାକ୍‌କରି ଅନ୍ୟ ୨ଟି ଆକାଉଣ୍ଟକୁ ଦୁର୍ବୃତ୍ତମାନେ ୧୮ଲକ୍ଷ ଟଙ୍କା ଟ୍ରାନ୍ସଫର କରି ନେଇଯାଇଛନ୍ତି। ବ୍ୟାଙ୍କ୍‌ ଅଫ୍‌ ବରୋଦାର ସ୍ଥାନୀୟ ଶାଖାକୁ ଯାଇ ଆକାଶ ପଚରାଉଚରା କରିବାପରେ ତାଙ୍କ ଆକାଉଣ୍ଟ ନମ୍ବରରୁ ଆଇସିଆଇସିଆଇ ବ୍ୟାଙ୍କର ଜଣେ ଆକାଉଣ୍ଟ ହୋଲଡର୍‌ ସୁନୀଲ ଯାତଭ (ଆକାଉଣ୍ଟ ନଂ-୦୨୩୫୦୧୫୬୧୮୩୫) ଏବଂ କାନାଡା ବ୍ୟାଙ୍କର ଆଉ ଜଣେ ଆକାଉଣ୍ଟ ହୋଲଡର୍‌ ଲିଣ୍ଟନ ସରକାର(ଆକାଉଣ୍ଟ ନଂ-୩୭୧୨୧୦୧୦୦୬୫୨୫)କୁ ସେହି ଟଙ୍କା ଟ୍ରାନ୍ସଫର କରାଯାଇଥିବା ଜଣାପଡ଼ିଛି। ଏ ନେଇ ଆକାଶ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଶ୍ରମିକଙ୍କ ଉପରେ ପ୍ରାର୍ଥୀଙ୍କ ଆଖି

କେନ୍ଦ୍ରାପଡ଼ା ଅଫିସ,୩୧ା୧: କେନ୍ଦ୍ରାପଡ଼ା ଜିଲାର ଦାଦନ ସମସ୍ୟାରେ ପୀଡିତ ଶ୍ରମିକଙ୍କ ଉପରେ ପଞ୍ଚାୟତ ନିର୍ବାଚନର ପ୍ରର୍ଥୀଙ୍କ ଆଖି ପଡିଛି। ଏଥିପାଇଁ ପରିବାର ଓ ଦଳୀୟ କର୍ମୀଙ୍କ...

ପରିବାର ନିୟୋଜନ ଅସ୍ତ୍ରୋପଚାରରେ ତ୍ରୁଟି: ମୂତ୍ରନଳୀ କାଟିଦେଲେ ଡାକ୍ତର

ନୟାଗଡ଼ ଅଫିସ,୧୭।୭-ନୟାଗଡ଼ ଜିଲା ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳାଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ସମୟରେ ଡାକ୍ତର ମୂତ୍ରନଳୀ କାଟି ଦେଇଛନ୍ତି। ଏହା ଡାକ୍ତର ନିଜେ...

ଜରିମାନା ଆଦାୟ ବେଳେ ଯୁବକଙ୍କ ଉନ୍ମତ୍ତକାଣ୍ଡ

ବାହାନଗା, ୧୨ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ବଜାରରେ ସୋମବାର ନିୟମ ଊଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ ବେଳେ ଜଣେ ଅମାନିଆ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି।...

ମଝି ରାସ୍ତାରେ ମହିଳାଙ୍କ ଚୁଟି ଧରି ନିସ୍ତୁକ ପିଟିଲେ: ମୁହଁରେ କଳା ବୋଳି ଲଣ୍ଡା କରିଦେଲେ

ପଟ୍ଟାମୁଣ୍ଡାଇ,୨୧।୯(ସ୍ବ.ପ୍ର.): ଲୋନ୍‌ କରାଇ ଦେବାକୁ କହି ଟଙ୍କା ନେଉଥିଲେ ମହିଳା। ପରେ ରାସ୍ତା ମଝିରେ ନିସ୍ତୁକ ପିଟିଲେ ଏକାଧିକ ମହିଳା। ଏମିତି କି ତାଙ୍କ ମୁହଁରେ...

ରବି କାନ୍ତ ସ୍ବତନ୍ତ୍ର ଆବାସିକ କମିଶନର ନିଯୁକ୍ତ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ୧୯୯୮ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ରବି କାନ୍ତଙ୍କୁ ରାଜ୍ୟ ସରକାର ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନର ସ୍ବତନ୍ତ୍ର ଆବାସିକ କମିଶନର ଭାବେ ନିଯୁକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ...

ମନ୍ତ୍ରୀ ସୁଶାନ୍ତ ସିଂଙ୍କ ହ୍ୟାଟ୍ରିକ:୨୩,୩୩୦ ଖଣ୍ଡ ଭୋଟରେ ବିଜୟୀ ହେଲେ

ସୋହେଲା/ଭଟଲି, ୨୪-୫(ଡି.ଏନ.ଏ):ବରଗଡ ଜିଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚଳିତ ନିର୍ବାଚନରେ ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ ତୃତୀୟ ଥର ପାଇଁ ବିଜୟ ହାସଲ...

ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୬।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୫୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

ଜାତିଗତ ଜନଗଣନାକୁ ସ୍ବାଗତ: ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ତୈଳିକ ବୈଶ୍ୟ ସମାଜ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଜାତିଗତ ଜନଗଣନା ପାଇଁ ରାଜ୍ୟ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପକୁ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ସ୍ବାଗତ...

Advertisement
Archives

Model This Week