Posted inଫୁରସତ

ଆକର୍ଷଣୀୟ ମାଛ

ମାଛ ତ ଅନେକ ଦେଖିଛେ, ହେଲେ ଏଠାରେ ଯେଉଁ ମାଛଙ୍କ କଥା କୁହାଯାଉଛି, ସେମାନଙ୍କର ମନ ମୋହିନେଲା ଭଳି ରୂପରଙ୍ଗ ସାଙ୍ଗକୁ ଆଖିଦୃଶିଆ ଶରୀର ଗଢଣ ହିଁ ସେମାନଙ୍କୁ ଗୋଟିଏ ଗୋଟିଏ ଆକର୍ଷଣୀୟ ମାଛର ପରିଚିତି ଦେଇଛି…


ପ୍ୟାରୋଟ୍‌ ଫିଶ୍‌: ଏହି ମାଛଗୁଡ଼ିକର ପାଟିର ଆକୃତି ଶୁଆର ଥଣ୍ଟ ଭଳି ସାମାନ୍ୟ ଦେଖାଯାଉଥିବାରୁ ଏମାନଙ୍କୁ ପ୍ୟାରୋଟ୍‌ ଫିଶ୍‌ ବୋଲି କୁହାଯାଇଥାଏ। ସୂଚନାନୁଯାୟୀ, ପ୍ରାୟ ୯୦ରୁ ଉର୍ଦ୍ଧ୍ୱ ପ୍ରଜାତିର ପ୍ୟାରୋଟ୍‌ ଫିଶ୍‌ ଦେଖାଯାଇଥାନ୍ତି, ଯେଉଁମାନେ କି ବିଶେଷକରି ସାଗର ଓ ଉପସାଗରର ଅଗଭୀର ଅଞ୍ଚଳରେ ରହିବାକୁ ପସନ୍ଦ କରିଥାନ୍ତି। ଏମାନେ ମୁଖ୍ୟତଃ ଗ୍ରୁପ୍‌ ହୋଇ ରହିବାକୁ ଭଲ ପାଇଥାନ୍ତି। ଗୋଟେ ଗ୍ରୁପ୍‌ରେ ପ୍ରାୟ ୨୦-୨୫ଟି ଫିମେଲ୍‌ ପ୍ୟାରୋଟ୍‌ ଫିଶ୍‌ ଓ ଗୋଟିଏ ମେଲ୍‌ ପ୍ୟାରୋଟଫିଶ୍‌ ରହିଥାନ୍ତି। ମେଲ୍‌ ପ୍ୟାରୋଟ୍‌ଫିଶ୍‌ଟି ସେମାନଙ୍କର ନେତୃତ୍ୱ ନେଇଥାଏ। ଯେତେବେଳେ ଉକ୍ତ ମେଲ୍‌ ପ୍ୟାରୋଟ୍‌ଫିଶ୍‌ର ମୃତ୍ୟୁ ହୋଇଯାଏ, ସେତେବେଳେ ଗ୍ରୁପ୍‌ରୁ ଗୋଟିଏ ଫିମେଲ୍‌ ପ୍ୟାରୋଟ୍‌ ଫିଶ୍‌ ନିଜକୁ ମେଲ୍‌ ପ୍ୟାରୋଟ୍‌ଫିଶରେ ପରିବର୍ତ୍ତନ କରି ସେହି ଅନୁଯାୟୀ ସେ ତା’ ଦେହର ରଙ୍ଗକୁ ବଦଳାଇଦିଏ।


ବ୍ଲୁଫେଶ୍‌ ଆଞ୍ଜେଲ୍‌ ଫିଶ୍‌: ଆଞ୍ଜେଲ ଫିଶ୍‌ ପ୍ରଜାତିର ମାଛଗୁଡ଼ିକ ମଧ୍ୟରୁ ବ୍ଲୁଫେଶ୍‌ ଆଞ୍ଜେଲ୍‌ ହେଉଛି ଏକ ସୁନ୍ଦର ଓ ରଙ୍ଗିନ ମାଛ। ଖାସ୍‌କରି ଏହି ମାଛଗୁଡ଼ିକର ମୁହଁ ଗାଢ୍‌ ନୀଳ ରଙ୍ଗର ହୋଇଥିବାରୁ ଏମାନଙ୍କର ଏପରି ନାମକରଣ କରାଯାଇଛି।


ବଟର୍‌ଫ୍ଲାଏ ଫିଶ୍‌: ପ୍ରଜାପତିର ରଙ୍ଗିନ ପର ଭଳି ଏହି ମାଛମାନଙ୍କର ଦେହର ଗଢଣ ହୋଇଥିବାରୁ ଏମାନଙ୍କୁ ବଟର୍‌ଫ୍ଲାଏ ଫିଶ୍‌ ବୋଲି କୁହାଯାଇଥାଏ। ତା’ସହିତ ଏମାନଙ୍କର ପାଟି ବାହାରକୁ ସାମାନ୍ୟ ଗୋଜିଆ ହୋଇ ବାହାରିଥାଏ, ଯାହା ଦେଖିବାକୁ ଖୁବ୍‌ ସୁନ୍ଦର ଲାଗିଥାଏ।


ଲିପ୍‌ଷ୍ଟିକ୍‌ ଟାଙ୍ଗ୍‌: ଅବିକଳ ମଣିଷମାନଙ୍କ ଓଠ ପରି ଏହି ମାଛମାନଙ୍କର ପାଟିର ଆକୃତି ହୋଇଥାଏ, ଆଉ ତାହା ପୁଣି ହଳଦିଆ କିମ୍ବା କମଳା ରଙ୍ଗର। ଯେଉଁଥିପାଇଁ ତାହା ଲିପ୍‌ଷ୍ଟିକ୍‌ ଲଗାଇଲା ଭଳି ଦେଖାଯାଏ। ସେଥିପାଇଁ ଏମାନଙ୍କୁ ଲିପ୍‌ଷ୍ଟିକ୍‌ ଟାଙ୍ଗ୍‌ ବୋଲି କୁହାଯାଇଥାଏ। ଏହି ପ୍ରଜାତିର ମାଛମାନେ ମୁଖ୍ୟତଃ ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରରେ ଦେଖାଯାଇଥାନ୍ତି।


ବେଟ୍ଟା ଫିଶ୍‌: ଏହି ମାଛମାନେ ଦେଖିବାକୁ ବେଶି ବଡ଼ ହୋଇ ନ ଥାନ୍ତି। ହେଲେ ଏମାନଙ୍କର ଖୋଲା ଖୋଲା ଘଞ୍ଚ ଡେଣା ହିଁ ଏମାନଙ୍କୁ ଆକର୍ଷଣୀୟ ରୂପ ଦେଇଥାଏ। ବିଭିନ୍ନ ରଙ୍ଗରେ ଦେଖାଯାଉଥିବା ଏହି ପ୍ରଜାତିର ମାଛମାନେ କିନ୍ତୁ ନିଜର ଏହି ଆକର୍ଷଣୀୟ ଡେଣା ସାହାଯ୍ୟରେ ଅନ୍ୟ ଛୋଟ ଛୋଟ ଜୀବଙ୍କୁ ନିଜ ଆଡକୁ ଆକର୍ଷିତ କରି ସେମାନଙ୍କୁ ଖାଇଥାନ୍ତି।


ଡିସ୍‌କସ୍‌ ଫିଶ୍‌:ଏହି ମାଛମାନଙ୍କର ଶରୀର ମୁଖ୍ୟତଃ ଚେପ୍‌ଟା ଭଳି ଦେଖାଯାଇଥାଏ। କିନ୍ତୁ ଏମାନଙ୍କ ଶରୀର ସାରା ନାଲି/ହଳଦିଆ/ସବୁଜ କିମ୍ବା ନୀଳ ରଙ୍ଗର ଛୋଟ ଛୋଟ ଛିଟ ଦେଖିବାକୁ ମିଳିଥାଏ। ଏମାନେ ଖୁବ୍‌ ବୁଦ୍ଧିଆ ସ୍ବଭାବର ହୋଇଥାନ୍ତି, ଯଦ୍ଦ୍ବାରା ଅନ୍ୟ ପ୍ରଜାତିର ମାଛମାନଙ୍କ ସହ ଏମାନେ ସହଜରେ ମିଶି ଯାଇପାରନ୍ତି। ତା’ଛଡ଼ା ଏମାନେ ସର୍ବଦା ପରିଷ୍କାର ଓ ସ୍ବଚ୍ଛ ଜଳରେ ରହିବାକୁ ପସନ୍ଦ କରିଥାନ୍ତି।


କ୍ଲାଉନ୍‌ ଟ୍ରିଗର୍‌ ଫିଶ୍‌: ମୁଖ୍ୟତଃ ସାଗର ଓ ଉପସାଗରରେ ଦେଖିବାକୁ ମିଳୁଥିବା ଏହି ପ୍ରଜାତିର ମାଛମାନଙ୍କ ଦେହରେ କେତେଗୁଡ଼ାଏ ହାଲ୍‌କା କଳା ଓ ଧଳା ରଙ୍ଗର ପ୍ୟାଚ୍‌ ଚିହ୍ନ ଥିବା ଦେଖିବାକୁ ମିଳିଥାଏ। ତା’ସହିତ ଏମାନଙ୍କ ପାଟି ହଳଦିଆ ରଙ୍ଗର ହୋଇଥିବାରୁ ଦେଖିବାକୁ ଆକର୍ଷଣୀୟ ଲାଗିଥାଏ।


ମାଣ୍ଡାରିନ୍‌ ଫିଶ୍‌: କୁହାଯାଏ, ଆକ୍ୱାରିୟମ୍‌ରେ ଯେଉଁ ସବୁ ରଙ୍ଗୀନ ମାଛମାନଙ୍କୁ ରଖାଯାଇ ଘରକୁ ସଜାଯାଇଥାଏ, ତନ୍ମଧ୍ୟରୁ ମାଣ୍ଡାରିନ୍‌ ଫିଶ୍‌ ହେଉଛି ଅନ୍ୟତମ। ଆକର୍ଷଣୀୟ ରୂପରଙ୍ଗ ପାଇଁ ଏହାର ଦାମ୍‌ ବି ଟିକେ ଅଧିକ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri